Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ: ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଦିଆଯିବ ଟୀକା
ଆଜିର ଖବର

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ: ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଦିଆଯିବ ଟୀକା

April 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ। ଦୋକାନ ବଜାର ପଡିବ ନାହିଁ। ବିମାନ ସହିତ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତ ମାନଙ୍କୁ କୋଭିଡ ଟୀକା ଦିଆଯିବ। ୨୪ ଘଣ୍ଟା ପୋଲିସ ଏବଂ ମେଡିକାଲର ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟକାରୀ ହେବ।

ଆସନ୍ତାକାଲିଠାରୁ କଟକଣା ଗୁଡ଼ିକର ତହସିଲ ପ୍ରଶାସନ ଦ୍ୱାରା ପ୍ରଚାର ପ୍ରସାର ହେବ।  ପୋଲିସ ଦ୍ୱାରା ଯାତ୍ରା ସରିବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମଦ ଧରପଗଡ଼ ଅଭିଯାନ ଜାରି ରହିବ।  ବାହାରୁ ଯଦି କୌଣସି ବ୍ୟକ୍ତି ଯାତ୍ରା ସମୟରେ ଉକ୍ତ ଅଞ୍ଚଳକୁ ଆସିବେ ତେବେ ସେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ।

ଉକ୍ତ ବୈଠକରେ ବିଡ଼ିଓଙ୍କ ସହ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ହରିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ, ୨୨ ମୌଜା କମିଟି ସଭାପତି ଲଳିତ ମୋହନ ପଟ୍ଟନାୟକ, ଏଗାରଦୋଳ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଗାଇଡଲାଇନ ଚିଲିକା ବ୍ଲକ ଜରୁରୀକାଳୀନ ବୈଠକ ଟୀକା ଦୋଳ ଉତ୍ସବ ସେବାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026
Latest News

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.