Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବତୀଙ୍କୁ ହତ୍ୟା ଘଟଣା: ୨ ଗିରଫ, ବ୍ୟବହୃତ କାର୍ ଜବତ
ଅପରାଧ

ଯୁବତୀଙ୍କୁ ହତ୍ୟା ଘଟଣା: ୨ ଗିରଫ, ବ୍ୟବହୃତ କାର୍ ଜବତ

January 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍‌କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍‌ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦, ୟୁ/ଏସ୍ ୩୦୨/୨୦୧ ଆଇପିସିରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗସ୍କ୍ୱାର୍ଡ଼ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଶବକୁ ଭଂଜନଗର ସବ୍‌ଡ଼ିଭିଜନାଲ୍ ହସ୍‌ପିଟାଲ୍‌ରେ ରଖାଗଲା। କିନ୍ତୁ ୭୨ ଘଣ୍ଟା ପରେ ଶବ ଚିହ୍ନଟ ନ ହେବାରୁ ନିୟମ ମୁତାବକ ଯୁବତୀର ଦାହ ସଂସ୍କାର କରାଯାଇଥିଲା।

ଏହି ହତ୍ୟାଘଟଣାର ପର୍ଦ୍ଦାଫାସ କରିବା ପାଇଁ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ତଥା ଭଂଜନଗର ଏସ୍‌ଡ଼ିପିଓଙ୍କ ତତ୍ତ୍ୱାବଧାନରେ ବଛାବଛା ଅଫସିରଙ୍କୁ ନେଇ ୫ଟି ଟିମ୍ ଗଠିତ ହୋଇଥିଲା। ଟିମ୍‌ଗୁଡ଼ିକ ଭୁବେନଶ୍ୱର, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ପ୍ରଭୃତି ଅଂଚଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। କେବଳ ଯୁବତୀଟି ଭୁବନେଶ୍ୱର ହୋଇଥିବା ଛଡ଼ା ଅନ୍ୟ କୌଣସି ସୁଫଳ ମିଳିନଥିଲା।

ଏହାପରେ ତଦନ୍ତର ଦିଗ କେବଳ ଭୁବେଶ୍ୱରରେ କେନ୍ଦ୍ରିଭୂତ ହୋଇଥିଲା। ଯୁବତୀର ଫଟୋଟିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ, ପୋଲିସ ଅଫିସର ଗ୍ରୁପ, ନିରୁଦ୍ଦିଷ୍ଟ ମାମଲା ଆଦି ନେଇ ବିଭିନ୍ନ ଥାନାରେ ଖୋଜା ଯାଇଥିଲା। ଶେଷରେ ଜଗନ୍ନାଥପ୍ରସାଦ ପୋଲିସ୍‌କୁ ଏକ ସୁରାକ ମିଳିବାରୁ ଆଇଆଇସି ଦିଲିପ ସ୍ୱାଇଁ ଭୁବନେଶ୍ୱରେ ଡ଼େରା ପକାଇ ଉକ୍ତ ସୋର୍ସକୁ ତଦନ୍ତ କରିଥିଲେ।

ଏହାପରେ ଝିଅଟିର ବାପାଙ୍କୁ ଠାବ କରି ଡ଼ିଏନ୍‌ଏ ଟେଷ୍ଟ କରିବା ପରେ ଶବଟିକୁ ପରିଚୟ ମିଳିଥିଲା। ପରେ ଯୁବତୀଟି କାମ କରୁଥିବା ସ୍ଥାନଗୁଡ଼ିକରେ ପଚରାଉଚରା ଆରମ୍ଭ କରିଥିଲା ପୋଲିସ୍। ପରେ କିଛି ଅଭିଯୁକ୍ତକୁ ପଚରାଉଚରା ପରେ ଉପରୋକ୍ତ ଦୁଇଜଣ ଏହି ଘଟଣା ଘଟାଇଥିବା ମାନିଥିଲେ।

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଭୁବନେଶ୍ୱରରେ ତାଙ୍କ ଘରେ ହତ୍ୟା କରିବା ପରେ ଓଲା କାର୍ (ଓଡ଼ି ୩୩ ଏମ୍ ୩୦୧୪)ରେ ଭୁଷଣ୍ଡାପଲା ଗ୍ରାମକୁ ଆଣି ଫିଙ୍ଗି ଦେଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ହତ୍ୟା ହୋଇଥିବା ସ୍ଥାନକୁ ସିଲ୍ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଗଂଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।

ଗିରଫ ହତ୍ୟା ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.