Categories
ଆଜିର ଖବର ଜାତୀୟ ଖବର

ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀଠାରେ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଂ ତୋଗବେଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ଏବେ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ୨୦୨୪ ମସିହା ଫେବୃଆରୀ ମାସରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲାପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ।

ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହିସବୁ କ୍ଷେତ୍ର ମଧ୍ୟରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ , ଶକ୍ତି, ଜଳଶକ୍ତି କ୍ଷେତ୍ରରେ ସହଯୋଗ, ଜନଜନ ସଂପର୍କ ଓ ଭାବ ଆଦାନ ପ୍ରଦାନ ଏବଂ ବିକାଶମୂଳକ ସହଯୋଗ ଆଦି ସାମିଲ। ଭାରତ-ଭୁଟାନ ବନ୍ଧୁତାର ବିଶେଷ ଓ ସ୍ୱତନ୍ତ୍ର ସଂପର୍କକୁ ଆହୁରି ସୁଦୃଢ କରିବା ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି।

ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଭୁଟାନ ନରେଶଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ସପ୍ତାହରେ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜୋରହାଟରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟଠାରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଜିର ବିକାଶ ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଏବଂ ଗୃହ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ପ୍ରବଳ ଜନସମାଗମ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ୨୦୦ ଟି ବିଭିନ୍ନ ସ୍ଥାନରୁ ୨ ଲକ୍ଷ ଲୋକ ଯୋଗ ଦେଇଥିବା ସ୍ୱୀକାର କରିଥିଲେ । କୋଲାଘାଟବାସୀଙ୍କ ଦ୍ୱାରା ହଜାର ହଜାର ଦୀପ ପ୍ରଜ୍ଜ୍ୱଳନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଲୋକଙ୍କ ସ୍ନେହ ଓ ଭଲ ପାଇବା ତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି। ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୧୭,୫୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଆସାମର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ ବିଷୟରେ ପ୍ରଧାନମନ୍ତ୍ରୀ ଏହାକୁ ଏକ ଅନନ୍ୟ ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ବୋଲି କହିଥିଲେ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ଜୈବ ବିବିଧତା ଏବଂ ଇକୋସିଷ୍ଟମର ଆକର୍ଷଣ ଉପରେ ଆଲୋକପାତ କରିଥିଲେ । “୭୦ ପ୍ରତିଶତ ଏକ ସିଙ୍ଗିଆ ଗଣ୍ଡା କାଜିରଙ୍ଗାରେ ଅଛନ୍ତି”, ବୋଲି ସେ କହିଛନ୍ତି। ସେ ହରିଣ, ବାଘ, ହାତୀ ଓ ବଣୁଆ ମଇଁଷି ଭଳି ବନ୍ୟଜନ୍ତୁଙ୍କୁ ଖୋଜିବାର ଅଭିଜ୍ଞତା ବିଷୟରେ ମଧ୍ୟ କହିଥିଲେ। ଅବହେଳା ଏବଂ ଅପରାଧିକ ସହଯୋଗ ଯୋଗୁଁ ଗଣ୍ଡା କିପରି ବିପଦଗ୍ରସ୍ତ ହେଲା ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ୨୦୧୩ରେ ଗୋଟିଏ ବର୍ଷରେ ୨୭ଟି ଗଣ୍ଡା ଶିକାର ହୋଇଥିବା କଥା ମନେ ପକାଇଥିଲେ । ସରକାରଙ୍କ ଉଦ୍ୟମରେ ୨୦୨୨ରେ ଏହି ସଂଖ୍ୟା ଶୂନକୁ ଖସି ଆସିଥିଲା। କାଜିରଙ୍ଗାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଜାତୀୟ ଉଦ୍ୟାନ ପରିଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆଜି ବୀର ଲଚିତ୍ ବଡ଼ଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ଉଲ୍ଲେଖ କରି କହିଥିଲେ, “ବୀର ଲଚିତ୍ ବଡ଼ଫୁକାନ ଆସାମର ବୀରତ୍ୱ ଏବଂ ସଂକଳ୍ପର ପ୍ରତୀକ”। ୨୦୦୨ ମସିହାରେ ନୂଆଦିଲ୍ଲୀରେ ତାଙ୍କର ୪୦୦ତମ ଜୟନ୍ତୀକୁ ଅତି ଧୁମଧାମରେ ପାଳନ କରିବା ସହ ବୀର ଯୋଦ୍ଧାଙ୍କ ଆଗରେ ପ୍ରଣାମ କରିଥିଲେ ବୋଲି ସେ ମନେ ପକାଇଥିଲେ।

ବିକାଶ ବି ଓ ଐତିହ୍ୟ ଭି ବିକାଶ ତଥା ଐତିହ୍ୟ ଆମ ଡବଲ ଇଞ୍ଜିନ ସରକାରଙ୍କ ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶକ୍ତି କ୍ଷେତ୍ରରେ ଆସାମ ଦ୍ରୁତ ଅଗ୍ରଗତି କରିଛି। ଏମ୍ସ, ତିନସୁକିଆ ମେଡିକାଲ କଲେଜ, ଶିବ ସାଗର ମେଡିକାଲ କଲେଜ ଏବଂ  ଜୋରହାଟର କର୍କଟ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମି ଆସାମକୁ ସମଗ୍ର ଉତ୍ତର-ପୂର୍ବ ପାଇଁ ଏକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ବରାଉନି-ଗୌହାଟୀ ପାଇପଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ଏହି ଗ୍ୟାସ ପାଇପଲାଇନ ଉତ୍ତର-ପୂର୍ବ ଗ୍ରୀଡକୁ ଜାତୀୟ ଗ୍ରିଡ୍ ସହ ସଂଯୋଗ କରିବ ଏବଂ ୩୦ ଲକ୍ଷ ଘର ଏବଂ ୬୦୦ରୁ ଅଧିକ ସିଏନଜି ଷ୍ଟେସନକୁ ଗ୍ୟାସ ଯୋଗାଣରେ ସାହାଯ୍ୟ କରିବ, ଯାହା ଦ୍ୱାରା ବିହାର, ପଶ୍ଚିମବଙ୍ଗ ଏବଂ ଆସାମର ୩୦ରୁ ଅଧିକ ଜିଲ୍ଲାର ଲୋକମାନେ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ଦିଗବୋଇ ରିଫାଇନାରୀ ଏବଂ ଗୌହାଟୀ ରିଫାଇନାରୀର ସମ୍ପ୍ରସାରଣର ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମରେ ବିଶୋଧନାଗାରଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ଲୋକଙ୍କ ଦୀର୍ଘଦିନର ଦାବିକୁ ପୂର୍ବ ସରକାରମାନେ ଅଣଦେଖା କରିଥିଲେ। ବର୍ତ୍ତମାନର ସରକାରଙ୍କ ପ୍ରୟାସ ଦ୍ୱାରା ଆସାମରେ ଥିବା ବିଶୋଧନାଗାର ଗୁଡ଼ିକର ସମୁଦାୟ କ୍ଷମତା ଏବେ ଦ୍ୱିଗୁଣିତ ହେବ ଏବଂ ନୁମାଲିଗଡ଼ ରିଫାଇନାରୀର କ୍ଷମତା ତିନି ଗୁଣ ହେବ ବୋଲି ସେ କହିଥିଲେ। ବିକାଶର ଇଚ୍ଛା ଦୃଢ଼ ହେଲେ ଯେକୌଣସି ଅଞ୍ଚଳର ବିକାଶ ଦ୍ରୁତ ଗତିରେ ହୋଇଥାଏ ବୋଲି ସେ କହିଛନ୍ତି।

ଆଜି ପକ୍କା ଘର ପାଇଥିବା ସାଢ଼େ ୫ ଲକ୍ଷ ପରିବାରକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଏହି ଘରଗୁଡ଼ିକ କେବଳ ଘର ନୁହେଁ, ଶୌଚାଳୟ, ଗ୍ୟାସ୍ ସଂଯୋଗ, ବିଜୁଳି ଓ ପାଇପ୍ ପାଣି ସଂଯୋଗ ଭଳି ସୁବିଧା ରହିଛି। ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ପରିବାରକୁ ଏଭଳି ଘର ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଘର ମହିଳାଙ୍କ ନାମରେ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

ଆସାମର ପ୍ରତ୍ୟେକ ମହିଳାଙ୍କ ଜୀବନକୁ ସହଜ କରିବା ଏବଂ ତାଙ୍କ ସଞ୍ଚୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମହିଳା ଦିବସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାର ଗତକାଲିର ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ । ଆୟୁଷ୍ମାନ କାର୍ଡ ଭଳି ଯୋଜନାରେ ମଧ୍ୟ ମହିଳାମାନେ ଉପକୃତ ହେଉଛନ୍ତି । ଜଳ ଜୀବନ ମିଶନ ଅଧୀନରେ  ଆସାମରେ ୫୦ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ଦିଆଯାଇଛି। ଏଥିସହିତ ୩ କୋଟି ଲଖପତି ଦିଦି ସୃଷ୍ଟି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୪ ପରେ ଆସାମରେ ଘଟିଥିବା ଐତିହାସିକ ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨.୫ ଲକ୍ଷରୁ ଅଧିକ ଭୂମିହୀନ ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବା ଏବଂ ପାଖାପାଖି ୮ ଲକ୍ଷ ଚା ବଗିଚା ଶ୍ରମିକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ିବା ଦ୍ୱାରା ସରକାରୀ ସୁବିଧା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବା ବିଷୟରେ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ମଧ୍ୟସ୍ଥିମାନଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

“ଏକ ବିକଶିତ ଭାରତ ପାଇଁ ଉତ୍ତର-ପୂର୍ବର ବିକାଶ ଜରୁରୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ନିଜର ପରିବାର ଭାବନ୍ତି। ସେଥିପାଇଁ ଆମେ ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ସେ ସରାଇଘାଟ, ଧୋଲା-ସାଦିଆ ସେତୁ, ବଗିବିଲ ସେତୁ, ବରାକ ଉପତ୍ୟକା ପର୍ଯ୍ୟନ୍ତ ରେଳ ବ୍ରଡଗେଜ୍ ସଂପ୍ରସାରଣ, ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ, ଯୋଗୀଘୋପା, ବ୍ରହ୍ମପୁତ୍ର ନଦୀ ଉପରେ ଦୁଇଟି ନୂତନ ପୋଲ ଏବଂ ଉତ୍ତର-ପୂର୍ବରେ ୧୮ଟି ଜଳପଥ ଭଳି ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ୨୦୧୪ ରେ ୧ ରହିଥିଲା। ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ନୂତନ ସମ୍ଭାବନା ସୃଷ୍ଟି କରିଛି।  ସେ ଉନ୍ନତି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗତ କ୍ୟାବିନେଟ ବୈଠକରେ ସମ୍ପ୍ରସାରିତ ପରିସର ସହିତ ନୂତନ ରୂପରେ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ଝୋଟ ପାଇଁ ଏମଏସପି ମଧ୍ୟ ବୃଦ୍ଧି କରିଛି ଯାହା ରାଜ୍ୟର ଝୋଟ କୃଷକମାନଙ୍କୁ ଉପକୃତ କରିବ ।

ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରତ୍ୟେକ ଭାରତୀୟ ତାଙ୍କର ପରିବାର ବୋଲି କହିଥିଲେ। ଭାରତର ୧୪୦ କୋଟି ନାଗରିକ ତାଙ୍କ ପରିବାର ବୋଲି ବିଶ୍ୱାସ କରୁଥିବାରୁ ନୁହେଁ ବରଂ ସେ ଦିନରାତି ସେମାନଙ୍କ ସେବା କରୁଛନ୍ତି ବୋଲି ବିଶ୍ୱାସ କରୁଥିବାରୁ ମୋଦିଙ୍କ ଉପରେ ଲୋକଙ୍କ ଭଲପାଇବା ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇ ସେ ଅଭିଭାଷଣ ଶେଷ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ସରବନାଦା ସୋନୋୱାଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଶିବସାଗରଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଗୌହାଟୀରେ ହେମାଟୋ-ଲିମ୍ଫୋଇଡ୍ ସେଣ୍ଟର ସମେତ ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପଦକ୍ଷେପ (ପିଏମ-ଡିଭାଇନ) ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ । ସେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଯେଉଁଥିରେ ଦିଗବୋଇ ରିଫାଇନାରୀର କ୍ଷମତା ୦.୬୫ ରୁ ୧ ଏମଏମଟିପିଏ (ବାର୍ଷିକ ନିୟୁତ ମେଟ୍ରିକ ଟନ୍) କୁ ବୃଦ୍ଧି ଅନ୍ତର୍ଭୁକ୍ତ । ଗୁଆହାଟୀ ରିଫାଇନାରୀ ସମ୍ପ୍ରସାରଣ (୧.୦ରୁ ୧.୨ ଏମଏମଟିପିଏ) ଏବଂ କ୍ୟାଟାଲିଟିକ୍ ରିଫର୍ମିଂ ୟୁନିଟ୍ (ସିଆରୟୁ) ପ୍ରତିଷ୍ଠା;   ଏବଂ ବେଟକୁଚି (ଗୌହାଟୀ) ଟର୍ମିନାଲରେ ସୁବିଧା ବୃଦ୍ଧି: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ତଥା ଆହୁରି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ତିନସୁକିଆରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏବଂ ପ୍ରାୟ ୩,୯୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୧୮ କିଲୋମିଟର ଦୀର୍ଘ ବରାଉନି- ଗୌହାଟୀ ପାଇପଲାଇନ (ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ) ଇତ୍ୟାଦି । ପାଖାପାଖି ୮,୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ-ଜି) ଅଧୀନରେ ପାଖାପାଖି ୫.୫ ଲକ୍ଷ ଗୃହକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀ ଆସାମରେ ଧୁପଧାରା-ଛେଗାଓଁ ସେକ୍ସନ (ଗୋଲପଡ଼ା ଦୋହରୀକରଣ ପ୍ରକଳ୍ପର ଅଂଶ) ଏବଂ ନ୍ୟୁ ବଙ୍ଗାଇଗାଓଁ -ସୋରଭୋଗ ସେକ୍ସନ (ନ୍ୟୁ ବଙ୍ଗାଇଗାଓଁ – ଅଗଥୋରୀ  ଦୋହରୀକରଣ ପ୍ରକଳ୍ପର ଅଂଶ) ସମେତ ଆସାମରେ ୧୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ବିହାରର ବେଟିଆଠାରେ ବିକଶିତ ଭାରତ ବିକଶିତ ବିହାର କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟିଆ ଭୂମି ସ୍ୱାଧୀନତା ସଂଗ୍ରାମକୁ ପୁନର୍ଜୀବିତ କରିଥିଲା ଏବଂ ଲୋକମାନଙ୍କ ମଧ୍ୟରେ ନୂତନ ଚେତନା ସୃଷ୍ଟି କରିଥିଲା । “ମୋହନ ଦାସଙ୍କ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଏହି ମାଟି ହିଁ ସୃଷ୍ଟି କରିଥିଲା”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ବିହାର ଏବଂ ବିକଶିତ ଭାରତର ସଂକଳ୍ପ ନେବା ପାଇଁ ବେଟିଆ, ଚମ୍ପାରଣଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିକଶିତ ବିହାର କାର୍ଯ୍ୟକ୍ରମରେ ଲୋକଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ ଏବଂ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

“ବିହାର ଭୂମି ଶତାବ୍ଦୀ ଧରି ଦେଶ ପାଇଁ ଅତୁଳନୀୟ ନେତୃତ୍ୱ ଦେଖାଇଛି ଏବଂ ଦେଶ ପାଇଁ ଅନେକ ମହାନ ବ୍ୟକ୍ତିତ୍ୱ ମଧ୍ୟ ସୃଷ୍ଟି କରିଛି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ସମୃଦ୍ଧି ସହିତ ଭାରତ ସମୃଦ୍ଧ ହୋଇଛି ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟର ବିକାଶ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ସହିତ ବିକଶିତ ବିହାର ସହ ଜଡିତ ବିକାଶ କାର୍ଯ୍ୟ ନୂଆ ଗତି ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିବା ସହ ରେଳ, ସଡ଼କ, ଇଥାନଲ ପ୍ଲାଣ୍ଟ, ସିଟି ଗ୍ୟାସ ଯୋଗାଣ ଏବଂ ଏଲପିଜି ଗ୍ୟାସ ଭଳି ଆଜିର ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ବିକଶିତ ବିହାରର ସଂକଳ୍ପ କୁ ସାକାର କରିବା ପାଇଁ ଏହି ଗତି ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ବିହାରର ଏକ ଗମ୍ଭୀର ସମସ୍ୟା ଅର୍ଥାତ୍ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବଂଶବାଦ ରାଜନୀତି କାରଣରୁ ରାଜ୍ୟରୁ ଯୁବକମାନଙ୍କ ପଳାୟନ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, “ବିହାରର ଡବଲ୍ ଇଞ୍ଜିନ ସରକାରଙ୍କ ପ୍ରୟାସ ହେଉଛି ରାଜ୍ୟର ଯୁବକମାନଙ୍କୁ ବିହାରରେ ହିଁ ନିଯୁକ୍ତି ପ୍ରଦାନ କରିବା। ସେ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡ଼ିକର ସବୁଠାରୁ ଅଧିକ ଲାଭବାନ ହେବେ ଯୁବକମାନେ ଯେଉଁମାନେ ରୋଜଗାର ଖୋଜୁଛନ୍ତି । ଗଙ୍ଗା ନଦୀର ପାଟନାଠାରେ ଦୀଘା-ସୋନପୁର ରେଳ-ତଥା-ରୋଡ୍ ବ୍ରିଜର ସମାନ୍ତରାଳ ଗଙ୍ଗା ନଦୀ ଉପରେ ୬ ଲେନ୍ କେବୁଲ୍ ବ୍ରିଜ୍ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ନଦୀ ଉପରେ ୫ଟି ପୋଲ ସମେତ ୨୨,୦୦୦ କୋଟି ଟଙ୍କା ଆବଣ୍ଟନ ସହିତ ବିହାରରେ ଏକ ଡଜନରୁ ଅଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। “ଏହି ପୋଲ ଏବଂ ବ୍ୟାପକ ରାସ୍ତା ବିକାଶର ମାର୍ଗ ପ୍ରଶସ୍ତ କରିବ”, ପ୍ରଧାନମନ୍ତ୍ରୀ କହିଥିଲେ । ଆଧୁନିକ ଭିତ୍ତିଭୂମି ନିଯୁକ୍ତିର ନୂଆ ବାଟ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଯେଉଁ ସବୁ ରେଳ ଲାଇନ୍ ବିଛାଯାଉଛି କିମ୍ବା ଟ୍ରେନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ମେଡ୍ ଇନ୍ ଇଣ୍ଡିଆ, ଯାହା ଦ୍ୱାରା ନାଗରିକମାନଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ସେ କହିଛନ୍ତି ଯେ ବିହାରରେ ଆଧୁନିକ ରେଳ ଇଞ୍ଜିନ୍ ଉତ୍ପାଦନ କାରଖାନା ବର୍ତ୍ତମାନର ସରକାର ନିଜେ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆ ଅଭିଯାନ କୁ ସ୍ପର୍ଶ କରି କହିଥିଲେ ଯେ ଅନେକ ବିକଶିତ ରାଷ୍ଟ୍ରରେ ଏଭଳି ଡିଜିଟାଲ ସୁବିଧା ନାହିଁ । ସେ ଡିଜିଟାଲ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତର ଯୁବକମାନଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମୋଦୀ ପ୍ରତ୍ୟେକ ପଦକ୍ଷେପରେ ଭାରତର ଯୁବକମାନଙ୍କ ସହିତ ଠିଆ ହେବାର ଗ୍ୟାରେଣ୍ଟି ଦେଇଛନ୍ତି”, ପ୍ରଧାନମନ୍ତ୍ରୀ ମୋଦୀ କହିଲେ, “ଆଜି ମୁଁ ବିହାରର ଯୁବକମାନଙ୍କୁ ଏହି ଗ୍ୟାରେଣ୍ଟି ଦେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି ।

ଭାରତର ପ୍ରତ୍ୟେକ ଘରକୁ ସୂର୍ଯ୍ୟ ଘର କରିବା ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେଉଁଠାରେ ଛାତ ଉପରେ ସୌର ପ୍ଲାଣ୍ଟ ମାଧ୍ୟମରେ ବିଜୁଳି ଉତ୍ପାଦନ କରାଯାଇପାରିବ ଏବଂ ଉତ୍ପାଦିତ ଅତିରିକ୍ତ ବିଜୁଳି ନାଗରିକମାନଙ୍କ ପାଇଁ ଅତିରିକ୍ତ ରୋଜଗାର ସୃଷ୍ଟି କରି ସରକାରଙ୍କୁ ବିକ୍ରି କରାଯାଇ ପାରିବ । ପ୍ରଧାନମନ୍ତ୍ରୀ ବଂଶବାଦ ରାଜନୀତିର କୁସଂସ୍କାର ବିଷୟରେ ଲୋକଙ୍କୁ ସଚେତନ କରିବା ସହ ଜନ ନାୟକ କର୍ପୁରୀ ଠାକୁର, ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ବାବା ସାହେବ ଆମ୍ବେଦକର ଏବଂ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ମନେ ପକାଇଥିଲେ ।

ମାଗଣା ରାସନ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ପକ୍କା ଘର, ଶୌଚାଳୟ, ବିଜୁଳି, ଗ୍ୟାସ ଏବଂ ଜଳ ସଂଯୋଗ, ଏଆଇଆଇଏମଏସ୍, ଆଇଆଇଟି, ଆଇଆଇଏମ୍ ଏବଂ ଅନ୍ୟାନ୍ୟ ମେଡିକାଲ କଲେଜ ରେକର୍ଡ ସଂଖ୍ୟାରେ ସୃଷ୍ଟି, କୃଷକମାନଙ୍କୁ ଉର୍ଜାଦତା ଏବଂ ଉର୍ବରକଦାତାରେ ପରିଣତ କରିବା ଆଦି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି ଗରିବ, ମହିଳା, ଯୁବକ ଏବଂ କୃଷକମାନଙ୍କ ସମସ୍ୟାର ମୁକାବିଲା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଏହା ସହିତ ଆଖୁ ଏବଂ ଧାନ ଚାଷୀଙ୍କ ଦ୍ୱାରା ଉପଉତ୍ପାଦ ବ୍ୟବହାର କରିବା ପାଇଁ ଇଥାନଲ ପ୍ଲାଣ୍ଟ ସ୍ଥାପନ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଖୁର କ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା ୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ କରାଯାଇଛି ଯେଉଁଠାରେ ଦେଶ ଏବଂ ବିହାରରେ ହଜାର ହଜାର ଗୋଦାମ ନିର୍ମାଣ କରାଯିବ । କୃଷକମାନଙ୍କୁ ହଜାର ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିଷୟରେ ସୂଚନା ପ୍ରଦାନ କରି ଶ୍ରୀ ମୋଦୀ  ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଅଧୀନରେ ବେଟିଆର କୃଷକମାନଙ୍କୁ ବର୍ତ୍ତମାନ ସୁଦ୍ଧା ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବରୁଉନିରେ ଥିବା ସାର କାରଖାନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ଏବଂ ମୋଦୀ ହିଁ ଏହାକୁ ଉଠାଇ ପୁଣି ଥରେ ଚଳାଇବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ଏହି ସାର କାରଖାନା ନିଜର ସେବା ଯୋଗାଇବା ସହ ରୋଜଗାର ସୃଷ୍ଟି କରୁଛି। ସେଥିପାଇଁ ଲୋକମାନେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣର ଗ୍ୟାରେଣ୍ଟି।

ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିରକୁ ନେଇ ବିହାରବାସୀଙ୍କ ଖୁସିକଥା ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆଜି ଭାରତ ଏହାର ଐତିହ୍ୟ ଓ ସଂସ୍କୃତିକୁ ସ୍ୱୀକାର କରୁଛି ।

ଏହି ଅଞ୍ଚଳରେ ପ୍ରକୃତିପ୍ରେମୀ ଥାରୁ ଜନଜାତିର ଉପସ୍ଥିତି କୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଥାରୁ ସମ୍ପ୍ରଦାୟରୁ ପ୍ରେରଣା ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି, “ଆଜି ଥାରୁ ଭଳି ଜନଜାତିଙ୍କ ଠାରୁ ପ୍ରେରଣା ନେଇ ପ୍ରକୃତିର ସୁରକ୍ଷା କରି ଭାରତ ବିକାଶ କରୁଛି। ସେଥିପାଇଁ ମୁଁ କହୁଛି ଯେ ଏକ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ପ୍ରୟାସ, ସମସ୍ତଙ୍କ ପ୍ରେରଣା ଏବଂ ସମସ୍ତଙ୍କ ଶିକ୍ଷା ର ଆବଶ୍ୟକତା ରହିଛି ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିବା, ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା, ଯୁବକମାନଙ୍କ ପାଇଁ ଚାକିରି, ଗରିବଙ୍କ ପାଇଁ ପକ୍କା ଘର, ୧ କୋଟି ପରିବାର ପାଇଁ ସୌର ପ୍ୟାନେଲ, ୩ କୋଟି ଲଖପତି ଦିଦି ଏବଂ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଇବାର ଗୁରୁତ୍ୱ କୁ ଦୋହରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିହାର ରାଜ୍ୟପାଳ ଶ୍ରୀ ଆର.ଭି. ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ କୁମାର ସିହ୍ନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏବଂ ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲ ଉପସ୍ଥିତ ଥିଲେ ।

​ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୧୦୯ କିଲୋମିଟର ଦୀର୍ଘ ଇଣ୍ଡିଆନ ଅଏଲର ମୁଜାଫରପୁର – ମୋତିହାରୀ ଏଲପିଜି ପାଇପଲାଇନକୁ ଉଦଘାଟନ କରିଥିଲେ ଯାହା ବିହାର ରାଜ୍ୟ ଏବଂ ପଡ଼ୋଶୀ ଦେଶ ନେପାଳରେ ସ୍ୱଚ୍ଛ ରୋଷେଇ ଇନ୍ଧନ ଉପଲବ୍ଧ କରାଇବ । ପ୍ରଧାନମନ୍ତ୍ରୀ ମୋତିହାରୀଠାରେ ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଷ୍ଟୋରେଜ୍ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ନୂଆ ପାଇପଲାଇନ ଟର୍ମିନାଲ ନେପାଳକୁ ପେଟ୍ରୋଲିୟମ ଉତ୍ପାଦର ରପ୍ତାନୀ ପାଇଁ ଏକ ରଣନୈତିକ ଯୋଗାଣ ବିନ୍ଦୁ ଭାବରେ ମଧ୍ୟ କାର୍ଯ୍ୟ କରିବ।  ଏହା ଉତ୍ତର ବିହାରର ୮ଟି ଜିଲ୍ଲା ଯଥା ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ସିୱାନ, ମୁଜାଫରପୁର, ଶିଓହର, ସୀତାମଢୀ ଏବଂ ମଧୁବନୀରେ ସେବା ଯୋଗାଇବ। ମୋତିହାରୀଠାରେ ନୂତନ ବଟଲିଂ ପ୍ଲାଣ୍ଟ ମୋତିହାରୀ ପ୍ଲାଣ୍ଟ ସହ ଜଡିତ ଫିଡିଂ ମାର୍କେଟରେ ଯୋଗାଣ ଶୃଙ୍ଖଳାକୁ ସହଜ କରିବ ।

ପ୍ରଧାନମନ୍ତ୍ରୀ ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ସିୱାନ ଏବଂ ଦେଓରିଆରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଏବଂ ଏଚବିଏଲର ସୁଗୌଲି ଏବଂ ଲୌରିଆରେ ଶସ୍ୟ ଭିତ୍ତିକ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ -୨୮ଏ ର ପିପ୍ରାକୋଠି – ମୋତିହାରୀ – ରକ୍ସୌଲ ସେକ୍ସନକୁ ପେଭଡ୍ ସୋଲଡରରେ ଦୁଇ ଲେନ୍ କରିବା ସମେତ; ଜାତୀୟ ରାଜପଥ-୧୦୪ର  ଶିଓହର-ସୀତାମଢି ସେକ୍ସନର  ଦୁଇ ଲେନ୍ ସଡ଼କ ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିଥିଲେ । ଗଙ୍ଗା ନଦୀର ପାଟନାଠାରେ ଦୀଘା-ସୋନପୁର ରେଳ-କମ-ରୋଡ୍ ବ୍ରିଜ୍ ସମାନ୍ତରାଳ ଭାବେ ଗଙ୍ଗା ନଦୀ ଉପରେ ୬ ଲେନ୍ କେବୁଲ୍ ବ୍ରିଜ୍ ନିର୍ମାଣ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ୧୯ ନମ୍ବର ଜାତୀୟ ରାଜପଥର ବକରପୁର ହାଟ- ମାଣିକପୁର ସେକ୍ସନକୁ ୪ ଲେନ୍ କରାଯାଇଛି।

ପ୍ରଧାନମନ୍ତ୍ରୀ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ବାପୁଧାମ ମୋତିହାରୀ-ପିପରାହାଁ ଏବଂ ନରକଟିଆଗଞ୍ଜ-ଗୌନାହା ଗେଜ୍ ରୂପାନ୍ତର ଆଦି ୬୨ କିଲୋମିଟର ରେଳ ଲାଇନର ଦୋହରୀକରଣ କରି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ୯୬ କିଲୋମିଟର ଦୀର୍ଘ ଗୋରଖପୁର କ୍ୟାଣ୍ଟ -ବାଲ୍ମିକି ନଗର ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ ଏବଂ ବେଟିଆ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ନରକଟିଆଗଞ୍ଜ- ଗୌନାହା ଏବଂ ରକ୍ସୌଲ-ଯୋଗବାଣୀ ମଧ୍ୟରେ ଦୁଇଟି ନୂତନ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର

‘ମେରା ପହେଲା ଭୋଟ ଦେଶ୍ କେଲିୟେ’ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସମାବେଶୀ କରିବା ସହ ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହା ଛଡା “ମେରା ପହେଲା ଭୋଟ୍ ଦେଶ୍ କେ ଲିୟେ” (ଦେଶ ପାଇଁ ମୋର ପ୍ରଥମ ଭୋଟ) ଅଭିଯାନରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତା ‘ଏକ୍ସ’ ପୋଷ୍ଟ ମାଧ୍ୟମରେ ସେୟାର କରି କହିଛନ୍ତି ଯେ ଏଥର ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନେ ଏହି ଅଭିଯାନରେ ଆପଣ। ଢଙ୍ଗରେ ସାମିଲ ହେବା ଆବଶ୍ୟକ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ‘ଏକ୍ସ’ରେ “ମେରା ପହେଲା ଭୋଟ ଦେଶ କେ ଲିୟେ” ଅଭିଯାନର ସଙ୍ଗୀତକୁ ଉନ୍ମୋଚନ କରିଥିଲେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଦେଶର ଯୁବ ଭୋଟରମାନଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା। ଏହି ସଙ୍ଗୀତ ନିମ୍ନ ଲିଙ୍କ୍ରେ ଉପଲବ୍ଧ- https://youtu.be/JuUkj5VVGZo

ଏହି ସଙ୍ଗୀତ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଠାକୁର ‘ଏକ୍ସ’ରେ କହିଛନ୍ତି ଯେ “ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ଯେ ଦେଶ ଏହାର ସବୁଠୁ ବଡ ଗଣତାନ୍ତ୍ରିକ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ତେଣୁ ସମସ୍ତେ “ମେରା ପହେଲା ଭୋଟ ଦେଶ୍ କେ ଲିୟେ” ଅଭିଯାନରେ ସାମିଲ ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ ଜଣାଉଛି । ଯୁବ ଭୋଟରମାନେ ଏହି ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ନିଜର ଗଣତାନ୍ତ୍ରିକ ଅଧିକକୁ ସାବ୍ୟସ୍ତ କରିବାକୁ ଆଗେଇ ଆସନ୍ତୁ ।”

ମନ୍ତ୍ରୀ ଶ୍ରୀ ଠାକୁର ଏହି ଅଭିଯାନର ସଙ୍ଗୀତକୁ ଏହି ଅବସରେ ସମସ୍ତଙ୍କୁ ସେୟାର କରିଥିଲେ। ସେ କହିଥିଲେ ଯେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏହି ଅଭିଯାନକୁ ଆପଣା ଢଙ୍ଗରେ ଆଗକୁ ବଢାଇବା। ଆସନ୍ତୁ ସମସ୍ତେ ଏହି ଦାୟିତ୍ୱ ବହନ କରି ଆମର ମିଳିତ ସ୍ୱରର ଶକ୍ତିକୁ ଅନଲାଇନରେ ଉପଭୋଗ କରିବା। @mygovindia and in the colleges!”

ଦେଶର ନିର୍ବାଚନ କମିଶନ ଭୋଟରଙ୍କ ସଚେତନତା ବୃଦ୍ଧି ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହାକୁ ସହାୟତା ଯୋଗାଇ ଆହୁରି ବ୍ୟାପକ କରିବାକୁ ଏହି ସଙ୍ଗୀତ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ଥର ଭୋଟର ହୋଇଥିବା ଯୁବବର୍ଗଙ୍କୁ ନିର୍ବାଚନ ପ୍ରକ୍ରିୟାର ବହୁ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ ଭାରତ ତାହାର ଯୁବ ଶକ୍ତିକୁ ନେଇ ଗର୍ବିତ। ଏହା ପାଖରେ ଅଫୁରନ୍ତ ଉତ୍ସାହ ଓ ପ୍ରଚୁର ଶକ୍ତି ରହିଛି। ଅଧିକରୁ ଅଧିକ ଯୁବବର୍ଗ ନିର୍ବାଚନରେ ଅଂଶ ଗ୍ରହଣ କଲେ ଦେଶ ପାଇଁ ଏହାର ଫଳାଫଳ ଅଧିକ ଭଲ ହେବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଅଷ୍ଟାଦଶ ଲୋକସଭା ଯୁବବର୍ଗଙ୍କ ଆଶା ଆକାଂକ୍ଷାର ପ୍ରତୀକ ହେବ। ଏହା ଯୁବବର୍ଗଙ୍କ ଭୋଟ ମୂଲ୍ୟକୁ ଅଧିକ ବଢାଇବ। ପ୍ରଥମ ଥର ଭୋଟ ଦେବାକୁ ଥିବା ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ନିର୍ବାଚନରେ ଭାଗ ନେବାକୁ ଉତ୍ସାହିତ କରିବାକୁ ସବୁ ଗଣମାଧ୍ୟମରେ ଅଭିଯାନ ଚଳାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ। ଜାଳେଣି କାଠ ସଂଗ୍ରହ ପାଇଁ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା। ଏବେ ଉଜ୍ଜ୍ୱଳା ଯୋଜନା ତାଙ୍କର ଭାଗ୍ୟ ବଦଳାଇ ଦେଇଥିବାରୁ ଶ୍ରୀମତୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହି ପଞ୍ଚାୟତର ଅନ୍ୟ ଜଣେ ମନରେଗା ହିତାଧିକାରୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କହିଛନ୍ତି, ପୂର୍ବରୁ ସେ ଦାଦନ ଖଟିବାକୁ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଉଥିଲେ। କିନ୍ତୁ ଏବେ ତାଙ୍କ ଅଞ୍ଚଳରେ ମନରେଗା ଯୋଜନାର ସଫଳ ରୂପାୟନ ହେଉଥିବାରୁ ସେ ଘର ପାଖରେ କାମ ପାଇପାରୁଛନ୍ତି।

କେବଳ ଏହି ଦୁଇ ହିତାଧିକାରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳରେ ଏମିତି ଅନେକ ଗରିବ, ବଞ୍ଚିତ,  ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି।

 

**********

P.S.

Categories
ଖେଳ ଜାତୀୟ ଖବର ବିଶେଷ ଖବର

ପ୍ରଥମ ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍‌ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀ ଠାରେ ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନସିପ୍ ୨୦୨୪ର ଶୁଭାରମ୍ଭ କରିଛନ୍ତି । ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନଶିପ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି ।

ଏହି ଅବସରରେ ଶ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ , ବିଶ୍ୱର ୨୫% ଜନସଂଖ୍ୟା ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ବସବାସ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୭ଟି ବିମ୍‌ଷ୍ଟେକ୍ ଦେଶ ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ କେବଳ ଯାତ୍ରା ଓ ପରିବହନ ପାଇଁ ବ୍ୟବହୃତ ଅଞ୍ଚଳରେ ପରିଣତ ହେବ ନାହିଁ ବରଂ ପ୍ରଗତି, ବିକାଶ ଏବଂ ସହଯୋଗର କ୍ଷେତ୍ରରେ ପରିଣତ ହେବ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଏହା କେବଳ ଗଭୀର ବନ୍ଧୁତା ନୁହେଁ ବରଂ ଏକ ଗଭୀର କ୍ରୀଡ଼ା ସଂସ୍କୃତି ଗଠନରେ ମଧ୍ୟ ସହାୟକ ହେବ , ଯାହା କ୍ରୀଡାବିତ୍ ମାନଙ୍କ ମଧ୍ୟରେ ବନ୍ଧୁତାକୁ ଆହୁରି ଗଭୀର କରିବାରେ ସାହାଯ୍ୟ କରିବ ଏବଂ  ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନେପାଳରେ ଶିଖର ସମ୍ମିଳନୀ ଅବସରରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଘୋଷଣା କରିବା ସମୟରେ ଏହି ଚିନ୍ତାଧାରାକୁ ପରିକଳ୍ପନା କରିଥିଲେ।

ଇତିହାସରେ ପ୍ରଥମ ଥର ପାଇଁ ଏହି ସଂଗଠନ ଭାରତରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ରେ ଚତୁର୍ଥ ବିମ୍‌ଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ଏହା ସମ୍ପର୍କରେ ଘୋଷଣା କରିଥିଲେ ଏବଂ  ସେ ଭାରତରେ ବିମ୍‌ଷ୍ଟେକ୍  ଯୁବ ଜଳ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ କହିଥିଲେ। ପ୍ରଥମେ ୨୦୨୧ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପରେ ସମଗ୍ର ବିଶ୍ୱରେ କୋଭିଡ୍‌- ୧୯ ମହାମାରୀ ବ୍ୟାପିବା କାରଣରୁ ଏହାକୁ ୨୦୨୪ କୁ ଘୁଞ୍ଚାଇ ଦିଆଯାଇଥିଲା।

ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସହ ନେପାଳର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଦିଗ ବାହାଦୁର ଲିମ୍ବୁ ଏବଂ  ବିମ୍‌ଷ୍ଟେକ୍ର  ମହାସଚିବ ତଥା ଭାରତୀୟ ରାଷ୍ଟ୍ରଦୂତ ଇନ୍ଦ୍ର ମଣି ପାଣ୍ଡେଙ୍କ ସମେତ ଭ୍ରମଣକାରୀ ଦେଶ ଓ ଭାରତ ସରକାରଙ୍କ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ପ୍ରଥମ ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେଉଛି, ଯେଉଁଥିରେ ସନ୍ତରଣ, ୱାଟର ପୋଲୋ ଏବଂ ଡାଇଭିଂ ଇଭେଣ୍ଟରେ ୨୦ ବର୍ଷରୁ କମ୍ ବୟସ ବର୍ଗ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ।

୩ଟି କ୍ରୀଡ଼ାରେ ମୋଟ ୩୯ଟି ପଦକ ପ୍ରଦାନ କରାଯିବା ସହ ମୋଟ ୯ଟି ଟ୍ରଫି ମଧ୍ୟ ପ୍ରଦାନ କରାଯିବ। ଏହି କ୍ରୀଡା ଗୁଡିକରେ ବିଭିନ୍ନ ବିମ୍‌ଷ୍ଟେକ୍ ସଦସ୍ୟ ଦେଶର ୨୬୮ ଜଣ କ୍ରୀଡାବିତ୍‌ଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ବିମଷ୍ଟେକ୍ (ବହୁ-କ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ବଙ୍ଗୋପସାଗର ପଦକ୍ଷେପ) ଦକ୍ଷିଣ ଏବଂ ଦକ୍ଷିଣ- ପୂର୍ବ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ସଂଯୋଗ ଗଠନ କରିଛି, ଯେଉଁଥିରେ ଦକ୍ଷିଣ ଏସିଆ (ବାଂଲାଦେଶ, ଭୁଟାନ, ଭାରତ, ନେପାଳ ଏବଂ ଶ୍ରୀଲଙ୍କା)ର ପାଞ୍ଚ ସଦସ୍ୟ ଦେଶ  ଏବଂ ଦକ୍ଷିଣ – ପୂର୍ବ ଏସିଆ (ମିଆଁମାର ଏବଂ ଥାଇଲାଣ୍ଡ)ର ଦୁଇ ସଦସ୍ୟ ଦେଶ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାନୁଆରୀ ୨୮ ତାରିଖରେ ଦିଲ୍ଲୀର ସର୍ବୋଚ୍ଚ ନ୍ୟାୟାଳୟ ଅଡିଟୋରିୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ସେ ନାଗରିକ – କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍‌ର ଶୁଭାରମ୍ଭ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାର ୭୫ତମ ବର୍ଷ ଆରମ୍ଭ କରୁଥିବା ବେଳେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ  ଦୁଇ ଦିନ ତଳେ ଭାରତୀୟ ସମ୍ବିଧାନ ୭୫ତମ ବର୍ଷରେ ପ୍ରବେଶ କରିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନ ନିର୍ମାତାମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ଉପରେ ଆଧାରିତ ଏକ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୀତିଗୁଡ଼ିକୁ ରକ୍ଷା କରିବାକୁ ନିରନ୍ତର ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତା ହେଉ, ବ୍ୟକ୍ତିଗତ ସ୍ୱାଧୀନତା ହେଉ କିମ୍ବା ସାମାଜିକ ନ୍ୟାୟ, ସର୍ବୋଚ୍ଚ ନ୍ୟାୟାଳୟ ଭାରତର ସ୍ଫୁର୍ତ୍ତିଶୀଳ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଅଧିକାର ଏବଂ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହା ଦେଶର ସାମାଜିକ – ରାଜନୈତିକ ପରିବେଶକୁ ଏକ ନୂତନ ଦିଗ ଦେଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତ୍ୟେକ ଶାଖା ପାଇଁ ଆଗାମୀ ୨୫ ବର୍ଷ ନିମନ୍ତେ ଲକ୍ଷ୍ୟର ମାନଦଣ୍ଡକୁ ଦୋହରାଇ ଥିଲେ ଏବଂ କହିଥିଲେ ଯେ ଆଜିର ଅର୍ଥନୈତିକ ନୀତି ଆସନ୍ତାକାଲିର ସ୍ଫୁର୍ତ୍ତିଶୀଳ ଭାରତର ଆଧାର ହେବ । ଆଜି ଯେଉଁ ଆଇନ ପ୍ରଣୟନ କରାଯାଉଛି , ତାହା ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଭୂ – ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟ ମଧ୍ୟରେ , ବିଶ୍ୱର ନଜର ଭାରତ ଉପରେ ରହିଛି ଏବଂ ଏହାର ବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆମ ମାର୍ଗରେ ଆସୁଥିବା ସମସ୍ତ ସୁଯୋଗର ଲାଭ ଉଠାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସହଜ ଜୀବନଧାରଣ, ବ୍ୟବସାୟ କରିବାରେ ସହଜତା, ଭ୍ରମଣ, ଯୋଗାଯୋଗ ଏବଂ ନ୍ୟାୟର ସହଜତାକୁ ଦେଶର ସର୍ବୋଚ୍ଚ ପ୍ରାଥମିକତା ବୋଲି ଉଲ୍ଲେଖ କରିଥିଲେ । “ନ୍ୟାୟର ସହଜତା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ଏହାର ମାଧ୍ୟମ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।

ଦେଶର ସମଗ୍ର ନ୍ୟାୟ ବ୍ୟବସ୍ଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପରିଚାଳିତ ଏବଂ ନିର୍ଦ୍ଦେଶିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦୁର୍ଗମ ଅଞ୍ଚଳରେ ଉପଲବ୍ଧ କରାଇବା ଦିଗରେ ସରକାରଙ୍କ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଇ – କୋର୍ଟ ମିଶନ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ସ୍ୱୀକୃତି ଦେବା ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟ ପାଇଁ ପାଣ୍ଠି ଆବଣ୍ଟନ ୪ ଗୁଣ ଅଧିକ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଦେଶର ସମସ୍ତ ଅଦାଲତର ଡିଜିଟାଲୀକରଣ ଉପରେ ନିଜେ ପ୍ରଧାନ ବିଚାରପତି ନଜର ରଖିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ତାଙ୍କ ପ୍ରୟାସ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଅଦାଲତର ଭୌତିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ୨୦୧୪ ପରେ ଏଥିପାଇଁ ୭୦୦୦ କୋଟିରୁ ଅଧିକ ଟଙ୍କା ଅନୁଦାନ ଦିଆଯାଇଛି । ବର୍ତ୍ତମାନର ସର୍ବୋଚ୍ଚ ନ୍ୟାୟାଳୟର ଗୃହକୁ ନେଇ ଯେଉଁ ସମସ୍ୟା ରହିଥିଲା ତାହା ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟର ବିଲ୍ଡିଂ କମ୍ପ୍ଳେକ୍ସର ସମ୍ପ୍ରସାରଣ ପାଇଁ ୮୦୦ କୋଟି ଟଙ୍କା ଅନୁମୋଦନ ବିଷୟରେ ଉପସ୍ଥିତ ଜନତାଙ୍କୁ ସୂଚନା ଦେଇଥିଲେ ।

ଆଜି ଶୁଭାରମ୍ଭ ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟର ଡିଜିଟାଲ୍ ପଦକ୍ଷେପ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ରାୟ ଗୁଡ଼ିକୁ ଡିଜିଟାଲ ଫର୍ମାଟରେ ଉପଲବ୍ଧ କରାଇବା ଏବଂ ସ୍ଥାନୀୟ ଭାଷାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଅନୁବାଦ ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଦେଶର ଅନ୍ୟ ଅଦାଲତରେ ମଧ୍ୟ ସମାନ ବ୍ୟବସ୍ଥା ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଆଜିର ଏହି ଅବସର ବୈଷୟିକ ଜ୍ଞାନକୌଶଳ ସହଜ ନ୍ୟାୟ କ୍ଷେତ୍ରରେ ସହାୟକ ହେବାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏଆଇ ସାହାଯ୍ୟରେ ତାଙ୍କ ଅଭିଭାଷଣକୁ ବାସ୍ତବ ସମୟରେ ଇଂରାଜୀରେ ଅନୁବାଦ କରାଯାଉଛି ଏବଂ ଏହା ଭାଷିଣୀ ଆପ୍ ମାଧ୍ୟମରେ ମଧ୍ୟ ଶୁଣାଯାଇପାରିବ । ସେ କହିଛନ୍ତି ଯେ ପ୍ରାରମ୍ଭରେ କିଛି ସମସ୍ୟା ଉପୁଜିପାରେ କିନ୍ତୁ ଏହା ଟେକ୍ନୋଲୋଜି ବ୍ୟବହାରର ଦିଗନ୍ତକୁ ମଧ୍ୟ ବିସ୍ତାର କରେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏପରିକି ଆମ କୋର୍ଟ ଗୁଡିକରେ ମଧ୍ୟ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ସମାନ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇପାରିବ । ଲୋକମାନଙ୍କୁ ଭଲ ଭାବରେ ବୁଝିବା ପାଇଁ ସରଳ ଭାଷାରେ ଆଇନ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କର ପରାମର୍ଶକୁ ମନେ ପକାଇ ଶ୍ରୀ ମୋଦୀ ଅଦାଲତର ରାୟ ଏବଂ ଆଦେଶ ପ୍ରସ୍ତୁତ କରିବାରେ ସମାନ ଆଭିମୁଖ୍ୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ଆମର ଆଇନଗତ ଢାଞ୍ଚାରେ ଭାରତୀୟ ମୂଲ୍ୟବୋଧ ଏବଂ ଆଧୁନିକତାର ସାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଭାରତୀୟ ନୀତି ଏବଂ ସମସାମୟିକ ଅଭ୍ୟାସକୁ ପ୍ରତିଫଳିତ କରିବା ପାଇଁ ଆମ ଆଇନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ମୂଲ୍ୟବୋଧ ଓ ଆଧୁନିକତାର ସମନ୍ୱୟ ଆମ ନିୟମ ଆଧାରିତ ଆଇନରେ ସମାନ ଭାବରେ ଜରୁରୀ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ଏବଂ ସର୍ବୋତ୍ତମ ଅଭ୍ୟାସ ସହିତ ତାଳମେଳ ରକ୍ଷା କରିବା ପାଇଁ ସରକାର ଆଇନର ଆଧୁନିକୀକରଣ ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ।

ପୁରୁଣା ଔପନିବେଶିକ ଅପରାଧିକ ଆଇନକୁ ଉଚ୍ଛେଦ କରିବା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଭଳି ନୂତନ ଆଇନ ପ୍ରଣୟନ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ଏହି ପରିବର୍ତ୍ତନ ମାଧ୍ୟମରେ ଆମର ଆଇନ, ପୁଲିସ ଓ ଅନୁସନ୍ଧାନ ବ୍ୟବସ୍ଥା ଏକ ନୂଆ ଯୁଗରେ ପ୍ରବେଶ କରିଛି । ଶହ ଶହ ବର୍ଷ ପୁରୁଣା ଆଇନରୁ ନୂଆ ଆଇନରେ ପରିଣତ ହେବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୁରୁଣା ଆଇନକୁ ନୂଆ ଆଇନକୁ ପରିବର୍ତ୍ତନ ନିରବଚ୍ଛିନ୍ନ ହେବା ଦରକାର, ଯାହା ଜରୁରୀ ଅଟେ । ଏହି ପରିପ୍ରେକ୍ଷୀରେ ସେ ସରକାରୀ ଅଧିକାରୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସମସ୍ତ ଅଂଶୀଦାର ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବିକଶିତ ଭାରତର ମୂଳଦୁଆ ଭାବରେ ଏକ ସୁଦୃଢ଼ ନ୍ୟାୟ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଜନ ବିଶ୍ୱାସ ବିଲ୍ ପ୍ରଣୟନକୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି ଦର୍ଶାଇ ଏକ ନିର୍ଭରଯୋଗ୍ୟ ଆଇନଗତ ଢାଞ୍ଚା ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ସେ ଆଲୋକପାତ କରିବା ସହ ବିଚାରାଧୀନ ମାମଲା ସଂଖ୍ୟାକୁ ମଧ୍ୟ ହ୍ରାସ କରିବା ସହ ନ୍ୟାୟପାଳିକାର ଅନାବଶ୍ୟକ ଚାପକୁ ଦୂର କରାଯାଇଛି ବୋଲି ମତ ଦେଇଥିଲେ ।

ମଧ୍ୟସ୍ଥତା ମାଧ୍ୟମରେ ବିକଳ୍ପ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ପ୍ରଚଳନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଯାହା ବିଶେଷ ଭାବେ ଅଧସ୍ତନ ନ୍ୟାୟପାଳିକାର ବୋଝକୁ ହ୍ରାସ କରିବାରେ ସହାୟକ ହୋଇଛି ।

୨୦୪୭ ସୁଦ୍ଧା ଭାରତର ବିକଶିତ ଭାରତ ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତ ନାଗରିକଙ୍କ ସାମୂହିକ ଦାୟିତ୍ୱକୁ ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇ ଥିଲେ । ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶର ଭବିଷ୍ୟତ ଗଢ଼ିବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱୀକାର କରିବା ସହ ଅନୁଷ୍ଠାନର ୭୫ତମ ବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଏମ୍ ଫାତିମା ବିୱିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପ୍ରଦାନ କରାଯାଉଥିବା କଥା ଉଲ୍ଲେଖ କରିଥିଲେ ଏବଂ ଏହି ସୁଯୋଗ ପାଇଁ ଗର୍ବ ପ୍ରକାଶ କରିଥିଲେ ।

ଏହି ଅବସରରେ ଭାରତର ପ୍ରଧାନ ବିଚାରପତି ଡଃ  ଡି. ୱାଇ, ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ସୁପ୍ରିକ୍ କୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ, ଆଟର୍ଣ୍ଣି ଜେନେରାଲ୍ ଅଫ୍ ଇଣ୍ଡିଆ ଶ୍ରୀ ଆର୍ ଭେଙ୍କଟରମଣି, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଡ. ଆଦିଶ ସି. ଅଗ୍ରୱାଲ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସୁପ୍ରିମ୍ କୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନାଗରିକ -କେନ୍ଦ୍ରିତ ସୂଚନା ଓ ପ୍ରଯୁକ୍ତି ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌) , ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ନୂଆ ୱେବସାଇଟ୍ ପଦକ୍ଷେପର ଶୁଭାରମ୍ଭ କରିଥିଲେ ।

ଡିଜିଟାଲ ସୁପ୍ରିମ କୋର୍ଟ ରିପୋର୍ଟ (ଏସସିଆର) ଦେଶର ନାଗରିକ ମାନଙ୍କୁ ମାଗଣା ଏବଂ ଇଲେକ୍ଟ୍ରୋନିକ୍ ଫର୍ମାଟରେ ସୁପ୍ରିମ୍ କୋର୍ଟଙ୍କ ରାୟ ଉପଲବ୍ଧ କରାଇବ । ଡିଜିଟାଲ ଏସ୍‌ସିଆରର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ୧୯୫୦ ମସିହା ପର ଠାରୁ ୩୬,୩୦୮ ଟି ମାମଲାକୁ ନେଇ ସୁପ୍ରିମ୍ କୋର୍ଟ ରିପୋର୍ଟର ସମସ୍ତ ୫୧୯ ଖଣ୍ଡ ଡିଜିଟାଲ ଫର୍ମାଟରେ ଉପଲବ୍ଧ ହେବ, ବୁକ୍‌ମାର୍କଡ, ଉପଭୋକ୍ତା ଅନୁକୂଳ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

ଡିଜିଟାଲ କୋର୍ଟ ୨.୦ ଆପ୍ଲିକେସନ୍ ହେଉଛି ଇ – କୋର୍ଟ ପ୍ରକଳ୍ପ ଅଧୀନରେ ଏକ ସାମ୍ପ୍ରତିକ ପଦକ୍ଷେପ ଯାହା ଜିଲ୍ଲା ଅଦାଲତର ବିଚାରପତି ମାନଙ୍କୁ ଇଲେକ୍ଟ୍ରୋନିକ୍ ଆକାରରେ ଅଦାଲତ ରେକର୍ଡ ଉପଲବ୍ଧ କରାଇବ । ବାସ୍ତବ ସମୟ ଭିତ୍ତିରେ ଭାଷଣକୁ ଲେଖାକୁ ଅନୁବାଦ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ସହିତ ଏହା ଯୋଡ଼ି ହୋଇଛି ।

ସୁପ୍ରିମକୋର୍ଟର ନୂଆ ୱେବସାଇଟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ନୂଆ ୱେବସାଇଟ୍ ଇଂରାଜୀ ଏବଂ ହିନ୍ଦୀରେ ଦ୍ୱିଭାଷିକ ଫର୍ମାଟରେ ହେବ ଏବଂ ଏହାକୁ ଉପଭୋକ୍ତା – ଅନୁକୂଳ ଇଣ୍ଟରଫେସ୍ ସହିତ ପୁନଃଡିଜାଇନ୍ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

“ଆମକୁ ଆଗାମୀ ଏକ ହଜାର ବର୍ଷ ପାଇଁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ”: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶହ ଶହ ବର୍ଷ ପରେ ଶେଷରେ ଆମ ରାମ ଆସିଛନ୍ତି । “ଶତାବ୍ଦୀର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଏବଂ ତପସ୍ୟା ପରେ, ଆମର ଭଗବାନ ରାମ ଏଠାରେ ଅଛନ୍ତି” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଗର୍ଭ ଗୃହ’ (ଭିତର ଗର୍ଭଗୃହ) ଭିତରେ ଥିବା ଦିବ୍ୟ ଚେତନାର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ଏବଂ ତାଙ୍କ ଶରୀର ଆଧ୍ୟାତ୍ମିକ ଶକ୍ତିରେ ସ୍ପନ୍ଦିତ ହେଉଛି ଏବଂ ମନ ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତରେ ଲୀନ ହୋଇ ରହିଛି । “ଆମ ରାମଲାଲା ଆଉ ତମ୍ବୁରେ ରହିବେ ନାହିଁ । ଏହି ଦିବ୍ୟ ମନ୍ଦିର ଏବେ ତାଙ୍କର ଭବନ ହେବ” ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ଓ ଶ୍ରଦ୍ଧା ପ୍ରକଟ କରି କହିଥିଲେ ଯେ ଆଜିର ଘଟଣାକୁ ଦେଶ ତଥା ବିଶ୍ୱର ରାମଭକ୍ତମାନେ ଅନୁଭବ କରି ପାରିବେ । ଏହି ମୁହୂର୍ତ୍ତ ଅଲୌକିକ ଏବଂ ପବିତ୍ର ବାୟୁମଣ୍ଡଳ, ପରିବେଶ ଏବଂ ଶକ୍ତି ଆମ ଉପରେ ଭଗବାନ ରାମଙ୍କ ଆଶୀର୍ବାଦକୁ ସୂଚିତ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି । ଜାନୁଆରୀ ୨୨ ତାରିଖ ସକାଳର ସୂର୍ଯ୍ୟ ଏହା ସହିତ ଏକ ନୂଆ ଆଭା ନେଇ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି । “୨୨ ଜାନୁଆରୀ ୨୦୨୪ କେବଳ କ୍ୟାଲେଣ୍ଡରରେ ଏକ ତାରିଖ ନୁହେଁ, ଏହା ଏକ ନୂତନ କାଳ ଚକ୍ରର ଉତ୍ପତ୍ତି” ବୋଲି ସେ ମତ ଦେଇଥିଲେ । ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ ଏବଂ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନାଗରିକ ମାନଙ୍କୁ ଉତ୍ସାହିତ କରିବା ପରେ ସମଗ୍ର ଦେଶର ଆନନ୍ଦ ଓ ଉତ୍ସବର ପରିବେଶ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ଆମେ ଶହ ଶହ ବର୍ଷର ଧୈର୍ଯ୍ୟର ଫଳ ଭାବେ ଏହି ଐତିହ୍ୟକୁ ପାଇଛୁ, ଆଜି ଆମକୁ ଶ୍ରୀରାମଙ୍କ ମନ୍ଦିର ମିଳିଛି । ସେ କହିଥିଲେ ଯେ , ଯେଉଁ ଜାତି ଦାସତ୍ୱର ମାନସିକତାର ବନ୍ଧନକୁ ଭାଙ୍ଗିଥାଏ ଏବଂ ଅତୀତର ଅନୁଭୂତିରୁ ପ୍ରେରଣା ପାଇଥାଏ ସେ ହିଁ ଇତିହାସ ଲେଖିଥାଏ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଠାରୁ ଏକ ହଜାର ବର୍ଷ ପରେ ଆଜିର ଦିବସକୁ ନେଇ ଆଲୋଚନା ହେବ ଏବଂ ଭଗବାନ ରାମଙ୍କ ଆଶୀର୍ବାଦରେ ହିଁ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ହୋଇପାରିଛେ । “ଦିବସ, ଦିଗ, ଆକାଶ ଏବଂ ସବୁକିଛି ଆଜି ଦେବତ୍ୱରେ ପରିପୂର୍ଣ୍ଣ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ  ଏହା ଏକ ସାଧାରଣ ସମୟ ଅବଧି ନୁହେଁ ବରଂ ଏକ ଅବିସ୍ମରଣୀୟ ସ୍ମୃତି ପଥ ଯାହା ଠିକ୍ ସମୟରେ ଚିହ୍ନିତ ହେଉଛି  ବୋଲି ଉଲ୍ଲେଖ କରିଥିଲେ ।

ଶ୍ରୀରାମଙ୍କ ପ୍ରତ୍ୟେକ କାର୍ଯ୍ୟରେ ଶ୍ରୀ ହନୁମାନଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ହନୁମାନ ଏବଂ ହନୁମାନ ଘଡିକୁ ପ୍ରଣାମ କରିଥିଲେ । ସେ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ମାତା ଜାନକୀଙ୍କୁ ମଧ୍ୟ ପ୍ରଣାମ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ଦୈବିକ ସଂସ୍ଥାର ଉପସ୍ଥିତିକୁ ସ୍ୱୀକାର କରିଥିଲେ । ଆଜିର ଦିନ ଦେଖିବାରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ଆଜି ସେହି ଶୂନ୍ୟତା ପୂରଣ ହୋଇଛି, ନିଶ୍ଚିତ ଭାବେ ଶ୍ରୀରାମ ଆମକୁ କ୍ଷମା କରିବେ ।

‘ତ୍ରେତୟା ଯୁଗ’ ରେ ଶ୍ରୀରାମଙ୍କ ପ୍ରତ୍ୟାବର୍ତ୍ତନକୁ ମନେ ପକାଇ ସନ୍ଥ ତୁଳସୀଦାସ ସେ ସମୟର ଯେଉଁ ଅନୁଭୂତ ଖୁସିକୁ ବ୍ୟାଖ୍ୟା କରିଛନ୍ତି,  ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ତାହାକୁ ମନେ ପକାଇଥିଲେ । ସେତେବେଳେ ଶ୍ରୀରାମଙ୍କ ସହ ବିଚ୍ଛେଦ ୧୪ ବର୍ଷ ପର୍ଯ୍ୟନ୍ତ ଥିଲା ଏବଂ ତାହା ଏବେ ବି ଅସହ୍ୟ । ଏହି ଯୁଗରେ ଅଯୋଧ୍ୟା ଏବଂ ଦେଶବାସୀ ଶହ ଶହ ବର୍ଷର ବିଚ୍ଛେଦ ଭୋଗିଥିଲେ । ସମ୍ବିଧାନର ମୂଳ କପିରେ ଶ୍ରୀରାମଙ୍କ ଉପସ୍ଥିତି ଥିଲେ ମଧ୍ୟ ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଚାଲୁ ରହିଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି । ନ୍ୟାୟର ମର୍ଯ୍ୟାଦା ବଜାୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଇଥିଲେ । ନ୍ୟାୟର ପ୍ରତିମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିର ନ୍ୟାୟ ଉପାୟରେ ନିର୍ମିତ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଛୋଟ ଛୋଟ ଗ୍ରାମ ସମେତ ସମଗ୍ର ଦେଶ ଶୋଭାଯାତ୍ରା ଦେଖୁଛି ଏବଂ ମନ୍ଦିର ଗୁଡିକରେ ସ୍ୱଚ୍ଛତା ଅଭିଯାନ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସମଗ୍ର ଦେଶ ଆଜି ଦୀପାବଳି ପାଳନ କରୁଛି । ସନ୍ଧ୍ୟାରେ ‘ରାମ ଜ୍ୟୋତି’ କୁ ଆଲୋକିତ କରିବା ପାଇଁ ପ୍ରତ୍ୟେକ ପରିବାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଗତକାଲି ରାମ ସେତୁର ପ୍ରାରମ୍ଭିକ ସ୍ଥାନ ଅରିଚଲ ମୁନାଇ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମୁହୂର୍ତ୍ତ ହିଁ କାଳ ଚକ୍ରକୁ ବଦଳାଇ ଦେଇଥିଲା । ସେହି ମୁହୂର୍ତ୍ତର ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ବିଶ୍ୱାସ ରହିଛି ଯେ ଆଜିର ମୁହୂର୍ତ୍ତ ମଧ୍ୟ ସମୟର ଚକ୍ରକୁ ବଦଳାଇ ଆଗକୁ ବଢ଼ିବ ।

ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ , ତାଙ୍କ ୧୧ ଦିନର ଅନୁଷ୍ଠାନରେ ସେ ଭଗବାନ ରାମ ପାଦ ରଖିଥିବା ସମସ୍ତ ସ୍ଥାନରେ ନତମସ୍ତକ ହୋଇ ପ୍ରଣାମ କରିବାକୁ ଚେଷ୍ଟା କରିଥିଲେ । ନାସିକର ପଂଚବଟୀ  ଧାମ, କେରଳର ତ୍ରିପ୍ରାୟାର ମନ୍ଦିର, ଆନ୍ଧ୍ରପ୍ରଦେଶର ଲେପାକ୍ସି, ଶ୍ରୀରଙ୍ଗମ୍‌ର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର, ରାମେଶ୍ୱରମର ଶ୍ରୀ ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଷକୋଡି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମୁଦ୍ରରୁ ସରଜୁ ନଦୀ ପର୍ଯ୍ୟନ୍ତ ଯାତ୍ରା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । “ସମୁଦ୍ର ଠାରୁ ଆରମ୍ଭ କରି ସରଜୁ ନଦୀ ପର୍ଯ୍ୟନ୍ତ ସବୁଠି ରାମଙ୍କ ନାମର ସମାନ ଉତ୍ସବ ପାଳନର ଭାବନା ପ୍ରତିଫଳିତ ହେଉଛି”, ବୋଲି ସେ କହିବା ସହିତ ଆହୁରି ମଧ୍ୟ କହିଥିଲେ ଯେ, “ଭଗବାନ ରାମ ଭାରତର ଆତ୍ମାର ପ୍ରତ୍ୟେକ କଣିକା ସହିତ ଜଡିତ । ରାମ ଭାରତୀୟ ମାନଙ୍କ ହୃଦୟରେ ବାସ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକତାର ଭାବନା ଭାରତର ଯେକୌଣସି ସ୍ଥାନରେ ସମସ୍ତଙ୍କ ବିବେକରେ ଦେଖିବାକୁ ମିଳେ ଏବଂ ସାମୂହିକତା ପାଇଁ ଏହାଠାରୁ ଉତ୍ତମ ସୂତ୍ର ଆଉ କିଛି ହୋଇପାରିବ ନାହିଁ ।

ଶ୍ରୀରାମ କଥା ଅନେକ ଭାଷାରେ ଶୁଣିବାର ଅନୁଭୂତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରମ୍ପରାର ସ୍ମୃତି, ପର୍ବପର୍ବାଣୀରେ ରାମ ଅଛନ୍ତି । ପ୍ରତ୍ୟେକ ଯୁଗରେ ଲୋକମାନେ ରାମଙ୍କୁ ବଞ୍ଚାଇ ରଖିଛନ୍ତି । ସେମାନେ ନିଜ ଶୈଳୀ ଓ ଶବ୍ଦରେ ରାମଙ୍କୁ ବ୍ୟକ୍ତ କରିଛନ୍ତି । ଏହି ‘ରାମ ରସ’ ନିରନ୍ତର ଜୀବନ ପ୍ରବାହ ପରି ପ୍ରବାହିତ ହେଉଛି । ରାମ କଥା ଅସୀମ ଏବଂ ରାମାୟଣ ମଧ୍ୟ ଅନ୍ତହୀନ । ରାମଙ୍କର ଆଦର୍ଶ, ମୂଲ୍ୟବୋଧ ଏବଂ ଶିକ୍ଷା ସବୁଠି ସମାନ ” ।

ଆଜିର ଦିନକୁ ସମ୍ଭବ କରିଥିବା ଲୋକଙ୍କ ବଳିଦାନ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ସାଧୁ, କର ସେବକ ଓ ରାମଭକ୍ତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜିର ଅବସର କେବଳ ଉତ୍ସବର ମୁହୂର୍ତ୍ତ ନୁହେଁ, ବରଂ ଏହା ଭାରତୀୟ ସମାଜର ପରିପକ୍ୱତାକୁ ସାକାର କରିବାର ମୁହୂର୍ତ୍ତ । ଆମ ପାଇଁ ଏହା କେବଳ ବିଜୟର ସୁଯୋଗ ନୁହେଁ ବରଂ ନମ୍ରତାର ମଧ୍ୟ । ଇତିହାସର ଗଣ୍ଠି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କୌଣସି ରାଷ୍ଟ୍ରର ଇତିହାସ ସହ ସଂଘର୍ଷର ଫଳାଫଳ ଖୁବ୍ କମ୍ ସୁଖଦାୟକ  ହୋଇଥାଏ । ତଥାପି ଆମ ଦେଶ ଯେଉଁ ଗମ୍ଭୀରତା ଓ ସମ୍ବେଦନଶୀଳତାର ସହ ଇତିହାସର ଏହି ଗଣ୍ଠି ଖୋଲିଛି ତାହା ଦର୍ଶାଉଛି ଯେ ଆମ ଭବିଷ୍ୟତ ଆମ ଅତୀତ ତୁଳନାରେ ଅଧିକ ସୁନ୍ଦର ହେବାକୁ ଯାଉଛି ।

ବିନାଶକାରୀ ମାନଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏଭଳି ଲୋକମାନେ ଆମର ସାମାଜିକ ମୂଲ୍ୟବୋଧର ପବିତ୍ରତାକୁ ଅନୁଭବ କରିନାହାଁନ୍ତି । ରାମଲାଲାଙ୍କ ଏହି ମନ୍ଦିର ନିର୍ମାଣ ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ, ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟର ପ୍ରତୀକ ଅଟେ । ଆମେ ଦେଖୁଛୁ ଯେ ଏହି ନିର୍ମାଣ କୌଣସି ଅଗ୍ନିକୁ ଜନ୍ମ ଦେଉ ନାହିଁ, ବରଂ ଶକ୍ତିକୁ ଜନ୍ମ ଦେଉଛି । ରାମ ମନ୍ଦିର ସମାଜର ପ୍ରତ୍ୟେକ ବର୍ଗକୁ ଉଜ୍ଜ୍ୱଳ ଭବିଷ୍ୟତ ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି “ରାମ ଅଗ୍ନି ନୁହଁନ୍ତି, ସେ ଶକ୍ତି, ସେ ସଂଘର୍ଷ ନୁହଁନ୍ତି ବରଂ ସମାଧାନ, ରାମ କେବଳ ଆମର ନୁହଁନ୍ତି , ସେ ସମସ୍ତଙ୍କର , ରାମ କେବଳ ଉପସ୍ଥିତ ନାହାନ୍ତି ବରଂ  ସେ ବ୍ୟାପକ ” ।

ପ୍ରାଣ ପ୍ରତିଷ୍ଠା ସହିତ ସମଗ୍ର ବିଶ୍ୱ ଯୋଡ଼ି ହୋଇ ରହିଛି ଏବଂ ରାମଙ୍କର ସର୍ବବ୍ୟାପକତା ଦେଖିବାକୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଅନେକ ଦେଶରେ ସମାନ ଉତ୍ସବ ଦେଖିବାକୁ ମିଳୁଛି ଏବଂ ଅଯୋଧ୍ୟା ପର୍ବ ରାମାୟଣର ବିଶ୍ୱ ପରମ୍ପରାର ଉତ୍ସବରେ ପରିଣତ ହୋଇଛି । ରାମଲାଲାଙ୍କ ସମ୍ମାନ ହିଁ ‘ବସୁଧୈବ କୁଟୁମ୍ବକମ୍‌’ ର ବିଚାର ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ନୁହେଁ ବରଂ ଶ୍ରୀରାମଙ୍କ ରୂପରେ ପ୍ରକାଶିତ ଭାରତୀୟ ସଂସ୍କୃତି ଉପରେ ଅତୁଟ ବିଶ୍ୱାସର ପବିତ୍ରତା ମଧ୍ୟ । ଏହା ମାନବିକ ମୂଲ୍ୟବୋଧ ଓ ସର୍ବୋଚ୍ଚ ଆଦର୍ଶର ପ୍ରତିଛବି, ଯାହା ସମଗ୍ର ବିଶ୍ୱର ସମୟର ଆବଶ୍ୟକତା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ କଲ୍ୟାଣ ସଂକଳ୍ପ ଆଜି ରାମ ମନ୍ଦିରର ରୂପ ନେଇଛି ଏବଂ ଏହା କେବଳ ଏକ ମନ୍ଦିର ନୁହେଁ ବରଂ ଏହା ଭାରତର ଦୃଷ୍ଟିଭଙ୍ଗୀ, ଦର୍ଶନ ଏବଂ ଦିଗ । ଏହା ରାମଙ୍କ ରୂପରେ ଜାତୀୟ ଚେତନାର ଏକ ମନ୍ଦିର । ଭଗବାନ ରାମ ହେଉଛନ୍ତି ଭାରତର ବିଶ୍ୱାସ, ଭିତ୍ତିଭୂମି, ଧାରଣା, ଆଇନ, ଚେତନା, ଚିନ୍ତାଧାରା, ପ୍ରତିଷ୍ଠା ଓ ଗୌରବ । ପ୍ରଧାନମନ୍ତ୍ରୀ ଉତ୍ସାହର ସହ କହିଥିଲେ , ରାମ ହେଉଛନ୍ତି ପ୍ରବାହ, ରାମ ହେଉଛନ୍ତି ପ୍ରଭାବ ।

ରାମ ହେଉଛନ୍ତି ନୀତି । ରାମ ଅନନ୍ତ । ରାମ ହେଉଛନ୍ତି ନିରନ୍ତରତା । ରାମ ହେଉଛନ୍ତି ବିଭୁ । ରାମ ହେଉଛନ୍ତି ସର୍ବବ୍ୟାପୀ, ସମଗ୍ର ବିଶ୍ୱ, ସାର୍ବଜନୀନ ଆତ୍ମା”, । ସେ କହିଛନ୍ତି ଯେ ଭଗବାନ ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ହଜାର ବର୍ଷ ଧରି ଅନୁଭୂତ ହୋଇପାରିବ । ମହର୍ଷି ବାଲ୍ମୀକିଙ୍କ ବ୍ୟାଖ୍ୟାକୁ ଉପସ୍ଥାପିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମ ଦଶ ହଜାର ବର୍ଷ ଧରି ରାଜ୍ୟରେ ଶାସନ କରିଥିଲେ,  ଯାହା ହଜାର ହଜାର ବର୍ଷ ଧରି ରାମ ରାଜ୍ୟ ପ୍ରତିଷ୍ଠାର ପ୍ରତୀକ । ଯେତେବେଳେ ରାମ ତ୍ରେତୟା ଯୁଗରେ ଆସିଥିଲେ, ହଜାର ହଜାର ବର୍ଷ ଧରି ରାମ ରାଜ୍ୟ ପ୍ରତିଷ୍ଠା ହୋଇଥିଲା । ରାମ ହଜାର ହଜାର ବର୍ଷ ଧରି ବିଶ୍ୱକୁ ମାର୍ଗଦର୍ଶନ କରି ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ଆଗାମୀ ମାର୍ଗ ବିଷୟରେ ପ୍ରତ୍ୟେକ ରାମ ଭକ୍ତ ଆତ୍ମସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ମୁଁ ଶୁଦ୍ଧ ହୃଦୟରେ ଅନୁଭବ କରୁଛି ଯେ ସମୟର ଚକ୍ର ବଦଳୁଛି । ଏହା ଏକ ଖୁସିର ସୌଭାଗ୍ୟ ଯେ ଆମ ପିଢ଼ି ଏହି ଗୁରୁତ୍ୱପୂର୍ଣ୍ଣ ପଥର ସ୍ଥାପକ ଭାବରେ ମନୋନୀତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ସାମ୍ପ୍ରତିକ ଯୁଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ କଥା  ‘ଏହି ସମୟ ହେଉଛି ଉପଯୁକ୍ତ ସମୟ’ କୁ ଦୋହରାଇ ଥିଲେ । ଆଗାମୀ ଏକ ହଜାର ବର୍ଷ ପାଇଁ ଆମକୁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ । ମନ୍ଦିରରୁ ଆଗକୁ ବଢ଼ି ଏବେ ଆମେ ସମସ୍ତ ଦେଶବାସୀ ଏହି ମୁହୂର୍ତ୍ତରୁ ଏକ ଶକ୍ତିଶାଳୀ, ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ରାମଙ୍କ ଆଦର୍ଶ ଦେଶର ବିବେକରେ ରହିବା ଜରୁରୀ ବୋଲି ସେ କହିଛନ୍ତି ।

ଦେବରୁ ଦେଶ, ରାମରୁ ରାଷ୍ଟ୍ର ପର୍ଯ୍ୟନ୍ତ ନିଜର ଚେତନାକୁ ଦେବତାରୁ ରାଷ୍ଟ୍ରକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ହନୁମାନଙ୍କ ସେବା, ଭକ୍ତି ଓ ନିଷ୍ଠାରୁ ଶିକ୍ଷା ଗ୍ରହଣ କରିବାକୁ ସେ କହିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଭକ୍ତି, ସେବା ଏବଂ ସମର୍ପଣର ଏହି ଭାବନା ଏକ ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ପାଲଟିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ‘ରାମ ଆସିବେ’ ବୋଲି ମାତା ଶବରିଙ୍କ ଭଳି ବିଶ୍ୱାସ ପଛରେ ଥିବା ଭାବନା ମହାନ , ସକ୍ଷମ ଏବଂ ଦିବ୍ୟ ଭାରତର ଆଧାର ହେବ । ନିଶାଦରାଜଙ୍କ ପ୍ରତି ରାମଙ୍କ ସ୍ନେହର ଗଭୀରତା ଏବଂ ମୌଳିକତା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ,  ଏଥିରୁ ଏହା ପ୍ରତୀୟମାନ ହୁଏ,  ସମସ୍ତେ ଏକ ଏବଂ ଏହି ଏକତା ଏବଂ ସମୂହିକତାର ଭାବନା ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜି ଦେଶରେ ନିରାଶାର କୌଣସି ସ୍ଥାନ ନାହିଁ । କୁକୁଡ଼ାର କାହାଣୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ନିଜକୁ ଛୋଟ ଏବଂ ସାଧାରଣ ମନେ କରନ୍ତି ସେମାନେ କୁକୁଡ଼ାର ଅବଦାନକୁ ମନେ ରଖିବା ଉଚିତ ଏବଂ ଯେକୌଣସି ଦ୍ୱିଧାରୁ ମୁକ୍ତି ପାଇବା ଉଚିତ୍ । ଛୋଟ ହେଉ କି ବଡ଼ ପ୍ରତ୍ୟେକ ପ୍ରୟାସର ଶକ୍ତି ଓ ଅବଦାନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସବକା ପ୍ରୟାସର ଭାବନା ଏକ ଶକ୍ତିଶାଳୀ, ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ପାଲଟିବ । ଏବଂ ଏହା ହେଉଛି ‘ଭଗବାନଙ୍କ ଠାରୁ ଦେଶର ଚେତନାର ବିସ୍ତାର ଏବଂ ରାମଙ୍କ ଠାରୁ ରାଷ୍ଟ୍ରର ଚେତନାର ପ୍ରସାର”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅତ୍ୟଧିକ ଜ୍ଞାନ ଓ ଅସୀମ କ୍ଷମତା ସମ୍ପନ୍ନ ଲଙ୍କାର ଶାସକ ରାବଣଙ୍କ ସହ ଲଢ଼ିବା ସମୟରେ ନିଜର ପରାଜୟ ବିଷୟରେ ଜାଣିଥିବା ଜଟାୟୁଙ୍କ ସଚ୍ଚୋଟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କର୍ତ୍ତବ୍ୟର ସମାପ୍ତି ଏକ ସକ୍ଷମ ଏବଂ ଦିବ୍ୟ ଭାରତର ଆଧାର । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରାଷ୍ଟ୍ର ନିର୍ମାଣରେ ସମର୍ପିତ କରିବାକୁ ପ୍ରତିଶ୍ରୁତି ଦେଇ ଶ୍ରୀ ମୋଦୀ କହିଛନ୍ତି, ରାମଙ୍କ କାର୍ଯ୍ୟ, ରାଷ୍ଟ୍ରର କାର୍ଯ୍ୟ, ସମୟର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଶରୀରର ପ୍ରତ୍ୟେକ କଣିକା ରାମଙ୍କ ସମର୍ପଣକୁ ଦେଶ ପ୍ରତି ସମର୍ପଣ ଲକ୍ଷ୍ୟ ସହିତ ଯୋଡ଼ିବ ।

ନିଜ ଠାରୁ ଆଗକୁ ଯିବାର କଥାକୁ ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭଗବାନ ରାମଙ୍କ ଉପାସନା ସମଗ୍ର ସୃଷ୍ଟି ପାଇଁ ‘ମୁଁ’ ଠାରୁ ‘ଆମେ’ ପର୍ଯ୍ୟନ୍ତ ହେବା ଉଚିତ୍ । ସେ କହିଛନ୍ତି ଯେ ଆମର ପ୍ରୟାସ ଏକ ବିକଶିତ ଭାରତ ଗଠନ ପାଇଁ ସମର୍ପିତ ହେବା ଉଚିତ୍ ।

ବର୍ତ୍ତମାନ ଚାଲିଥିବା ଅମୃତ କାଳ ଏବଂ ଯୁବ ଜନସଂଖ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଅଭିବୃଦ୍ଧି ପାଇଁ କାରକ ଗୁଡିକର ସଠିକ ମିଶ୍ରଣ ବିଷୟରେ ଉଲ୍ଲେଖ କରିଥିଲେ । ନିଜର ଦୃଢ଼ ଐତିହ୍ୟର ସମର୍ଥନ ନେଇ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଉଭୟ ପରମ୍ପରାର ପବିତ୍ରତା ଏବଂ ଆଧୁନିକତାର ଅସୀମତାର ମାର୍ଗ ଅନୁସରଣ କରି ଭାରତ ସମୃଦ୍ଧିର ଲକ୍ଷ୍ୟରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭବିଷ୍ୟତ ସଫଳତା ଓ ସଫଳତା ପାଇଁ ଉତ୍ସର୍ଗୀକୃତ ଏବଂ ଭବ୍ୟ ରାମ ମନ୍ଦିର ଭାରତର ପ୍ରଗତି ଓ ଉତ୍ଥାନର ସାକ୍ଷୀ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ଉତ୍ଥାନର ସାକ୍ଷୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମନ୍ଦିରରୁ ଶିକ୍ଷା ଗ୍ରହଣ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ଏହାକୁ ଯୁକ୍ତିଯୁକ୍ତ କରାଯାଏ ଏବଂ ସାମୂହିକ ଓ ସଂଗଠିତ କ୍ଷମତାରୁ ଜନ୍ମ ନିଆଯାଏ ତେବେ ଏକ ଲକ୍ଷ୍ୟ ହାସଲ କରାଯାଇପାରିବ ।

ଏହା ଭାରତର ସମୟ ଏବଂ ଭାରତ ଆଗକୁ ବଢ଼ିବାକୁ ଯାଉଛି । ଶହ ଶହ ବର୍ଷ ଧରି ଅପେକ୍ଷା କରିବା ପରେ ଆମେ ଏଠାରେ ପହଞ୍ଚିଛୁ । ଆମେ ସମସ୍ତେ ଏହି ଯୁଗ, ଏହି ସମୟକୁ ଅପେକ୍ଷା କରିଛୁ । ଏବେ ଆମେ ଅଟକିବୁ ନାହିଁ । ଆମେ ବିକାଶର ଶୀର୍ଷରେ ପହଞ୍ଚିବା ଜାରି ରଖିବୁ”, ବୋଲି ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପାଦରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଶ୍ରୀ ମୋହନ ଭାଗବତ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ଶ୍ରୀ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ଓ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧି ଏବଂ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସମେତ ସବୁ ବର୍ଗର ଲୋକ ଯୋଗ ଦେଇଥିଲେ ।

ପାରମ୍ପରିକ ନାଗରା ଶୈଳୀରେ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମିତ । ଏହାର ଲମ୍ବ (ପୂର୍ବ – ପଶ୍ଚିମ) ୩୮୦ ଫୁଟ ; ପ୍ରସ୍ଥ ୨୫୦ ଫୁଟ ଓ ଉଚ୍ଚତା ୧୬୧ ଫୁଟ; ଏବଂ ସମୁଦାୟ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ଦ୍ୱାର ସହିତ ଏହା ଦଣ୍ଡାୟମାନ । ମନ୍ଦିରର ସ୍ତମ୍ଭ ଓ କାନ୍ଥରେ ହିନ୍ଦୁ ଦେବତା, ଦେବାଦେବୀଙ୍କ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ର ରହିଛି । ତଳ ମହଲାରେ ଥିବା ମୁଖ୍ୟ ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ଶୈଶବାବସ୍ଥାର ରୂପ (ଶ୍ରୀ ରାମଲାଲାଙ୍କ ମୂର୍ତ୍ତି) ସ୍ଥାପିତ ହୋଇଛି ।

ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗରେ ଅବସ୍ଥିତ, ଯେଉଁ ସ୍ଥାନକୁ ସିଂହ ଦ୍ୱାର ଦେଇ ୩୨ଟି ସିଡି ଚଢ଼ି ଯାଇହେବ । ଶ୍ରୀମନ୍ଦିରରେ ମୋଟ ୫ଟି ମଣ୍ଡପ ରହିଛି – ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ । ମନ୍ଦିର ନିକଟରେ ଏକ ଐତିହାସିକ କୂଅ (ସୀତା କୁପ) ଅଛି, ଯାହା ପ୍ରାଚୀନ ଯୁଗର ଅଟେ । ମନ୍ଦିର ପରିସରର ଦକ୍ଷିଣ-ପଶ୍ଚିମ ଭାଗରେ କୁବେର ଟିଲା ଠାରେ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ସହ ଜଟାୟୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

୧୪ ମିଟର ମୋଟା ରୋଲର କମ୍ପ୍ୟାକ୍ଟ କଂକ୍ରିଟ (ଆରସିସି)ର ଏକ ସ୍ତର ଦେଇ ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣ କରାଯାଇଛି, ଯାହା ଏହାକୁ କୃତ୍ରିମ ପଥରର ରୂପ ଦେଇଛି । ମନ୍ଦିରର କୌଣସି ସ୍ଥାନରେ ଲୁହା ବ୍ୟବହାର କରାଯାଇ ନାହିଁ । ଭୂତଳ ଆର୍ଦ୍ରତାରୁ ରକ୍ଷା ପାଇବା ପାଇଁ ଗ୍ରାନାଇଟ୍ ବ୍ୟବହାର କରି ୨୧ ଫୁଟ ଉଚ୍ଚର ଚଉତରା ନିର୍ମାଣ କରାଯାଇଛି । ମନ୍ଦିର ପରିସରରେ ଏକ ଦୂଷିତ ଜଳ ଉପଚାର ପ୍ଲାଂଟ, ଜଳ ବିଶୋଧନ ପ୍ଲାଣ୍ଟ, ଅଗ୍ନି ନିରାପତ୍ତା ପାଇଁ ଜଳ ଯୋଗାଣ ଏବଂ ଏକ ସ୍ୱତନ୍ତ୍ର ପାୱାର ଷ୍ଟେସନ ରହିଛି । ଦେଶର ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି

ନୂଆଦିଲ୍ଲୀ: ଜାନୁଆରୀ ୧୨, ୨୦୨୪ ରୁ ନାସିକର କଳା ରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଦିନିଆ ପବିତ୍ର ସମାରୋହ ଆରମ୍ଭ କରିଥିଲେ, ଯାହା ଜାନୁଆରି ୨୨ ରେ ଅଯୋଧ୍ୟା ଧାମ ମନ୍ଦିରରେ ଶ୍ରୀରାମଲାଲାଙ୍କ ପୂଜାର୍ଚ୍ଚନା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେ ନାସିକ ଧାମ – ପଞ୍ଚବଟିରୁ ଏହି ରୀତିନୀତି ଆରମ୍ଭ କରିଥିଲେ ଯେଉଁଠାରେ ଭଗବାନ ରାମ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଥିଲେ ।

ଶ୍ରୀକଳାରାମ ମନ୍ଦିର, ନାସିକ

ଜାନୁଆରୀ ୧୨, ୨୦୨୪ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାସିକରେ ଅବସ୍ଥିତ କଳାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀରାମ କୁଣ୍ଡରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଅଯୋଧ୍ୟାକୁ ଭଗବାନ ରାମଙ୍କ ବିଜୟୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କୁ ଦର୍ଶାଉଥିବା ରାମାୟଣର ‘ଯୁଦ୍ଧ କାଣ୍ଡ’ ବିଭାଗ ମରାଠୀ ଭାଷାରେ ପ୍ରଧାନମନ୍ତ୍ରୀଙ୍କୁ ପାଠ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସନ୍ଥ ଏକନାଥଜୀଙ୍କ ଦ୍ୱାରା ମରାଠୀରେ ଲିଖିତ  ରାମାୟଣର ଭାବାର୍ଥ ଶବ୍ଦ ମଧ୍ୟ ଶୁଣିଥିଲେ ।

ବୀରଭଦ୍ର ମନ୍ଦିର, ଲେପାକ୍ଷୀ, ଆନ୍ଧ୍ର ପ୍ରଦେଶ

ମଙ୍ଗଳବାର, ୧୬ ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ପୁଟ୍ଟପର୍ଥିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣ ଶୁଣିଥିଲେ ଏବଂ ଆନ୍ଧ୍ରପ୍ରଦେଶର ଥୋଲୁ ବୋମାଲତା ନାମକ ପ୍ରାଚୀନ ଛାୟା କଣ୍ଢେଇ କଳା ଦ୍ୱାରା ଚିତ୍ରିତ ଜଟାୟୁଙ୍କ କାହାଣୀ ଦେଖିଥିଲେ ।

ଗୁରୁବାୟୁର ମନ୍ଦିର, ଥ୍ରିଶୂର, କେରଳ

ପ୍ରଧାନମନ୍ତ୍ରୀ କେରଳର ଗୁରୁବାୟୁରସ୍ଥିତ ଗୁରୁବାୟୁର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଥ୍ରିପ୍ରୟାର ଶ୍ରୀରାମସ୍ୱାମୀ ମନ୍ଦିର, ତ୍ରିଶୂର, କେରଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୧୭ ତାରିଖରେ କେରଳର ଥ୍ରିପ୍ରୟାରଠାରେ ଥିବା ଶ୍ରୀରାମସ୍ୱାମୀଙ୍କ ଦିବ୍ୟ ବାସଭବନ ପରିଦର୍ଶନ କରିଥିଲେ । ଶ୍ରୀରାମସ୍ୱାମୀ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ କଳାକାର ଓ ବଟୁକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର, ତିରୁଚିରାପଲ୍ଲୀ, ତାମିଲନାଡୁ

୨୦ ଜାନୁଆରୀ ୨୦୨୪ ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଶ୍ରୀ ରଙ୍ଗନାଥସ୍ୱାମୀଙ୍କ ପବିତ୍ର ପୀଠ ପରିଦର୍ଶନ କରିଥିଲେ । ସେ ସେହି ପବିତ୍ର ସ୍ଥାନରେ କାମ୍ବା ରାମାୟଣର  କାବ୍ୟ ପରିବେଷଣ ମଧ୍ୟ ଶୁଣିଥିଲେ ଯେଉଁଠାରେ ପ୍ରସିଦ୍ଧ କାମ୍ବନ ପ୍ରଥମେ ତାଙ୍କର କଳାକୃତିକୁ ବିଶ୍ୱ ସମ୍ମୁଖରେ ଉନ୍ମୋଚନ କରିଥିଲେ ।

 

ଶ୍ରୀ ଅରୁଲମିଗୁ ରାମନାଥସ୍ୱାମୀ ମନ୍ଦିର, ରାମେଶ୍ୱରମ୍

ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ୱରମ୍ ସ୍ଥିତ ଅରୁଲମିଗୁ ରାମନାଥସ୍ୱାମୀଙ୍କ ପବିତ୍ର ବାସଭବନ ପରିଦର୍ଶନ କରିଥିଲେ। ସେ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମହାପ୍ରଭୁଙ୍କ ପ୍ରତି ଭକ୍ତି ଅର୍ପଣ କରିଥିଲେ, ଯିଏ କି ବାରଟି ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ସମ୍ମାନିତ ଅଟନ୍ତି । ଭଜନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ମନ୍ଦିର ପରିସରରେ ଅନେକ ଆଧ୍ୟାତ୍ମିକ ଗୀତ ପରିବେଷଣ କରାଯାଇଥିଲା।

କୋଥଣ୍ଡରାମାସ୍ୱାମୀ ମନ୍ଦିର, ଧନୁଷକୋଡ଼ି

ଆଜି ପ୍ରଧାନମନ୍ତ୍ରୀ ଧନୁଷକୋଡ଼ିସ୍ଥିତ କୋଥଣ୍ଡାରାମା ସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା  କରିଛନ୍ତି । ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ଗସ୍ତ କରିଥିଲେ, ଯେଉଁଠାରୁ ରାମ ସେତୁ  ନିର୍ମାଣ ହୋଇଥିଲା ବୋଲି କୁହାଯାଏ ।

BS

Categories
ଆଜିର ଖବର ଜାତୀୟ ଖବର

ପ୍ରଭୁ ଶ୍ରୀରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି ।

ଭଗବାନ ଶ୍ରୀ ରାମଙ୍କ ପ୍ରସିଦ୍ଧ ଭଜନ ‘ମୋନ୍ ଜପୋ ନାମ’କୁ ଗାଇଥିବା ପାୟଲ କରଙ୍କ ଗୀତ ମଧ୍ୟ ସେ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି। ଏଠାରେ ପ୍ରସିଦ୍ଧ ନଜରୁଲ ଗୀତି ମୋନ୍ ଜପୋ ନାମକୁ ସେୟାର କରୁଛି।’

Categories
ଆଜିର ଖବର ଜାତୀୟ ଖବର

ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ସମସ୍ତଙ୍କୁ ଭଗବାନ ଶ୍ରୀ ରାମଙ୍କ ଜୀବନ ଓ ଆଦର୍ଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ମନେପକାଇଦେଉଛି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶବ୍ୟାପୀ ମୋର ପରିବାରଜନଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ସହ ଜଡ଼ିତ ପ୍ରତ୍ୟେକ ଘଟଣା ମନେପକାଇଦେଉଛି। ଏପରି ଏକ ଭାବପ୍ରବଣ ଘଟଣା ସବରୀ ସହ ଜଡ଼ିତ। ମୈଥିଲି ଠାକୁର ଜୀ କିପରି ଏହାକୁ ନିଜ ସୁମଧୁର ସ୍ୱରରେ ଗାଇଛନ୍ତି ତାହା ଶୁଣନ୍ତୁ।’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ସୁରେଶ ୱାଡେକରଙ୍କ ଏକ ଭକ୍ତି ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ  ଏକ ଭକ୍ତିଗୀତକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ ଭାବବିହ୍ୱଳିତ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ପୂରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଛି। ସୁରେଶ ୱାଡେକର ଜୀ ଏବଂ ଆର୍ଯ୍ୟ ଆମ୍ବେଦକର ଜୀ ଏହି ଗୀତରେ ନିଜ ସୁମଧୁର ସ୍ୱରରେ ଏହି ଭାବନାକୁ ପ୍ରକାଶ କରିଛନ୍ତି।’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଏହା ଗୁୟାନାରୁ ଶ୍ରୀ ରାମ ଭଜନ! ଏହି ପ୍ରୟାସ ପାଇଁ ଗୁୟାନା ହିନ୍ଦୁ ଧାର୍ମିକ ସଭାକୁ ପ୍ରଶଂସା କରୁଛି ଏବଂ ହିନ୍ଦୁ ସଂସ୍କୃତି ଓ ନୈତିକାତକୁ ଲୋକପ୍ରିୟ କରିବା ଲାଗି ସେମାନଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ।’

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ନେଦରଲ୍ୟାଣ୍ଡର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ଔଷଧ ମୂଲ୍ୟାୟନ ବୋର୍ଡ, ସ୍ୱାସ୍ଥ୍ୟ ଏବଂ ଯୁବ ଯତ୍ନ ନିରୀକ୍ଷକଙ୍କ ତରଫରୁ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା । ମାନବ ସମ୍ବନ୍ଧୀୟ ଗବେଷଣା ଉପରେ କେନ୍ଦ୍ରୀୟ କମିଟି “ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ଉପରେ” ଏହି ବୁଝାମଣାପତ୍ର 7 ନଭେମ୍ବର, 2023 ରେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣା ପତ୍ରରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ନେଦରଲ୍ୟାଣ୍ଡର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଔଷଧ ମୂଲ୍ୟାୟନ ବୋର୍ଡ, ସ୍ୱାସ୍ଥ୍ୟ ଏବଂ ଯୁବ ଯତ୍ନ ନିରୀକ୍ଷକ, ଗବେଷଣା ଉପରେ କେନ୍ଦ୍ରୀୟ କମିଟି ସେମାନଙ୍କ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ଡାକ୍ତରୀ ଉତ୍ପାଦ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସଙ୍ଗରେ ଫଳପ୍ରଦ ସହଯୋଗ ଏବଂ ସୂଚନା ଆଦାନପ୍ରଦାନ ପାଇଁ ଏକ ଢାଞ୍ଚା ସ୍ଥାପନ କରିବାକୁ ଚାହୁଁଛି ।

ଦୁଇ ଦେଶର ନିୟାମକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ଔଷଧ ବ୍ୟବହାର ପାଇଁ କଞ୍ଚାମାଲ, ଜୈବିକ ଉତ୍ପାଦ, ଚିକିତ୍ସା ଉପକରଣ ଏବଂ କସ୍ମେଟିକ୍ ଉତ୍ପାଦ ସମେତ ଔଷଧ ସମ୍ବନ୍ଧରେ ଡାକ୍ତରୀ ଉତ୍ପାଦ ନିୟନ୍ତ୍ରଣକୁ ଭଲ ଭାବରେ ବୁଝିବାରେ ସହାୟକ ହେବ ।

ନିୟାମକ ଅଭ୍ୟାସର ସମନ୍ୱୟ ଭାରତରୁ ଔଷଧର ରପ୍ତାନି ବୃଦ୍ଧି କରିବାରେ ସହାୟକ ହୋଇପାରିବ ଏବଂ ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଜୀବୀମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ।

ଏହି ବୁଝାମଣା ପତ୍ର ଦ୍ୱାରା ଚିକିତ୍ସା ଉତ୍ପାଦର ରପ୍ତାନି ସହଜ ହେବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ଆୟ ହେବ । ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ପଦକ୍ଷେପ ହେବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ କେନିଆ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ସ୍କେଲରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନିମନ୍ତେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମାଧ୍ୟମରେ ଭାରତ ସରକାର ଏବଂ ସୂଚନା, ଯୋଗାଯୋଗ ଏବଂ ଡିଜିଟାଲ ଅର୍ଥନୀତି ମନ୍ତ୍ରଣାଳୟ ମାଧ୍ୟମରେ କେନିଆ ସରକାରଙ୍କ ମଧ୍ୟରେ ଡିସେମ୍ବର ୫, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା  ଏବଂ ବୁଝାମଣାପତ୍ରକୁ କ୍ୟାବିନେଟ କେନ୍ଦ୍ର ଅନୁମୋଦନ କରିଛନ୍ତି ।

ବିବରଣୀ :

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା ଏବଂ ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ଏହି ବୁଝାମଣା ପତ୍ର ଉଭୟ ପକ୍ଷଙ୍କ ଦସ୍ତଖତ ଦିନ ଠାରୁ କାର୍ଯ୍ୟକାରୀ ହେବ ଏବଂ ୩ ବର୍ଷ ପାଇଁ ବଳବତ୍ତର ରହିବ ।

ପ୍ରଭାବ :

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ଜି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ ।

ହିତାଧିକାରୀଙ୍କ ସଂଖ୍ୟା :

ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗର ପରିକଳ୍ପନା କରାଯାଇଛି , ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପୃଷ୍ଠଭୂମି :

ଏମ୍‌ଇଆଇଟିୱାଇ ଆଇସିଟି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦେଶ ଏବଂ ବହୁପାକ୍ଷିକ ଏଜେନ୍ସି ସହିତ ସହଯୋଗ କରୁଛି । ଏହି ସମୟ ମଧ୍ୟରେ, ଏମ୍‌ଇଆଇଟିୱାଇ ଆଇସିଟି କ୍ଷେତ୍ରରେ ସହଯୋଗ ଏବଂ ସୂଚନାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଦେଶରୁ ଏହାର ସମକକ୍ଷ ଅନୁଷ୍ଠାନ / ଏଜେନ୍ସି ମାନଙ୍କ ସହିତ ବୁଝାମଣାପତ୍ର / ଅନୁବନ୍ଧନ ପତ୍ର / ରାଜିନାମା ସ୍ୱାକ୍ଷର କରିଛି । ଦେଶକୁ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ପରି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହିତ ସମାନ ଅଟେ । ଏହି ପରିବର୍ତ୍ତିତ ଧାରାରେ ବ୍ୟବସାୟିକ ସୁଯୋଗ ଖୋଜିବା, ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଡିଜିଟାଲ କ୍ଷେତ୍ରରେ ପୁଞ୍ଜି ନିବେଶ ଆକୃଷ୍ଟ କରିବାର ନିହାତି ଆବଶ୍ୟକତା ରହିଛି ।

ଗତ କିଛି ବର୍ଷ ମଧ୍ୟରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ର କାର୍ଯ୍ୟକାରିତାରେ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସଫଳତାର ସହ ସେବା ପ୍ରଦାନ କରିଛି । ଫଳସ୍ୱରୂପ, ଅନେକ ଦେଶ ଭାରତର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି ଭାରତ ସହିତ ଏମ୍‌ଓୟୁ  କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଇଣ୍ଡିଆ ଷ୍ଟେକ୍ ସଲ୍ୟୁସନ୍ ହେଉଛି ଜନସଂଖ୍ୟା ସ୍ତରରେ ଭାରତ ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ ହେଉଥିବା ଏକ ଡିପିଆଇ । ଏହାର ଉଦ୍ଦେଶ୍ୟ ହେଉଛି ଯୋଗାଯୋଗ ବୃଦ୍ଧି କରିବା, ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣ ସେବାକୁ ନିରବଚ୍ଛିନ୍ନ ଭାବେ ପାଇବାକୁ ସକ୍ଷମ କରିବା । ଏଗୁଡିକ ମୁକ୍ତ ଜ୍ଞାନକୌଶଳ ଉପରେ ନିର୍ମିତ, ପରସ୍ପର ମଧ୍ୟରେ କାର୍ଯ୍ୟଯୋଗ୍ୟ ଏବଂ ଉଦ୍ୟୋଗ ଏବଂ ଗୋଷ୍ଠୀର ଅଂଶଗ୍ରହଣକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି , ଯାହା ଅଭିନବ ଏବଂ ଅନ୍ତର୍ଭୁକ୍ତ ସମାଧାନକୁ ପ୍ରୋତ୍ସାହିତ କରେ । ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ , ଯାହା ବିଶ୍ୱସ୍ତରୀୟ ସହଯୋଗକୁ ଅନୁମତି ଦେଇଥାଏ, ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଆହ୍ୱାନ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଷୋଡ଼ଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିସେମ୍ବର ୩୧, ୨୦୨୩ ତାରିଖର ବିଜ୍ଞପ୍ତି ଜରିଆରେ ସମ୍ବିଧାନର ଧାରା ୨୮୦ ଅନୁଯାୟୀ ଗଠିତ ୧୬ତମ ଅର୍ଥ ଆୟୋଗ ପାଇଁ ଯୁଗ୍ମ ସଚିବ ସ୍ତରରେ ୩ ଟି ପଦବୀ ଅର୍ଥାତ୍ ଯୁଗ୍ମ ସଚିବ ଙ୍କ ୨ଟି ପଦବୀ ଏବଂ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି କୁ ଅନୁମୋଦନ ମିଳିଛି ।

ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀଗୁଡ଼ିକ ଆୟୋଗର କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିବା ଆବଶ୍ୟକ । ଆୟୋଗର ଅନ୍ୟ ସମସ୍ତ ପଦବୀ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ସୃଷ୍ଟି ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର

ଏସ୍‌ଇସିଏଲ ଏବଂ ଏମ୍‌ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଏମବିପିଏଲ୍‌ ହେଉଛି ଏମସିଏଲର ଏକ ସହଯୋଗୀ କମ୍ପାନୀ।

ଏସଇସିଏଲ, ଏମସିଏଲ ଏବଂ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ନିମ୍ନ ମତେ ମଞ୍ଜୁର କରିଛି:

(କ).   ମଧ୍ୟପ୍ରଦେଶ ଅନୁପ୍ପୁର ଜିଲ୍ଲା ଚାଚାଇ ଗ୍ରାମରେ ଅମରକଣ୍ଟକ ତାପଜ ବିଦ୍ୟୁତ କେନ୍ଦ୍ର ଠାରେ ଏସଇସିଏଲ ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଜରିଆରେ ପ୍ରସ୍ତାବିତ ୧×୬୬୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ପୁଞ୍ଜିବ୍ୟୟ (±୨୦%ର ଶୁଦ୍ଧତା) ସହିତ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୪୯% ଇକ୍ୟୁଟୀ ନିବେଶକୁ ବିଚାର କରି ଏସଇସିଏଲ୍‌ ଦ୍ୱାରା ଯୌଥ ଉଦ୍ୟୋଗ କମ୍ପାନୀରେ ୮୨୩ କୋଟି (± 20%) ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ।

(ଖ).   ଏମବିପିଏଲ୍‌ ଜରିଆରେ ଆନୁମାନିକ ୧୫,୯୪୭ କୋଟି ଟଙ୍କା (±୨୦% ସଠିକତା) ର ପ୍ରକଳ୍ପ ପୁଞ୍ଜିବ୍ୟୟ ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ୨×୮୦୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଏମସିଏଲ ଦ୍ୱାରା ୪,୭୮୪ କୋଟି ଟଙ୍କା (±୨୦%)ର ଇକ୍ୟୁଟି ପୁଞ୍ଜିନିବେଶ।

(ଗ). ୨×୮୦୦ ମେଗାୱାଟ୍‌ ସୁପର-କ୍ରିଟିକାଲ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ଏମସିଏଲର ଏସପିଭି ଏମବିପିଏଲକୁ ଅନୁମତି।

(ଘ).  ଉପରୋକ୍ତ ପ୍ରକାରରେ ବିନ୍ଦୁ (କ) ଠାରେ ଏସଇସିଏଲ-ଏମପିପିଜିସିଏଲର ଯୌଥ ଉଦ୍ୟୋଗରେ ସିଆଇଏଲ୍‌ ଦ୍ୱାରା ନିଜ ମୋଟ୍‌ ମୂଲ୍ୟର ୩୦% ଠାରୁ ଅଧିକ ଇକ୍ୟୁଟି ନିବେଶ ଏବଂ ଉପରୋକ୍ତ ପ୍ରକାରରେ ବିନ୍ଦୁ (ଖ) ଭଳି ଏମସିଏଲ୍‌ର ଶତପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏମବିପିଏଲ୍ ଦ୍ୱାରା ଇକ୍ୟୁଟି ନିବେଶ (୪,୭୮୪ କୋଟି ଟଙ୍କା ± 20%)।

ବିଶ୍ୱର ସର୍ବବୃହତ କୋଇଲା ଖଣି କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦେଶକୁ ଶସ୍ତା ବିଜୁଳି ଯୋଗାଇବା ଉଦ୍ଦେଶ୍ୟରେ ଏହାର ସହାୟକ ସଂସ୍ଥା ଜରିଆରେ ଦୁଇଟି ପିଟ୍ ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରିବ –

(କ). ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ଚଚାଇ ଗ୍ରାମର ଅମରକଣ୍ଟକ ତାପଜ ବିଦ୍ୟୁତ ଷ୍ଟେସନରେ ଏସଇସିଏଲ ଏବଂ ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଲିମିଟେଡ (ଏମପିପିଜିସିଏଲ) ମଧ୍ୟରେ ଜେଭି ମାଧ୍ୟମରେ ୧×୬୬୦ ମେଗାୱାଟ ସୁପରକ୍ରିଟିକାଲ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିପିପି);

(ଖ). ଏମସିଏଲ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ‘ମହାନଦୀ ବେସିନ୍ ପାୱାର ଲିମିଟେଡ୍’ (ଏମ୍‌ବିପିଏଲ୍) ଜରିଆରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨×୮୦୦ ମେଗାଓ୍ଵାଟ୍ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ।

Categories
ଆଜିର ଖବର ଜାତୀୟ ଖବର

ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି।

ଏହା ମହାନ ଗାୟିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ଦେଶ ବଡ଼ ଉତ୍ସାହର ସହ ଜାନୁଆରୀ ୨୨କୁ ଅପେକ୍ଷା କରିଥିବାବେଳେ ଯେଉଁ ଲୋକଙ୍କ ଅଭାବ ଅନୁଭୂତ ହେଉଛି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମ ପ୍ରିୟ ଲତା ଦିଦି।

ଏହା ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ଶ୍ଲୋକ। ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଶେଷ ଶ୍ଲୋକ ଥିଲା ଯାହାକୁ ସେ ରେକର୍ଡ କରିଥିଲେ।’

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ମଧ୍ୟ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ତମ ଏବଂ ୭୫ତମ ବ୍ୟାଚର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ୍ ସିଭିଲ୍ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ଉଦଘାଟନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାଲାସମୁଦ୍ରମ ଅଞ୍ଚଳର ବିଶେଷତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଧ୍ୟାତ୍ମିକତା, ରାଷ୍ଟ୍ର ନିର୍ମାଣ ଏବଂ ସୁଶାସନ ସହିତ ଜଡ଼ିତ ଏବଂ ଭାରତର ଐତିହ୍ୟକୁ ପ୍ରତିନିଧିତ୍ୱ କରେ । ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମସ୍ଥାନ, ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ କଲ୍ଲୁର ସୁବା ରାଓ, ପ୍ରସିଦ୍ଧ କଣ୍ଢେଇ ଶିଳ୍ପୀ ଦଲାବାଇ ଚଲାପତି ରାଓ ଏବଂ ଗୌରବମୟ ବିଜୟନଗର ସାମ୍ରାଜ୍ୟର ସୁଶାସନକୁ ସେ ଏହି ଅଞ୍ଚଳର ପ୍ରେରଣାର ଉତ୍ସ ଭାବରେ ଉଲ୍ଲେଖ କରିଥିଲେ । ଏନଏସିଆଇଏନର ନୂତନ କ୍ୟାମ୍ପସ ସୁଶାସନର ନୂତନ ଦିଗ ସୃଷ୍ଟି କରିବ ଏବଂ ଦେଶରେ ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଆଜି ଥିରୁଭାଲ୍ଲୁଭର ଦିବସ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାନ ତାମିଲ ଋଷିଙ୍କୁ ଉଦାହରଣ ଦେଇ ଗଣତନ୍ତ୍ରରେ ଲୋକଙ୍କ କଲ୍ୟାଣ ପାଇଁ ଟିକସ ଆଦାୟ କରିବାରେ ରାଜସ୍ୱ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଲେପାକ୍ଷୀର ବୀରଭଦ୍ର ମନ୍ଦିର ଯାଇ ରଙ୍ଗନାଥ ରାମାୟଣର ଶବ୍ଦ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଳୁଙ୍କ ସହ ଭଜନ କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ। ନିକଟରେ ରାମ ଜଟାୟୁ ସମ୍ବାଦ ଅନୁଷ୍ଠିତ ହୋଇଥିଲା ବୋଲି ବିଶ୍ୱାସ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଧାମରେ ଥିବା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ କରୁଛନ୍ତି । ଏହି ପବିତ୍ର ସମୟରେ ମନ୍ଦିରରେ ଆଶୀର୍ବାଦ ପାଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବ୍ୟାପୁଥିବା ରାମ ଭକ୍ତିର ବାତାବରଣକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଶ୍ରୀରାମଙ୍କ ପ୍ରେରଣା ଭକ୍ତିଠାରୁ ଅଧିକ । ସେ କହିଥିଲେ ଯେ ଶ୍ରୀରାମ ସୁଶାସନର ଏତେ ମହାନ ପ୍ରତୀକ ଯେ ସେ ଏନଏସିଆଇଏନ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ହୋଇପାରିବେ ।

ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତ ଗଣତନ୍ତ୍ର ପଛରେ ରାମରାଜ୍ୟର ଧାରଣା ହିଁ ରହିଛି। ସେ ମହାତ୍ମା ଗାନ୍ଧୀଙ୍କ ଜୀବନ ଅନୁଭୂତିକୁ ରାମରାଜ୍ୟ ବିଚାରଧାରାକୁ ସମର୍ଥନ କରିବା ପଛର କାରଣ ବୋଲି ଆଲୋକପାତ କରିଥିଲେ ଏବଂ ଏପରି ଏକ ଦେଶ ବିଷୟରେ କହିଥିଲେ ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ସ୍ୱର ଶୁଣାଯାଏ ଏବଂ ସମସ୍ତଙ୍କୁ ସେମାନଙ୍କର ଉଚିତ ସମ୍ମାନ ମିଳିଥାଏ । “ଏହା ରାମ ରାଜ୍ୟର ନାଗରିକଙ୍କ ବିଷୟରେ କୁହାଯାଏ”, ଏକ ସଂସ୍କୃତ ଶ୍ଲୋକକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ରାମ ରାଜ୍ୟ ବାସି (ନାଗରିକ), ସମ୍ମାନର ସହିତ ରୁହନ୍ତୁ ଏବଂ ନ୍ୟାୟ ପାଇଁ ଲଢ଼େଇ କରନ୍ତୁ, ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରନ୍ତୁ, ଦୁର୍ବଳମାନଙ୍କୁ ସୁରକ୍ଷା ଦିଅନ୍ତୁ, ଧର୍ମକୁ ସର୍ବୋଚ୍ଚ ସ୍ତରରେ ରଖନ୍ତୁ, ଆପଣ ରାମ ରାଜ୍ୟ ବାସି”। ଏହି ୪ଟି ସ୍ତମ୍ଭ ଉପରେ ରାମରାଜ୍ୟ ପ୍ରତିଷ୍ଠା ହୋଇଛି, ଯେଉଁଠି ସମସ୍ତେ ମୁଣ୍ଡ ଟେକି ଚାଲିପାରିବେ ଏବଂ ସମ୍ମାନର ସହ ଚାଲିପାରିବେ, ପ୍ରତ୍ୟେକ ନାଗରିକଙ୍କୁ ସମାନ ଭାବରେ ବ୍ୟବହାର କରାଯାଏ, ଦରିଦ୍ରଙ୍କୁ ସୁରକ୍ଷା ଦିଆଯାଏ ଏବଂ ଧର୍ମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ଏକବିଂଶ ଶତାବ୍ଦୀରେ ଏହି ଆଧୁନିକ ଅନୁଷ୍ଠାନଗୁଡ଼ିକର ନିୟମାବଳୀ କୁ କାର୍ଯ୍ୟକାରୀ କରୁଥିବା ପ୍ରଶାସକ ହିସାବରେ ଆପଣ ଏହି ଚାରିଟି ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ ଏବଂ ଏହାକୁ ଧ୍ୟାନରେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ରାମ ରାଜ୍ୟରେ ଟିକସ ବ୍ୟବସ୍ଥା ସମ୍ପର୍କରେ ସ୍ୱାମୀ ତୁଳସୀଦାସଙ୍କ ବର୍ଣ୍ଣନା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ରାମଚରିତ ମାନସକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଟିକସର କଲ୍ୟାଣ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲୋକଙ୍କଠାରୁ ମିଳୁଥିବା ପ୍ରତ୍ୟେକ ପଇସା ଟିକସ ଲୋକଙ୍କ କଲ୍ୟାଣରେ ବ୍ୟବହୃତ ହେବ । ଏହାକୁ ଆହୁରି ବିସ୍ତୃତ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଟିକସ ସଂସ୍କାର ବିଷୟରେ କହିଥିଲେ। ପୂର୍ବ ସମୟର ଏକାଧିକ, ଅଣସ୍ୱଚ୍ଛ ଟିକସ ବ୍ୟବସ୍ଥାକୁ ସେ ମନେ ପକାଇଥିଲେ। ଆମେ ଦେଶକୁ ଜିଏସଟି ଆକାରରେ ଏକ ଆଧୁନିକ ବ୍ୟବସ୍ଥା ଦେଇଛୁ ଏବଂ ଆୟକରକୁ ସରଳ କରିଛୁ ଏବଂ ଫେସଲେସ୍ ମୂଲ୍ୟାୟନ ଆରମ୍ଭ କରିଛୁ । ଏହି ସମସ୍ତ ସଂସ୍କାର ଫଳରେ ରେକର୍ଡ ଟିକସ ଆଦାୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଭିନ୍ନ ଯୋଜନା ମାଧ୍ୟମରେ ଆମେ ଲୋକଙ୍କ ଟଙ୍କା ଫେରସ୍ତ କରୁଛୁ ବୋଲି ସେ କହିଛନ୍ତି। ଆଇଟି ଛାଡ଼ ସୀମା କୁ ୨ ଲକ୍ଷରୁ  ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ୨୦୧୪ ପରେ ଟିକସ ସଂସ୍କାର ଫଳରେ ନାଗରିକମାନଙ୍କ ପାଇଁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଟିକସ ସଞ୍ଚୟ ହୋଇଛି। ସେ କହିଛନ୍ତି ଯେ ଦେଶରେ ଟିକସଦାତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି କାରଣ ସେମାନେ ଖୁସି ଅନୁଭବ କରୁଛନ୍ତି ଯେ ସେମାନଙ୍କର ଟିକସ ଅର୍ଥର ସଦୁପଯୋଗ କରାଯାଉଛି । “ଆମେ ଲୋକଙ୍କଠାରୁ ଯାହା କିଛି ନେଇଥିଲୁ, ତାହାକୁ ଆମେ ଲୋକଙ୍କୁ ଫେରାଇ ଦେଉଛୁ ଏବଂ ଏହା ହେଉଛି ସୁଶାସନ ଏବଂ ରାମ ରାଜ୍ୟର ବାର୍ତ୍ତା”।

ରାମ ରାଜ୍ୟରେ ସମ୍ବଳର ସର୍ବୋତ୍ତମ ଉପଯୋଗ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅତୀତର ସରକାର ଯେଉଁମାନେ ଦେଶକୁ ବ୍ୟାପକ କ୍ଷତି ପହଞ୍ଚାଇଥିବା ପ୍ରକଳ୍ପଗୁଡ଼ିକୁ ଅଟକାଇବା, ସ୍ଥଗିତ ରଖିବା ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିଲେ, ତାହାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଭରତଙ୍କ ସହ ଭଗବାନ ରାମଙ୍କ କଥାବାର୍ତ୍ତାକୁ ଉଲ୍ଲେଖ କରି କହିଥିଲେ, “ମୋର ବିଶ୍ୱାସ ଯେ ଆପଣ ମାନେ କମ୍ ଖର୍ଚ୍ଚ କରୁଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରନ୍ତୁ ଏବଂ ସମୟ ନଷ୍ଟ ନକରି ଅଧିକ ଲାଭ ଦେବେ। ଗତ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ଖର୍ଚ୍ଚକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପୁଣି ଥରେ ଗୋସ୍ୱାମୀ ତୁଳସୀଦାସଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ଯାହା ଗରିବମାନଙ୍କୁ ସମର୍ଥନ କରିବ ଏବଂ ଅଯୋଗ୍ୟମାନଙ୍କୁ ବାହାର କରିବ । ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟି ନକଲି ନାମ କାଗଜପତ୍ରରୁ ବାହାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ପ୍ରତ୍ୟେକ ପଇସା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚୁଛି। ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ପ୍ରାଥମିକତା ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବିଶ୍ୱାସର ସକାରାତ୍ମକ ଫଳାଫଳ ଦେଶରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟରେ ଦେଖିବାକୁ ମିଳିପାରେ କାରଣ ସେ ଗତକାଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଥିଲେ ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନର ସରକାରଙ୍କ ପ୍ରୟାସ ଦ୍ୱାରା ଗତ ୯ ବର୍ଷ ମଧ୍ୟରେ ପାଖାପାଖି ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ବିଶେଷ କରି ଯେଉଁ ଦେଶରେ ଦଶନ୍ଧି ଧରି ଦାରିଦ୍ର୍ୟ ଦୂରୀକରଣ ପାଇଁ ସ୍ଲୋଗାନ୍ ଦିଆଯାଉଛି, ସେଠାରେ ଏହା ଏକ ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧି ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଗରିବଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରାଥମିକତାର ଫଳ। ଏହି ଦେଶର ଗରିବ ମାନଙ୍କୁ ସାଧନ ଓ ସମ୍ବଳ ଦିଆଗଲେ ସେମାନେ ଦାରିଦ୍ର୍ୟକୁ ପରାସ୍ତ କରିବାର ସାମର୍ଥ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆଜି ଏହା ବାସ୍ତବରୂପ ନେଉଥିବା ଆମେ ଦେଖିପାରୁଛୁ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ସ୍ୱରୋଜଗାର ଏବଂ ଗରିବଙ୍କ ସୁବିଧା ବୃଦ୍ଧି ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏହା ଆଉ ଏକ ଖୁସି ଖବର ବୋଲି ଉଲ୍ଲେଖ କରି ସେ କହିଥିଲେ, “ଯେତେବେଳେ ଗରିବଙ୍କ ସାମର୍ଥ୍ୟ ସୁଦୃଢ଼ ହେଲା ଏବଂ ସୁବିଧା ଯୋଗାଇ ଦିଆଗଲା, ସେମାନେ ଦାରିଦ୍ର୍ୟରୁ ମୁକୁଳିବା ଆରମ୍ଭ କଲେ”। ଭାରତରେ ଦାରିଦ୍ର୍ୟ ହ୍ରାସ କରାଯାଇପାରିବ, ଏହା ସମସ୍ତଙ୍କୁ ଏକ ନୂତନ ବିଶ୍ୱାସରେ ଭରିବାକୁ ଯାଉଛି ଏବଂ ଦେଶର ଆତ୍ମବିଶ୍ୱାସ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ଦାରିଦ୍ର୍ୟ ହ୍ରାସକୁ ନବ-ମଧ୍ୟବିତ୍ତ ଶ୍ରେଣୀର ଉତ୍ଥାନ ଏବଂ ମଧ୍ୟବିତ୍ତଙ୍କ ପ୍ରସାରକୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଥିଲେ ଯେ ଅର୍ଥନୀତି ଦୁନିଆର ଲୋକମାନେ ନବ-ମଧ୍ୟବିତ୍ତଙ୍କ ଅଭିବୃଦ୍ଧିର ସମ୍ଭାବନା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅବଦାନକୁ ଅନୁଭବ କରନ୍ତି । ଏଭଳି ପରିସ୍ଥିତିରେ ଏନଏସିଆଇଏନ ନିଜ ଦାୟିତ୍ୱକୁ ଅଧିକ ଗମ୍ଭୀରତାର ସହ ପାଳନ କରିବା ଦରକାର ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ସବକା ପ୍ରୟାସ ଆହ୍ୱାନକୁ ଭଗବାନ ରାମଙ୍କ ଜୀବନ ସହିତ ଚିତ୍ରିତ କରି ବିସ୍ତୃତ କରିଥିଲେ । ରାବଣ ବିରୁଦ୍ଧରେ ଲଢ଼େଇରେ ଶ୍ରୀରାମ ସମ୍ବଳର ବୁଦ୍ଧିମାନ ବ୍ୟବହାର କରିଥିଲେ ଏବଂ ଏହାକୁ ଏକ ବିଶାଳ ଶକ୍ତିରେ ପରିଣତ କରିଥିଲେ ବୋଲି ସେ ସ୍ମରଣ କରିଥିଲେ । ଶେଷରେ ସେ ଅଧିକାରୀମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ଅନୁଭବ କରିବାକୁ କହିଥିଲେ ଏବଂ ଦେଶର ଆୟ ବୃଦ୍ଧି, ପୁଞ୍ଜିନିବେଶ ଏବଂ ବ୍ୟବସାୟ ରେ ସହଜତା ବୃଦ୍ଧି ପାଇଁ ସାମୂହିକ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ଏସ ଅବଦୁଲ ନାଜିର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇଏସ ଜାହାଁ ମୋହନ ରେଡ୍ଡୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଶାସନିକ ସେବା ଦକ୍ଷତା ବିକାଶ ମାଧ୍ୟମରେ ଶାସନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ କର ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ ଅତ୍ୟାଧୁନିକ କ୍ୟାମ୍ପସର ପରିକଳ୍ପନା ଓ ନିର୍ମାଣ କରାଯାଇଥିଲା । ପରୋକ୍ଷ ଟିକସ (ସୀମା ଶୁଳ୍କ, କେନ୍ଦ୍ରୀୟ ଉତ୍ପାଦ ଓ ଦ୍ରବ୍ୟ ଓ ସେବା ଟିକସ) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଏହି ଏକାଡେମୀ ଭାରତ ସରକାରଙ୍କ ସର୍ବୋଚ୍ଚ ଅନୁଷ୍ଠାନ। ଜାତୀୟସ୍ତରର ଏହି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠାନ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଓ ପରୋକ୍ଷ ଟିକସ) ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଆନୁଷଙ୍ଗିକ ସେବା, ରାଜ୍ୟ ସରକାର ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ପ୍ରଶିକ୍ଷଣ ପ୍ରଦାନ କରିବ।

ଏହି ନୂତନ କ୍ୟାମ୍ପସ୍ ଯୋଡ଼ିବା ସହିତ ଏନଏସିଆଇଏନ୍ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପାଇଁ ଅଗମେଣ୍ଟେଡ୍ ଏବଂ ଭର୍ଚୁଆଲ୍ ରିଆଲିଟି, ବ୍ଲକଚେନ୍ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଉଦୀୟମାନ ଟେକ୍ନୋଲୋଜିର ବ୍ୟବହାର ଉପର ଧ୍ୟାନ ଦେବ।

Categories
ଆଜିର ଖବର ଜାତୀୟ ଖବର

ଶର୍ମିଷ୍ଠା ମୁଖାର୍ଜୀଙ୍କ ଠାରୁ ‘ପ୍ରଣବ ମାଇଁ ଫାଦର : ଏ ଡଟର ରିମେମ୍ବର୍ସ’ ପୁସ୍ତକ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ  ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’  ପୁସ୍ତକ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି-

“ଶର୍ମିଷ୍ଠାଜୀ, ଆପଣଙ୍କୁ ଭେଟିବା ସବୁବେଳେ ଆନନ୍ଦ ଦେଇଥାଏ ଏବଂ ପ୍ରଣବ ବାବୁଙ୍କ ସହ ସ୍ମରଣୀୟ କଥାବାର୍ତ୍ତା ମନେ ପଡୁଛି। ତାଙ୍କ ମହାନତା, ଜ୍ଞାନ ଓ ବୌଦ୍ଧିକ ଗଭୀରତା ଆପଣଙ୍କ ପୁସ୍ତକରେ ସ୍ପଷ୍ଟ ଭାବରେ ପରିଦୃଶ୍ୟ ହେଉଛି!”