ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Mar 27, 2021, 12:03 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୮୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪୪୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୧ ଟି ଜିଲ୍ଲାରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ, ନୂଆପଡା ଜିଲ୍ଲାରୁ ୨୩ ଜଣ, କଟକ ଜିଲ୍ଲାରୁ ୧୯ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୨, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ନବରଂଗପୁର ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୫ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧, ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ ଏବଂ ଷ୍ଟେଟ ପୁଲରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts