Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା
ଆଜିର ଖବର

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା
ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ଜୁଏଲାରୀ ବ୍ରାଣ୍ଡ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଆଜି ଭୁବନେଶ୍ୱରର ଜନପଥଠାରେ ଏହାର ଦେଶର ସର୍ବବୃହତ ଶୋ’ରୁମର ଉଦ୍‌ଘାଟନ କରିଛି, ଯାହା କମ୍ପାନୀର ଖୁଚୁରା ସମ୍ପ୍ରସାରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ସୂଚିତ କରୁଛି। ଦୁଇଟି ସ୍ତରରେ ୪୦୫୬ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଏହି ଶୋ’ରୁମ ପ୍ରାୟ ୨୪ କୋଟି ଟଙ୍କାର ଏକ ନିବେଶର ପ୍ରତିନିଧିତ୍ୱ କରୁଛି। ଏହି ବିଶାଳ ଉଦ୍‌ଘାଟନ ସମାରୋହରେ ବଲିଉଡ ଅଭିନେତ୍ରୀ ସୋନଲ ଚୌହାନ ଏବଂ ହରି କ୍ରିଷ୍ଣା ଗ୍ରୁପ ଓ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ।

ଏହି ଉଦ୍‌ଘାଟନ ସମାରୋହରେ ହରି କ୍ରିଷ୍ଣା ଏକ୍ସପର୍ଟସ ଏବଂ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଭୁବନେଶ୍ୱରରେ, ଆମର ଭାରତର ସବୁଠାରୁ ବଡ ଶୋ’ରୁମର ଶୁଭାରମ୍ଭ, ଓଡିଶାର ଅଭିବୃଦ୍ଧି କ୍ଷମତାରେ ଆମର ଆତ୍ମବିଶ୍ୱାସ ଏବଂ ସଂଗଠିତ ଅଳଙ୍କାର ପାଇଁ ବଢୁଥିବା ଚାହିଦାକୁ ପ୍ରତିଫଳନ କରୁଛି। ପୂର୍ବ ଭାରତ ଆମର ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନକାରୀ ଭାବେ ଉଭା ହୋଇଥିବା ବେଳେ ଆମେ ଏହି ଅଂଚଳରେ ଆମର ଉପସ୍ଥିତିକୁ ଆହୁରି ବ୍ୟାପକ କରିବା ପାଇଁ ମଜବୁତ ସୁଯୋଗ ପରିଲକ୍ଷିତ କରୁଛୁ। ଆମର ଫ୍ରାଂଚାଇଜି ପାର୍ଟନରଙ୍କ ଠାରେ ଆମର ଆତ୍ମବିଶ୍ୱାସ ଏବଂ ଆମର ଫୋଫୋ ମଡେଲର ଶକ୍ତି ଆମକୁ ଗ୍ରାହକଙ୍କ ନିକଟରେ ଗୁଣାତ୍ମକ ହୀରା ଓ ସୁନା ଅଳଙ୍କାର ପହଂଚାଇବା ପାଇଁ ସକ୍ଷମ କରିବା ସହିତ ଏକ ସ୍ଥାୟୀ ରିଟେଲ ଅନୁଭୂତି ପ୍ରଦାନ କରୁଛି। ଏହି ନୂତନ ଶୋ’ରୁମ୍ ପାଇଁ ଆମର ଫ୍ରାଂଚାଇଜ୍ ପାର୍ଟନର ରାମପ୍ରସାଦ ମିଶ୍ର ଏବଂ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ଏହି ନୂତନ ଉଦ୍ୟମ ପାଇଁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏଥିସହିତ, ସେମାନଙ୍କୁ କିସ୍‌ନା ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି।”

ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହାନ କହିଛନ୍ତିଯେ, “ବିଶେଷ କରି ପର୍ବପର୍ବାଣୀ ସମୟରେ ଗହଣା ଆମ ଉତ୍ସବ ପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ପ୍ରତ୍ୟେକ ଗହଣାର ନିଜସ୍ୱ ମହତ୍ୱ ଓ ଭାବନା ରହିଥାଏ। ବିଭିନ୍ନ ରୁଚି ଓ ଅବସରକୁ ଦୃଷ୍ଟିରେ ରଖି କିସ୍‌ନା କିପରି ପାରମ୍ପରିକ କାରିଗରୀର ଅନନ୍ୟତା ସହ ଆଧୁନିକ ଡିଜାଇନ୍‌ର ସୁନ୍ଦର ସମନ୍ୱୟ ଆଣିପାରିଛି, ତାହା ମୋତେ ବେଶ୍ ଭଲ ଲାଗେ। ଏଠାରେ ଭୁବନେଶ୍ୱରରେ ଭାରତରେ ବ୍ରାଣ୍ଡ୍‌ର ସର୍ବବୃହତ୍ ଶୋ’ରୁମ୍‌ର ଉଦ୍‌ଘାଟନ କରିବା ଏବଂ ଓଡ଼ିଶାବାସୀଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ପାଳନ କରିବା ମୋ ପାଇଁ ଏକ ଆନନ୍ଦର ବିଷୟ।”

ଏହି ଶୁଭାରମ୍ଭ ଓଡିଶାରେ କିସ୍‌ନାର ୯ମ ଏକ୍ସକ୍ଲୁସିଭ ଶୋ’ରୁମକୁ ସୂଚିତ କରୁଛି, ଯାହା ପୂର୍ବ ଭାରତରେ କମ୍ପାନୀର ଉପସ୍ଥିତି ମଜବୁତ କରିଛି, ଏହା ସାମଗ୍ରିକ ବ୍ୟବସାୟିକ ଯୋଗଦାନ ଦୃଷ୍ଟିକୋଣରୁ ବ୍ରାଣ୍ଡର ୨ୟ ସର୍ବବୃହତ ଅଂଚଳ ଅଟେ। ଦେଶବ୍ୟାପୀ ୧୭୧ଟି ଏକ୍ସକ୍ଲୁସିଭ ଶୋ’ରୁମ ସହିତ କିସ୍‌ନା ୨୦୨୬ ଶେଷ ସୁଦ୍ଧା ମେଟ୍ରୋ ସହର ବ୍ୟତୀତ ଟିୟର ୨ ଓ ଟିୟର ୩ ସହରଗୁଡିକରେ ଏହାର ଷ୍ଟୋର ସଂଖ୍ୟା ୨୦୦କୁ ବୃଦ୍ଧି କରି ନିଜର ନେଟ୍‌ୱର୍କ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖିଛି।

ରଣନୈତିକ ଭାବେ ଭୁବଶ୍ୱେରର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ ସ୍ଥାନ, ପ୍ଲଟ ନମ୍ବର ୬୬୨(ବି), ରିଜିଓନାଲ ପିଏଫ ଅଫିସ ବିପରୀତ, ଜନପଥ ରୋଡଠାରେ ଅବସ୍ଥିତ ଏହି ଫ୍ଲାଗସିପ ଶୋ’ରୁମ ଗୋଟିଏ ଛାତ ତଳେ କିସ୍‌ନାର ହୀରା ଓ ସୁନା ଅଳଙ୍କାରର ବିସ୍ତୃତ ପୋର୍ଟଫୋଲିଓକୁ ଏକତ୍ରିତ କରିଛି। ଏକ ଉନ୍ନତ ରିଟେଲ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ ହୋଇଥିବା ଏହି ବିସ୍ତୃତ ଶୋ’ରୁମରେ ଦୈନନ୍ଦିନ ପରିଧାନ, ପାର୍ବଣ ଉତ୍ସବ, ଉପହାର ଓ ବିବାହ ପାଇଁ ଆବଶ୍ୟକ ଅଳଙ୍କାର ସଂଗ୍ରହ ଉପଲବ୍ଧ ରହିଛି। ଏହି ସଂଗ୍ରହରେ ରିଙ୍ଗ୍‌, ଇୟରିଙ୍ଗ୍‌, ପେଣ୍ଡାଂଟ, ମଙ୍ଗଳସୂତ୍ର, ନେକ୍‌ଲେସ, ବ୍ୟାଙ୍ଗେଲ ଓ ବ୍ରେସଲେଟ ଆଦି ଅନ୍ତର୍ଭୁକ୍ତ ରହିଛି ଯାହା ଉତ୍କୃଷ୍ଟ କାରିଗରୀ, ଆଧୁନିକ ଡିଜାଇନ ଓ ସୁଲଭ ମୂଲ୍ୟକୁ ଏକତ୍ରିତ କରିଛି।

ଜୁଏଲାରୀ ଶୋ’ରୁମ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Latest News

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.