ନୂଆଦିଲ୍ଲୀ, ବିଶ୍ୱର ବୃହତମ କୋଭିଡ ଟିକାକରଣ ଅଭିଯାନରେ ଏ ପର୍ୟ୍ୟନ୍ତ ଭାରତରେ ୧୩.୮୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧୯ ଲକ୍ଷ ୮୦ ହଜାର ୧୦୫ ସେସନରେ ମୋଟ ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨ ଡୋଜ୍ ଟିକା ଦିଆଯାଇଛି ।
ଏହା ମଧ୍ୟରେ, ୯୨ ଲକ୍ଷ ୬୮ ହଜାର ୨୭ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯ ଲକ୍ଷ ୫୧ ହଜାର ୭୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୮ ଲକ୍ଷ ୫୧ ହଜାର ୬୫୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧ ଲକ୍ଷ ୯୪, ହଜାର ୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୯୧ ଲକ୍ଷ ୪୫ ହଜାର ୨ ଶହ ୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୧ ଲକ୍ଷ ୬୫ ହଜାର ୩୩୮ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪ କୋଟି ୬୬ ଲକ୍ଷ ୭୧ ହଜାର ୫୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୧ ଲକ୍ଷ ୩୨ ହଜାର ୮୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି
ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୯୨% ଟିକା ଆଠଟି ରାଜ୍ୟରେ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୯୮ତମ ଦିବସ (୨୩, ଏପ୍ରିଲ ୨୦୨୧)ରେ ୨୯,୦୧,୪୧୨ ଡୋଜ୍ ଟିକା ଦିଆଯାଇଛି ।
୨୬,୯୨୭ ସେସନରେ ୧୮,୬୩,୦୨୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୩୮,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ଭାରତରେ ଏ ପର୍ୟ୍ୟନ୍ତ ମୋଟ ୧,୩୮,୬୭,୯୯୭ ଜଣ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୮୩.୪୯% ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୨,୧୯,୮୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୨.୯୪% ସୁସ୍ଥ ୧୦ଟି ରାଜ୍ୟରେ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାରୁ ୭୪.୧୫% ମାମଲା ଆସିଛି ।
ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ସର୍ବାଧିକ ୬୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୬,୬୦୫ ଓ କେରଳରେ ୨୮,୪୪୭ ଜଣ ସଂକ୍ରମିତ ହୋଇଛନ୍ତି ।
ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୫,୫୨,୯୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୫.୩୭% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୨୪,୩୨୪ ମାମଲା ବୃଦ୍ଧି ପାଇଛି ।
ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୬.୬୬% ମାମଲା ରହିଛି । ଜାତୀୟ ମୃତ୍ୟୁ ହାର ଏବେ ହ୍ରାସ ପାଇ ଚାଲିଛି ଏବଂ ୧.୧୪%ରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨୪ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆ ମୃତ୍ୟୁ ମଧ୍ୟରୁ ଦଶଟି ରାଜ୍ୟରେ ୮୨.୨୮% ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନର ସର୍ବାଧିକ ୭୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୪୮ ଜଣଙ୍କ ମୃତ୍ୟୁ ହୋଇଛି ।
୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ମିଜୋରାମ, ଲାକ୍ଷାଦ୍ୱୀପ, ସିକିମ, ମଣିପୁର, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।