Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ରାଜ୍ୟରେ ଲାଗୁ ହେବ ‘ଟୁ ଚାଇଲ୍ଡ ପଲିସି’!: ଦୁଇରୁ ଅଧିକ ସନ୍ତାନ ରଖିଥିଲେ ଉପୁଜିବ ଏଭଳି ସମସ୍ୟା
ଆଜିର ଖବର

ଏହି ରାଜ୍ୟରେ ଲାଗୁ ହେବ ‘ଟୁ ଚାଇଲ୍ଡ ପଲିସି’!: ଦୁଇରୁ ଅଧିକ ସନ୍ତାନ ରଖିଥିଲେ ଉପୁଜିବ ଏଭଳି ସମସ୍ୟା

July 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଅନ୍ତରାଷ୍ଟ୍ରୀୟ ଜନସଂଖ୍ୟା ଦିବସ। ଏହି ଉପଲକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏକ ବଡ ଘୋଷଣା କରିପାରନ୍ତି। ଉତ୍ତରପ୍ରଦେଶରେ “ଟୁ ଚାଇଲ୍ଡ ପଲିସି” ର ଘୋଷଣା କରିପାରନ୍ତି। ତେଣୁ ଏଥିପାଇଁ ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ ଦ୍ଵାରା ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକର ପ୍ରଥମ ଡ୍ରାଫ୍ଟ ଜାରି କରିଛନ୍ତି। ଏଥିରେ ଦୁଇରୁ ଅଧିକ ସନ୍ତାନ ରଖିଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଏବଂ ସରକାରୀ ଯୋଜନାରୁ ବଞ୍ଚିତ ରଖିବାକୁ ନିର୍ଦ୍ଦେଶ ହୋଇଛି।

ଏହାସହିତ ସ୍ଥାନୀୟ ନିର୍ବାଚନ ଲଢିବା ପାଇଁ ମଧ୍ୟ ସୁଯୋଗ ମିଳିବ ନାହିଁ। ସରକାରୀ ଚାକିରୀ ପାଇଁ ଆବେଦନ କରିବା ଉପରେ ମଧ୍ୟ କଟକଣା ଲାଗିବ। ରାସନ କାର୍ଡରେ କେବଳ ୪ ଜଣ ସଦସ୍ୟଙ୍କୁ ରାସନ ମିଳିବା ପାଇଁ ପ୍ରବଧାନ ରହିବ। ଯେଉଁମାନେ ଦୁଇରୁ ଅଧିକ ସନ୍ତାନ ରଖିଛନ୍ତି, ସେମାନଙ୍କର ପଦୋନ୍ନତି ଲାଗିବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି।

ଡ୍ରାଫ୍ଟ ଅନୁଯାୟୀ, ଯଦି ରାଜ୍ୟରେ ଏହି ନିୟମ ଲାଗୁ ହୁଏ, ତେବେ ଏକ ବର୍ଷ ଭିତରେ ସରକାରୀ କର୍ମଚାରୀମାନେ, ସ୍ଥାନୀୟ ନିର୍ବାଚନରେ ନିର୍ବାଚିତ ପ୍ରତିନିଧୀମାନଙ୍କୁ ଏହାର ଶପଥ ପତ୍ର ଦେବାକୁ ପଡିବ। ସେମାନେ ସମସ୍ତେ ଦୁଇରୁ ଅଧିକ ସନ୍ତାନ ନକରିବା ପାଇଁ ଶପଥ ପତ୍ର ଦେବେ। ଯଦି ଏହାର ଉଲ୍ଲଂଘନ କରନ୍ତି, ତେବେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବନ୍ଦ ହୋଇପାରେ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ରଦ୍ଦ ହୋଇପାରେ।

ଅନୁରୂପ ଭାବେ, ଯେଉଁ ବ୍ୟକ୍ତି ଏହି ନିୟମର ପାଳନ କରନ୍ତି, ସେମାନଙ୍କୁ ଅନେକ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି। ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା ଅନୁଯାୟୀ ଚାକିରୀ ସମୟରେ ଅତିରିକ୍ତ ଦରମା ବୃଦ୍ଧି, ଜମି କିମ୍ବା ଘର କିଣିବା ପାଇଁ ସବସିଡି ବ୍ୟବସ୍ଥା ଇତ୍ୟାଦି କରାଯିବ ବୋଲି ଡ୍ରାଫ୍ଟରେ ଉଲ୍ଲେଖ ଅଛି।

ଉତ୍ତରପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.