ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୭୬: ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ

Published: Apr 21, 2021, 6:24 pm IST

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୨୦୪ କୁ ବୃଦ୍ଧି ହୋଇଛି।

ଓଲ୍ଡ ଟାଉନରୁ ସର୍ବାଧିକ ୩୩ ଜଣ ଚିହ୍ନ ହୋଇଥିବା ବେଳେ ନୟାପଲ୍ଲୀରୁ ୨୫, ପଟିଆରୁ ୨୩, ଚନ୍ଦ୍ରଶେଖରପୁରରୁ ୨୧ ଜଣ, ଟଙ୍କପାଣି ରୋଡରୁ ୧୮, ଲକ୍ଷ୍ମୀସାଗରରୁ ୧୭, ରସୁଲଗଡରୁ ୧୨, ଜାଗମରାରୁ ୧୦ ଏବଂ ବରମୁଣ୍ଡାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଭୁବନେଶ୍ବରରୁ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୩୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୫୮୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts