Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଭିଡିଆରେ ନେତୃତ୍ୱ ପରିବର୍ତ୍ତନରେ ନୂଆ ମୋଡ଼, ପୁଣି CEO ହେଲେ ହୁଆଙ୍ଗ
ଆଜିର ଖବର

ଏନଭିଡିଆରେ ନେତୃତ୍ୱ ପରିବର୍ତ୍ତନରେ ନୂଆ ମୋଡ଼, ପୁଣି CEO ହେଲେ ହୁଆଙ୍ଗ

November 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆରେ ପୁଣି ଆରମ୍ଭ ହେବ ଜେନସେନ୍ ହୁଆଙ୍ଗଙ୍କ ନେତୃତ୍ୱ। ଇସ୍ତଫା ଦେବାର କିଛି ଦିନ ପରେ କମ୍ପାନୀର ସିଇଓ ଓ ପ୍ରେସିଡେଣ୍ଟ ଭାବେ ତାଙ୍କୁ ପୁନଃନିଯୁକ୍ତ କରିଛି ନିର୍ଦ୍ଦେଶକ ବୋର୍ଡ। ନଭେମ୍ବର ୨୩ରେ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। କେବଳ ସିଇଓ ନୁହେଁ, କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ପୁନଃନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି।

ଏହି ଘଟଣା ଏନଭିଡିଆର ନେତୃତ୍ୱକୁ ନେଇ ଚାଲିଥିବା ଅନିଶ୍ଚିତତାରେ ନୂଆ ମୋଡ଼ ଆଣିଛି। ନଭେମ୍ବର ୧୧ରେ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେବା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ ସିଇଓ ଦାୟିତ୍ୱ ଦିଆଯାଇଥିଲା। ଏପରିକି ନୂଆ ସ୍ଥାୟୀ ସିଇଓ ନିଯୁକ୍ତି ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ ଏବେ ନିଜ ନିଷ୍ପତ୍ତି ବଦଳାଇ ପୁଣି ହୁଆଙ୍ଗଙ୍କ ଉପରେ ଭରସା ରଖିଛି ବୋର୍ଡ।

ଏନଭିଡିଆ ବୋର୍ଡ ଅଧ୍ୟକ୍ଷ ହାର୍ଭେ ସି. ଜୋନ୍ସ ଏହି ପୁନଃନିଯୁକ୍ତି ସମ୍ପର୍କରେ କହିଛନ୍ତି ଯେ, ଜେନସେନ୍ ହୁଆଙ୍ଗ ହିଁ ଏନଭିଡିଆର ନେତୃତ୍ୱ ନେବା ପାଇଁ ସଠିକ୍ ବ୍ୟକ୍ତି। ତାଙ୍କୁ ପୁଣି ଦାୟିତ୍ୱ ଦେବା କମ୍ପାନୀର ଅଂଶୀଦାର, କର୍ମଚାରୀ ଓ ଗ୍ରାହକଙ୍କ ସର୍ବୋତ୍ତମ ସ୍ୱାର୍ଥରେ ବୋଲି ବୋର୍ଡ ବିଶ୍ୱାସ କରୁଛି। ହୁଆଙ୍ଗଙ୍କ ନେତୃତ୍ୱ ଉପରେ ବୋର୍ଡର ପୂର୍ଣ୍ଣ ଭରସା ରହିଛି। ସେ ପୁଣି କମ୍ପାନୀର ନେତୃତ୍ୱ ଗ୍ରହଣ କରିବା ପରେ ତାଙ୍କ ସହ ଘନିଷ୍ଠ ଭାବେ କାମ କରିବାକୁ ବୋର୍ଡ ଅପେକ୍ଷା କରିଛି।

ଏହାସହ ଅନ୍ତରୀଣ ସିଇଓ ଭାବେ ଦାୟିତ୍ୱ ତୁଲାଇଥିବା କୋଲେଟ୍ କ୍ରେସ୍ଙ୍କୁ ମଧ୍ୟ ବୋର୍ଡ କୃତଜ୍ଞତା ଜଣାଇଛି। ସିଇଓ ଦାୟିତ୍ୱ ସମ୍ଭାଳିବା ସହ CFO ଭାବେ ନିଜର ଦାୟିତ୍ୱ ତୁଲାଇଥିବାରୁ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି ହାର୍ଭେ ଜୋନ୍ସ।

ପୁଣି ଏନଭିଡିଆର ନେତୃତ୍ୱ ନେବାର ସୁଯୋଗ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ଜେନସେନ୍ ହୁଆଙ୍ଗ। ସେ କହିଛନ୍ତି, ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କମ୍ପାନୀର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି ଦାୟିତ୍ୱକୁ ସେ ଅତ୍ୟନ୍ତ ନମ୍ରତା ଓ ନୂଆ ସଂକଳ୍ପ ସହ ଗ୍ରହଣ କରୁଛନ୍ତି। ଏହି ପ୍ରକ୍ରିୟାରେ ନିଜ ଉପରେ ଭରସା ରଖିଥିବାରୁ ଏନଭିଡିଆ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି ସେ। ବିଶେଷକରି ବୋର୍ଡ ଅଧ୍ୟକ୍ଷ ହାର୍ଭେ ଜୋନ୍ସ ଓ ଅନ୍ତରୀଣ ସିଇଓ କୋଲେଟ୍ କ୍ରେସ୍ଙ୍କ ନେତୃତ୍ୱ ଓ ସହଯୋଗକୁ ପ୍ରଶଂସା କରିଛନ୍ତି।

କେବଳ ସେତିକି ନୁହେଁ, କମ୍ପାନୀର କର୍ମଚାରୀ, ଅଂଶୀଦାର, ଶିଳ୍ପ ଜଗତର ନେତା ଓ ବିଶ୍ୱବ୍ୟାପୀ ସହଯୋଗୀଙ୍କ ସମର୍ଥନ ପାଇଁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ଏହି କଠିନ ସମୟରେ ପରିବାରର ଭଲପାଇବା ଓ ସମର୍ଥନ ତାଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ବୋଲି କହିଛନ୍ତି ହୁଆଙ୍ଗ।

ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ଏନଭିଡିଆର ନେତୃତ୍ୱକୁ ନେଇ ବିଶ୍ୱ ପ୍ରଯୁକ୍ତି ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିଲା। ନଭେମ୍ବର ୧୧ରେ ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ବୋର୍ଡ କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରିଥିଲା। ପ୍ରଥମେ ହୁଆଙ୍ଗଙ୍କୁ ପୁଣି ଫେରାଇ ଆଣିବା ନେଇ ବୋର୍ଡର ଆଗ୍ରହ ନଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ନଭେମ୍ବର ୨୩ରେ ସେହି ବୋର୍ଡ ତାଙ୍କୁ ପୁନଃନିଯୁକ୍ତ କରିବା ନିଷ୍ପତ୍ତି ନେଇଛି।
ତେବେ ହୁଆଙ୍ଗଙ୍କୁ ନେଇ ହୋଇଥିବା ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଜାରି ରହିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଏଥିସହ ଜାତୀୟ ସୁରକ୍ଷା ଓ ରପ୍ତାନି ନିୟନ୍ତ୍ରଣ ସମ୍ପର୍କିତ ତଦାରଖ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଅର୍ଥାତ୍ ହୁଆଙ୍ଗଙ୍କ ଫେରିବା ସହ କମ୍ପାନୀର ନେତୃତ୍ୱ ସଙ୍କଟରେ ଆପାତତଃ ବିରାମ ଲାଗିଥିଲେ ମଧ୍ୟ ତଦନ୍ତ ଓ ଅନୁପାଳନ ସମ୍ପର୍କିତ ପ୍ରକ୍ରିୟା ଜାରି ରହିବ।

Harvey C Jones Jensen Huang Jensen Huang Reinstated Nvidia Board Nvidia CEO
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର

November 23, 2026

ବଦଳିବ ବାରିପଦାର ଭାଗ୍ୟ! ବୁଢ଼ାବଳଙ୍ଗରେ ହେବ ଆଡ଼ିବନ୍ଧ, ୧୦୦ ବର୍ଷ ପାଇଁ ଜଳ ସମସ୍ୟାର ସମାଧାନ ଯୋଜନା

November 23, 2026

ବାଲିଯାତ୍ରା ବୁଲିବାକୁ ମାତ୍ର ୧୦ ଟଙ୍କା, ୫୦ଟି ଆମ ବସ୍ ଯୋଗାଇବ କ୍ରୁଟ୍

November 23, 2026

ପ୍ରମୁଖ ମହାଶକ୍ତି ରୂପେ ଭାରତର ସ୍ଥିତି ହେଲା ସୁଦୃଢ଼: ଲୋୱି ସୂଚକାଙ୍କ ୨୦୨୬ରେ ଜାରି ହେଲା ସ୍କୋର୍‌

November 23, 2026
Latest News

ଏନଭିଡିଆରେ ନେତୃତ୍ୱ ପରିବର୍ତ୍ତନରେ ନୂଆ ମୋଡ଼, ପୁଣି CEO ହେଲେ ହୁଆଙ୍ଗ

November 23, 2026

ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର

November 23, 2026

ବଦଳିବ ବାରିପଦାର ଭାଗ୍ୟ! ବୁଢ଼ାବଳଙ୍ଗରେ ହେବ ଆଡ଼ିବନ୍ଧ, ୧୦୦ ବର୍ଷ ପାଇଁ ଜଳ ସମସ୍ୟାର ସମାଧାନ ଯୋଜନା

November 23, 2026

ବାଲିଯାତ୍ରା ବୁଲିବାକୁ ମାତ୍ର ୧୦ ଟଙ୍କା, ୫୦ଟି ଆମ ବସ୍ ଯୋଗାଇବ କ୍ରୁଟ୍

November 23, 2026

ପ୍ରମୁଖ ମହାଶକ୍ତି ରୂପେ ଭାରତର ସ୍ଥିତି ହେଲା ସୁଦୃଢ଼: ଲୋୱି ସୂଚକାଙ୍କ ୨୦୨୬ରେ ଜାରି ହେଲା ସ୍କୋର୍‌

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.