କୋଭିଡ କଟକଣା ଭିତରେ ଭୁବନେଶ୍ବର ଭୀମଟାଙ୍ଗି ଜଗନ୍ନାଥ ମନ୍ଦିରର ହେବ ପ୍ରତିଷ୍ଠା

Published: Jul 4, 2021, 9:19 pm IST

ଭୁବନେଶ୍ୱର, ମହତାବ ରୋଡରୁ ନାରାୟଣୀ କ୍ଲବ ରାସ୍ତାରେ ଭୀମଟାଙ୍ଗି ପ୍ରବେଶ ରାସ୍ତାରେ ଶେଷ ପଯ୍ୟାୟରେ ପହଂଚିଛି ଶ୍ରୀଜଗନାଥ ମନ୍ଦିର ନିର୍ମାଣ୍ଣ । ୨୫ପୁଟ୍‌ର ଏହି ମନ୍ଦିରରେ ଶ୍ରୀଜଗନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି । ସ୍ଥାନୀୟ ଅଂଚଳର ୬୦ଜଣ ସଭ୍ୟ ମାଗିଯାଚି ଓ ଭେଦା କରି ଏହି ମନ୍ଦିରକୁ ନିର୍ମାଣ୍ଣ କରିଛନ୍ତି ।

ସ୍ଥାନୀୟ ଅଂଚଳରେ ଜଗନ୍ନାଥ ମନ୍ଦିର ନଥିବାରୁ ଏହି ମନ୍ଦିରରେ ଭକ୍ତଙ୍କୁ ବଡ଼ଠାକୁର ଦର୍ଶନ ଦେବେ । ଯାହା ଆସନ୍ତା ୯ତାରିଖରୁ ୩ଦିନ ଧରି ପ୍ରତିଷ୍ଠା କରାଯିବ । କୋଭିଡ଼୍ କଟକଣାରେ ୧୦୮କଳସ ତିର୍ଥ ଜଳ ଆସି ସ୍ଥାପନା ହେବ । ସାମାଜିକ ଦୂରତା ରକ୍ଷା କରି ହୋମ ଯଜ୍ଞ କରାଯିବ ମନ୍ଦିର ପ୍ରତିଷ୍ଠା ହେବ । ଏ ନେଇ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭ୍ୟ ମାନସ ରଞ୍ଜନ ପଟ୍ଟନାୟକ, ସନତ ମିଶ୍ର ଓ ବୀଣାପାଣି ବୋଇତାଈ ସୂଚନା ଦେଇଛନ୍ତି ।

Related posts