ଚାଷୀ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ଅଭିନେତା ସଲମାନ ଖାନ, ଯାହା କହିଲେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Feb 5, 2021, 1:41 pm IST

ନୂଆଦିଲ୍ଲୀ, ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ସେମାନେ ସୋସିଆଲ ମିଡିଆରେ India Together ଏବଂ India Against Propaganda ଭଳି ହ୍ୟାସଟ୍ୟାଗ ବ୍ୟବହାର କରି ଆନ୍ତର୍ଜାତୀୟ ପ୍ରଚାର ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିଥିଲେ।

ଏହି ସମୟରେ ଗୁରୁବାର ମୁମ୍ବାଇରେ ଏକ ମ୍ୟୁଜିକ୍ ସୋ ରେ ପହଞ୍ଚିଥିବା ସଲମାନ ଖାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ମତାମତ ଦେବାକୁ ପଚରା ଯାଇଥିଲା। ସମସ୍ତ ସେଲିବ୍ରିଟି ଖୋଲାଖୋଲି ଭାବେ ଅନ୍ତର୍ଜାତୀୟ ପ୍ରଚାରକୁ ବିରୋଧ କରୁଥିବା ବେଳେ ଆପଣ କାହିଁକି କିଛି କହୁ ନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ସଲମାନ ଖାନ ସିଧା କିଛି ନ କହି ଅତି ସନ୍ତୁଳିତ ଢଙ୍ଗରେ ଉତ୍ତର ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ, “ମୁଁ ଏହି ପ୍ରସଙ୍ଗରେ ନିଶ୍ଚିତ କହିବି, ବିଲିକୁଲ କହିବି, ଯାହା ଠିକ୍, ତାହା ହେବା ଉଚିତ୍ । ଯାହା ଉଚିତ ତାହା ହେଉ। ସମସ୍ତଙ୍କ ପାଇଁ ଠିକ୍ କଥା ହେବା ଉଚିତ। ”

ଯଦିଓ ସଲମାନ ଖାନ କୃଷକ ଆନ୍ଦୋଳନକୁ ସନ୍ତୁଳିତ ପ୍ରତିକ୍ରିୟା ଦେଇ ନିଜକୁ ଏହି ବାବଦୀୟ ପରିସ୍ଥିତିରୁ ଦୂରେଇ ରଖିଛନ୍ତି। ବଲିଉଡର ବହୁ ତାରକା ଏହା ଉପରେ ମନ୍ତବ୍ୟ ଦେଇଥିଲେ ମଧ୍ୟ ସଲମାନ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନାହାଁନ୍ତି। ବଲିଉଡ ଇଣ୍ଡଷ୍ଟ୍ରିର ତିନି ସୁପରଷ୍ଟାର ଆମୀର ଖାନ୍, ଶାହରୁଖ ଖାନ୍ ଏବଂ ସଲମାନ ଖାନ୍ କାହାକୁ ମଧ୍ୟ ଖୋଲାଖୋଲି ସମର୍ଥନ କରି ନାହାଁନ୍ତି।

ଦୁଇମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ଉପରେ ସାରା ବିଶ୍ୱରୁ ତାରକାଙ୍କ ବିବୃତ୍ତି ପରେ ଦେଶର ତାରାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସମାନ ବିବୃତ୍ତିକୁ କପି କରିବା ଏବଂ ବିଳମ୍ବରେ ପ୍ରତିକ୍ରିୟା ଦେବା ପରେ ଲୋକମାନେ ସୋସିଆଲ ମିଡିଆରେ ବଲିଉଡର ସେଲିବ୍ରେଟମାନଙ୍କୁ ତୀବ୍ର ଟ୍ରୋଲ କରିବାରେ ଲାଗିଛନ୍ତି।

ତେବେ ଅଭିନେତ୍ରୀ କଙ୍ଗନା ରାନାୱତ୍ ଏହି ପ୍ରସଙ୍ଗରେ ସର୍ବାଧିକ ସ୍ୱର ଉତ୍ତୋଳନ କରିଛନ୍ତି । 70 ଦିନରୁ ଅଧିକ ସମୟ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ସମୟରେ କଙ୍ଗନା ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବର କଳାକାରମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

Related posts