Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି।

ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଆଜିର ଖବର ଜାତୀୟ ଖବର ଧର୍ମ

ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା’ ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ

ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ 145 କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।

ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ ୧୫ ହଜାର କିଲୋଗ୍ରାମର ସୁନା ଲାଗିଛି।

ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ ହେଉଛି। 

ଶ୍ରୀପୁରମରେ ଏକ ତାରା ଆକୃତିର ରାସ୍ତା ଅଛି ଯାହାର ଲମ୍ବ ପ୍ରାୟ ୧.୮ କିଲୋମିଟର। ଭକ୍ତମାନେ ଏହି ରାସ୍ତା ଚାଲିଚାଲି ମନ୍ଦିର ଭିତରକୁ ଯିବାକୁ ପଡିବ। ଏହି ରାସ୍ତାରେ ସମସ୍ତ ଧର୍ମଶାସ୍ତ୍ରର ପୁସ୍ତକ ପଢିବା ଏବଂ ଧାର୍ମିକ ଜିନିଷ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ୨୭ ଫୁଟ ଉଚ୍ଚର ଦୀପ ମାଲିକା ମଧ୍ୟ ଅଛି। ଏହାକୁ ଜାଳିବା ପରେ ମନ୍ଦିର ପ୍ରକୃତରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ପରି ଦେଖାଯାଏ।

ତେବେ ଏହି ମନ୍ଦିରର କୌଣସି ପ୍ରାଚୀନତା ନ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟି ଯାଇଛି। ଏହି ମନ୍ଦିରର ନିର୍ମାଣ ୨୦୦୦ ମସିହାର ଆରମ୍ଭ କରାଯାଇଥିଲା। ନିର୍ମାଣ ଶେଷ ହେବାକୁ ପ୍ରାୟ ସାତ ବର୍ଷ ଲାଗିଯାଇଥିଲା। ୨୦୦୭ ମସିହା ଅଗଷ୍ଟ ୨୪ ତାରିଖରେ ଏହି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା।

Categories
ଆଜିର ଖବର ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ନୃସିଂହ ଦେବଙ୍କ ୫ ଟି ରୂପ ପୂଜା ପାଉଛନ୍ତି

ଭୁବନେଶ୍ବର, ବିଷ୍ଣୁପୁରାଣ ଅନୁସାରେ ହିରଣ୍ୟକଶିପୁଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଏଥିରେ ବିଷ୍ଣୁ ଏକ ଭୟଙ୍କର ରୂପ ଧାରଣ କରି ହିରଣ୍ୟ କଶିପୁଙ୍କୁ ମାରିଥିଲେ। ସେହିଦିନଠାରୁ ଭଗବାନଙ୍କର ନୃସିଂହ ଅବତାର ୧୦ ଅବତାର ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଭଗବାନଙ୍କ ଏହି ରୂପକୁ ପୂଜା କରାଯାଏ। ସେଥିପାଇଁ ନୃସିଂହ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନ ନୃସିଂହଙ୍କର 5ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଉଛି। ସେହି ରୂପଗୁଡିକ ହେଲା ଯୋଗ ନୃସିଂହ, ଜ୍ବାଳା ନୃସିଂହ, ଉଗ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଏବଂ ଗନ୍ଧଭନ୍ଦ୍ରା ନୃସିଂହ। ଏହି ପାଞ୍ଚୋଟି ରୂପ ୧୨ ଫୁଟ ଉଚ୍ଚତା ଏବଂ ୩୦ ଫୁଟ ଲମ୍ବା ବିଶିଷ୍ଠ ଏକ ଗୁମ୍ଫାରେ ପୂଜା ପାଉଛନ୍ତି।

ଏଥିସହିତ ସେଠାରେ ରହିଛି ଏକ ସୁନ୍ଦର ମନ୍ଦିର। ସେ ମନ୍ଦିରର ନାମ ହେଉଛି ଶ୍ରୀଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର। ଏହା ତେଲଙ୍ଗାନାର ୟାଦାଦ୍ରୀ ଭୁବନଗିରି ଜିଲ୍ଲାର ୟାଦାଗୁରିଗୁଟ୍ଟାରେ ଅବସ୍ଥିତ।  ଅନେକ ଏଠାରେ ନୃସିଂହ ଭଗବାନଙ୍କ ପାଞ୍ଚୋଟି ରୂପ ପୂଜା ପାଉଥିବାରୁ ଏହାକୁ ପଞ୍ଚ ନୃସିଂହ କ୍ଷେତ୍ରମ୍ ବୋଲି କହିଥାନ୍ତି। ଏହା ହାଇଦ୍ରାବାଦଠାରୁ ୬୨ କିଲୋମିଟର ଦୂରରେ ଅବସ୍ଥିତ। ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଗଣିତ ହୋଇଛି।

Categories
ଆଜିର ଖବର ଧର୍ମ

ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ

ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ ୧୪୫ କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।

ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ 15 ହଜାର କିଲୋଗ୍ରାମର ସୁନା ଲାଗିଛି।

ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ ହେଉଛି। 

ଶ୍ରୀପୁରମରେ ଏକ ତାରା ଆକୃତିର ରାସ୍ତା ଅଛି ଯାହାର ଲମ୍ବ ପ୍ରାୟ 1.8 କିଲୋମିଟର । ଭକ୍ତମାନେ ଏହି ରାସ୍ତା ଚାଲିଚାଲି ମନ୍ଦିର ଭିତରକୁ ଯିବାକୁ ପଡିବ। ଏହି ରାସ୍ତାରେ ସମସ୍ତ ଧର୍ମଶାସ୍ତ୍ରର ପୁସ୍ତକ ପଢିବା ଏବଂ ଧାର୍ମିକ ଜିନିଷ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ 27 ଫୁଟ ଉଚ୍ଚର ଦୀପ ମାଲିକା ମଧ୍ୟ ଅଛି । ଏହାକୁ ଜାଳିବା ପରେ ମନ୍ଦିର ପ୍ରକୃତରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ପରି ଦେଖାଯାଏ ।

ତେବେ ଏହି ମନ୍ଦିରର କୌଣସି ପ୍ରାଚୀନତା ନ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟି ଯାଇଛି। ଏହି ମନ୍ଦିରର ନିର୍ମାଣ 2000 ମସିହାର ଆରମ୍ଭ କରାଯାଇଥିଲା। ନିର୍ମାଣ ଶେଷ ହେବାକୁ ପ୍ରାୟ ସାତ ବର୍ଷ ଲାଗିଯାଇଥିଲା। 2007 ମସିହା ଅଗଷ୍ଟ 24 ତାରିଖରେ ଏହି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ହେବ ବନ୍ଦ, ଜାଣନ୍ତୁ କେବେ, କେତେ ଦିନ

ଭୁବନେଶ୍ବର: ଓମିକ୍ରନ ଭୟରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ତିନିଦିନ ପାଇଁ ବନ୍ଦ ରହିବ। ଏହା କେବଳ ସର୍ବ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏ ନେଇ ଆଜି ବିଏମସି ତରଫରୁ ଏକ ନିର୍ଦ୍ଦେଶାନାମା ଜାରୀ କରାଯାଇଛି। ସେହି ଅନୁସାରେ ରାଜଧାନୀରେ ଥିବା ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ସର୍ବସାଧାରଣ ଦର୍ଶନ ହୋଇପାରିବ ନାହିଁ।

ବିଏମସି ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲିଠାରୁ ତିନିଦିନ ପାଇଁ ଏହି ବନ୍ଦ ଲାଗୁ ହେବ। ଡିସେମ୍ବର 31 ତାରିଖରୁ ଏହା ଲାଗୁ ହୋଇ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଫଳରେ ନୂଆ ବର୍ଷରେ ଭକ୍ତମାନେ 3 ତାରିଖରେ ଠାକୁର ଦର୍ଶନ କରିବେ। ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ବିଶେଷ କରି ଓମିକ୍ରମ ସଂକ୍ରାମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର