ନୂଆଦିଲ୍ଲୀ, ଗୋଲିମରିଚ କେବଳ ରୋଷୋଇ କାମରେ ବ୍ୟବହାର କରାଯାଏ ନାହିଁ। ଏହା ବିଭିନ୍ନ ରୋଗ ଉପଶମ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଛୋଟ ଗୋଲମରିଚରେ ବଡ ରୋଗ ମଧ୍ୟ ଭଲ ହୋଇଥାଏ। ଆଜି ଆସନ୍ତୁ ଏହି ଗୋଲମରିଚରୁ ପାଞ୍ଚୋଟି ରୋଗ କିପରି ଉପଶମ ହୋଇଥାଏ।
ମୁଣ୍ଡବିନ୍ଧା– ଯଦି ମୁଣ୍ଡ ବିନ୍ଧା ହେଉଥିବ ତେବେ ଗୋଟିଏ ଗୋଲମରିଚ ଛୁଞ୍ଚିରେ ଫୋଡି ତାହାକୁ ନିଆଁରେ ଜାଳନ୍ତୁ। ସେଥିରୁ ଯେଉଁ ଧୂଆଁ ବାହାରିବ ତାହା ନାକ ବାଟେ ଗ୍ରହଣ କରନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା ଭଲ ହୋଇଯିବ।
ଦନ୍ତରୋଗ- ଗୋଲମରିଚ ଗୁଣ୍ଡରେ ମଝିରେ ମଝିରେ ଦାନ୍ତ ଘସିଲେ ବିଭିନ୍ନ ଦାନ୍ତ ରୋଗରୁ ମିଳିଥାଏ ଉପଶମ।
ଆମାଶୟ– ଗୋଲମରିଚ ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ବହୁ ପୁରୁଣା ଆମାଶୟ ରୋଗ ଭଲ ହୋଇଥାଏ।
କାଶ- ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ସେବନ କଲେ ନୂଆ ପୁରୁଣା କାଶ ରୋଗ ଭଲ ହୋଇଥାଏ।
ଗଳାରେ ଘା/ଘଣ୍ଟିକା ବଢିବା– ଏହି ରୋଗରୁ ଉପଶମ ହେବା ପାଇଁ ଉଷୁମ ପାଣିରେ ଗୋଲମରିଚ ଚୁର୍ଣ୍ଣ ଏବଂ ଲୁଣ ପକାଇ ଫେଣ୍ଠି ଦିଅନ୍ତୁ। ସେହି ଉଷୁମ ପାଣିକୁ ଦିନରେ ଦୁଇ ତିନି ଥର କୁଳୁକୁଁଞ୍ଚା କରନ୍ତୁ।