Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଋଷରୁ ଗୋଆ ଆସୁଥିବା ଏକ ବିମାନକୁ ବୋମାରେ ଉଡେଇଦେବା ଧମକ: ଫେରିଲା ଉଜବେକିସ୍ତାନ

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଏକ ବିମାନକୁ ବୋମାରେ ଉଡେଇଦେବା ପାଇଁ ଧମକ ହୋଇଛି। ଏହି ଧମକ ଗୋଆ ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ଇମେଲ ମାଧ୍ୟମରେ ପଠାଯାଇଛି। ଏହା ପରେ ବିମାନଟି ଭାରତର ଆକାଶରେ ପ୍ରବେଶ କରିବା ପୂର୍ବରୁ ଉଜବେକିସ୍ତାନକୁ ପଠାଇଦିଆଯାଇଛି। ଉଜବେକିସ୍ତାନରେ ବିମାନ ଅବତରଣ କରିବା ପରେ ଏହାର ଅନୁସନ୍ଧାନ କରାଯାଉଛି।

ଅଧିକାରୀ କହିଛନ୍ତି ଯେ, ଅଜୁର ଏୟାର ବିମାନରେ ୨୪୭ ଜଣ ଯାତ୍ରୀ ଥିଲେ, ଯାହା ଉଜବେକିସ୍ତାନର ଏକ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହା ଦ୍ୱିତୀୟ ଘଟଣା, ଯାହା ଗୋଆକୁ ଆସୁଥିବା ବିମାନଟିକୁ ବୋମାରେ ଉଡ଼ାଇବାର ଧମକ ହୋଇଥିଲା। ଜାନୁଆରୀ ଆରମ୍ଭରେ ଆଜୁର ଏୟାରର ଏକ ଚାର୍ଟର ବିମାନକୁ ବୋମାରେ ଉଡାଇବାକୁ ଧମକ ହୋଇଥିଲା, ଯାହାକୁ ଗୁଜରାଟର ଜାମନଗରକୁ ପଠାଯାଇଥିଲା। ଏହି ବିମାନରେ ୨୩୬ ଜଣ ଯାତ୍ରୀ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତୀୟ କଫ ସିରପ ପିଇ ଉଜବେକିସ୍ତାନରେ ୧୮ ଶିଶୁଙ୍କର ମୃତ୍ୟୁ ମାମଲା, ଯାଞ୍ଚରେ ସହଯୋଗ କରିବ WHO

ନୂଆଦିଲ୍ଲୀ: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରେ କଫ ସିରପ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ, ପିଲାମାନେ ପିଇଥିବା କାଶ ସିରପ ହେଉଛି ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଡକ୍ -୧ ମ୍ୟାକ୍ସ ସିରପ୍। ଉଜବେକିସ୍ତାନରେ ପିଲାମାନଙ୍କର ଏହି ମୃତ୍ୟୁ ଘଟଣା ଆଫ୍ରିକୀୟ ଦେଶ ଗାମ୍ବିଆରେ ସମାନ ଔଷଧ ପିଇବା ପରେ ୬୬ ପିଲାଙ୍କ ମୃତ୍ୟୁ ଖବର ଆସିବା ପରେ ଆସିଛି।

ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସିରପ ପିଇବା ପରେ ଯେଉଁଥିରେ ୧୮ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି, ତାହା ଭାରତୀୟ ଫାର୍ମାସ୍ୟୁଟିକାଲ୍ ଫାର୍ମ ମାରିଅନ୍ ବାୟୋଟେକ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଡକ୍ -୧ ମ୍ୟାକ୍ସ ସିରପ ଥିଲା। ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ଲ୍ୟାବରେ କରାଯାଇଥିବା ଏକ ପରୀକ୍ଷଣରେ ଭାରତୀୟ କଫ ସିରପରେ ଦୂଷିତ ଇଥିଲିନ ଗ୍ଲାଇକୋଲର ଉପସ୍ଥିତି ଦେଖିବାକୁ ମିଳିଥିଲା। ଡକ-୧ ମ୍ୟାକ୍ସ କଫ ସିରପ ନୋଏଡାର ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ।

ଉଜବେକିସ୍ତାନରେ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଡକ-୧ ମ୍ୟାକ୍ସ କଫ ସିରପ ବିନା ପ୍ରେସକ୍ରିପସନରେ ଏବଂ ପ୍ରଭାବିତ ପିଲାମାନଙ୍କ ଦ୍ଵାରା ଅଧିକ ମାତ୍ରାରେ ବ୍ୟବହାର କରାଯାଇଥିଲା। ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ କହିଛି ଯେ, ସମରକନ୍ଦରେ ୨୧ ଜଣ ଶିଶୁ ଯେଉଁମାନେ ଶ୍ୱାସକ୍ରିୟାରେ ପୀଡିତ ଥିଲେ, ସେମାନେ ନୋଏଡାର ମାରିଅନ୍ ବାୟୋଟେକ୍ ଦ୍ୱାରା ନିର୍ମିତ ଡକ୍ -୧ ମ୍ୟାକ୍ସ ସିରପ୍ ଖାଇଥଲେ ଏବଂ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥଲା।

ଥଣ୍ଡା ଏବଂ ଫ୍ଲୁ ଲକ୍ଷଣର ଚିକିତ୍ସା ପାଇଁ ମାରିଅନ୍ ବାୟୋଟେକ୍ ର ଡକ୍ -୧ ମ୍ୟାକ୍ସ ସିରପ୍ କମ୍ପାନୀର ୱେବସାଇଟରେ ବିକ୍ରି ହୁଏ। ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ ଶିଶୁମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ୨-୭ ଦିନ ପର୍ଯ୍ୟନ୍ତ ଦିନକୁ ୩-୪ ଥର ଏହି ଔଷଧ ନେଉଥିଲେ। ଏହାର ପରିମାଣ ୨.୫-୫ ମିଲି ମଧ୍ୟରେ ରହିଥିଲା, ଯାହା ପିଲାମାନଙ୍କ ପାଇଁ ଔଷଧର ମାନକ ମାତ୍ରାଠାରୁ ଅଧିକ। ତେବେ ଏହି ବିବୃତ୍ତିରେ ଔଷଧର କୌଣସି ଭୁଲ୍ ଅଭିଯୋଗ କରାଯାଇ ନାହିଁ।

ମନ୍ତ୍ରଣାଳୟର ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଏହି ଔଷଧରେ ମୁଖ୍ଯତଃ ପାରାସିଟାମୋଲ ଥାଏ, ତେଣୁ ଏହାକୁ ପିତାମାତାମାନେ ଅପବ୍ୟବହାର କରିଥିଲେ। ନା ସେମାନେ ଏହାକୁ ସିଧାସଳଖ ମେଡିକାଲରୁ କିଣିଥିଲେ। କିନ୍ତୁ ସେମାନେ ଏହାକୁ ଥଣ୍ଡା-ବିରୋଧୀ ପ୍ରତିକାର ଭାବରେ ବ୍ୟବହାର କରିଥିଲେ। ବିବୃତ୍ତି ଅନୁଯାୟୀ, ପ୍ରାଥମିକ ଲାବୋରେଟୋରୀ ଅଧ୍ୟୟନରୁ ଜଣାପଡିଛି ଯେ ଏହି ସିରପରେ ଇଥିଲିନ ଗ୍ଲାଇକୋଲର ଉପସ୍ଥିତି ରହିଛି। ଏହି ପ୍ରକାର ଔଷଧର ବ୍ୟବହାର ଅତ୍ୟଧିକ ହେଲେ ବାନ୍ତି, ଚେତାଶୂନ୍ୟତା, ହୃଦଘାତ ହୋଇପାରେ |

WHO ଅନୁସନ୍ଧାନରେ ସହଯୋଗ କରିବାକୁ ନିଶ୍ଚିତ କରିଛି:

ଭାରତୀୟ ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଜବେକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ଉଜବେକିସ୍ତାନରେ ଶିଶୁଙ୍କ ମୃତ୍ୟୁ ଖବର ପାଇବା ପରେ ଅଧିକ ଅନୁସନ୍ଧାନରେ ସହାୟତା କରିବାକୁ ପ୍ରସ୍ତୁତ ଅଛି। ତେବେ ଡକ୍ -୧ ମ୍ୟାକ୍ସର ଉତ୍ପାଦନକାରୀ କମ୍ପାନୀ ମାରିଅନ୍ ବାୟୋଟେକ୍ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି। ଏହା ପୂର୍ବରୁ ଗାମ୍ବିଆରେ ୭୦ ପିଲାଙ୍କ ମୃତ୍ୟୁ ଖବର ଆସିଥିଲା।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ଆମେରିକାର ସ୍ୱାଗତ, ହ୍ଵାଇଟ ହାଉସ ପକ୍ଷରୁ ଆସିଲା ବୟାନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦିଆଯାଇଥିବା ବିବୃତ୍ତିକୁ ଆମେରିକା ସ୍ଵାଗତ କରିଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟକୁ ଯେଉଁ ବାର୍ତ୍ତା ଦିଆଯାଇଛି, ତାହା ସିଦ୍ଧାନ୍ତ ଆଧାରିତ ବିବୃତ୍ତି ବୋଲି ଆମେରିକା କହିଛି। ଏହା ସତ୍ୟ ଏବଂ ସଠିକ୍ ବିବୃତ୍ତି ବୋଲି ଆମେରିକା କହିଛି। ହ୍ଵାଇଟ ହାଉସ କହିଛି ଯେ, ଆମେରିକା ଏହାକୁ ସ୍ୱାଗତ କରୁଛି।

ଗତ ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଉଜବେକିସ୍ତାନର ସମରକନ୍ଦରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ମୋଦୀ ଋଷର ରାଷ୍ଟ୍ରପତିଙ୍କୁ କହିଥିଲେ ଯେ, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ଏବଂ ମୁଁ ଏହା ବିଷୟରେ ଆପଣଙ୍କ ସହ ଫୋନରେ କଥା ହୋଇସାରିଛି। ଏଥିପାଇଁ ପୁଟିନ ମୋଦୀଙ୍କୁ କହିଥିଲେ ଯେ, ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ଚିନ୍ତା ବିଷୟରେ ଜାଣିଛନ୍ତି ଏବଂ ଶୀଘ୍ର ଏହାକୁ ଶେଷ କରିବା ପାଇଁ ଋଷ ସମସ୍ତ ପ୍ରକାର ଚେଷ୍ଟା କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଉଜବେକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଆଫଗାନିସ୍ତାନ ସାମରିକ ବିମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଉଜବେକିସ୍ତାନରେ ଏକ ଆଫଗାନିସ୍ତାନ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ପରେ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀର ଚିହ୍ନ ଧାରଣ କରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଉଜବେକିସ୍ତାନ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ରବିବାର ସନ୍ଧ୍ୟାରେ ଦେଶର ଦକ୍ଷିଣ ପୂର୍ବରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସ୍ଥାନ ଆଫଗାନିସ୍ତାନ ସୀମାଠାରୁ ବେଶୀ ଦୂରରେ ନୁହେଁ।