Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ବରବରା ଜଙ୍ଗଲରୁ ଶାଗୁଆନ କାଠ ଚୋରି କରିବାର ନୂଆ ତରିକା: ଗିରଫ ହେଲେ ୩ ଦୁର୍ବୃତ୍ତ
ଅପରାଧ

ବାଣପୁର ବରବରା ଜଙ୍ଗଲରୁ ଶାଗୁଆନ କାଠ ଚୋରି କରିବାର ନୂଆ ତରିକା: ଗିରଫ ହେଲେ ୩ ଦୁର୍ବୃତ୍ତ

April 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଜଙ୍ଗଲରୁ କାଠ ଚୋରି କରିବା ନିମନ୍ତେ ଦୁର୍ବୃତ୍ତ ମାନେ ନୂଆ ତରିକା ଆପଣେଇଛନ୍ତି। ଜଙ୍ଗଲର ଗୋଟିଏ ପାର୍ଶ୍ଵରୁ ନିଆଁ ଲଗାଇ ବନକର୍ମଚାରିଙ୍କୁ ବ୍ୟସ୍ତ ରଖୁଥିବା ବେଳେ ଅପରପାର୍ଶ୍ୱରୁ କାଠ ଚୋରିକରିବା ଭଳି ଏକ ସାଂଘାତିକ ଅଭିଯୋଗ ହେଉଛି। ତେବେ ଏପରି ଏକ ଯୋଜନା କରୁଥିବାବେଳେ ବନ ବିଭାଗ ହାତରେ ଚୋରା ଶାଗୁଆନ କାଠ ସହ ୩ ଜଣ କାଠ ମାଫିଆ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ବାଣପୁର ବରବରା ସେକ୍ସନ ଅନ୍ତର୍ଗତ କଟୁଆଳ ସରଂକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତ ଗୋଟାଏ ପାର୍ଶ୍ୱରେ ନିଆଁ ଲଗାଇ ଶାଗୁଆନ କାଠ କାଟିବାରେ ବ୍ୟସ୍ତ ଥିଲେ। କିନ୍ତୁ କିଛି ଦିନ ହେଲା ସମ୍ପୃକ୍ତ ଜଙ୍ଗଲରେ ମନୁଷ୍ୟକୃତ ନିଆଁ ଲାଗୁଥିବାର ଅଭିଯୋଗ ହୋଇଆସୁଥିଲା। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଦୁଇ ସେକ୍ସନ ଫୋର୍ସ ସମ୍ପୃକ୍ତ ଜଙ୍ଗଲରେ ପୂର୍ବରୁ ପଇଁତରା ମାରୁଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କଠୁ କିଛି ଦୁର୍ବୁତ୍ତ କାଠ କାଟୁଥିବା ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଁଚିଥିଲା। ଏବଂ ସେଠାରୁ ୩ ଜଣ କାଠ ମାଫିଆଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ ଶବର, ସନିଆ ଶବର ଏବଂ ଡମ୍ବୁରୁ ଶବର।

ସେମାନଙ୍କ ନିକଟରୁ ୬ ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହ ୨ ଗୋଟି ସାଇକେଲ ଜବତ କରିଛି ବନବିଭାଗ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଓଡିଶା ଜଙ୍ଗଲ ଅଧିନିୟମ ଆଇନ ଅନୁଯାୟୀ କେସ ନମ୍ବର ଓ.ଆର-୧(ଖ)/୨୦୨୧-୨୨ ରେ ମାମଲା ରୁଜୁ କରାଯାଇଛି। ଏବଂ ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ ବାଣପୁର କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ବିଶ୍ୱଜିତ ପ୍ରଧାନ, ଜ୍ୟୋତିରଞ୍ଜନ ସାହୁ, ସୌମ୍ୟରଂଜନ ବେହେରା, ସନ୍ତୋଷ ପଟ୍ଟନାୟକ ଏବଂ ଜଗୁଆଳି ଉପେନ୍ଦ୍ର ଜାନି, କ୍ଷିତୀଶ ଦାସ ଆଦି ସାମିଲ ଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Latest News

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.