Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ
ଜାତୀୟ ଖବର

ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ

June 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ

ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ 145 କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।

ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ 15 ହଜାର କିଲୋଗ୍ରାମର ସୁନା ଲାଗିଛି।

ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ ହେଉଛି। 

ଶ୍ରୀପୁରମରେ ଏକ ତାରା ଆକୃତିର ରାସ୍ତା ଅଛି ଯାହାର ଲମ୍ବ ପ୍ରାୟ 1.8 କିଲୋମିଟର । ଭକ୍ତମାନେ ଏହି ରାସ୍ତା ଚାଲିଚାଲି ମନ୍ଦିର ଭିତରକୁ ଯିବାକୁ ପଡିବ। ଏହି ରାସ୍ତାରେ ସମସ୍ତ ଧର୍ମଶାସ୍ତ୍ରର ପୁସ୍ତକ ପଢିବା ଏବଂ ଧାର୍ମିକ ଜିନିଷ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ 27 ଫୁଟ ଉଚ୍ଚର ଦୀପ ମାଲିକା ମଧ୍ୟ ଅଛି । ଏହାକୁ ଜାଳିବା ପରେ ମନ୍ଦିର ପ୍ରକୃତରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ପରି ଦେଖାଯାଏ ।

ତେବେ ଏହି ମନ୍ଦିରର କୌଣସି ପ୍ରାଚୀନତା ନ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟି ଯାଇଛି। ଏହି ମନ୍ଦିରର ନିର୍ମାଣ 2000 ମସିହାର ଆରମ୍ଭ କରାଯାଇଥିଲା। ନିର୍ମାଣ ଶେଷ ହେବାକୁ ପ୍ରାୟ ସାତ ବର୍ଷ ଲାଗିଯାଇଥିଲା। 2007 ମସିହା ଅଗଷ୍ଟ 24 ତାରିଖରେ ଏହି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା।

ମନ୍ଦିର ଦର୍ଶନ ମା ଲକ୍ଷ୍ମୀ ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.