Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର
ଜାତୀୟ ଖବର

ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର

July 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି  ନୂଆ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରୀ ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପଯ୍ୟାୟ-୨” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି -ଶିଶୁ ଚିକିତ୍ସା ସେବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ଉଚିତ ପରିଣାମ ଉପରେ ଗୁରୁତ୍ବାରୋପ କରାଯାଇ ପ୍ରାରମ୍ଭିକ ନିରାକରଣ, ଚିହ୍ନଟ ଏବଂ ପରିଚାଳନା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା।

ଏହି ପ୍ୟାକେଜର ପଯ୍ୟାୟ-୨ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି। କେନ୍ଦ୍ରୀୟ କ୍ଷେତ୍ର ଉପାଦାନରେ ଯାହା ସାମିଲ କରାଯାଇଛି ସେଗୁଡିକ ହେଲା

1- କେନ୍ଦ୍ରୀୟ ଡାକ୍ତରଖାନା, ଏମ୍ସ ଏବଂ ଡିଓଏଚଏଏଫଡବ୍ଲୁ ଅଧୀନରେ ଆସୁଥିବା ଅନ୍ୟ ଜାତୀୟ ଗୁରୁତ୍ୱସମ୍ପନ୍ନ ସଂସ୍ଥାନ (ବିଏମଏମସି ଏବଂ ସଫଦରଜଙ୍ଗ ଡାକ୍ତରଖାନା, ଦିଲ୍ଲୀ, ଏଲଏଚଏମସି ଏବଂ ଏସଏସକେଏଚ, ଦିଲ୍ଲୀ, ଆରଏମଏଲ, ଦିଲ୍ଲୀ, ରିମ୍ସ, ଇମ୍ପାଲ ଏବଂ ଏନଇଆଇଜିଆରଆଇଏମଏସ, ପିଜିଆଇଏମଇଆର, ଚଣ୍ଡିଗଡ଼, ଜିପମର, ପୁଡୁଚେରୀ ଏବଂ ଏମ୍ସ ନୂଆଦିଲ୍ଲୀ(ବର୍ତ୍ତମାନର ଏମ୍ସ) ଏବଂ ପିଏମଏସଏସଓ୍ବାଇ ଅନ୍ତର୍ଗତ ନୂଆ ଏମ୍ସ)ଗୁଡ଼ିକୁ କୋଭିଡ ପରିଚାଳନା ଲାଗି ୬,୬୮୮ ଶଯ୍ୟା ସ୍ଥାପନ ନିମନ୍ତେ ପୁନଃଉଦ୍ଦେଶ୍ୟ ସହାୟତା ପ୍ରଦାନ କରିବା।

2- ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)କୁ ବିଭିନ୍ନ ପ୍ରକାରର ସହାୟତା ଯେପରିକି ବୈଜ୍ଞାନିକ ନିୟନ୍ତ୍ରଣ କେନ୍ଦ୍ର, ମହାମାରୀ ସୂଚନା ସେବା (ଇଆଇଏସ) ଏବଂ ଆଇଏନଏସଏସିଓଜି ସଚିବାଳୟ ସହାୟତା ବ୍ୟତୀତ ଜିନୋମ ସିକୁଏନ୍ସିଂ ମେସିନ ଯୋଗାଇ ଦେଇ ମଜଭୁତ କରିବା।

3- ଦେଶର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ହସ୍ପିଟାଲ ପରିଚାଳନା ସୂଚନା ପ୍ରଣାଳୀ (ଏଚଏମଆଇଏସ)ର କାର‌୍ୟ୍ୟକାରିତା ନିମନ୍ତେ ସହଯୋଗ ଯୋଗାଇ ଦିଆଯିବ। ବର୍ତ୍ତମାନ ଏହା ମାତ୍ର ୩୧୦ଟି ଜିଲ୍ଲା ଡାକ୍ତରଖାନାରେ ହିଁ ଲାଗୁ କରାଯାଇଛି। ସମସ୍ତ ଜିଲ୍ଲା ଡାକ୍ତରଖାନା ଏନଆଇସି ପକ୍ଷରୁ ବିକଶିତ ଇ-ହସ୍ପିଟାଲ ଓ ସିଡିଏସି ଦ୍ବାରା ବିକଶିତ ଇ-ପ୍ରାରମ୍ଭ ସଫ୍ଟୱେର୍ ମାଧ୍ୟମରେ ଏଚଏମଆଇଏସ ଲାଗୁ କରିବେ। ଏହା ଜିଲ୍ଲା ଡାକ୍ତରଖାନାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ) କାଯ୍ୟକାରିତା ଲାଗି ବଡ଼ ପ୍ରୋତ୍ସାହନ ଭାବେ କାମ କରିବ। ଏହି ସହାୟତାରେ ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ହାର୍ଡୱେର୍ କ୍ଷମତା ବଢ଼ାଇବା ଲାଗି ଦିଆଯାଇଥିବା ସହାୟତା ସାମିଲ ରହିଛି।

4- ଟେଲି ପରାମର୍ଶ ସଂଖ୍ୟା ଦୈନିକ ୫୦,୦୦୦ରୁ ବୃଦ୍ଧି କରିବା ଲାଗି ଇ-ସଞ୍ଜିବନୀ ଟେଲି ପରାମର୍ଶ ପ୍ଲାଟଫର୍ମର ଜାତୀୟ ଢାଞ୍ଚାକୁ ବିସ୍ତାରିତ କରିବା ଲାଗି ସମର୍ଥନ ଯୋଗାଇ ଦିଆଯିବ। ଏଥିରେ ଦେଶର ସମସ୍ତ ଜିଲ୍ଲାରେ ଇ-ସଞ୍ଜିବନୀ ଟେଲି ପରାମର୍ଶ ଲାଗି ହବକୁ ସୁଦୃଢ଼ କରି କୋଭିଡ ଯତ୍ନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ସହିତ ଟେଲି ପରାମର୍ଶକୁ ସମ୍ଭବ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଦିଆଯିବାକୁ ଥିବା ସହାୟତା ମଧ୍ୟ ସାମିଲ ରହିଛି।

5- ଡିଓଏଚଏଫଡବ୍ଲୁସ୍ଥିତ ସେଣ୍ଟ୍ରାଲ ଓ୍ବାର ରୁମ, ଦେଶର କୋଭିଡ-୧୯ ପୋର୍ଟାଲ, ୧୦୭୫ କୋଭିଡ ହେଲ୍ପଲାଇନ ଏବଂ କୋଓ୍ବିନ ପ୍ଲାଟଫର୍ମକୁ ମଜଭୂତ କରିବା ସହିତ ଆଇଟି ହସ୍ତକ୍ଷେପ ଉପଲବ୍ଧ କରିବା ଲାଗି ମଧ୍ୟ ସହଯୋଗ ଯୋଗାଇ ଦିଆଯିବ।

ନୂଆ କ୍ୟାବିନେଟ
Share. Facebook Twitter LinkedIn Email WhatsApp Copy Link

Related Posts

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ମସ୍ତିଷ୍କ ଏବଂ କିଡନୀରେ ଜଟିଳତା ସୃଷ୍ଟି କରୁଛି ହିଟୱେଭ : ସତର୍କ ରୁହନ୍ତୁ , ସୁସ୍ଥ ରୁହନ୍ତୁ

May 28, 2026

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026
Latest News

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.