Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚାଷୀ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ଅଭିନେତା ସଲମାନ ଖାନ, ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅନ୍ତରାଷ୍ଟ୍ରୀୟ

ଚାଷୀ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ଅଭିନେତା ସଲମାନ ଖାନ, ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

February 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ସେମାନେ ସୋସିଆଲ ମିଡିଆରେ India Together ଏବଂ India Against Propaganda ଭଳି ହ୍ୟାସଟ୍ୟାଗ ବ୍ୟବହାର କରି ଆନ୍ତର୍ଜାତୀୟ ପ୍ରଚାର ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିଥିଲେ।

ଏହି ସମୟରେ ଗୁରୁବାର ମୁମ୍ବାଇରେ ଏକ ମ୍ୟୁଜିକ୍ ସୋ ରେ ପହଞ୍ଚିଥିବା ସଲମାନ ଖାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ମତାମତ ଦେବାକୁ ପଚରା ଯାଇଥିଲା। ସମସ୍ତ ସେଲିବ୍ରିଟି ଖୋଲାଖୋଲି ଭାବେ ଅନ୍ତର୍ଜାତୀୟ ପ୍ରଚାରକୁ ବିରୋଧ କରୁଥିବା ବେଳେ ଆପଣ କାହିଁକି କିଛି କହୁ ନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ସଲମାନ ଖାନ ସିଧା କିଛି ନ କହି ଅତି ସନ୍ତୁଳିତ ଢଙ୍ଗରେ ଉତ୍ତର ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ, “ମୁଁ ଏହି ପ୍ରସଙ୍ଗରେ ନିଶ୍ଚିତ କହିବି, ବିଲିକୁଲ କହିବି, ଯାହା ଠିକ୍, ତାହା ହେବା ଉଚିତ୍ । ଯାହା ଉଚିତ ତାହା ହେଉ। ସମସ୍ତଙ୍କ ପାଇଁ ଠିକ୍ କଥା ହେବା ଉଚିତ। ”

ଯଦିଓ ସଲମାନ ଖାନ କୃଷକ ଆନ୍ଦୋଳନକୁ ସନ୍ତୁଳିତ ପ୍ରତିକ୍ରିୟା ଦେଇ ନିଜକୁ ଏହି ବାବଦୀୟ ପରିସ୍ଥିତିରୁ ଦୂରେଇ ରଖିଛନ୍ତି। ବଲିଉଡର ବହୁ ତାରକା ଏହା ଉପରେ ମନ୍ତବ୍ୟ ଦେଇଥିଲେ ମଧ୍ୟ ସଲମାନ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନାହାଁନ୍ତି। ବଲିଉଡ ଇଣ୍ଡଷ୍ଟ୍ରିର ତିନି ସୁପରଷ୍ଟାର ଆମୀର ଖାନ୍, ଶାହରୁଖ ଖାନ୍ ଏବଂ ସଲମାନ ଖାନ୍ କାହାକୁ ମଧ୍ୟ ଖୋଲାଖୋଲି ସମର୍ଥନ କରି ନାହାଁନ୍ତି।

ଦୁଇମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ଉପରେ ସାରା ବିଶ୍ୱରୁ ତାରକାଙ୍କ ବିବୃତ୍ତି ପରେ ଦେଶର ତାରାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସମାନ ବିବୃତ୍ତିକୁ କପି କରିବା ଏବଂ ବିଳମ୍ବରେ ପ୍ରତିକ୍ରିୟା ଦେବା ପରେ ଲୋକମାନେ ସୋସିଆଲ ମିଡିଆରେ ବଲିଉଡର ସେଲିବ୍ରେଟମାନଙ୍କୁ ତୀବ୍ର ଟ୍ରୋଲ କରିବାରେ ଲାଗିଛନ୍ତି।

ତେବେ ଅଭିନେତ୍ରୀ କଙ୍ଗନା ରାନାୱତ୍ ଏହି ପ୍ରସଙ୍ଗରେ ସର୍ବାଧିକ ସ୍ୱର ଉତ୍ତୋଳନ କରିଛନ୍ତି । 70 ଦିନରୁ ଅଧିକ ସମୟ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ସମୟରେ କଙ୍ଗନା ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବର କଳାକାରମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.