ଅନିୟମିତ ଦିନଚର୍ଯ୍ୟା, ପ୍ରଦୂଷିତ ଜୀବନଶୈଳୀ ଏବଂ ଅପମିଶ୍ରଣ ଖାଦ୍ୟପେୟ ଯୋଗୁଁ ଆଜିକାଲି କିଡନୀ ଷ୍ଟୋନ୍ ବା ପଥୁରି ସମସ୍ୟା ଆମ ସମାଜରେ ଏକ ସାଧାରଣ ଘଟଣା ପାଲଟିଗଲାଣି। ପୂର୍ବରୁ କେବଳ ବୟସ୍କଙ୍କଠାରେ ଏହା ଦେଖିବାକୁ ମିଳୁଥିବା ବେଳେ, ବର୍ତ୍ତମାନ ଯୁବକ ଏବଂ ଛୋଟ ପିଲାମାନେ ମଧ୍ୟ ଏହି ଯନ୍ତ୍ରଣାଦାୟକ ସମସ୍ୟାର ଶିକାର ହେଉଛନ୍ତି। କିଡନୀରେ ବଡ଼ ଆକାରର ଷ୍ଟୋନ୍ ଥିଲେ ଅସହ୍ୟ କଷ୍ଟ ହୋଇଥାଏ, ଯାହା ପାଇଁ ଡାକ୍ତରଙ୍କ ପରାମର୍ଶ ଏବଂ ଚିକିତ୍ସା ନିତାନ୍ତ ଜରୁରୀ। ତେବେ ପ୍ରାରମ୍ଭିକ ବା ଛୋଟ ଆକାରର ପଥୁରି ସମସ୍ୟାକୁ କେତେକ ପ୍ରାକୃତିକ ଓ ସହଜ ଘରୋଇ ଉପଚାର ମାଧ୍ୟମରେ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା ସେହିପରି କିଛି ପ୍ରଭାବଶାଳୀ ଘରୋଇ ଉପାୟ ବିଷୟରେ।
ଅଧିକ ପାଣି ପିଅନ୍ତୁ; କିଡନୀ ପଥୁରିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା କିଡନୀରେ ଜମାଟ ବାନ୍ଧୁଥିବା ବିଷାକ୍ତ ପଦାର୍ଥ ପରିସ୍ରା ଦ୍ୱାରା ବାହାରି ଯାଏ ଓ କିଡନୀ ସୁସ୍ଥ ରହିଥାଏ।
ସେଓ ସିରକା : ସେଓରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାକି କିଡନୀ ଷ୍ଟୋନକୁ ଛୋଟ ଛୋଟ କଣିକାରେ ଭାଙ୍ଗି ପରିସ୍ରା ଦ୍ୱାରା ବାହାର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ୨ ଚାମଚ ସେଓ ସିରକା ପ୍ରତିଦିନ ଗରମ ପାଣିରେ ପିଅନ୍ତୁ।
ଡାଳିମ୍ବ ଜୁସ୍ : ଡାଳିମ୍ବରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏହାର ଜୁସ୍ ପିଇବା କିଡନୀ ପଥୁରି ନ୍ୟାଚୁରାଲ ଉପାୟରେ ବାହାରକୁ ବାହାରି ଆସିଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟସ ଗୁଣ ଇମ୍ୟୁନି ପାୱାର ବୃଦ୍ଧି କରିବାରେ ସହାୟତା କରିଥାଏ।
ଲେମ୍ବୁ ପାଣି : ଗରମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ୱାରା ଶରୀରରେ ଥିବା ଟକ୍ସିନ୍ସ ବାହାରକୁ ବାହାରି ଆସିଥାଏ। ଏହା କିଡନୀ ଷ୍ଟୋନ୍ ଭାଙ୍ଗି ଚୂନା କରିବାରେ ସହାୟତା କରିଥାଏ। ପ୍ରତିଦିନ ନିୟମିତ ଭାବେ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରୁ ଜଳୀୟଅଂଶ ଅଭାବ ଦୂର ହୁଏ ଓ କିଡନୀ ଷ୍ଟୋନ୍ ବାହାର କରିବାରେ ସହାୟତା ପ୍ରଦାନ କରେ।
କ୍ଷୀର :କ୍ଷୀରରେ କ୍ୟାଲସିୟମ୍ ମାତ୍ରା ଅଧିକ ରହିଛି। ତେଣୁ କ୍ଷୀର ପିଇବା ଦ୍ୱାରା ମଧ କିଡନୀ ଷ୍ଟୋନ୍ ରୁ ମୁକ୍ତି ମିଳିଥାଏ। ଏଥିରେ ଥିବା କ୍ୟାଲସିୟମ୍ ହାଡକୁ ମଜଭୁତ କରିଥାଏ।
କୋଳଥ ପାଣି: ଏହି ପାଣି କିଡନୀ ଷ୍ଟୋନ ମେଲ୍ଟ ହେବାରେ ସହାୟତା ପ୍ରଦାନ କରିଥାଏ। ଡାକ୍ତର ମଧ୍ୟ କୋଳଥ ପାଣି ପିଇବା ଲାଗି କିଡନୀ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି।


