Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୁଟେରାଙ୍କୁ ଲାଗିବ ଲଗାମ!: ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାଜପଥରେ ଆରମ୍ଭ ହେଲା ପାଟ୍ରୋଲିଂ ବ୍ୟବସ୍ଥା
ଆଜିର ଖବର

ଲୁଟେରାଙ୍କୁ ଲାଗିବ ଲଗାମ!: ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାଜପଥରେ ଆରମ୍ଭ ହେଲା ପାଟ୍ରୋଲିଂ ବ୍ୟବସ୍ଥା

February 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ୧୬ ନମ୍ବର ଜାତୀୟ ରାଜପଥର ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ଏହି ପାଟ୍ରୋଲିଂ ବ୍ୟବସ୍ଥା କାର୍ଯ୍ୟ କରିବ। ଏହା ଦ୍ଵାରା ଏହି ରାଜପଥରେ ଯାତାୟାତ କରୁଥବା ଯାତ୍ରୀ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ଦ୍ଵାରା ଚୋରୀ ଡକାୟତି ରୋକିବା ସହ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇପାରିବ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ପୋଲିସ ଡ଼ି.ଆଇ.ଜି. ଆଶିଷ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର  ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବ୍ୟବସ୍ଥାକୁ ତିନୋଟି ଭାଗରେ ଭାଗ କରାଯାଇଛି। ପ୍ରଥମ ପାଟ୍ରୋଲିଙ୍ଗ ଗାଡି ପିତାପଲ୍ଲୀ ଠାରୁ ଗୋଡିପଡ଼ା ପର୍ଯ୍ୟନ୍ତ ତଦାରଖ କରିବ, ଦ୍ଵିତୀୟ ଗାଡ଼ି ଗୋଡିପଡ଼ା ଠାରୁ କୁହୁଡି ପର୍ଯ୍ୟନ୍ତ ଏବଂ ତୃତୀୟ ଗାଡ଼ି କୁହୁଡି ଠାରୁ ବାଲୁଗାଁ ନାଭାଲ ଛକ ପର୍ଯ୍ୟନ୍ତ ତଦାରଖ କରିବ ବୋଲି ଚିଲିକା ବିଧାୟକ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ଜାତୀୟ ରାଜପଥରେ ଦିନକୁ ଦିନ ଲୁଟପାତ ସଂଖ୍ୟା ବଢୁଥିବା ବେଳେ ଦୁର୍ଘଟଣା ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି। ତେବେ ଏହା ଦ୍ଵାରା ଲୁଟେରା କବଳରୁ ଲଗାମ ଲାଗିବ ବୋଲି ଆଶା କରାଯାଉଛି।

୧୬ ନମ୍ବର ଜାତୀୟ ରାଜପଥ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026
Latest News

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.