ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ଦେଲା ଓଡିଶାର ଏକ ସଂସ୍ଥା

Published: Jun 18, 2021, 6:10 am IST

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ପ୍ରଦାନ କରାଗଲା 500 କୋଟି ଟଙ୍କା। ଏହି ଟଙ୍କା ପ୍ରଦାନ କରିଛି ଓଡିଶା ଖଣି ନିଗମ। ନିଗମ ତରଫରୁ ଏକ ଚେକ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁୟାଲ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଓମସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଏହି ଚେକ ପ୍ରଦାନ କରିଛନ୍ତି।

ଏଥିରେ ସୁରେନ୍ଦ୍ର କୁମାର କହିଛନ୍ତି ଯେ ମହାମାରି ସତ୍ବେ ଓଏମସି ଚଳିତ ବର୍ଷ ଗତବର୍ଷ ତୁଳନାରେ 5.42 ପ୍ରତିଶତ ଲାଭ କରିଛି। ଏଥର ଓଏମସି 17.12 ମିଲିୟନ ଟନ ଲୁହାପଥର କାରବାର କରିଛି। ଯାହାର ମୂଲ୍ୟ 5 ହଜାର 592 କୋଟି ଟଙ୍କା ହେବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

ଏହି ଅବସରରେ ଓଏମସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ, IAS ମଧ୍ୟ ଉପସ୍ଥିତ ଥିଲେ। କରୋନା ପ୍ରଭାବିତଙ୍କୁ ସହାୟତା ଯୋଗାଇଦେବାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଆହୁରି ଆଗେଇ ନେବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

Related posts