Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ
ଆଜିର ଖବର

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

November 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ
ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

ଭୁବନେଶ୍ଵର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ମାଲକାନଗିରି ଓ କୋରାପୁଟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଫଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ତେବେ ପବନର ବେଗ ହ୍ରାସ ପାଇବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ନିଷ୍ଠା, ଉତ୍ସର୍ଗୀକୃତ ସେବା ଓ ସମନ୍ୱିତ ପ୍ରୟାସ ଫଳରେ ଅକ୍ଟୋବର ୩୧ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୯୯ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବର୍ତ୍ତମାନ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସୁଦୃଢ଼ କାର୍ଯ୍ୟ ଯୋଜନା, ସମନ୍ୱିତ କ୍ଷେତ୍ରସ୍ତରୀୟ ପ୍ରୟାସ ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତାର ସହ କାର୍ଯ୍ୟ କରି କର୍ମଚାରୀମାନେ ବୌଦ୍ଧ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଶତପ୍ରତିଶତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାରେ ସଫଳ ହୋଇଛନ୍ତି।

୨୦୨୬ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ୯୯.୬୫ ପ୍ରତିଶତ, କୋରାପୁଟରେ ୯୯.୨୦ ପ୍ରତିଶତ, କନ୍ଧମାଳରେ ୯୯.୧୩ ପ୍ରତିଶତ ଏବଂ ଗଜପତିରେ ୯୬.୦୯ ପ୍ରତିଶତ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ ୯୩.୨୭ ପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିସହ ଜିଲ୍ଲାର ସମସ୍ତ ୩୩ କେଭି ଫିଡର୍ ଓ ପାୱାର ସବ୍‌ଷ୍ଟେସନ୍‌ଗୁଡ଼ିକୁ ସଫଳତାର ସହ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି।

ପବନର ବେଗ କମିବା ମାତ୍ରେ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍‌)ଗୁଡ଼ିକର ଲାଇନମ୍ୟାନ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପ୍ରବଳ ବର୍ଷା, ଜଳମଗ୍ନ ଚାଷଜମି ଏବଂ ଉପୁଡ଼ି ପଡ଼ିଥିବା ଗଛ ଯୋଗୁଁ ଅବରୋଧ ହୋଇଥିବା ରାସ୍ତା ସତ୍ତ୍ୱେ ସେମାନେ ଅବର୍ଜନା ସଫା କରିବା ସହ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ତାରଗୁଡ଼ିକର ମରାମତି ଏବଂ ପରିବର୍ତ୍ତନ କରିଥିଲେ। ଏଥିସହ ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ଫିଡର୍ ଓ ସବ୍‌ଷ୍ଟେସନ୍‌ଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରି ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ଦିଗରେ ସେମାନେ ନିରନ୍ତର ପ୍ରୟାସ ଜାରି ରଖିଥିଲେ।

ବାକି ରହିଯାଇଥିବା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଯଥାଶୀଘ୍ର ସେବା ସ୍ବାଭାବିକ କରିବା ନିଶ୍ଚିତ କରିବା ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳ ବିଦ୍ୟୁତ୍ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ଭାରତର ତୃତୀୟ ‘ବର୍ନ କେୟାର ଟ୍ରେନିଂ ସେଣ୍ଟର’ ଭାବେ ମନୋନୀତ ହେଲା ଭୁବନେଶ୍ୱର ଏମ୍ସ

November 23, 2026

ଏନଡିଆରଏଫର ଦ୍ୱାଦଶ ବାଟାଲିଅନ୍ କ୍ୟାମ୍ପସକୁ ଉଦଘାଟନ କଲେ ଅମିତ ଶାହ

November 23, 2026

ଆଜି ନଭେମ୍ବର ୨୩ ତାରିଖ ସାତୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଖୁସି ଖବର

November 23, 2026
Latest News

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026

ଦୀର୍ଘ ସମୟ ନାଇଟ୍‌ ଶିଫ୍ଟ କରୁଛନ୍ତି କି ? ଏହା ହୃଦୟ ପାଇଁ କେତେ ବିପଦଜନକ, ଜାଣନ୍ତୁ

November 23, 2026

ଭାରତର ତୃତୀୟ ‘ବର୍ନ କେୟାର ଟ୍ରେନିଂ ସେଣ୍ଟର’ ଭାବେ ମନୋନୀତ ହେଲା ଭୁବନେଶ୍ୱର ଏମ୍ସ

November 23, 2026

୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ମୋଦୀ ସରକାରଙ୍କ ନୀତି: ବିଶ୍ୱବ୍ୟାଙ୍କ ରିପୋର୍ଟ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.