କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଠାରେ ମାଓ ଦମନ ନିମନ୍ତେ ସୀମାସୁରକ୍ଷା ବଳର-୧୫ ନଂ ବାଟାଲିୟନ ନିୟୋଜିତ ହୋଇଛନ୍ତି। ଆଜି ସକାଳୁ ଏହି ବାଟାଲିୟନର ଇନ୍ଦର ସିଂହ ନାମକ ଜଣେ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ପ୍ରକାଶ ଥାଉ କି, ସେ ଗତକାଲି ସେ ନିଜ ବାସସ୍ଥାନ ରାଜସ୍ଥାନରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ।