Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହତ୍ୟା ଘଟଣାରେ ୫ ଗିରଫ: ବନ୍ଧୁକ ଓ ଗୁଳି ଜବତ
ଅପରାଧ

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହତ୍ୟା ଘଟଣାରେ ୫ ଗିରଫ: ବନ୍ଧୁକ ଓ ଗୁଳି ଜବତ

January 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୦ ତାରିଖରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ପୋଲିସ୍ ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି। ଏନେଇ ଦକ୍ଷିରାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ସୂଚନା ଦେଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ବାରିକ, ବଳିଆ ଓରଫ୍ ବଳରାମ ପରିଡ଼ା, ପବନ ପହାନ, ପ୍ରଶାନ୍ତ ସ୍ୱାଇଁ ଏବଂ ଗଗନ ବିଶ୍ୱାଳ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ, ୬୩ଟି ଗୁଳି, ୫ଟି ମୋବାଇଲ୍ ଫୋନ୍ ଏବଂ ଏଟିଏମ୍ କାର୍ଡ଼ ଜବତ କରିଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନାଯୋଗ୍ୟ ଘଟଣା ଦିନ ସ୍ୱର୍ଗତ ସାହୁ ଏକ ଚା’ ଦୋକାନରେ ଛିଡ଼ା ହୋଇ କଥା ହେଉଥିବା ବେଳେ କିଛି ଦୁବୃର୍ତ୍ତ ଆସି ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣାପରେ ପୋଲିସ୍ ସକ୍ରିୟ ହୋଇ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚିବା ସହ ତିନୋଟି ଜୀବନ୍ତ ଗୁଳି ଜବତ କରିଥିଲା। ସାଇଣ୍ଟିଫିକ୍ ଟିମ୍‌, ଡ଼କ୍ ସ୍କ୍ୱାର୍ଡ଼, ଫରେନ୍‌ସିକ୍ ଟିମ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଦୁଇଟି ଟିମ୍ ଗଠନ କରାଯାଇ ଗୋଟିଏ ଟିମ୍‌ରେ ଛତ୍ରପୁର ଏସ୍‌ଡ଼ିପିଓ ଏବଂ ଅନ୍ୟ ଟିମ୍‌ରେ ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ସମେତ ଉଭୟ ଟିମ୍‌ରେ ୪ ଜଣ ଆଇଆଇସି ରହି ତଦନ୍ତ କରୁଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ ଗତ ସେପ୍ଟେମ୍ବର ମାସରେ ଦେବରାଜ ଏବଂ ତାଙ୍କ ସଂପର୍କୀୟଙ୍କ ସହ ଅଜୟ ବାରିକଙ୍କ କୌଣସି କାରଣକୁ ନେଇ ମାର୍‌ପିଟ୍ ହୋଇଥିଲା। ଏହି ଘଟଣାର ରାଗ ରଖି ଅଜୟ ବାରିକ ଦେବରାଜଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ୩ଟି ବନ୍ଧୁକ ଏବଂ ୧୧୬ ରାଉଣ୍ଡ ଗୁଳି କିଣିଥିଲା। ଏହାସହ ହତ୍ୟା ପାଇଁ କିଛି ସହଯୋଗୀକୁ ଏକତ୍ରିତ କରିବା ସହ ଏକ କାର୍ ଭଡ଼ାକୁ ନେଇ ସୁଯୋଗ ଅପେକ୍ଷାରେ ରହିଥିଲା।

ପୂର୍ବରୁ ମଧ୍ୟ ଥରେ ଚେଷ୍ଟା କରି ସେ ବିଫଳ ହୋଇଥିବାବେଳେ ଘଟଣା ଦିନ ଦେବରାଜ ଉକ୍ତ ଚା’ ଦୋକାନରେ ଚା’ ପିଉଥିବା ଜାଣି ଏବଂ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଭଡ଼ା କାର୍ (ଓଡ଼ି ୦୭କେ ୩୪୮୪)ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଦେବରାଜଙ୍କୁ ଦେଖି ଅତି ନିକଟରୁ ଗୁଳି କରି କାର୍ ଧରି ଫେରାର୍ ହୋଇଯାଇଥିଲା।

ଥାନା କେସ ନଂ ୨୩/୨୦, ୟୁ/ଏସ୍ ୩୦୨/୩୭୯/୧୨୦ବି/୩୪ଆଇପିସି/ସେକ୍ସନ ୨୫ (୧-ବି)(ଏ) ୨୭ ଆର୍ମସ ଆକ୍ଟରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ପୋଲିସ୍ ସୂଚନା ଦେଇଛି।

ହତ୍ୟା ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.