Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହୁଏତ ସେ କହି ଦେଇଛି, ସେଥିପାଇଁ ପୃଥିବୀକୁ ଫେରାଇ ନେବାକୁ ଚାହୁଁଛନ୍ତି ଈଶ୍ବର
ବିଶେଷ ଖବର

ହୁଏତ ସେ କହି ଦେଇଛି, ସେଥିପାଇଁ ପୃଥିବୀକୁ ଫେରାଇ ନେବାକୁ ଚାହୁଁଛନ୍ତି ଈଶ୍ବର

May 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିପିନ ଚନ୍ଦ୍ର ମହାପାତ୍ର

କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି? ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ ଅନେକ କିଲୋମିଟର ଉଚ୍ଚରୁ ବୋମା ପକାଇ ପାରେ। ରୁଷିଆର S ୪୦୦ ମିସାଇଲର ଡିଫେନସ୍ ସିସଟମ୍ କୁଆଡେ ପୃଥିବୀକୁ ବାରମ୍ବାର ବୁଲି ଆସି ପାରେ। AK ୧୦୭ ରାଇଫେଲ୍ କୁଆଡେ ଆଖି ପଲକରେ ଗୋଟିଏ ଟ୍ୟାଂକକୁ ଛତୁ କରି ପାରେ ।

ମଣିଷ ମାରିବା ପାଇଁ କେତେ ଆୟୋଜନ !

ମନେ ପଡେ..

ସିରିଆର ସେହି ତିନି ବର୍ଷର ପୁଅ କହିଥିବା କଥା। ବୋମା ମାଡରେ କ୍ଷତବିକ୍ଷତ ଦେହ ନେଇ ମରିବା ପୂର୍ବରୁ କହିଥିଲା- ‘ମୁଁ ଈଶ୍ବରଂକୁ ସବୁ କହିଦେବି ‘ ହୁଏତ ସେ କହି ଦେଇଛି, ଆମର ପୈଶାଚିକତାର କଥା, ଲୋଭର କଥା,ଅସଭ୍ୟତାର କଥା, ନିର‌୍ୟ୍ୟାତନାର କଥା । ସାଗର ସେ ପାରିର ପଡିରହିଥିବା ଆଲାନ୍ କୁର୍ଦି, କଣ୍ଟା ତାରରେ ଝୁଲି ରହିଥିବା ସେହି ଝିଅଟିର ମୃତଦେହ ବୋଧହୁଏ ଈଶ୍ବରଂକୁ ସବୁ କହିଦେଇଛି । ଈଶ୍ବର ଏଥର ତାଙ୍କ ପୃଥିବୀକୁ ଫେରାଇନେବାକୁ ଚାହୁଁଛନ୍ତି । ସିଏ ହୁଏତ ସବୁ ଅଭିଯୋଗ ଶୁଣିଛନ୍ତି, ହୁଏତ ଶୁଣିଛନ୍ତି ପ୍ରକୃତିର ଆର୍ତନାଦ- ଶୁଣିଛନ୍ତି ସେହି ଚଢେଇର କ୍ରନ୍ଦନ ।

ଏହାକୁ ହିଁ ବୋଧେ କୁହାଯାଏ ଈଶ୍ବରଂକ ମାଡ, କିଂବା ପ୍ରକୃତିର ପ୍ରତିଶୋଧ-ବୈଭବରେ ଜଡିତ ଦୁବାଇର ୮୨୮ ମିଟର ମିନାରର ବୁର୍ଜ ଖଲିଫା ଏବେ ଶୂନ୍ ଶାନ୍ ପଡିଛି। ସୁନା ଆଉ ପେଟ୍ରୋ ଡଲାରରେ ଘୋଡାଇ ରହିଥିବା ଅହଂକାର ଏବେ ମୃତ୍ୟୁ ଭୟରେ ଥରୁଛି । କ୍ଷୁଦ୍ରାଦି କ୍ଷୁଦ୍ର ଗୋଟିଏ ଭାଇରସ୍ ର ଭୟରେ ପ୍ରବଳ ପରାକ୍ରମଶାଳିମାନେ ଅସହାୟ ଭାବରେ ଖାଲି ଆଖି ଫାଡି ଅନାଇ ରହିଛନ୍ତି ମଳିନ କୋଟ ପିନ୍ଧା ବୈଜ୍ଞାନିକ ଅଥବା ଅନିଦ୍ରାରେ ରହିଥିବା ଅବସନ୍ନ କିନ୍ତୁ ପରାଜୟ ନ ମାନୁଥିବା ଡାକ୍ତର ଓ ନର୍ସ ମାନଂକ ଆଡକୁ।

ଚରମ ଘୃଣାରେ ଯେଉଁମାନଙ୍କ ଆଡକୁ କେହି ଅନଉ ବି ନ ଥିଲେ, ଆଜି ସେହି ସଫେଇ କର୍ମଚାରୀର ହେଉଛି ପୁଷ୍ପବୃଷ୍ଟି ଓ ଶଂଖଧ୍ବନିରେ ଆହ୍ବାନ । ଆମେ ହଜାର ହଜାର ମଣିଷ ମାରିଛୁ, ଜଣେ ଆଉଜଣକୂ ମରିବା ପାଇଁ ମାରଣାସ୍ତ୍ର ତିଆରି କରିଛୁ । ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି କରିବାକୁ ତିଆରି କରିଛୁ ନାନାପ୍ରକାର ଗୋପନ ଅସ୍ତ୍ର । ସୁଇଡେନ୍ ର ଇନଟରନ୍ୟାସନାଲ ପିସ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ର ଗବେଷଣା ଜଣାଇଛି ୨୦୧୮ରେ କେବଳ ମାତ୍ର ଯୁଦ୍ଧର ଉଦ୍ୟମ ପାଇଁ ୧.୮୨୨ ଟ୍ରିଲିୟନ୍ ମାର୍କିନ୍ ଡଲାର ଖର୍ଚ୍ଚ ହୋଇଛି । ସିଏ ବୋଧେ ସବୁ କହିଦେଇଛି ।

କହିଛି ସେହି ଚଢେଇର କଥା, ଯିଏ ଆଉ ଆକାଶରେ ଉଡୁନି, କହିଛି ସେହି ଆକାଶର କଥା, ଯିଏ ଦିନେ ନୀଳବର୍ଣ ଥିଲା, କହିଛି ସେହି ପବନର କଥା, ଯିଏ ଦିନେ ନିର୍ମଳ ଥିଲା, କହିଛି ସେହି ପୃଥିବୀର କଥା, ଯିଏ ଦିନେ ସମସ୍ତଂକର ଥିଲା । ସମସ୍ତଙ୍କର ପୃଥିବୀକୁ ଆମେ ମନଇଛ୍ଛା ଭାଗ ଭାଗ କରିଛୁ, ଧର୍ମ ନାମରେ, ଦେଶ ନାମରେ, ଭାଷା ନାମରେ ମଣିଷକୁ ଦୂରକୁ ଠେଲି ଦେଇଛୁ, ଚମଡାର ରଂଗ ଦେଇ, ଗଣତନ୍ତ୍ର ନାମରେ ଆମକୁ ଟକୁରା ଟୁକୁରା କରିଛୁ ।

ଏହି ଯୁଦ୍ଧ କଣ କେବଳ ଅଦୃଶ୍ୟ ଭାଇରସ୍ ବିରୁଦ୍ଧରେ? ବୋଧହୁଏ ନୁହେଁ ।ଲକଡାଉନରେ ଖାଇବାକୁ ନ ପାଇ ପାଞ୍ଚ ସନ୍ତାନର ଜନନୀର ଗଂଗାରେ ଡେଇଁ ଆତ୍ମହତ୍ୟା । ଏତେଦିନ ପରେ ହୁଏତ ସବୁ ଠିକ୍ ହେବ । କିନ୍ତୁ ଆମେ କଣ ସତରେ ମଣିଷ ହୋଇ ପାରିବା ?

Share. Facebook Twitter LinkedIn Email WhatsApp Copy Link

Related Posts

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ; ସମୟୋଚିତ ପ୍ରସ୍ତୁତି ଜରୁରୀ: କେନ୍ଦ୍ର କୃଷିମନ୍ତ୍ରୀ

June 3, 2026

ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

June 2, 2026

ନେହେରୁଙ୍କ ରେକର୍ଡ ଭାଙ୍ଗିବେ ମୋଦି

June 2, 2026

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026
Latest News

ମୋଟରସାଇକେଲ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ

June 3, 2026

ଲୋକଭବନରେ ତେଲେଙ୍ଗାନା, ଗୋଆ ଏବଂ ସିକିମର ପ୍ରତିଷ୍ଠା ଦିବସ ପାଳିତ

June 3, 2026

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ; ସମୟୋଚିତ ପ୍ରସ୍ତୁତି ଜରୁରୀ: କେନ୍ଦ୍ର କୃଷିମନ୍ତ୍ରୀ

June 3, 2026

ରାଶିଫଳ: ଆଜି ଜୁନ ୩ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 3, 2026

ଭତ୍ତା ପାଣ୍ଠିରୁ ୧୨.୩୦ ଲକ୍ଷ ହେରଫେର ଅଭିଯୋଗ: ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.