Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଏସଟି ମୁକ୍ତ ହେଲା ବ୍ଲାକ ଫଙ୍ଗସ ନିରାକରଣ ଔଷଧ, 28ରୁ 12 ପ୍ରତିଶତକୁ ହ୍ରାସ ପାଇଲା ଆମ୍ବୁଲାନସ ଶୁଳ୍କ
ଜାତୀୟ ଖବର

ଜିଏସଟି ମୁକ୍ତ ହେଲା ବ୍ଲାକ ଫଙ୍ଗସ ନିରାକରଣ ଔଷଧ, 28ରୁ 12 ପ୍ରତିଶତକୁ ହ୍ରାସ ପାଇଲା ଆମ୍ବୁଲାନସ ଶୁଳ୍କ

June 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସଟି ମୁକ୍ତ ହେଲା ବ୍ଲାକ ଫଙ୍ଗସ ନିରାକରଣ ଔଷଧ, 28ରୁ 12 ପ୍ରତିଶତକୁ ହ୍ରାସ ପାଇଲା ଆମ୍ବୁଲାନସ ଶୁଳ୍କ

ନୂଆଦିଲ୍ଲୀ, ଦ୍ରବ୍ୟ ଏବଂ ସେବା କର ପରିଷଦ ଆଜି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଚିକିତ୍ସା ସୁବିଧା ଉପରେ ସରକାରଙ୍କ ସୁପାରିଶକୁ ମୁଖ୍ୟତଃ ଗ୍ରହଣ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଣ୍ଟିଫଙ୍ଗସ୍ ଔଷଧ ଆମ୍ଫୋଟେରାଇସିନ୍-ବି ଏବଂ ଆଣ୍ଟିଭାଇରାଲ୍ ଔଷଧ ଟୋକିଲିଜୁମାବକୁ ଜିଏସଟି ପରିସରରୁ ମୁକ୍ତ କରାଯାଇଛି।

ସେ କହିଛନ୍ତି ଯେ କୋଭିଡ ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ଉପରେ ଜିଏସ୍ଟି ହାର 12ରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା କୋଭିଡ ଚିକିତ୍ସାରେ ବ୍ୟବହୃତ ଆଣ୍ଟିକୋଏଗୁଲାଣ୍ଟ ହେପାରିନ୍ ଏବଂ ଅନ୍ୟାନ୍ୟ ଔଷଧ ଉପରେ ଜିଏସ୍ଟି ହାର ମଧ୍ୟ ପାଞ୍ଚ ପ୍ରତିଶତକୁ ହ୍ରାସ କରାଯାଇଛି।

ଲୋକମାନଙ୍କୁ ସୁବିଧାରେ ଯୋଗାଇବା ପାଇଁ ଜିଏସଟି ପରିଷଦ ମେଡିକାଲ ଗ୍ରେଡ୍ ଅମ୍ଳଜାନ, ଅମ୍ଳଜାନ ତିଆରି ଉପକରଣ ଏବଂ ଆନୁଷଙ୍ଗିକ ଚିକିତ୍ସା ସୁବିଧା ଉପରେ ମଧ୍ୟ ଜିଏସ୍ଟି ହାରକୁ 12 ପ୍ରତିଶତରୁ ପାଞ୍ଚ ପ୍ରତିଶତକୁ ହ୍ରାସ କରିଛି ବୋଲି ସୀତାରାମଣ ସୂଚନା ଦେଇଛନ୍ତି।

କୋଭିଡ ଟେଷ୍ଟ କିଟ୍, ପଲ୍ସ ଅକ୍ସିମିଟର, ତାପମାତ୍ରା ମାପ ଉପକରଣ ଏବଂ ହ୍ୟାଣ୍ଡ ସାନିଟାଇଜର ଉପରୁ ଜିଏସଟି ହାର ପାଞ୍ଚ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଏହି ଜିନିଷଗୁଡିକ ଏଣିକି ଶସ୍ତା ହେବ ବୋଲି ସୀତାରମଣ କହିଛନ୍ତି। ସେହିପରି ଆମ୍ବୁଲାନ୍ସରେ ଜିଏସଟି ହାର 28 ପ୍ରତିଶତରୁ 12 ପ୍ରତିଶତକୁ ହ୍ରାସ କରାଯାଇଛି। ବିଦ୍ୟୁତ୍ ଏବଂ ଗ୍ୟାସ୍ ମାଧ୍ୟମରେ କରାଯାଇଥିବା ଶବଦାହ ଉପରେ ମଧ୍ୟ ଜିଏସଟି ହାର 18 ରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି।

ଜିଏସଟି ପରିଷଦ ଏହି ସମସ୍ତ ଛାଡକୁ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି। ଜିଏସଟି ପରିଷଦର ଏହା ଥିଲା 44ତମ ବୈଠକ। ଗତ ମାସରେ ଜିଏସଟି ପରିଷଦ ବୈଠକ ପରେ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଏହା ଗଠନ ହେବାର ଆଠ ଦିନ ମଧ୍ୟରେ ମନ୍ତ୍ରୀ ଗୋଷ୍ଠୀ ଏହାର ରିପୋର୍ଟ ଦାଖଲ କରିଛନ୍ତି। ତାହାକୁ ଆଧାର କରି ଜିଏସଟି ପରିଷଦରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

gst
Share. Facebook Twitter LinkedIn Email WhatsApp Copy Link

Related Posts

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026
Latest News

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.