Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟ୍ରେନ ଟିକେଟ ବାତିଲ କରୁଥିଲେ ଦୟାକରି ଏହି ନିୟମକୁ ଧ୍ୟାନରେ ରଖନ୍ତୁ, ନଚେତ ସବୁ ପଇସା ବୁଡିଯିବ
ଜାତୀୟ ଖବର

ଟ୍ରେନ ଟିକେଟ ବାତିଲ କରୁଥିଲେ ଦୟାକରି ଏହି ନିୟମକୁ ଧ୍ୟାନରେ ରଖନ୍ତୁ, ନଚେତ ସବୁ ପଇସା ବୁଡିଯିବ

July 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ ଟିକେଟ ବାତିଲ କରୁଥିଲେ ଦୟାକରି ଏହି ନିୟମକୁ ଧ୍ୟାନରେ ରଖନ୍ତୁ, ନଚେତ ସବୁ ପଇସା ବୁଡିଯିବ

ଭୁବନେଶ୍ବର, ଅନେକ ସମୟରେ ଯାତ୍ରୀମାନେ ଟ୍ରେନ ଟିକେଟ କରି ହଠାତ ତାହାକୁ ବାତିଲ ବା କ୍ୟାନସଲ କରିବାକୁ ପଡିଥାଏ। ଟିକେଟ କନର୍ଫମ ନ ହେବା ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଯାତ୍ରୀମାନେ ଟିକେଟ ବାତିଲ କରିଥାନ୍ତି। ତେବେ ଟିକେଟ ବାତିଲ ସମୟରେ ରେଳବାଇର କେତକ ନିୟମ ଉପରେ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। କାରଣ ଏହାକୁ ଧ୍ୟାନରେ ନ ରଖିଲେ ହୁଏତ ଆପଣଙ୍କ ଫେରସ୍ତରୁ ଅଧିକା ପଇସା କଟି ଯାଇପାରେ। ଏପରିକି ସମସ୍ତ ପଇସା ମଧ୍ୟ ବୁଡିଯିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ନିୟମ ବିଷୟରେ ସମସ୍ତେ ଜାଣି ରଖିବା ଉଚିତ।

ଯଦି ଆପଣଙ୍କ ଟିକେଟ RAC ବା ୱେଟିଂ ଲିଷ୍ଟରେ ଅଛି ତାହା ହେଲେ କିପରି ବାତିଲ କରିବେ

ସାଧାରଣତଃ ଟ୍ରେନ ଛାଡିବାର ବହୁ ପୂର୍ବରୁ ଟିକେଟ କନଫର୍ମର ଏକ ଚାର୍ଟ ବାହାରେ। ସେହି ଚାର୍ଟରେ ଯଦି ଆପଣଙ୍କ ଟିକେଟ RAC କିମ୍ବା ୱେଟିଂ ଲିଷ୍ଟରେ ରହିଲା ତାହା ହେଲେ ଆପଣ ଟ୍ରେନ ଛାଡିବାର 30 ମିନଟ ପୂର୍ବରୁ ଟିକେଟ ଫେରସ୍ତ କରି ଦିଅନ୍ତୁ। କାରଣ ଏହାଠାରୁ ଅଧିକ ସମୟ ଅପେକ୍ଷା କଲେ ଅଧିକ ଚାର୍ଯ୍ୟ ଲାଗିଯିବ। ଏହି ସମୟ ଭିତରେ ଯଦି ଆପଣ ସ୍ଲିପର କ୍ଲାସ ଟିକେଟ ଫେରସ୍ତ କଲେ ତେବେ ଆପଣଙ୍କର ମୂଳ ପଇସାରୁ 60 ଟଙ୍କା କଟି ବାକି ପଇସା ଫେରସ୍ତ ମିଳିବ। ଯଦି ଏସି ଟିକେଟ କରିଛନ୍ତି ତେବେ ତାହାକୁ ବାଲିତ କଲେ ଆପଣଙ୍କର ମବଳ ପଇସାରୁ 65 ଟଙ୍କା କଟିବ।

ଯଦି ଆପଣ କନର୍ଫମ ଟିକେଟ ବାତିଲ କରିବେ ତେବେ କଣ ହେବ

ଆପଣଙ୍କ ଟିକେଟ ଯଦି କନଫର୍ମ ହୋଇସାରିଛି , ହେଲେ କୌଣସି କାରଣରୁ ତାହାକୁ ବାତିଲ କରିବେ ତେବେ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯଦି ଆପଣ ନିୟମ ଅନୁସାରେ ଟିକେଟ ଫେରସ୍ତ ନ କରିବେ ତେବେ ଫେରସ୍ତରେ କୌଣସି ଅର୍ଥ ମିଳିବ ନାହିଁ। ସେଥିପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯଦି ଠିକ ନିୟମ ଅନୁସାରେ ଆପଣ ଟିକେଟ ଫେରସ୍ତ କରିବେ ତେବେ ଖୁବ କମ ପଇସା କଟିବ।

ଜାଣନ୍ତୁ କନଫର୍ମ ଟିକେଟ ବାତିଲ କଲେ କଣ ରହିଛି ନିୟମ

ଯଦି ଆପଣଙ୍କ ଟିକେଟ କନର୍ଫମ ଅଛି ତେବେ ଟ୍ରେନ ଛାଡିବା ନିର୍ଦ୍ଧିରିତ ସମୟର 48 ଘଣ୍ଟା ପୂର୍ବରୁ ବାତିଲ କରନ୍ତୁ। ଏହା ଦ୍ବାରା ସାଧାରଣ କ୍ଲାସ ଟିକେଟ ପାଇଁ 60 ଟଙ୍କା ଲେଖାଏ ପ୍ରତି ଯାତ୍ରୀ ପିଛା କଟିବ। ସେହିପରି ସ୍ଲିପର କ୍ଲାସ ବାତିଲ ପାଇଁ 120 ଟଙ୍କା କଟିବ। ସେହିପରି ଏସି ଚ୍ୟାୟର ଏବଂ ଥାର୍ଡ ଏସି ବାତିଲ ପାଇଁ 180 ଟଙ୍କା କଟିବ। ସେକେଣ୍ଡ ଏସି ପାଇଁ 200 ଟଙ୍କା ଏବଂ ଫାଷ୍ଟ ଏସି ବା ଏକ୍ସୁକେଟିଭ କ୍ଲାସ ପାଇଁ 240 ଟଙ୍କା କଟିବ। ଏଥିସହିତ ଜିଏସଟି ମଧ୍ୟ ଲାଗିବ।

ଯଦି ଆପଣ 48 ଘଣ୍ଟା ପୂର୍ବରୁ ଟିକେଟ ଫେରସ୍ତ କରି ନାହାଁନ୍ତି ତେବେ ସେଥିରେ ଅଧିକ ଚାର୍ଯ୍ୟ ଲାଗିବ। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 48 ଘଣ୍ଟା ଭିତରେ କିମ୍ବା 12 ଘଣ୍ଟା ପୂର୍ବରୁ ଫେରସ୍ତ କଲେ 25 ପ୍ରତିଶତ ମୂଲ୍ୟ ହ୍ରାସ ହେବ। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 12 ଘଣ୍ଟା ଭିତରେ ଟିକେଟ ବାତିଲ କଲେ ତେବେ 50 ପ୍ରତିଶତ ମୂଲ୍ୟ କଟିଯିବ। ହେଲେ ସାବଧାନ,ଟ୍ରେନ ଛାଡିବାର 4 ଘଣ୍ଟା ପୂର୍ବରୁ ଟିକେଟ ବାତିଲ ନ କଲେ ଆପଣଙ୍କୁ କୌଣସି ଫେରସ୍ତ ହେବ ନାହିଁ।

ସେଥିପାଇଁ ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 12 ଘଣ୍ଟା ପୂର୍ବରୁ କନଫର୍ମ ଟିକେଟ ଯାତ୍ରା ଧ୍ୟାନ ଦେବା ଉଚିତ। ସେହିପରି ୱେଟିଂ ଲିଷ୍ଟ ବା RAC ଯାତ୍ରୀମାନେ ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 30 ମିନଟ ପୂର୍ବରୁ ଟିକଟ ବାତିଲ କରିବା ପାଇଁ ଚେଷ୍ଠା କରନ୍ତୁ।

Railway News ଟ୍ରେନ ଟିକେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.