Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣା: ଗିରଫ ହେଲେ ୫ ଅଭିଯୁକ୍ତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣାରେ ବ୍ରହ୍ମପୁର ସଦର ଥାନା ପୁଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୫ଜଣ ହେଲେ ମୃତ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ପ୍ରଧାନ, ଭିକୁ ଜେନା, ବାଲିପଡ଼ାର କୁରା ରାଉଳ, ହଳଦିଆ ପଦରର ସାଗର ପଣ୍ଡା,ବଡ଼ ବଜାର ଲକ୍ଷ୍ମୀନୃସିଂହ ସାହିର ସୁରେଶ ବେହେରା ବୋଲି ଜଣାପଡ଼ିଛି।

ସୁଚନା ଥାଉକି ସଦର ଥାନା ଅନ୍ତର୍ଗତ ନାରାୟଣ ପୁର ଗ୍ରାମର ଦୁନିଆ ସାହୁ ଜଣେ ଜଣାଶୁଣା ଅପରାଧୀ ଭାବେ ପୁର୍ବରୁ ବହୁ ମକଦ୍ଦମାରେ ଜଡ଼ିତ ରହି ଜେଲ୍ ଯାଇଛି। କିନ୍ତୁ ପଡୋଶୀ ଦୁର୍ଯୋଧନ ସହ ଆଜକୁ ୫ ବର୍ଷ ହେଲା ଶତ୍ରୁତା ଲାଗି ରହିଛି। ଏହି ଭଳି ପରିସ୍ଥିତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିବା ପରେ ପୋଲିସ ପ୍ରଥମେ ପଡୋଶୀ ଦୁର୍ଯୋଧନ ସ୍ବାଇଁ ଓ ବାଲିପଡା ଗ୍ରାମର କୁରା ରାଉଳକୁ ଥାନା ରେ ରଖି ଜେରା କରିବା ପରେ ଘଟଣାର ପର୍ଦ୍ଧାଫାଶ ହୋଇଥିଲା ଓ ଶେଷରେ ଏହି ସମସ୍ତ ୬ ଅଭିଯୁକ୍ତ କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣା: ଗିରଫ ହେଲେ ଆଉ ୪ ଅଭିଯୁକ୍ତ

ପୁରୀ: ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଟୁଟୁ ମହାପାତ୍ର, ହରି ପଣ୍ଡା ଓ କୁନମୁନ ସୁଆରଙ୍କୁ ପୋଲିସ ଗିରଫ କରିଛି। ଟୁଟୁ ମହାପାତ୍ରଙ୍କ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଏହାସହିତ ଏହି ୩ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରୀ ପୋଲିସ ଗିରଫ କରିଛି।

ତେବେ ଗତକାଲି ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହତ୍ୟା ଘଟଣାରେ ୫ ଗିରଫ: ବନ୍ଧୁକ ଓ ଗୁଳି ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୦ ତାରିଖରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ପୋଲିସ୍ ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି। ଏନେଇ ଦକ୍ଷିରାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ସୂଚନା ଦେଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ବାରିକ, ବଳିଆ ଓରଫ୍ ବଳରାମ ପରିଡ଼ା, ପବନ ପହାନ, ପ୍ରଶାନ୍ତ ସ୍ୱାଇଁ ଏବଂ ଗଗନ ବିଶ୍ୱାଳ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ, ୬୩ଟି ଗୁଳି, ୫ଟି ମୋବାଇଲ୍ ଫୋନ୍ ଏବଂ ଏଟିଏମ୍ କାର୍ଡ଼ ଜବତ କରିଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନାଯୋଗ୍ୟ ଘଟଣା ଦିନ ସ୍ୱର୍ଗତ ସାହୁ ଏକ ଚା’ ଦୋକାନରେ ଛିଡ଼ା ହୋଇ କଥା ହେଉଥିବା ବେଳେ କିଛି ଦୁବୃର୍ତ୍ତ ଆସି ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣାପରେ ପୋଲିସ୍ ସକ୍ରିୟ ହୋଇ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚିବା ସହ ତିନୋଟି ଜୀବନ୍ତ ଗୁଳି ଜବତ କରିଥିଲା। ସାଇଣ୍ଟିଫିକ୍ ଟିମ୍‌, ଡ଼କ୍ ସ୍କ୍ୱାର୍ଡ଼, ଫରେନ୍‌ସିକ୍ ଟିମ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଦୁଇଟି ଟିମ୍ ଗଠନ କରାଯାଇ ଗୋଟିଏ ଟିମ୍‌ରେ ଛତ୍ରପୁର ଏସ୍‌ଡ଼ିପିଓ ଏବଂ ଅନ୍ୟ ଟିମ୍‌ରେ ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ସମେତ ଉଭୟ ଟିମ୍‌ରେ ୪ ଜଣ ଆଇଆଇସି ରହି ତଦନ୍ତ କରୁଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ ଗତ ସେପ୍ଟେମ୍ବର ମାସରେ ଦେବରାଜ ଏବଂ ତାଙ୍କ ସଂପର୍କୀୟଙ୍କ ସହ ଅଜୟ ବାରିକଙ୍କ କୌଣସି କାରଣକୁ ନେଇ ମାର୍‌ପିଟ୍ ହୋଇଥିଲା। ଏହି ଘଟଣାର ରାଗ ରଖି ଅଜୟ ବାରିକ ଦେବରାଜଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ୩ଟି ବନ୍ଧୁକ ଏବଂ ୧୧୬ ରାଉଣ୍ଡ ଗୁଳି କିଣିଥିଲା। ଏହାସହ ହତ୍ୟା ପାଇଁ କିଛି ସହଯୋଗୀକୁ ଏକତ୍ରିତ କରିବା ସହ ଏକ କାର୍ ଭଡ଼ାକୁ ନେଇ ସୁଯୋଗ ଅପେକ୍ଷାରେ ରହିଥିଲା।

ପୂର୍ବରୁ ମଧ୍ୟ ଥରେ ଚେଷ୍ଟା କରି ସେ ବିଫଳ ହୋଇଥିବାବେଳେ ଘଟଣା ଦିନ ଦେବରାଜ ଉକ୍ତ ଚା’ ଦୋକାନରେ ଚା’ ପିଉଥିବା ଜାଣି ଏବଂ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଭଡ଼ା କାର୍ (ଓଡ଼ି ୦୭କେ ୩୪୮୪)ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଦେବରାଜଙ୍କୁ ଦେଖି ଅତି ନିକଟରୁ ଗୁଳି କରି କାର୍ ଧରି ଫେରାର୍ ହୋଇଯାଇଥିଲା।

ଥାନା କେସ ନଂ ୨୩/୨୦, ୟୁ/ଏସ୍ ୩୦୨/୩୭୯/୧୨୦ବି/୩୪ଆଇପିସି/ସେକ୍ସନ ୨୫ (୧-ବି)(ଏ) ୨୭ ଆର୍ମସ ଆକ୍ଟରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ପୋଲିସ୍ ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କୁ ହତ୍ୟା ଘଟଣା: ୨ ଗିରଫ, ବ୍ୟବହୃତ କାର୍ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍‌କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍‌ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦, ୟୁ/ଏସ୍ ୩୦୨/୨୦୧ ଆଇପିସିରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗସ୍କ୍ୱାର୍ଡ଼ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଶବକୁ ଭଂଜନଗର ସବ୍‌ଡ଼ିଭିଜନାଲ୍ ହସ୍‌ପିଟାଲ୍‌ରେ ରଖାଗଲା। କିନ୍ତୁ ୭୨ ଘଣ୍ଟା ପରେ ଶବ ଚିହ୍ନଟ ନ ହେବାରୁ ନିୟମ ମୁତାବକ ଯୁବତୀର ଦାହ ସଂସ୍କାର କରାଯାଇଥିଲା।

ଏହି ହତ୍ୟାଘଟଣାର ପର୍ଦ୍ଦାଫାସ କରିବା ପାଇଁ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ତଥା ଭଂଜନଗର ଏସ୍‌ଡ଼ିପିଓଙ୍କ ତତ୍ତ୍ୱାବଧାନରେ ବଛାବଛା ଅଫସିରଙ୍କୁ ନେଇ ୫ଟି ଟିମ୍ ଗଠିତ ହୋଇଥିଲା। ଟିମ୍‌ଗୁଡ଼ିକ ଭୁବେନଶ୍ୱର, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ପ୍ରଭୃତି ଅଂଚଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। କେବଳ ଯୁବତୀଟି ଭୁବନେଶ୍ୱର ହୋଇଥିବା ଛଡ଼ା ଅନ୍ୟ କୌଣସି ସୁଫଳ ମିଳିନଥିଲା।

ଏହାପରେ ତଦନ୍ତର ଦିଗ କେବଳ ଭୁବେଶ୍ୱରରେ କେନ୍ଦ୍ରିଭୂତ ହୋଇଥିଲା। ଯୁବତୀର ଫଟୋଟିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ, ପୋଲିସ ଅଫିସର ଗ୍ରୁପ, ନିରୁଦ୍ଦିଷ୍ଟ ମାମଲା ଆଦି ନେଇ ବିଭିନ୍ନ ଥାନାରେ ଖୋଜା ଯାଇଥିଲା। ଶେଷରେ ଜଗନ୍ନାଥପ୍ରସାଦ ପୋଲିସ୍‌କୁ ଏକ ସୁରାକ ମିଳିବାରୁ ଆଇଆଇସି ଦିଲିପ ସ୍ୱାଇଁ ଭୁବନେଶ୍ୱରେ ଡ଼େରା ପକାଇ ଉକ୍ତ ସୋର୍ସକୁ ତଦନ୍ତ କରିଥିଲେ।

ଏହାପରେ ଝିଅଟିର ବାପାଙ୍କୁ ଠାବ କରି ଡ଼ିଏନ୍‌ଏ ଟେଷ୍ଟ କରିବା ପରେ ଶବଟିକୁ ପରିଚୟ ମିଳିଥିଲା। ପରେ ଯୁବତୀଟି କାମ କରୁଥିବା ସ୍ଥାନଗୁଡ଼ିକରେ ପଚରାଉଚରା ଆରମ୍ଭ କରିଥିଲା ପୋଲିସ୍। ପରେ କିଛି ଅଭିଯୁକ୍ତକୁ ପଚରାଉଚରା ପରେ ଉପରୋକ୍ତ ଦୁଇଜଣ ଏହି ଘଟଣା ଘଟାଇଥିବା ମାନିଥିଲେ।

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଭୁବନେଶ୍ୱରରେ ତାଙ୍କ ଘରେ ହତ୍ୟା କରିବା ପରେ ଓଲା କାର୍ (ଓଡ଼ି ୩୩ ଏମ୍ ୩୦୧୪)ରେ ଭୁଷଣ୍ଡାପଲା ଗ୍ରାମକୁ ଆଣି ଫିଙ୍ଗି ଦେଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ହତ୍ୟା ହୋଇଥିବା ସ୍ଥାନକୁ ସିଲ୍ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଗଂଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ହତ୍ୟା ଘଟଣା: ଅଭିଯୋଗ ପରେ ନିଜର ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ। ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ।

ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ। ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆବ୍ୟଶକ। ଦୋଷୀ କିପରି ଗିରଫ ହେବେ ତାହା ଉପରେ ମୁଁ ନିଜେ ଦୃଷ୍ଟି ଦେବି। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ। ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ। ତେଣୁ ମୋ ସହିତ ଫଟୋ ରହିବା ସ୍ୱାଭାବିକ। ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ।”

Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା ଘଟଣା: ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଉଭୟ କଂଗ୍ରେସ ଏବଂ ବିଜେପି ଦଳର ନେତା

ନୟାଗଡ଼: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦଳର ନେତାମାନେ ସରକାର ବିରୋଧରେ ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟୁଛନ୍ତି। ତେବେ ଆଜି ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଦଳର ନେତାମାନେ ପରୀର ପରିବାରକୁ ଭେଟିଛନ୍ତି।

ପ୍ରଥମେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପରୀ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ପରିବାରକୁ ଭେଟିଥିଲେ। ସେହିପରି ବିଜେପି ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପରୀର ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି।

ଏହା ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଛି। ଏନେଇ  ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଆଜି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ଏହି ପ୍ରତିବାଦ କରାଯାଉଛି।