ନୂଆଦିଲ୍ଲୀ: ଏଣିକି ଆଠ ବର୍ଷର ପୁରୁଣା ଗାଡି ଉପରେ ଟାକ୍ସ ଲାଗିବ। ଆଠ ବର୍ଷର ପୁରୁଣା ଗାଡି ଉପରେ ଏବେ ଗ୍ରୀନ ଟାକ୍ସ ଲାଗିବ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ଏହି ଗ୍ରୀନ ଟାକ୍ସ ବ୍ୟବସ୍ଥାକୁ ଅନୁମତି ଦେଇଛି। ଫିଟନେସ ପ୍ରମାଣ ପତ୍ର ଦେବା ସମୟରେ ଏହି ଟାକ୍ସକୁ ଜମା କରିବାକୁ ପଡିବ। ହେଲେ ଏହି ପ୍ରସ୍ତାବକୁ ପ୍ରଥମେ ସମସ୍ତ ରାଜ୍ୟର ପରାମର୍ଶ ପାଇଁ ପଠାଯିବ। ତାପରେ ଏହି ପ୍ରସ୍ତାବର ସହମତି ପରେ ଔପଚାରିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଟ୍ରାନ୍ଷପୋର୍ଟ ଗ୍ରୀନ ଟାକ୍ସ, ରୋଡ ଟାକ୍ସ ୧୦ ପ୍ରତିଶତ ରୁ ୨୫ ପ୍ରତିଶତ ମୂଲ୍ଯରେ ଲାଗିବ। କିନ୍ତୁ ବ୍ୟକ୍ତିଗତ ଗାଡି ଉପରେ ୧୫ ବର୍ଷ ପରେ ଗ୍ରୀନ ଟାକ୍ସ ଲାଗିବ। ସର୍ବସାଧାରଣ ପରିବହନ ତଥା ସିଟି ବସ ଉପରେ ଗ୍ରୀନ ଟାକ୍ସ କମ ଲାଗିବ। ଅତ୍ୟଧିକ ପ୍ରଦ୍ୟୁଶଣ ସହରରେ ପଞ୍ଜୀକରଣ ହୋଇଥିବା ଗାଡି ଉପରେ ସବୁଠାରୁ ଅଧିକ ଗ୍ରୀନ ଟାକ୍ସ (ରୋଡ ଟାକ୍ସ ୫୦%) ଲାଗିବ। ଡିଜେଲ ଏବଂ ପେଟ୍ରୋଲ ଗାଡି ଉପରେ କାଟାଗୋରୀ ହିସାବରେ ଅଲଗା ଅଲଗା ମୂଲ୍ୟର ଗ୍ରୀନ ଟାକ୍ସ ଲାଗିବ। କିନ୍ତୁ ସିଏନଜି ଗାଡି, ଏଲପିଜି ଗାଡି, ଇଥେନାଲ ଗାଡି ଏବଂ ବିଦ୍ୟୁତ ଚାଳିତ ଗାଡି ଉପରେ ଗ୍ରୀନ ଟାକ୍ସ ଲାଗିବ ନାହିଁ।