ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଭିନ୍ନ ସମୟରେ ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥାନ୍ତି। ବର୍ତ୍ତମାନ ସଂସଦରେ ସେ ଯେପରି ଓଡିଶା ପ୍ରସଂଗରେ ତଥ୍ୟ ରଖୁଛନ୍ତି ତାହା ମଧ୍ୟ ସ୍ବାଗତଯୋଗ୍ୟ। ସେହିପରି ନୂଆକରି ସାଂସଦ ହୋଇ ଗୃହ ପରିଚାଳନା କରିବାର ଦାୟିତ୍ବ ମିଳିବା ନିଶ୍ଚିତ ଗର୍ବର କଥା। ସେହିପରି ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି ଏହି ବଜେଟ ଅଧିବେସନରେ।
ଫେବୃୟାରୀ ୧ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହୋଇଥିଲା। ସେହିଦିନ ସସ୍ମତି ସଂସଦକୁ ସାଇକେଲରେ ଯାଇଥିଲେ। ତାଙ୍କ ସହିତ ଅନ୍ୟତମ ସାଂସଦ ଡକ୍ଟର ବିକାଶ ମହାତ୍ମେ ମଧ୍ୟ ଯାଇଥିଲେ। ସଂସଦ ଭବନ ନିକଟରେ ଥିବା ସାଂସଦମାନେ ସାଇକେଲରେ ଯିବାଆସିବା କରିବା ଉଚିତ ବୋଲି ସସ୍ମତି ଆହ୍ବାନ ଦେଇଛନ୍ତି।
Tags: ସାଂସଦ ସସ୍ମତି ପାତ୍ର