Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭ ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା
ଆଜିର ଖବର

୭ ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

November 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଜ ହକ୍ ଓ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ୭ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଜୋରଦାର ଆନ୍ଦୋଳନ କରିଛନ୍ତି ସେମାନେ। ସରକାରୀ କର୍ମଚାରୀର ମାନ୍ୟତା ସହ କର୍ମୀଙ୍କୁ ମାସିକ ୩୦ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦାବିରେ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳୀନ ଧାରଣା। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଏହି ଆନ୍ଦୋଳନ ଡାକରା ଦେଇଛି। ସଂଘର ଅଭିଯୋଗ, ୨୦୨୪ ନିର୍ବାଚନ ଇସ୍ତାହାରରେ ପାରିଶ୍ରମିକ ବୃଦ୍ଧି ନେଇ ଦିଆଯାଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନାହିଁ। ଶିଶୁଙ୍କ ପୋଷଣ, ପ୍ରାକ୍‌-ଶିକ୍ଷା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ସମେତ ବିଭିନ୍ନ ସରକାରୀ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ସତ୍ତ୍ୱେ ଉପଯୁକ୍ତ ପାରିଶ୍ରମିକ ଓ ସାମାଜିକ ସୁରକ୍ଷା ମିଳୁନଥିବା ଅଭିଯୋଗ କରିଛି ସଂଘ।

ସାତ ଦଫା ଦାବି ମଧ୍ୟରେ ସରକାରୀ କର୍ମଚାରୀର ମାନ୍ୟତା, ଗ୍ରାଚ୍ୟୁଇଟି ଏବଂ ଅବସରକାଳୀନ ସହାୟତା ପ୍ରମୁଖ। ଅବସର ସମୟରେ କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ଦାବି ହୋଇଛି। ଏଥିସହ ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ୬୦ ବର୍ଷ ପରେ କାର୍ଯ୍ୟକାଳ ବୃଦ୍ଧି ପାଇଁ ହେଉଥିବା ବାର୍ଷିକ ସମୀକ୍ଷା ବନ୍ଦ କରିବାକୁ ସଂଘ ଦାବି କରିଛି। ରାଜ୍ୟବ୍ୟାପୀ ଏକକ ନୀତି, ନିୟମିତ ପଦୋନ୍ନତି ଏବଂ ସହାୟିକାଙ୍କ ପଦୋନ୍ନତିରେ ବୟସ ସୀମା ଉଚ୍ଛେଦ ମଧ୍ୟ ଦାବି ରହିଛି।

କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମୀ କିମ୍ବା ସହାୟିକାଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଏବଂ ଜଣେ ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଦାବି ହୋଇଛି। ତେଣୁ ଏହି ଆନ୍ଦୋଳନ କେବଳ ଦରମା ବୃଦ୍ଧି ନୁହେଁ, ବରଂ ଚାକିରିର ସ୍ଥିରତା, ସମ୍ମାନ ଓ ଭବିଷ୍ୟତର ସୁରକ୍ଷା ପାଇଁ ବୋଲି ସଂଘ କହିଛି। ଏବେ ସମସ୍ତଙ୍କ ନଜର, ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କ ଦାବି ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି।

Anganwadi Workers Protest ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନ ଅଙ୍ଗନବାଡ଼ି ଦରମା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ୍ ମୁଖ୍ୟାଳୟରେ ଜନଅଭିଯୋଗ ଶୁଣାଣି ଶିବିର: ୧୧୬ଟି ଅଭିଯୋଗ ଗ୍ରହଣ

November 23, 2026

ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ସସପେଣ୍ଡ, ୯୦ ଲକ୍ଷ ଫଲୋଅର୍ସଙ୍କ ମଧ୍ୟରେ ଚର୍ଚ୍ଚା; ଫେସବୁକ୍‌କୁ ଜବାବ ମାଗିଲା ସପା

November 23, 2026

ଅସାଧାରଣ ସତର୍କତା ପ୍ରଦର୍ଶନ ପାଇଁ ସାତ ରେଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

November 23, 2026

ଏନଭିଡିଆରେ ନେତୃତ୍ୱ ପରିବର୍ତ୍ତନରେ ନୂଆ ମୋଡ଼, ପୁଣି CEO ହେଲେ ହୁଆଙ୍ଗ

November 23, 2026
Latest News

୭ ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

November 23, 2026

ରଣପୁର ବ୍ଲକ୍ ମୁଖ୍ୟାଳୟରେ ଜନଅଭିଯୋଗ ଶୁଣାଣି ଶିବିର: ୧୧୬ଟି ଅଭିଯୋଗ ଗ୍ରହଣ

November 23, 2026

ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ସସପେଣ୍ଡ, ୯୦ ଲକ୍ଷ ଫଲୋଅର୍ସଙ୍କ ମଧ୍ୟରେ ଚର୍ଚ୍ଚା; ଫେସବୁକ୍‌କୁ ଜବାବ ମାଗିଲା ସପା

November 23, 2026

ଅସାଧାରଣ ସତର୍କତା ପ୍ରଦର୍ଶନ ପାଇଁ ସାତ ରେଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

November 23, 2026

ଏନଭିଡିଆରେ ନେତୃତ୍ୱ ପରିବର୍ତ୍ତନରେ ନୂଆ ମୋଡ଼, ପୁଣି CEO ହେଲେ ହୁଆଙ୍ଗ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.