Categories
ଆଜିର ଖବର ରାଜ୍ୟ ଖବର

ବନ୍ଦ କୋଠରୀରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପୌରାଞ୍ଚଳ ରେଗିଡି ସାହିର ଏକ ବନ୍ଦ କୋଠରୀରୁ ଜଣେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ନାମ ରାମ କନ୍ୱର ରାମ ବୋଲି ଜଣାପଡିଛି। ମୃତ ଶିକ୍ଷକଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ ଓ ସେ ହିଞ୍ଜିଳିକାଟୁ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ରେଗିଡି ସାହିରେ ଏକ ଭଡ଼ା ଘରେ ରହୁଥିଲେ।

କିନ୍ତୁ ଗତ ଦୁଇ ଦିନ ଧରି ଘରର କବାଟ ବନ୍ଦ ରହିଥିଲା ଓ ପରେ ଘର ଭିତରୁ ଗନ୍ଧ ବାହାରିବା ପରେ ପୋଡଶୀ ଲୋକେ ଥାନାରେ ଖବର ଦେଇଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Categories
ବିଶେଷ ଖବର

ଶେଷ ହେବ ଇଣ୍ଡି ମେଣ୍ଟର ଆଶା!, ମାୟାବତୀଙ୍କୁ ନେଇ ଏହି ଦାବି କ’ଣ କହିଲେ ଏଆଇଏମଆଇଏମ୍ ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ୍ ନ୍ୟାସନାଲ ଡେଭଲପିଂ ଇନକ୍ଲୁସିଭ୍ ଆଲାଏନ୍ସ ଅର୍ଥାତ୍ ଇଣ୍ଡି ମେଣ୍ଟ ବ୍ୟାନରରେ ଏସପି, ଆରଏଲଡି, ଅପନା ଦଳ କାମେରୱାଡି ଏବଂ କଂଗ୍ରେସ ଏକାଠି ଥିବାବେଳେ ବିଜେପି ସହ ଏସବିଏସପି, ନିଶାଦ ପାର୍ଟି ଏବଂ ଅପନା ଦଳ ଏସ ମିଳିତଭାବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବ୍ୟାନରରେ ଅଛନ୍ତି।

ତେବେ ବିଏସପି ଉଭୟ ମେଣ୍ଟରୁ ନିଜକୁ ଦୂରେଇ ରଖିଛି। ସେପଟେ ବହୁଜନ ସମାଜ ପାର୍ଟି ଓ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନଙ୍କ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଏଆଇଏମଆଇଏମ ନେତା ଅସୀମ ୱାକର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ତାଙ୍କୁ (ମାୟାବତୀଙ୍କୁ) ସମ୍ମାନ ଦେଉଛୁ ଏବଂ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର କରାଯାଏ, ତେବେ ଆମେ (ମୁସଲମାନ) ତାଙ୍କୁ ସମର୍ଥନ କରିବୁ।

ମାୟାବତୀ ଜଣେ ଭଲ ପ୍ରଶାସକ

ମେଣ୍ଟ ପ୍ରସଙ୍ଗରେ ୱାକର କହିଛନ୍ତି ଯେ ବିରୋଧୀ ଦଳରେ ଥିବା କାହାକୁ ମେଣ୍ଟର ଚେହେରା କରାଯିବ । ମମତା (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ନିଜର ମତାମତ ଦେଇଛନ୍ତି। ମୁଁ ମୋର ମତାମତ ଦେଉଛି। ଆମେ ୟୁପିରେ କାହା ସହ ମେଣ୍ଟ କଥା କହୁନାହୁଁ। ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି ମୁସଲମାନମାନେ ମତ ରଖିଛନ୍ତି। ସେ ଜଣେ ଦଳିତ ଏବଂ ଜଣେ ଭଲ ପ୍ରଶାସକ।

ଯଦି ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରାଭାବେ ଉପସ୍ଥାପନ କରାଯାଏ, ତେବେ ବିଜେପିର ପାଦ ଥରିଯିବ ବୋଲି ସେ କହିଛନ୍ତି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଯାଏ, ତେବେ ମାୟାବତୀଙ୍କ ଜାତିର ୧୫ ପ୍ରତିଶତ ଏବଂ ମୁସଲମାନଙ୍କର ୨୦ ପ୍ରତିଶତ-ମୋଟ ୩୫ ପ୍ରତିଶତରୁ ଭୋଟ ଗଣତି ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଇଁ ମୋଦୀଙ୍କୁ ନୁହେଁ କୋର୍ଟ ଆଉ ବିଚାରପତିଙ୍କୁ ଧନ୍ୟବାଦ ଦେବା ଉଚିତ: ବରିଷ୍ଠ ବିଜେପି ନେତା

ନୂଆଦିଲ୍ଲୀ: ଯଦିଓ ଦେଶର ଜନସଂଖ୍ୟାର ଏକ ବୃହତ ବିଭାଗ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରନ୍ତି, ତଥାପି ତାଙ୍କ ଦଳର ଜଣେ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି ଯେ, ଯେତେବେଳେ ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି ମାମଲା ଶେଷ ହେବାକୁ ଯାଉଥିଲା, ସେତେବେଳେ ମୋଦୀ ଏହାକୁ ବିଳମ୍ବ କରିବାକୁ ଚେଷ୍ଟା କରିଥିଲେ। ବାସ୍ତବରେ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ଏବଂ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ରଂଜନ ଗୋଗୋଇ ଏବଂ ଅନ୍ୟ ବିଚାରପତିମାନଙ୍କୁ ଧନ୍ୟବାଦ ଦେବା ଉଚିତ୍।

ଦୀର୍ଘ ଦିନ ଧରି ମୋଦୀ-ଶାହା ଏବଂ ବିଜେପିର ନୀତିକୁ ତୀବ୍ର ସମାଲୋଚନା କରୁଥିବା ସ୍ଵାମୀ ଆଜି ସୋସିଆଲ ମିଡିଆ ମାଧ୍ୟମରେ ଏହି କଥା କହିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଦୁଇଟି ସିରିଜ୍ ପୋଷ୍ଟରେ, ମୋଦୀ ଏହି ମାମଲାରେ ବିଳମ୍ବ କରିଥିଲେ, ଯେତେବେଳେ କୋର୍ଟ ଶୁଣାଣିର ଶେଷ ସମୟରେ ଥିଲେ। ସେତେବେଳେ ଅଯୋଧ୍ୟାର ସମସ୍ତ ଜମି ଫେରାଇବାକୁ ସରକାର କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଏହାକୁ ଅଣଦେଖା କରି ଏହାର ରାୟ ଦେଇଥିଲେ, ଯାହା ପାଇଁ କୋର୍ଟଙ୍କୁ ଧନ୍ୟବାଦ ଦିଆଯିବା ଉଚିତ୍। ତତ୍କାଳୀନ CJI ଗୋଗୋଇଙ୍କୁ ଧନ୍ୟବାଦ ଏବଂ ଏଥିପାଇଁ ଅନ୍ୟ ଚାରିଜଣ ବିଚାରପତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବା ଉଚିତ।”

Categories
ବିଶେଷ ଖବର

ରାମ ଭକ୍ତି ଉପରେ ବିଜେପିର କପିରାଇଟ୍ ନାହିଁ: ଉମା ଭାରତୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ବାଣ୍ଡାର ଚରଖାରୀର ପୂର୍ବତନ ବିଜେପି ବିଧାୟକ ଉମା ଭାରତୀ କହିଛନ୍ତି ଯେ ରାମ ଭକ୍ତି ଉପରେ ଆମର କପିରାଇଟ୍ ନାହିଁ। ଭଗବାନ ରାମ ଓ ହନୁମାନଜୀ ବିଜେପିର ନେତା ନୁହଁନ୍ତି। ଉଭୟ ଆମର ଜାତୀୟ ସମ୍ମାନ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ ନେଇ ବିଜେପି ସରକାରଙ୍କ ଉପରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ ଉମା ଭାରତୀ ଏହି କଥା କହିଛନ୍ତି। ଅଯୋଧ୍ୟା ଯାଇ ପ୍ରାଶ୍ଚର୍ଯ୍ୟ ଦେବାକୁ ସେ ବିରୋଧୀ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ହିନ୍ଦୁ ଓ ମୁସଲମାନଙ୍କୁ ଖୁସି କରିବା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପ୍ରୟାସ ଯୋଗୁଁ ବାବ୍ରି ମସଜିଦ୍ ଭଙ୍ଗାଯାଇଛି ବୋଲି ସେ କହିଛନ୍ତି।

ଏକ ସାକ୍ଷାତ୍‍କାରରେ ଉମା ଭାରତୀଙ୍କୁ ପଚରାଯାଇଥିଲା ଯେ, ସେଲିବ୍ରିଟି, ଶିଳ୍ପପତି ଏବଂ ବିରୋଧୀ ଦଳର ଲୋକଙ୍କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ କରାଯିବା ବିଷୟରେ ଆପଣ କ’ଣ ଭାବୁଛନ୍ତି? ଏହା ଉପରେ ଉମା ଭାରତୀ ଉତ୍ତର ଦେଇଥିଲେ ଯେ, ନିମନ୍ତ୍ରଣ ଦେବା ରାମ ମନ୍ଦିର ଟ୍ରଷ୍ଟର ନିଷ୍ପତ୍ତି। ଏହା କୌଣସି ରାଜନୈତିକ ଆହ୍ୱାନ ନୁହେଁ। ରାମ ଭକ୍ତି ଉପରେ ଆମର କପିରାଇଟ୍ ନାହିଁ। ଭଗବାନ ରାମ ଓ ହନୁମାନଜୀ ବିଜେପିର ନେତା ନୁହଁନ୍ତି। ସେମାନେ ଆମ ପାଇଁ ଜାତୀୟ ସମ୍ମାନର ବିଷୟ। ଯେ କୌଣସି ବ୍ୟକ୍ତି ନିଜ ମନ୍ଦିରର ପୂଜାଉତ୍ସବରେ ଅଂଶଗ୍ରହଣ କରିପାରିବେ ଏବଂ କାହାକୁ ନିମନ୍ତ୍ରଣ କରିପାରିବେ।

ବିଜେପି ଲୋକମାନେ ରାମଙ୍କ ଭକ୍ତ ବୋଲି ଅହଂକାର ବନ୍ଦ କରନ୍ତୁ: ଉମା ଭାରତୀ

ଉମା ଭାରତୀ କହିଛନ୍ତି ଯେ, ମୁଁ ସମସ୍ତ ରାଜନେତାଙ୍କୁ କହିବି ଯେ ଏହାକୁ ରାଜନୈତିକ ଭାବରେ ନ ଦେଖନ୍ତୁ ଏବଂ ଏଥିରେ ଅଂଶଗ୍ରହଣ କରନ୍ତୁ। ଭୋଟ ହରାଇବେ ବୋଲି ଭୟ କରନ୍ତୁ ନାହିଁ। ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜେପି ନେତ୍ରୀ ଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବିଜେପି ନେତାମାନଙ୍କୁ ମଧ୍ୟ ଏହି ଅହଂକାରରୁ ବାହାରକୁ ଆସିବାକୁ କହିବି ଯେ କେବଳ ସେମାନେ ରାମଙ୍କୁ ପୂଜା କରିପାରିବେ। ମୁଁ ବିରୋଧୀଙ୍କୁ କହିବି ଯେ ଆପଣମାନେ ସେଠାକୁ ଯିବା ଉଚିତ। କୌଣସି ଅହଂକାର କିମ୍ବା ଭୟରୁ ମୁକ୍ତ ହୋଇ ଆମେ ଖୁସିରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ।

ବାମପନ୍ଥୀ ଓ କଂଗ୍ରେସ କର୍ମୀଙ୍କ ଉପରେ ଅଭିଯୋଗ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତୀ ମଧ୍ୟ ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ କଂଗ୍ରେସ ଏବଂ ବାମପନ୍ଥୀ ଦଳମାନେ ବିଷାକ୍ତ ବାତାବରଣ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ଓ ବାମପନ୍ଥୀ ଦଳର ନେତାମାନେ ବିନା ନିମନ୍ତ୍ରଣରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ତପସ୍ୱୀଭାବେ ପରିଦର୍ଶନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ରାମ ମନ୍ଦିର ଆନ୍ଦୋଳନରେ ସାମିଲ ଥିବା ଭାରତୀ ମନେପକାଇ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କୁ ଖୁସି ରଖିବାପାଇଁ ଯେଉଁ ପ୍ରୟାସ କରିଥିଲେ, ଶେଷରେ ୧୯୯୨ ଡିସେମ୍ବର ୬ତାରିଖରେ ବାବ୍ରି ଢାଞ୍ଚାକୁ ଭାଙ୍ଗି ଦିଆଯାଇଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ବାମପନ୍ଥୀ ଏବଂ କଂଗ୍ରେସକର୍ମୀମାନେ ସେହି ସମୟରେ ଏକ ବିଷାକ୍ତ ବାତାବରଣ ସୃଷ୍ଟି କରିଥିଲେ। ବର୍ତ୍ତମାନ ଯେତେବେଳେ ସେମାନେ କୁହନ୍ତି ଯେ ଜାନୁଆରୀ ୨୨ ରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଆମକୁ ନିମନ୍ତ୍ରଣ ମିଳିନାହିଁ, ମୁଁ କହିବି ଯେ ଆପଣଙ୍କର ସବୁଠାରୁ ବଡ଼ ପ୍ରାୟଶ୍ଚିତ ହେବ ବିନା ନିମନ୍ତ୍ରଣରେ ସେଠାକୁ ଯିବା, ସରଯୁ ନଦୀରେ ଗାଧୋଇବା ଏବଂ ଭଗବାନ ରାମଙ୍କ ସମ୍ମୁଖରେ ଠିଆ ହୋଇ କାନ ଧରି କ୍ଷମା ମାଗିବା। ଭାରତୀ ଦାବି କରିଛନ୍ତି ଯେ, ୧୯୪୯ରେ ରାମଲଲା ପ୍ରକଟ ପୂର୍ବରୁ ଅଯୋଧ୍ୟାର ବିବାଦୀୟ ଢାଞ୍ଚାରେ ନମାଜ ପାଠ କରାଯାଇନଥିଲା।

ବାବ୍ରୀ ଧ୍ୱଂସର କାରଣ ପାଲଟିଥିଲା ନେହେରୁଙ୍କ ନିଷ୍ପତ୍ତି

ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ମୁସଲମାନମାନଙ୍କୁ ଖୁସି କରିବା ପାଇଁ କ୍ୟାମ୍ପସ ବନ୍ଦ କରିବା ସହ ହିନ୍ଦୁମାନଙ୍କୁ ଖୁସି କରିବା ପାଇଁ ସକାଳ ଓ ସନ୍ଧ୍ୟା ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ଖୁସି ରଖିବା ପାଇଁ ନେହେରୁ ଆରମ୍ଭ କରିଥିବା ଏହି ପରମ୍ପରାକୁ ଡିସେମ୍ବର ୬ ତାରିଖରେ ଉଚ୍ଛେଦ କରାଯାଇଥିଲା। ରାମ କିମ୍ବା ରାମରାଜ୍ୟ ଉପରେ କଂଗ୍ରେସର ଆସ୍ଥା ନ ଥିବାରୁ ଏବଂ ମୁସଲମାନଙ୍କ କଥା ଚିନ୍ତା ନ କରି କେବଳ ଭୋଟ ଚାହୁଁଥିବାରୁ ଏହି ପରମ୍ପରା ଯୋଗୁଁ କଂଗ୍ରେସ ଦ୍ୱନ୍ଦ୍ୱରେ ପଡ଼ିଛି ବୋଲି ଭାରତୀ କହିଛନ୍ତି।

ସେମାନେ ରାମ ଓ ରାମ ସେତୁର ଅସ୍ତିତ୍ୱକୁ ଅସ୍ୱୀକାର କରିଥିଲେ। ସେମାନେ ଏହି ସତ୍ୟକୁ ଅସ୍ୱୀକାର କରିପାରିବେ ନାହିଁ କାରଣ ସୁପ୍ରିମକୋର୍ଟରେ କଂଗ୍ରେସ ସରକାରଙ୍କ ଏକ ସତ୍ୟପାଠ ଅଛି ଯେଉଁଥିରେ ରାମ କାଳ୍ପନିକ ବୋଲି କୁହାଯାଇଛି। ରାମ ମନ୍ଦିର ଆନ୍ଦୋଳନରେ ଭାଗ ନେଇଥିବା କରସେବକମାନେ ଶାନ୍ତ ଥିଲେ ମଧ୍ୟ ବିନା ଚେତାବନୀରେ ସେମାନଙ୍କ ମୁଣ୍ଡ ଓ ଛାତିରେ ଗୁଳି ମାଡ଼ ହୋଇଥିବା ବିଜେପି ନେତା ଦାବି କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ କାହିଁକି ଏହି ତଥ୍ୟକୁ ଅଣଦେଖା କଲେ ଏବଂ ମୁଲାୟମ ସିଂହ ଯାଦବ (ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ) ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଆରମ୍ଭ କଲେ ନାହିଁ।

ମଥୁରା-କାଶୀ ହିନ୍ଦୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ଥାନ

ମଥୁରା ଏବଂ କାଶୀର ଧାର୍ମିକ ସ୍ଥଳକୁ ନେଇ ବିବାଦ ଅଦାଲତରେ ରହିଛି, କିନ୍ତୁ ଅଯୋଧ୍ୟା ଭଳି ମଥୁରା ଏବଂ କାଶୀ ମଧ୍ୟ ହିନ୍ଦୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୋଲି ଭାରତୀ କହିଛନ୍ତି। ସେ କହିଛନ୍ତି ଯେ ଅଦାଲତ ତାଙ୍କ ଉପରେ ରାୟ ଲଦିପାରିବେ କିନ୍ତୁ ତାଙ୍କ ଭାବନା ଉପରେ ନୁହେଁ। ମଥୁରାରେ ଏକ ଭବ୍ୟ ମନ୍ଦିର ହେବା ଉଚିତ ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ସେ କେମିତି ଆଦେଶ ଦେବେ ଯେ ଉମା ଭାରତୀ, ତୁମର କାଶୀ, ମଥୁରା ଉପରେ ବିଶ୍ୱାସ ନ ଥିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପି ବିଧାୟକ ମାନବେନ୍ଦ୍ର ସିଂଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦଦରୋଲ ଅଞ୍ଚଳର ବିଧାୟକ ମାନବେନ୍ଦ୍ର ସିଂଙ୍କ ଆଜି ଦେହାନ୍ତ ହୋଇଛି। ମାନବେନ୍ଦ୍ର ସିଂ ଶାହାଜାହାନପୁରର ଦଦରୌଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତରେ ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ବିଧାନସଭା ବାଚସ୍ପତି ସତୀଶ ମହାନା ଦୁଃଖ ପ୍ରକାଶ କରିଛନ୍ତି।

ମାନବେନ୍ଦ୍ର ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଆଜି ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ବିଧାୟକ ଶ୍ରୀ ମନଭେନ୍ଦ୍ର ସିଂଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖ ଖଦାୟକ। ଦିବଙ୍ଗତ ପୁଣ୍ୟାତ୍ମାଙ୍କୁ ତାଙ୍କ ଚରଣରେ ସ୍ଥାନ ଦେବା ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା। ଓମ୍ ଶାନ୍ତି!’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯଦି ମୋଦି ଲୋକାର୍ପଣ କରନ୍ତି ତେବେ ମୁଁ ତାଳି ବଜାଇବି କି?: ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏଭଳି କଥା କହିଛନ୍ତି ଯେ ହଇଚଇ ସୃଷ୍ଟି ହୋଇଛି। ଜଗନ୍ନାଥପୁରୀ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ତାଙ୍କ ପଦର ଏକ ସୀମା ରହିଛି। ଯଦି ମୋଦୀଜୀ ଏହାକୁ ଲୋକାର୍ପଣ କରି ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତି, ତେବେ ମୁଁ ସେଠାରେ ତାଳି ବଜାଇ ଉତ୍ସାହିତ କରିବି କି? ମୁଁ ମୋ ପଦର ମର୍ଯ୍ୟାଦା ବିଷୟରେ ଚିନ୍ତା କରୁଛି, ତେଣୁ ମୁଁ ସେଠାକୁ ଯିବି ନାହିଁ।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ସହ ଆସିବାକୁ ଚାହୁଁଛନ୍ତି, ତେବେ ସେ ଆସିପାରିବେ ବୋଲି ମୋ ପାଖରେ ସୂଚନା ଅଛି, କିନ୍ତୁ ଯଦି ସେ ୧୦୦ ଜଣଙ୍କ ସହିତ ଆସିବାକୁ ଚିଠି ଲେଖିଥାନ୍ତେ, ତେବେ ମୁଁ ଯାଇନଥାନ୍ତି ବୋଲି ସେ କହିଛନ୍ତି । ମୁଁ ଜଣେ ନୀତିନିଷ୍ଠ ବ୍ୟକ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ମୋଦୀ ଜୀ ଲୋକାର୍ପଣ କରିବେ, ଯଦି ସେ ମୂର୍ତ୍ତିକୁ ସ୍ପର୍ଶ କରିବେ, ତେବେ ମୁଁ ସେଠାରେ ତାଳି ବଜାଇ ଜୟ ଜୟକାର କରିବି କି ଏବଂ ଏହାକୁ ପ୍ରଶଂସା କରିବି କି ? ଶଙ୍କରାଚାର୍ଯ୍ୟ କହିଲେ ଯେ ମୋତେ ସର୍ବୋଚ୍ଚ ପଦ ମିଳିଛି, କିନ୍ତୁ ଧର୍ମ କ’ଣ ସେ ବିଷୟରେ ଆପଣ ଟିକେ ଚିନ୍ତା କରନ୍ତୁ ।

ମୋଦିଜୀ ମଧ୍ୟ ଯୋଗୀ ହୋଇଯାଇଛନ୍ତି । ସେ ଯୋଗାସନ ଶିକ୍ଷା ଦିଅନ୍ତି । ସେ ଧାର୍ମିକ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି। ଶଙ୍କରାଚାର୍ଯ୍ୟ ସେଠାକୁ ଗଲେ ତାଳି ମାରିବେ କି ? ମୋଦି ଜୀ ମୁଣ୍ଡ ନୁଆଁଇବେ । ଏପରିକି ସେ ସାଧୁସନ୍ଥମାନଙ୍କୁ ମଧ୍ୟ ଦେଖନ୍ତି ନାହିଁ । ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ ମୁଁ ମୋ ପଦର ମର୍ଯ୍ୟାଦାକୁ ନେଇ ଗର୍ବିତ ନୁହେଁ । ମୁଁ ମୋ ପଦର ମର୍ଯ୍ୟାଦା ବିଷୟରେ ସଚେତନ, ତେଣୁ ମୁଁ ଅଯୋଧ୍ୟା ଯିବି ନାହିଁ । ତେବେ ସେ ଅଯୋଧ୍ୟା ସହ ତାଙ୍କ ସମ୍ପର୍କକୁ ଅତୁଟ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଅଯୋଧ୍ୟାରେ ମୋର କୌଣସି ଆପତ୍ତି ନାହିଁ । ରାମଜୀ ମୋ ହୃଦୟରେ ଅଛନ୍ତି । ଅଯୋଧ୍ୟା ସହ ମୋର ସମ୍ପର୍କ ଭାଙ୍ଗିବ ନାହିଁ । ଏହି ଅବସରରେ ଯିବା ମୋ ପାଇଁ ଠିକ୍ ନୁହେଁ ।

Categories
ଆଜିର ଖବର

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।

ପିଏମ ଶ୍ରୀ ସ୍କୁଲ କ୍ରିୟାନ୍ୱୟନ କରିବାରେ ୟୁପିର ଅଗ୍ରଣୀ ଭୂମିକା ପ୍ରଶଂସନୀୟ ।  ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉ କିମ୍ବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଉତ୍ତର ପ୍ରଦେଶ ଏକ ଉଦାହରଣ । ଏହା ଦ୍ୱାରା ସମଗ୍ର ଦେଶର ଆତ୍ମବିଶ୍ୱାସ ବଢୁଛି । ପ୍ରଗତି ଆଜି ଉତ୍ତରପ୍ରଦେଶର ଚରିତ୍ର ହୋଇଛି । ୟୁପିରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କୁ ବିଶ୍ୱମାନର ଶିକ୍ଷା ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ଅଛି । ୟୁପି ମଡେଲ ଆଗାମୀ ଦିନରେ ସମଗ୍ର ଦେଶର ମଡେଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହେଉଛି । ଆଜି ଅଯୋଧ୍ୟା ଭାରତର ବିକାଶ ଏବଂ ସମୃଦ୍ଧିର କେନ୍ଦ୍ର ହୋଇଛି ।

ଲକ୍ଷ୍ନୌରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଦକ୍ଷତା ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ୟୁପିକୁ ଜ୍ଞାନ ଭିତ୍ତିକ ଅର୍ଥନୀତିର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ଯଦି କଲ୍ୟାଣ ନ ଥାନ୍ତେ, ତେବେ ରାମଲାଲା ଆଜି ବି ମନ୍ଦିର ପାଇଁ ଅପେକ୍ଷା କରିଥାନ୍ତେ

ନୂଆଦିଲ୍ଲୀ: ଆମେ ଗୁଳି ଚଳାଇବୁ ନାହିଁ, ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଏକତା ପରିଷଦ ବୈଠକରେ କରସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯିବା ପରେ ସେ ବିନା ଦ୍ୱିଧାରେ ଏହା କହିଥିଲେ। ୧୯୯୦ ମସିହା ଅକ୍ଟୋବର ୩୦ ତାରିଖରେ ମୁଲାୟମ ସିଂହ ଯାଦବଙ୍କ ସରକାର ଅଯୋଧ୍ୟାରେ କରସେବକଙ୍କ ଉପରକୁ ଗୁଳି ଚଳାଇଥିଲେ। ୧୯୯୧ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଲାୟମ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ଏବଂ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇବାର ସୁଯୋଗ ପାଇଥିଲା। ଯେତେବେଳେ ବିଜେପି ଏହି ପଦ ପାଇଁ କଲ୍ୟାଣ ସିଂହଙ୍କୁ ଚୟନ କରିଥିଲା, ସେ ରାମ ଲାଲାଙ୍କୁ ଦେଖିବା ପାଇଁ ସିଧାସଳଖ ଅଯୋଧ୍ୟା ଯାଇଥିଲେ। ସେଠାରେ ସେ ତାଙ୍କର ଶପଥ ଦୋହରାଇଲେ – ରାମ ଲାଲା ଆପଣଙ୍କ ମନ୍ଦିର ହେବ, ଯାହା ହେଉ ନା କାହିଁକି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସରକାର ତ୍ୟାଗ କରିବାକୁ ପଡ଼ିଥିଲେ ମଧ୍ୟ କଲ୍ୟାଣ ତାଙ୍କ ସଂକଳ୍ପ ପୂରଣ କରିଥିଲେ। ଆଜି ‘ରାମ ମନ୍ଦିର ଆନ୍ଦୋଳନର ସ୍ତମ୍ଭ’ର ସ୍ୱତନ୍ତ୍ର ଧାରାବାହିକରେ ଆମେ ଏହି କଲ୍ୟାଣ ସିଂହଙ୍କ ବିଷୟରେ ଆଲୋଚନା କରୁଛୁ।

କଲ୍ୟାଣ ସିଂହ ସ୍କୁଲ ସମୟରୁ ସଂଘୀ ପାଲଟିଯାଇଥିଲେ

୧୯୩୨ ମସିହା ଜାନୁଆରୀ ୫ ତାରିଖରେ ଆଲିଗଡ଼ ଜିଲ୍ଲାର ଅତରୌଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା କଲ୍ୟାଣ ସିଂହ ସଂସାରକୁ ବୁଝିବାମାତ୍ରେ ଜାତୀୟତାବାଦର ମାର୍ଗ ବାଛିଥିଲେ। ସ୍କୁଲ ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ। ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କ ଭିତରେ ଅକ୍ଳାନ୍ତ ପରିଶ୍ରମ ଏବଂ ଅତୁଟ ସଂକଳ୍ପର ବ୍ୟକ୍ତିତ୍ୱ ସୃଷ୍ଟି କରିଥିଲା। କଲ୍ୟାଣ ଯେତେବେଳେ ସ୍ୱର ଉତ୍ତୋଳନ କରିଥିଲେ, ସେତେବେଳେ ତାଙ୍କୁ ସମାଜ ଓ ରାଜନୀତିରେ ପ୍ରଶ୍ନ କରିବା ଆରମ୍ଭ ହୋଇଥିଲା। ଯେତେବେଳେ ଆପଣଙ୍କର ଉଚ୍ଚତା ବଢ଼ିଥାଏ, ଆପଣଙ୍କର ସ୍ଥିତି ମଧ୍ୟ ବଢ଼ିଥାଏ।

୧୯୬୭ ମସିହାରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନ ସଭାକଚ ନିର୍ବାଚିତ ହୋଇଥିଲେ। ୧୯୭୭ମସିହାରେ ସେ ପ୍ରଥମ ଥର ପାଇଁ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ। ୧୯୮୦ ଦଶକର ପ୍ରାରମ୍ଭରେ ଯେତେବେଳେ ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାର ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲା, ସେତେବେଳେ କଲ୍ୟାଣ ସିଂହ ଏଥିରେ ଭାଗ ନେବା ଆରମ୍ଭ କରିଥିଲେ। ବିଶେଷ କରି ଉତ୍ତରପ୍ରଦେଶରେ ସେ ହିନ୍ଦୁତ୍ୱର ଏକ ପ୍ରମୁଖ ଚେହେରା ପାଲଟି ଯାଇଥିଲେ।

୧୯୯୧ରେ କଲ୍ୟାଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାବେଳକୁ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଶେଷ ହୋଇସାରିଥିଲା। ବିହାରରେ ରଥଯାତ୍ରା ବନ୍ଦ କରି ଆଡଭାନୀଙ୍କୁ ଗୃହବନ୍ଦୀ କରିବା ସତ୍ତ୍ୱେ ରାମ ମନ୍ଦିର ଆନ୍ଦୋଳନ ଏହାର ଉଦ୍ଦେଶ୍ୟରେ ଜାରି ରହିଥିଲା ଏବଂ ୧୯୯୦ ମସିହା ଅକ୍ଟୋବର ୩୦ ତାରିଖ ଦିନ ଅଯୋଧ୍ୟାରେ କରସେବକଙ୍କ ଉପରକୁ ପୋଲିସ ଗୁଳି ଚଳାଇଥିଲା। ସେବେଠାରୁ ମୁଲାୟମ ସିଂହ ଯାଦବଙ୍କ ଭାବମୂର୍ତ୍ତି ମୁଲ୍ଲା ମୁଲାୟମଙ୍କ ଭାବମୂର୍ତ୍ତିରେ ପରିଣତ ହେବାକୁ ଲାଗିଲା। ବୋଧହୁଏ ମୁଲାୟମଙ୍କ କରସେବକଙ୍କ ପ୍ରତି ଏହି ନିଷ୍ଠୁର ମନୋଭାବ ହିଁ କଲ୍ୟାଣ ସିଂହଙ୍କ ପାଇଁ ଯେକୌଣସି ସ୍ତରକୁ ଯିବାର ବାଟ ମଧ୍ୟ ଫିଟାଇଥିଲା।

ମତଦାତାମାନେ ଅନୁଭବ କଲେ ଯେ ଯେଉଁମାନେ ମନ୍ଦିର ନିର୍ମାଣକୁ ରୋକିପାରିବେ ସେମାନେ ଯଦି କିଛି କରିପାରିବେ, ତେବେ ସେମାନେ ମନ୍ଦିର ନିର୍ମାଣ ରାସ୍ତାରେ କୌଣସି ପ୍ରତିବନ୍ଧକ ବିଷୟରେ କାହିଁକି ଚିନ୍ତା କରିବେ।

ଅଯୋଧ୍ୟାରେ ତୀର୍ଥଯାତ୍ରା ପାଇଁ ବହୁତ ବଡ଼ କାର୍ଯ୍ୟ କରାଯାଇଛନ୍ତି

କଲ୍ୟାଣ ସିଂହଙ୍କ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ କହିଥିଲେ ଯେ ବାବ୍ରି ମସଜିଦକୁ ଭାଙ୍ଗିବାକୁ ଦିଆଯିବ ନାହିଁ। କିନ୍ତୁ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ଦୃଢ଼ ଥିଲା, ତେଣୁ ସରକାର ଅଯୋଧ୍ୟାରେ ରାମ ଜନ୍ମଭୂମି ଚାରିପାଖରେ ୨.୨୭ ଏକର ଜମି କିଣି ନିକଟରେ ରାମ ଚବୁତ୍ରା ନିର୍ମାଣ କରିଥିଲେ। ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା- ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରିବା। ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ମନ୍ଦିର ଆଖପାଖ ଅଞ୍ଚଳରେ ଜମି କିଣିବା ପାଇଁ ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲା। କଲ୍ୟାଣ ସରକାର କିଣିଥିବା ଜମିକୁ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ରାମ କଥା ପାର୍କ ପାଇଁ ସେ ଆଖପାଖର ୪୨.୦୯ ଏକର ଜମି ଭିଏଚପି ଟ୍ରଷ୍ଟକୁ ହସ୍ତାନ୍ତର କରିଥିଲେ।

ବାବ୍ରି ମସଜିଦ ଭଙ୍ଗା ପାଇଁ ନୈତିକ ଦାୟିତ୍ୱ

୬ ଡିସେମ୍ବର ୧୯୯୨ରେ ଯେତେବେଳେ ଅଯୋଧ୍ୟାରେ କରସେବକଙ୍କ ସମାଗମ ହୋଇଥିଲା, ଆଡଭାନୀଙ୍କ ସମେତ ବିଜେପି ଏବଂ ଆରଏସଏସର ବରିଷ୍ଠ ନେତାମାନେ ସେମାନଙ୍କୁ ସମ୍ଭାଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ରାମଭକ୍ତମାନେ ଗୋଟିଏ କଥାରେ ପାଗଳ ଥିଲେ- ଶତାବ୍ଦୀ ପୁରୁଣା ଅତ୍ୟାଚାର ଓ ଅନ୍ୟାୟର ପ୍ରତୀକ ଭାବରେ ବାବ୍ରି ମସଜିଦ୍ ଭାଙ୍ଗିବା। ଜଣକ ପରେ ଜଣେ କରସେବକମାନେ ବାବ୍ରୀ ମସଜିଦ୍ର ଗୁମ୍ବୁଜ ଉପରେ ଚଢ଼ିବା ଆରମ୍ଭ କଲେ ଏବଂ ଅଳ୍ପ ସମୟ ମଧ୍ୟରେ ଗୁମ୍ବୁଜଗୁଡ଼ିକ ଭାଙ୍ଗିବାକୁ ଲାଗିଲେ। ଦୁଇ ବର୍ଷ ତଳେ ଅଯୋଧ୍ୟାର ଜମିକୁ କରସେବକଙ୍କ ରକ୍ତରେ ରଙ୍ଗୀନ କରିଥିବା ଉତ୍ତରପ୍ରଦେଶ ପୁଲିସ ଚୁପ୍ ଚାପ୍ ବାବ୍ରି ଧ୍ୱଂସ ଦେଖୁଥିଲା। ସୁପ୍ରିମକୋର୍ଟରେ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ ବାବ୍ରୀ ମସଜିଦକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ କଲ୍ୟାଣ ସିଂହ ନୈତିକ ଦାୟିତ୍ୱ ନେବାରେ ବିଳମ୍ବ କରିନଥିଲେ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

କଲ୍ୟାଣ ୨୪ ଘଣ୍ଟା ଜେଲରେ ରହିଥିଲେ

ଅଦାଲତ ଅବମାନନା ଅଭିଯୋଗରେ ୨ ହଜାର ଟଙ୍କା ଜରିମାନା ଆଦାୟ କରିବା ପରେ ସୁପ୍ରିମକୋର୍ଟ ତାଙ୍କୁ ୨୪ ଘଣ୍ଟା ପାଇଁ ତିହାର ଜେଲକୁ ପଠାଇ ଦେଇଥିଲେ। ସେହି ସମୟରେ ପଦ ହରାଇବା ନେଇ ତାଙ୍କର କୌଣସି ଦୁଃଖ ଅଛି କି ବୋଲି ପଚରାଯିବାରୁ କଲ୍ୟାଣ ସିଂହ ଉତ୍ତର ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ପଦ ଭଗବାନ ରାମଙ୍କ ତୁଳନାରେ କିଛି ନୁହେଁ। ବହୁ ବର୍ଷ ପରେ ଯେତେବେଳେ ସୁପ୍ରିମକୋର୍ଟ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଲେ, ସେତେବେଳେ କଲ୍ୟାଣ ସିଂହ ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ ଭାଙ୍ଗିବା ପରେ ଅଯୋଧ୍ୟାରେ ଘଟିଥିବା ବିଶୃଙ୍ଖଳାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲି। ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେହିଦିନ ରାଜ୍ୟପାଳଙ୍କ ନିକଟରେ ଦାଖଲ କରି ଏହାର ମୂଲ୍ୟ ଦେଇଥିଲି। ମୋର ବିଶ୍ୱାସ ଯେ ୨୦୨୨-୨୩ ସୁଦ୍ଧା ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ, ଯେଉଁଠାରେ ଦେଶ ବିଦେଶର ଲୋକମାନେ ଦର୍ଶନ କରିବେ। ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସ୍ୱାଗତ କରିଛନ୍ତି ଏବଂ ଗ୍ରହଣ କରିଛନ୍ତି, ଯାହା ନ୍ୟାୟପୂର୍ଣ୍ଣ, ବୈଧ ଏବଂ ସର୍ବାଙ୍ଗୀନ। ଫଳରେ ୫୦୦ ବର୍ଷ ପୁରୁଣା ବିବାଦର ଅନ୍ତ ଘଟିଛି।

Categories
ଆଜିର ଖବର ଜାତୀୟ ଖବର

ୟୁପି ରାଜନୀତିରେ ବଡ ହଲଚଲ, ଜେପି ନଡ୍ଡାଙ୍କୁ ଭେଟିଲେ ଓପି ରାଜଭର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତିରୁ ବଡ ଖବର ସାମ୍ନାକୁ ଆସୁଛି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ନେତା ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଏସପିରେ ବିଦ୍ରୋହର ସ୍ଵର, ପିଏମ ମୋଦୀଙ୍କୁ ଭେଟିଲେ ବିଏସପି ସାଂସଦ, RSS ବୈଠକରେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ଉତ୍ତରପ୍ରଦେଶରେ ଏକ ବଡ଼ ଝଟକା ଲାଗିପାରେ। ଦାବି କରାଯାଉଛି ଯେ, ଲାଲଗଞ୍ଜ ବିଏସପି ସାଂସଦ ସଂଗୀତା ଆଜାଦ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି। ବିଏସପି ସାଂସଦ ତଥା ଲାଲଗଞ୍ଜର ପୂର୍ବତନ ବିଧାୟକ ଆଜାଦ ଅରୀମର୍ଦ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ପୂର୍ବତନ ବିଏସପି ବିଧାୟକ ତଥା ଲାଲଗଞ୍ଜ ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଏହାପୂର୍ବରୁ ପୂର୍ବତନ ବିଧାୟକ ତଥା ସାଂସଦ ମଧ୍ୟ ଆରଏସଏସ ବୈଠକରେ ଯୋଗ ଦେଇଥିଲେ।

ସାଙ୍ଗୀତା ଆଜାଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମ୍ପର୍କରେ ଫେସବୁକରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଶୀତ ଋତୁରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳିଲା ଏବଂ ମିଳିତ ଭାବେ ଆଜମଗଡରୁ ଦିଲ୍ଲୀ ଅଭିମୁଖେ ଏକ ନୂଆ ବନ୍ଦେ ଭାରତ ଟ୍ରେନ୍ ଏବଂ ଆଜମଗଡରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ପର୍ଯ୍ୟନ୍ତ ବିମାନ ଚଳାଚଳ ପାଇଁ ଆଜମଗଡର ବିକାଶ ପାଇଁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ନିଶ୍ଚିତ କରିଛନ୍ତି। ମୁଁ ନିଶ୍ଚିତ ଯେ ଆଜମଗଡବାସୀଙ୍କ ଆଶା ଶୀଘ୍ର ପୂରଣ ହେବ।

Categories
ବିଶେଷ ଖବର

ଇଣ୍ଡି ମେଣ୍ଟ: ସପା-ଆରଜେଡି ଲଗାଇଲେ ଏହି ସର୍ତ୍ତ, କଂଗ୍ରେସ ଗ୍ରହଣ କରିବ କି?

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ବିବାଦ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ପଞ୍ଜାବ, ୟୁପି ଓ ପଶ୍ଚିମବଙ୍ଗ ପରେ ଏବେ ବିହାରରେ ମଧ୍ୟ ସ୍ଥାନୀୟ ଦଳମାନେ କଂଗ୍ରେସକୁ ଆସନ ଦେବାକୁ ରାଜି ନୁହଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ଆରଜେଡି କହିଛି ଯେ ସେ ସହଯୋଗୀ କଂଗ୍ରେସକୁ ମାତ୍ର ୬ଟି ଆସନ ଦେଇପାରିବେ। ଆରଜେଡି ଓ ଜେଡିୟୁ ୧୭ରୁ ୧୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆରଜେଡି କହିଛି ଯେ ସିପିଆଇ ଏମଏଲ ଏବଂ ସିପିଆଇ ପାଇଁ ୨ଟି ଏବଂ କଂଗ୍ରେସ ପାଇଁ ୪ଟି ଆସନ ଛାଡ଼ିପାରେ।

ୟୁପିରେ ମଧ୍ୟ ଏସପି ସହ କଂଗ୍ରେସର କୌଣସି କଥାବାର୍ତ୍ତା ହେଉନାହିଁ

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ କହିଛି ଯେ ସେମାନେ ସେମାନଙ୍କୁ ମାତ୍ର ୮ଟି ଆସନ ଦେଇପାରିବେ। ଏହି ୮ଟି ଆସନ ମଧ୍ୟରେ ବାରାଣାସୀ, ଲକ୍ଷ୍ନୌ ଭଳି ଆସନ ରହିଛି, ଯେଉଁଠି ସପାର ବିଶେଷ ଉପସ୍ଥିତି ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସହଯୋଗୀଙ୍କଠାରୁ ଅଧିକ ଆସନ ଆଶା କରୁଛି ଏବଂ ଆଲୋଚନା ପାଇଁ ଅଧିକ ପ୍ରୟାସ କରିପାରେ।

ପଶ୍ଚିମବଙ୍ଗରେ ୨ଟି ଆସନ ଦେବାକୁ ଚାହୁଁଛି ଟିଏମସି

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ଟି ଆସନରୁ ମାତ୍ର ୨ଟି ଆସନ ଦେଇପାରେ। ତେବେ ମେଣ୍ଟ ହେଲେ କଂଗ୍ରେସ ୬ରୁ ୮ଟି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଏହାର ପ୍ରସ୍ତାବ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛି।

ପଞ୍ଜାବରେ ଆପ୍‍ ସହ ମୁହାଁମୁହିଁ ପରିସ୍ଥିତି

ଆମ୍ ଆଦମୀ ପାର୍ଟି ମଧ୍ୟ ଇଣ୍ଡି ମେଣ୍ଟର ଅଂଶ ବିଶେଷ, କିନ୍ତୁ ପଞ୍ଜାବରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଲାଗି ରହିଛି। ଆମ୍ ଆଦମୀ ପାର୍ଟି ଏଠାରେ ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ସେ କଂଗ୍ରେସକୁ ଗୋଟିଏ ବି ଆସନ ଦେବାମୁଡରେ ନାହିଁ। ଏହାକୁ ନେଇ ଉଭୟ ଦଳର ନେତାଙ୍କ ତରଫରୁ ଅନେକ ବୟାନ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ ଓ ପୂଜା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଦିବ୍ୟ ପୂଜନର ସୌଭାଗ୍ୟ ମିଳିଲା। ବ୍ରଜର ପ୍ରତି କୋଣରେ ଥିବା ଗିରିଧର ଗୋପାଳଙ୍କ ମନୋହର ଦର୍ଶନ ଭାବବିଭୋର କଲା। ମୁଁ ତାଙ୍କ ନିକଟରେ ଦେଶର ମୋର ସମସ୍ତ ପରିବାରଜନଙ୍କ ସୁଖ-ସମୃଦ୍ଧି ଓ କଲ୍ୟାଣ କାମନା କରିଛି।’

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଇଙ୍କ ଜନ୍ମୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି। ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି ବ୍ରଜ ଭୂମିରେ ଏବଂ ବ୍ରଜବାସୀଙ୍କ ଗହଣରେ ଉପସ୍ଥିତ ଥିବାରୁ ଖୁସି ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ଭୂମିର ଦିବ୍ୟ ମହତ୍ତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭଗବାନ ଶ୍ରୀକୃଷ୍ଣ, ରାଧା ରାଣୀ, ମୀରା ବାଇ ଏବଂ ବ୍ରଜର ସମସ୍ତ ସନ୍ଥଙ୍କୁ ପ୍ରଣାମ କରିଥିଲେ । ମଥୁରାର ସାଂସଦ ଭାବରେ ଶ୍ରୀମତୀ ହେମା ମାଳିନୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ କରିଛନ୍ତି ।

ଗୁଜରାଟ ସହିତ ଭଗବାନ କୃଷ୍ଣ ଏବଂ ମୀରାବାଈଙ୍କ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ମଥୁରା ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥାଏ । “ଗୁଜରାଟ ଗସ୍ତ କରିବା ପରେ ମଥୁରାର କହ୍ନୈୟା ଦ୍ୱାରକାଧୀଶରେ ପରିଣତ ହୋଇଥିଲେ”, ସେ  କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ରାଜସ୍ଥାନରୁ ଆସି ମଥୁରାର କୋଣଅନୁକୋଣକୁ ସ୍ନେହ ଏବଂ ପ୍ରେମରେ ଭରି ଦେଇଥିବା ସନ୍ଥ ମୀରାବାଇ ଗୁଜରାଟର ଦ୍ୱାରକାରେ ତାଙ୍କ ଜୀବନର ଶେଷ ଦିନ ବିତାଇଥିଲେ । ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବ୍ୟାପିଥିବା ଥିବା ବ୍ରଜ ଭୂମି ଦର୍ଶନ କରିବାର ସୁଯୋଗ ମିଳିବା ପରେ ଗୁଜରାଟର ଲୋକମାନେ ଏହାକୁ ଦ୍ୱାରକାଧୀଶଙ୍କ ଆଶୀର୍ବାଦ ବୋଲି ବିବେଚନା କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୪ ମସିହାରେ ସେ ବାରଣାସୀରୁ ସାଂସଦ ହେବା ପରଠାରୁ ଉତ୍ତରପ୍ରଦେଶର ଅଂଶ ବିଶେଷ ହୋଇ ରହି ଆସିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ କେବଳ ଏକ ଜୟନ୍ତୀ ନୁହେଁ ବରଂ ‘‘ଭାରତରେ ପ୍ରେମର ବ୍ୟାପକ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ନର ଓ ନାରାୟଣ, ଜୀବ ଓ ଶିବ, ଭକ୍ତ ଓ ଭଗବାନଙ୍କୁ ଏକ ଭାବରେ ବିବେଚନା କରୁଥିବା ଚିନ୍ତାଧାରାର ଏକ ଉତ୍ସବ।’’

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ମୀରାବାଇ ବଳିଦାନ ଏବଂ ବୀରତ୍ୱର ଭୂମି ରାଜସ୍ଥାନରୁ ଆସିଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୮୪ ‘କୋଶ’ ବ୍ରଜ ମଣ୍ଡଳ ଉଭୟ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଅଂଶ ବିଶେଷ। ମୀରାବାଇ ଭକ୍ତି ଓ ଆଧ୍ୟାତ୍ମିକତା ସହ ଭାରତୀୟ ଚେତନାକୁ ପୋଷଣ କରିଥିଲେ। ତାଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମକୁ ଭାରତର ଭକ୍ତି ପରମ୍ପରା ସହିତ ଭାରତର ବୀରତ୍ୱ ଏବଂ ବଳିଦାନ ବିଷୟରେ ମନେ ପକାଇଦିଏ କାରଣ ରାଜସ୍ଥାନବାସୀ ଭାରତର ସଂସ୍କୃତି ଏବଂ ଚେତନାକୁ ରକ୍ଷା କରିବା ଲାଗି ପ୍ରାଚୀର ପରି ଅଟଳ ରହିଥିଲେ ।

‘‘ଭାରତ ପ୍ରାଚୀନ କାଳରୁ ନାରୀ ଶକ୍ତିକୁ ସମ୍ମାନ ଦେଇ ଆସୁଛି’’, ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ରଜବାସୀମାନେ ହିଁ ଏହାକୁ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, କହ୍ନେୟାଙ୍କ ଭୂମିରେ ପ୍ରତ୍ୟେକ ସ୍ୱାଗତ, ଅଭିଭାଷଣ ଏବଂ ସମ୍ବର୍ଦ୍ଧନା ‘ରାଧେ ରାଧେ’ରୁ ଆରମ୍ଭ ହୋଇଥାଏ। “ରାଧାଙ୍କ ସହ ଯୋଡ଼ି ହେଲେ ହିଁ କୃଷ୍ଣଙ୍କ ନାମ ସମ୍ପୂର୍ଣ୍ଣ ହୋଇଯାଏ”, ଶ୍ରୀ ମୋଦୀ କହିଥିଲେ। ଏହି ଆଦର୍ଶକୁ ସେ ଦେଶ ନିର୍ମାଣ ଏବଂ ସମାଜ ପାଇଁ ମାର୍ଗ ପ୍ରଶସ୍ତ କରିବା ଦିଗରେ ମହିଳାଙ୍କ ଅବଦାନକୁ ଶ୍ରେୟ ଦେଇଥିଲେ। ମୀରାବାଈଙ୍କୁ ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଏକ କବିତା ପାଠ କରିଥିଲେ । ଆକାଶ ଏବଂ ପୃଥିବୀ ମଧ୍ୟରେ ଯାହା ବି ପଡ଼ିବ ତାହା ଦିନେ ଶେଷ ହୋଇଯିବ ବୋଲି କବିତାର ଅନ୍ତର୍ନିହିତ ବାର୍ତ୍ତାକୁ ସେ ବୁଝାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୀରାବାଇ ସେହି କଠିନ ସମୟରେ ଦେଖାଇ ଦେଇଛନ୍ତି ଯେ ଜଣେ ମହିଳାଙ୍କ ଆଭ୍ୟନ୍ତରୀଣ ଶକ୍ତି ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାରେ ସକ୍ଷମ । ସନ୍ଥ ରବିଦାସ ତାଙ୍କର ଗୁରୁ ଥିଲେ। ସନ୍ଥ ମୀରାବାଇ ମଧ୍ୟ ଜଣେ ମହାନ ସମାଜ ସଂସ୍କାରକ ଥିଲେ । ତାଙ୍କର ପଦ୍ୟାବଳୀଗୁଡ଼ିକ ଆଜି ବି ଆମକୁ ମାର୍ଗ ଦେଖାଇଥାଏ। ସେ ଆମକୁ ନିର୍ଦ୍ଦିଷ୍ଟ ଧାରଣାରେ ବାନ୍ଧି ହୋଇ ନ ରହି ଆମର ମୂଲ୍ୟବୋଧ ସହିତ ଜଡ଼ିତ ରହିବାକୁ ଶିକ୍ଷା ଦିଅନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତର ଅମରତ୍ୱ ଭାବନା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତର ଚେତନା ଆକ୍ରମଣର ଶିକାର ହୋଇଛି କିମ୍ବା ଦୁର୍ବଳ ହୋଇଛି ସେତେବେଳେ ଦେଶର କୌଣସି ପ୍ରାନ୍ତରୁ ଏକ ଜାଗ୍ରତ ଶକ୍ତି ଉତ୍ସ ସର୍ବଦା ସୃଷ୍ଟି ହୋଇଛି । ସେ କହିଥିଲେ ଯେ, କିଛି ବିଶିଷ୍ଟ ବ୍ୟକ୍ତି ଯୋଦ୍ଧା ହୋଇଥିବା ବେଳେ କିଛି ସାଧୁ ହୋଇଥିଲେ। ଭକ୍ତି କାଳର ସନ୍ଥ ଦକ୍ଷିଣ ଭାରତର ଅଲୱର ଓ ନୟନାର ସନ୍ଥ ଏବଂ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ଉତ୍ତର ଭାରତର ତୁଲସୀଦାସ, କବୀରଦାସ, ରବିଦାସ ଓ ସୁରଦାସ, ପଞ୍ଜାବର ଗୁରୁ ନାନକ ଦେବ, ପୂର୍ବବଙ୍ଗର ଚୈତନ୍ୟ ମହାପ୍ରଭୁ, ଗୁଜରାଟର ନରସିଂହ ମେହେଟା ଏବଂ ପଶ୍ଚିମରେ ମହାରାଷ୍ଟ୍ରର ତୁକାରାମ ଓ ନାମଦେବଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ତ୍ୟାଗର ମାର୍ଗ ତିଆରି କରିଥିଲେ ଏବଂ ଭାରତର ଚେତନାକୁ ମଧ୍ୟ ଆକାର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସେମାନଙ୍କ ଭାଷା ଓ ସଂସ୍କୃତି ପରସ୍ପରଠାରୁ ଭିନ୍ନ ଥିଲା, ତଥାପି ସେମାନଙ୍କ ବାର୍ତ୍ତା ସମାନ ଏବଂ ସେମାନେ ନିଜ ଭକ୍ତି ଏବଂ ଜ୍ଞାନ ଦ୍ୱାରା ସମଗ୍ର ଦେଶକୁ ଆଲୋକିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ମଥୁରା ହେଉଛି ‘ଭକ୍ତି ଆନ୍ଦୋଳନ’ର ବିଭିନ୍ନ ଧାରାର ସଙ୍ଗମସ୍ଥଳୀ। ସେ ମାଲୁକ ଦାସ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ବଲ୍ଲଭଚାର୍ଯ୍ୟ, ସ୍ୱାମୀ ହରି ଦାସ ଏବଂ ସ୍ୱାମୀ ହିତ ହରିବଂଶ ମହାପ୍ରଭୁଙ୍କ ଉଦାହରଣ ଦେଇଥିଲେ, ଯେଉଁମାନେ ଦେଶରେ ନୂତନ ଚେତନା ଜାଗ୍ରତ କରାଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆଜି ଏହି ଭକ୍ତି ଯଜ୍ଞକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।

ଭାରତର ଗୌରବମୟ ଅତୀତର ଭାବନାରୁ ବଞ୍ଚିତ ଲୋକମାନେ ଦାସତ୍ୱର ମାନସିକତାରୁ ନିଜକୁ ମୁକ୍ତ କରି ପାରିନଥିବାରୁ ମଥୁରାକୁ ସେଭଳି ଗୁରୁତ୍ୱ ମିଳୁନାହିଁ ଏବଂ ବ୍ରଜ ଭୂମି ବିକାଶରୁ ବଞ୍ଚିତ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅମୃତ କାଳର ଏହି ସମୟରେ ଦେଶ ପ୍ରଥମ ଥର ପାଇଁ ଦାସତ୍ୱ ମାନସିକତାରୁ ବାହାରିଛି । ସେ କହିଛନ୍ତି ଯେ ଲାଲକିଲ୍ଲାର ପ୍ରାଚୀରରୁ ପଞ୍ଚ ପ୍ରାଣ ଶପଥ ନିଆଯାଇଛି। କାଶୀ ବିଶ୍ୱନାଥ ଧାମ, କେଦାର ନାଥ ଧାମର ପୁନର୍ବିକାଶ ଏବଂ ଶ୍ରୀରାମ ମନ୍ଦିରର ଆଗାମୀ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକାଶର ଏହି ଦୌଡ଼ରେ ମଥୁରା ଏବଂ ବ୍ରଜ ପଛରେ ରହିବେ ନାହିଁ। ବ୍ରଜର  ବିକାଶ ପାଇଁ ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭକ୍ତଙ୍କ ସୁବିଧା ଓ ତୀର୍ଥଯାତ୍ରାର ବିକାଶ ପାଇଁ ଏହି ପରିଷଦ ଅନେକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ସମଗ୍ର ଅଞ୍ଚଳ କାହ୍ନାର ‘ଲୀଳା’ ସହ ଜଡ଼ିତ ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ । ବ୍ରଜ ଅଞ୍ଚଳ ଅଧୀନରେ ଥିବା ମଥୁରା, ବୃନ୍ଦାବନ, ଭରତପୁର, କରୌଲି, ଆଗ୍ରା, ଫିରୋଜାବାଦ, କାସଗଞ୍ଜ, ପଲୱାଲ, ବଲ୍ଲଭଗଡ଼ ଭଳି ସ୍ଥାନର ଉଦାହରଣ ସେ ଦେଇଥିଲେ ଯାହା ବିଭିନ୍ନ ରାଜ୍ୟରେ ପଡ଼େ । ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ସମଗ୍ର ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବ୍ରଜ ଅଞ୍ଚଳ ଏବଂ ଦେଶରେ ଘଟୁଥିବା ପରିବର୍ତ୍ତନ ଓ ବିକାଶ କେବଳ ବ୍ୟବସ୍ଥାର ପରିବର୍ତ୍ତନ ନୁହେଁ ବରଂ ଦେଶର ପୁନଃଜାଗ୍ରତ ଚେତନାର ପରିବର୍ତ୍ତିତ ପ୍ରକୃତିର ପ୍ରତୀକ । “ମହାଭାରତ ଏହି ପ୍ରମାଣ ଦେଇଥାଏ ଯେ ଭାରତ ଯେଉଁଠାରେ ପୁନର୍ଜନ୍ମ ନେଇଛି, ତା’ ପଛରେ ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି।” ସେ ଶେଷରେ କହିଥିଲେ ଯେ ଦେଶ ଏହାର ସଂକଳ୍ପ ପୂରଣ କରିବ ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏବଂ ମଥୁରା ସାଂସଦ ହେମା ମାଳିନୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ହରିଦ୍ୱାରକୁ ଯାଉଥିବା ଟ୍ରକ ସହିତ କାରର ମୁହାଁମୁହିଁ ଧକ୍କା: ୬ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଏକ କାର ଓ ଟ୍ରକ ମୁହାଁମୁହିଁ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସମସ୍ତ କାର ଆରୋହୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ଘଟଣା ଛପାର ପୋଲିସ ଷ୍ଟେସନ ଅଞ୍ଚଳରେ ୫୮ ନମ୍ବର ଜାତୀୟ ରାଜପଥ ଉପରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। କାର ଏବଂ ଟ୍ରକ ମଧ୍ୟରେ ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, କାରର ଏକ ଅଂଶ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କାରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର, ୟୁପି ଏବଂ ବିହାର ପାଇଁ ଓବିସି ରଣନୀତି ଉପରେ ପୁନର୍ବିଚାର କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରାଜ୍ୟରେ ନିଜର ଓବିସି ଭୋଟ୍ ବ୍ୟାଙ୍କ ଭାଙ୍ଗିବାର ଆଶଙ୍କା ଥିବାରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ଜାତି ମଧ୍ୟରେ ନିଜର ସମର୍ଥକ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରତିରକ୍ଷାତ୍ମକ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି।

ଚଳିତ ମାସରେ ହେବାକୁ ଥିବା ଛତିଶଗଡ଼ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ଜାତିଗତ ଜନଗଣନା ପ୍ରସ୍ତାବକୁ କେବେ ବିରୋଧ କରୁନାହିଁ, ବରଂ ଏହି ପ୍ରସଙ୍ଗରେ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ।

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୃହମନ୍ତ୍ରୀଙ୍କ ଏହି ବୟାନକୁ ଦଳ ପକ୍ଷରୁ ପ୍ରୟାସ ଭାବେ ବିବେଚନା କରାଯାଉଥିବାବେଳେ ଜାତିଗତ ଜନଗଣନା ପାଇଁ ବଢୁଥିବା ଦାବି ଦଳୀୟ ଗଡ଼ ଉପରେ ସମ୍ଭାବ୍ୟ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି।

ଗୁରୁବାର ଦିନ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନୂଆଦିଲ୍ଲୀରେ ହରିୟାଣାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଦଳର ଅନେକ ବରିଷ୍ଠ ନେତାଙ୍କୁ ଭେଟି ରାଜ୍ୟଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ମହାରାଷ୍ଟ୍ରରେ ଶିବସେନା ସହ କ୍ଷମତା ଭାଗିଦାରୀ କରୁଥିବାବେଳେ ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଏବଂ ରାଜ୍ୟର ଓବିସି ସମ୍ପ୍ରଦାୟର ସମ୍ଭାବ୍ୟ ପ୍ରତିବାଦ ପ୍ରସଙ୍ଗ ଯୋଗୁଁ ବିଜେପି କ୍ୟାଚ୍ ୨୨ ସ୍ଥିତିରେ ରହିଛି।

ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜାତିଗତ ସର୍ବେକ୍ଷଣ ରିପୋର୍ଟ ବିଜେପିକୁ ଏକ ଅଡ଼ୁଆରେ ପକାଇଛି କାରଣ ଏହା ଜାତୀୟ ସ୍ତରରେ ଜାତିଗତ ଜନଗଣନା ପାଇଁ ଚାପ ସୃଷ୍ଟି କରିବା ସହ ସଂରକ୍ଷଣ କୋଟା ବୃଦ୍ଧି ପାଇଁ ଦାବି କରିବାର ସମ୍ଭାବନା ରହିଛି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଜାତୀୟ ଜାତିଗତ ଜନଗଣନାକୁ ପ୍ରତ୍ୟାଖ୍ୟାନ କରିଛି।

ବିଜେପି ଶାସିତ ଅନ୍ୟ ଏକ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି (ଏସ୍ ପି) ଦଳିତ ଓ ଓବିସିଙ୍କୁ ବିଜେପିରୁ ଫେରାଇ ଆଣିବା ପାଇଁ ପଛୁଆ ଜାତିର ବୈଠକ ଆୟୋଜନ କରୁଥିବାବେଳେ ଏହାର ମେଣ୍ଟ ସହଯୋଗୀ ଅପନା ଦଳ ଏବଂ ନିଶାଦ ଦଳ ସେମାନଙ୍କ ଓବିସି ଭୋଟକୁ ସୁରକ୍ଷିତ ରଖିବା ପାଇଁ ଜାତିଗତ ଜନଗଣନା ପାଇଁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର ମାସରେ ଘୋସି ଉପନିର୍ବାଚନରେ ବିଜେପିର ପରାଜୟ ଏହାର ଓବିସି ତ୍ରୁଟିକୁ ବିଶେଷ ଭାବରେ ଦର୍ଶାଇଥିଲା।

ଘୋସିରେ ସମଗ୍ର ୟୁପି କ୍ୟାବିନେଟ୍ ତାଙ୍କ ପାଇଁ ପ୍ରଚାର କରିବା ସତ୍ତ୍ୱେ ବିଜେପିର ଓବିସି ପ୍ରାର୍ଥୀ ଦାରା ସିଂହ ଚୌହାନ ଅଣ ଓବିସି ଥିବା ସପାର ସୁଧାକର ସିଂହଙ୍କଠାରୁ ପରାସ୍ତ ହୋଇଥିଲେ।

ବରିଷ୍ଠ ନେତାମାନଙ୍କ ସହ ଶାହାଙ୍କ ବୈଠକରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନଜିତିବା ପାଇଁ ଗୁରୁତ୍ୱପୂର୍ଣ୍ଣଭାବେ ବିବେଚନା କରାଯାଉଥିବା ଓବିସି ଭୋଟ୍ ପ୍ରତିଶତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ପ୍ରତି-ରଣନୀତି ଉପରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି।

ଜାତିଗତ ଜନଗଣନା ପାଇଁ ବିରୋଧୀଙ୍କ ଉଦ୍ୟମର ଜାଲରେ ନ ପଡ଼ି ପଛୁଆ ଜାତି ବର୍ଗଙ୍କ ନିକଟରେ ପହଞ୍ଚିବାକୁ ସେମାନେ ନେତାମାନଙ୍କୁ କହିଛନ୍ତି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରମୁଖ ଓବିସି ନେତାଙ୍କ ସହ ଛୋଟ ଛୋଟ ମେଣ୍ଟ କରିବା କିମ୍ବା ଏଭଳି ନେତାମାନଙ୍କୁ ଦଳରେ ସାମିଲ କରିବାକୁ ସେମାନଙ୍କୁ କୁହାଯାଇଥିଲା ଏବଂ ଆଗାମୀ ଦିନରେ ଏକ ବୃହତ ଓବିସି ପ୍ରଚାର ପାଇଁ ବିଜେପି ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ବିଶେଷ କରି ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର, ବିହାର ଏବଂ ଉତ୍ତରପ୍ରଦେଶକୁ ନେଇ ଦଳ ଚିନ୍ତିତ, ଯେଉଁଠାରେ ଓବିସି ରାଜନୀତି ଆକାର ନେଉଛି ଏବଂ କୌଣସି ଭୁଲ୍ ରଣନୀତି ବିଜେପିକୁ କ୍ଷତି ପହଞ୍ଚାଇପାରେ ବୋଲି ସୂତ୍ରରୁ ପ୍ରକାଶ।

ଗତ ଏକ ଦଶନ୍ଧି ମଧ୍ୟରେ ବିଜେପି ଅଣ-ପ୍ରଭାବଶାଳୀ ଓବିସି ଜାତିଗୁଡ଼ିକୁ ହିନ୍ଦୁତ୍ୱ ଛତ୍ର ତଳେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରି ଜାତିଭିତ୍ତିକ ରାଜନୀତି ଉପରେ ନିଜର ଆଧିପତ୍ୟ ସ୍ଥାପନ କରିଛି। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଜାତି ପୁଣି ଥରେ ବିଭିନ୍ନ ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ଏକ ପ୍ରାଥମିକ ସ୍ଥାନ ଭାବରେ ଉଭା ହୋଇଛି।

୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓବିସି ସମର୍ଥନର ସବୁଠାରୁ ଅଧିକ ଲାଭବାନ ହୋଇଥିଲା। ଲୋକନୀତି-ସିଏସ୍‍ଡିଏସ୍ ଜାତୀୟ ନିର୍ବାଚନ ଅଧ୍ୟୟନ ତଥ୍ୟ ଅନୁଯାୟୀ, ୨୦୦୯ରେ ଏହି ସମ୍ପ୍ରଦାୟରୁ ଏହାର ଭୋଟ୍ ମାତ୍ର ୨୨ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ଦ୍ୱିଗୁଣିତ ହୋଇ ୪୪ ପ୍ରତିଶତରେ ପହଞ୍ଚିଛି। ପ୍ରଭାବଶାଳୀ ଓବିସି ଜାତିର ଏକଛତ୍ରବାଦକୁ ଭାଙ୍ଗି ଦଳ ୟୁପିରେ (୨୦୧୭ରେ) କ୍ଷମତା ହାସଲ କରିଥିଲା ଏବଂ ବିହାରରେ ମଧ୍ୟ ଭଲ ପାଦ ଥାପିଥିଲା।

ଗୁରୁବାର ବୈଠକରେ ଉପସ୍ଥିତ ଥିବା ୟୁପିର ଜଣେ ବିଜେପି ନେତା କହିଛନ୍ତି ଯେ ଯଦି ୮୦ ଟି ଲୋକସଭା ଆସନ ବିଶିଷ୍ଟ ୟୁପିରେ ଦଳ ଖରାପ ପ୍ରଦର୍ଶନ କରେ ତେବେ ଲୋକସଭା ନିର୍ବାଚନ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଯଦି କଂଗ୍ରେସ ଓ ଏସପି ଏକାଠି (ୟୁପିରେ) ଲଢ଼ିବେ ଏବଂ ଯଦି ବିଏସପି ବିଜେପିର ସ୍ୱାର୍ଥ ଅନୁଯାୟୀ ପ୍ରାର୍ଥୀ ନ ଦିଏ, ତେବେ ନିର୍ବାଚନ ଏକ ଚ୍ୟାଲେଞ୍ଜ ହେବ। ଯଦିଓ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହିନ୍ଦୁତ୍ୱ ପରିଚୟ ଏବଂ କଲ୍ୟାଣମୂଳକ ପ୍ରୋତ୍ସାହନ ନିର୍ବାଚନ ପାଇଁ ଯଥେଷ୍ଟ ହେବ ବୋଲି ଯୁକ୍ତି କରୁଛନ୍ତି, ଘୋସି ପରାଜୟ ସଙ୍କେତ ଦେଇଛି ଯେ ଦଳକୁ ନିଜର ଓବିସି ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ର ଆବଶ୍ୟକତା ରହିଛି।

ବିଜେପି ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ମହାରାଷ୍ଟ୍ର ଚିନ୍ତା ବଢ଼ାଉଛି

ମହାରାଷ୍ଟ୍ରରେ ବିଜେପି ରାଜନୈତିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଥିବାବେଳେ ଏହାର ସହଯୋଗୀ ଦଳ- ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ବିଦ୍ରୋହୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସଂଘର୍ଷ କରୁଛି।

ମରାଠାଙ୍କ ପାଇଁ କୁନ୍‍ବି ଓବିସି ଜାତି ପ୍ରମାଣପତ୍ର ଦାବି କରୁଥିବା ମରାଠା ସଂରକ୍ଷଣ କର୍ମୀ ମନୋଜ ଜାରଙ୍ଗେ-ପାଟିଲ ନେଇ ରାଜ୍ୟ ସରକାରଙ୍କୁ ଉପରେ ଓବିସି ସମ୍ପ୍ରଦାୟ ଅସନ୍ତୁଷ୍ଟ ହେବାରେ ଲାଗିଛି।

ମହାରାଷ୍ଟ୍ରର ଜନସଂଖ୍ୟାର ୫୨ ପ୍ରତିଶତ ଓବିସି ଏବଂ ବିଜେପିର ଏକ ପ୍ରମୁଖ ଭୋଟ୍ ବ୍ୟାଙ୍କ, ମରାଠାମାନଙ୍କ ପାଇଁ ଏହି ବର୍ଗରେ ସଂରକ୍ଷଣକୁ ବିରୋଧ କରୁଛନ୍ତି । ଅପରପକ୍ଷରେ ମରାଠାମାନେ ରାଜ୍ୟର ଜନସଂଖ୍ୟାର ପ୍ରାୟ ୩୩ ପ୍ରତିଶତ ଅଟନ୍ତି ଏବଂ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା କୌଣସି ପଦକ୍ଷେପ ମଧ୍ୟ ଏକ ବଡ଼ ରାଜନୈତିକ ମୂଲ୍ୟ ଦେବାକୁ ପଡ଼ିପାରେ।

ଯଦି ଜାନୁଆରି ସୁଦ୍ଧା ସରକାର ତାଙ୍କ ଦାବି ଉପରେ ପଦକ୍ଷେପ ନ ନିଅନ୍ତି ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଜାରଙ୍ଗେ ଗୁରୁବାର କୋଟା ପାଇଁ ଅନିର୍ଦ୍ଦିଷ୍ଟ କାଳ ଅନଶନ ଶେଷ କରିଛନ୍ତି। ମରାଠାମାନଙ୍କୁ ଓବିସି ସାର୍ଟିଫିକେଟ୍ ଦିଆଗଲେ ଆନ୍ଦୋଳନ କରାଯିବ ବୋଲି ଓବିସିମାନେ ଚେତାବନୀ ଦେଇଛନ୍ତି।

ବିଜେପିର ଜଣେ କର୍ମକର୍ତ୍ତା କହିଛନ୍ତି, ‘ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି ଏବଂ ଉଭୟ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

ଅନେକ ନେତା ଓବିସି ପ୍ରଚାର ପାଇଁ ଭିନ୍ନ ଭିନ୍ନ ପରାମର୍ଶ ଦେଇଥିଲେ କିନ୍ତୁ ହାଇକମାଣ୍ଡ ଫଡନାଭିସଙ୍କୁ କହିଥିଲେ ଯେ ପରିସ୍ଥିତି ସମ୍ବେଦନଶୀଳ ଏବଂ ଏହାକୁ ସୂକ୍ଷ୍ମ ଭାବରେ ପରିଚାଳନା କରାଯିବା ଉଚିତ। ଏଥିସହିତ ଦଳ ଫସିବା ଉଚିତ ନୁହେଁ। ସେମାନେ କହିଛନ୍ତି ଯେ ରକ୍ଷଣାତ୍ମକ ପଦକ୍ଷେପ ନ ନେଇ ବିଜେପିର ଆଭିମୁଖ୍ୟ ତା’ର କାର୍ଯ୍ୟକଳାପରେ ପ୍ରତିଫଳିତ ହେବା ଉଚିତ।

ମହାରାଷ୍ଟ୍ର ବିଜେପି ଗତ ମାସରେ ବିଦର୍ଭ ଅଞ୍ଚଳର ୧୧ଟି ଜିଲ୍ଲାରେ ଓବିସିଙ୍କ ନିକଟରେ ପହଞ୍ଚିବା ପାଇଁ ଦୁଇ ସପ୍ତାହିଆ ‘ଜାଗରଣ ଯାତ୍ରା’ ଆରମ୍ଭ କରିଥିଲା। ଏହି ଅଞ୍ଚଳରେ ୪୮ଟି ଲୋକସଭା ଆସନରୁ ୧୦ଟି ଏବଂ ୨୮୮ଟି ବିଧାନସଭା ଆସନରୁ ୬୨ଟି ଆସନ ରହିଛି ଏବଂ ଏହା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

ମହାରାଷ୍ଟ୍ରରେ ଏକନାଥ ଖଡସେଙ୍କଠାରୁ ଆରମ୍ଭ କରି ପଙ୍କଜା ମୁଣ୍ଡେ ଓ ପ୍ରକାଶ ମେହେଟ୍ଟାଙ୍କ ପର୍ଯ୍ୟନ୍ତ ଓବିସି ନେତାଙ୍କୁ ବିଜେପି ଅବହେଳିତ କରିଥିବା ଅଭିଯୋଗ ହୋଇଥିବାବେଳେ ରାଜ୍ୟ ନେତୃତ୍ୱରେ ମରାଠା ନେତା ପାୱାର ଓ ସିନ୍ଦେ ଏବଂ ଜଣେ ବ୍ରାହ୍ମଣ ଫଡନାଭିସ ରହିଛନ୍ତି। ଏହା ଆଉ ଏକ ସମସ୍ୟା ସୃଷ୍ଟି କରିଛି।

ଦଳର ରାଜ୍ୟ ସଭାପତି (ଚନ୍ଦ୍ରଶେଖର ବାୱନକୁଲେ)ଭାବେ ଜଣେ ଓବିସି ନେତା ଅଛନ୍ତି, କିନ୍ତୁ ସମ୍ପ୍ରଦାୟ ମଧ୍ୟରେ ତାଙ୍କର କୌଣସି ଆକର୍ଷଣ ଥିବା ବିଶ୍ୱାସ କରାଯାଏ ନାହିଁ।

ବିହାର ସମସ୍ୟା

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାରର ବୈଠକରେ ବିହାର ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଏବଂ ସୁଶୀଲ ମୋଦୀ ଜାତିଗତ ସର୍ଭେ ରିପୋର୍ଟ ପରେ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ।

ବିହାର ବିଜେପିର ଜଣେ ନେତା କହିଛନ୍ତି ଯେ ନେତୃତ୍ୱ ରାଜ୍ୟର ୪୦ ଟି ଲୋକସଭା ଆସନ ଜିତିବା ପାଇଁ ପ୍ରସ୍ତୁତି ଏବଂ ଆଗାମୀ ରଣନୀତି ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଥିଲେ। ଦଳର ରଣନୀତି ସମ୍ପର୍କରେ ଜଣେ ବରିଷ୍ଠ ନେତା କହିଛନ୍ତି, ପ୍ରଣବ ମୁଖାର୍ଜୀ କମିଟି ହିଁ ଜାତୀୟ ଜନଗଣନାରେ ଓବିସି ଗଣନାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ଏବେ ଓବିସି ଭୋଟ୍ ବ୍ୟାଙ୍କ ହରାଇଥିବା କଂଗ୍ରେସ ଜାତି ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଓବିସି ଭୋଟ ପାଇବାକୁ ଚେଷ୍ଟା କରୁଛି।
କିନ୍ତୁ ବିଜେପିକୁ ଏହି ଜାଲରେ ପଡ଼ିବାର ଆବଶ୍ୟକତା ନାହିଁ ଏବଂ ବିଭିନ୍ନ କ୍ଷମତା ଭାଗିଦାରୀ ଢାଞ୍ଚାରେ ଓବିସି ସମ୍ପ୍ରଦାୟର ପ୍ରତିନିଧିତ୍ୱ ବୃଦ୍ଧି ସହିତ ହିନ୍ଦୁତ୍ୱର ବର୍ତ୍ତମାନର ଯୋଜନା ଏବଂ ମୋଦୀ ସରକାରଙ୍କ ସାମାଜିକ କଲ୍ୟାଣ ଅଭିଯାନକୁ ବଜାୟ ରଖିବାର ଆବଶ୍ୟକତା ରହିଛି।

ବିହାର ବିଜେପି ନେତା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ପାଖରେ ରୋହିଣୀ କମିଶନ (ଓବିସିର ଉପ-ବର୍ଗୀକରଣ ଯାଞ୍ଚ ପାଇଁ ଗଠିତ) ରିପୋର୍ଟକୁ ଅବହେଳିତ ଓବିସିମାନଙ୍କ ମଧ୍ୟରେ ଅଧିକ ପ୍ରବେଶ ପାଇଁ ବ୍ୟବହାର କରିବାର ବିକଳ୍ପ ଅଛି, କିନ୍ତୁ ଏହା ଅବହେଳିତ ଓବିସି ଜାତିମାନଙ୍କ ବିରୋଧରେ ପ୍ରଭାବଶାଳୀ ଓବିସି ଜାତିଗୁଡ଼ିକର ଅନ୍ୟ ଏକ ପ୍ରକାର ପ୍ରତି-ଧ୍ରୁବୀକରଣ ସୃଷ୍ଟି କରିପାରେ।

ବିହାରଠାରୁ ଆରମ୍ଭ କରି ୟୁପି ପର୍ଯ୍ୟନ୍ତ ବିଜେପିକୁ ପ୍ରଭାବଶାଳୀ ଓବିସି ଜାତି, ବିଶେଷ କରି କୁର୍ମିମାନଙ୍କଠାରୁ ଭୋଟ୍ ମିଳୁଛି ଏବଂ କମିଶନଙ୍କ ରିପୋର୍ଟ ସେହି ସନ୍ତୁଳନକୁ ଖରାପ କରିପାରେ ବୋଲି ବିହାର ନେତା ଦର୍ଶାଇଛନ୍ତି।

ନେତାଙ୍କ କହିବା ନୁସାରେ, ବିଜେପି ହାଇକମାଣ୍ଡ ବିହାର ନେତାମାନଙ୍କୁ ଯାଦବମାନଙ୍କ ବିରୋଧରେ ମେଣ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ମୁଖ୍ୟତଃ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଭୋଟ୍ ଦିଅନ୍ତି।

ତେଣୁ ନୀତୀଶ କୁମାରଙ୍କ ଭୋଟ୍ ବ୍ୟାଙ୍କ (କୁର୍ମି)କୁ ଘେରିବା ଏବଂ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦୁର୍ବଳ କରିବା ପାଇଁ ଆମେ କୁର୍ମି ଓ କୋଏରୀମାନଙ୍କୁ ଏକାଠି କରିବା ପାଇଁ ମେଣ୍ଟ କରୁଛୁ।

ବିହାରର କୁର୍ମି ଓ କୋଏରୀ ଏବଂ ଯାଦବମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଛି ଏବଂ ଆମକୁ ସେହି ତ୍ରୁଟିକୁ ବ୍ୟବହାର କରିବାକୁ ପଡ଼ିବ ବୋଲି ଏହି ନେତା କହିଛନ୍ତି।
ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ କହିଛନ୍ତି, ଆମେ କିପରି ଲୋକସଭା ଆସନ ଜିତିପାରିବୁ ସେ ନେଇ ବୈଠକରେ ଆଲୋଚନା କରିଥିଲୁ।

Categories
ଆଜିର ଖବର ଜାତୀୟ ଖବର

ଅଖିଳେଶ ଯାଦବଙ୍କୁ ବଡ ଝଟକା: ଇସ୍ତଫା ଦେଲେ ଘନିଷ୍ଠ ନେତା, କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଲକ୍ଷ୍ମୀପୁର ଖେରୀର ଏସପି ନେତା ତଥା ଚାରିଥର ସାଂସଦ ରବି ପ୍ରକାଶ ବର୍ମା ଆଜି ଇସ୍ତଫା ଦେଇଛନ୍ତି। ଅନୁମାନ କରାଯାଉଛି ଯେ, ସେ ସୋମବାର ଅର୍ଥାତ୍ ନଭେମ୍ବର ୬ ତାରିଖରେ କଂଗ୍ରେସରେ ଯୋଗ ଦେଇପାରନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କୁ ପଠାଯାଇଥିବା ଚିଠିରେ ରବି ପ୍ରକାଶ ବର୍ମା ଲେଖିଛନ୍ତି – ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଖେରୀ ଜିଲ୍ଲାରେ ଦଳର ଆଭ୍ୟନ୍ତରୀଣ ପରିସ୍ଥିତି ଯୋଗୁଁ ମୁଁ କାମ କରିବାକୁ ଅସମର୍ଥ। ତେଣୁ ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।

ପ୍ରକାଶ ଯେ, ରବି ପ୍ରକାଶ ବର୍ମାଙ୍କ ପିତାମାତା ମଧ୍ୟ ସାଂସଦ ହୋଇଛନ୍ତି। ତାଙ୍କ ଝିଅ ପୁର୍ଭି ବର୍ମା ମଧ୍ୟ ଏସପି ଛାଡିପାରନ୍ତି। ବିଶ୍ୱାସ ରହିଛି ଯେ, ଖେରୀ ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ରବି ପ୍ରକାଶ ବର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ଏସପି ପ୍ରାଧାନ୍ୟ ଦେଇଛି। ରବି ପ୍ରକାଶ ମଧ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ତେବେ ତାଙ୍କ ମତ ଦିଆଯାଉ ନ ଥିବାରୁ ସେ ଏସପି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ରବି ପ୍ରକାଶ ବର୍ମା କିଏ?:

ରବି ପ୍ରକାଶ ବର୍ମାଙ୍କ ପିତା ତଥା କଂଗ୍ରେସ ନେତା ବାଲଗୋବିନ୍ଦ ବର୍ମା ୧୯୬୨ ରୁ ୧୦୭୧ ପର୍ଯ୍ୟନ୍ତ ଖେରୀ ଆସନ ଜିତିଥିଲେ ଏବଂ ୧୯୮୦ ରେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସ (ଇନ୍ଦିରା) ପ୍ରାର୍ଥୀ ହୋଇଥିଲେ। ତାଙ୍କ ପତ୍ନୀ ଉଷା ବର୍ମା ମଧ୍ୟ ଏହି ଆସନକୁ ତିନିଥର ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କ ପୁଅ ରବି ପ୍ରକାଶ ବର୍ମା ୧୯୯୮, ୧୯୯୯ ଏବଂ ୨୦୦୪ ରେ ସମାଜବାଦୀ ପାର୍ଟି ନେତା ଭାବରେ ନିର୍ବାଚନ ଲଢିଥିଲେ।

୨୦୧୯ ଲୋକସଭା ନିର୍ବାଚନରେ ​​ରବି ପ୍ରକାଶ ବର୍ମାଙ୍କ ଝିଅ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ। ତଥାପି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଚଆଇଭି ସଂକ୍ରମିତ ରକ୍ତ ଚଢାଇବା ପ୍ରସଙ୍ଗ: ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରର ଏକ ଡାକ୍ତରଖାନାରେ ପିଲାମାନଙ୍କୁ ଏଚ୍.ଆଇ.ଭି ସଂକ୍ରମିତ ରକ୍ତ ସଂକ୍ରମଣ ମାମଲାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ୟୁପି ସିଏମ୍ ଅଖିଳେଶ ଯାଦବ ବର୍ତ୍ତମାନ ଯୋଗୀ ସରକାରଙ୍କୁ ଏହି ପ୍ରସଙ୍ଗରେ ଆକ୍ରମଣ କରିଛନ୍ତି। ଅଖିଳେଶ ଯାଦବ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପଠକଙ୍କ ନାମ ନ ରନେଇ ପ୍ରଶ୍ନ କରିଛନ୍ତି।

ଅଖିଳେଶ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି ଯେ, ଏହି ଅବହେଳାକୁ ତୁରନ୍ତ ଯାଞ୍ଚ କରାଯିବା ଉଚିତ୍ ଏବଂ ଏପରି ସାଂଘାତିକ ଭୁଲ ପାଇଁ କଠୋର ଦଣ୍ଡ ଦିଆଯିବା ଉଚିତ୍। ଉତ୍ତରପ୍ରଦେଶରେ ଚିକିତ୍ସା ବ୍ୟବସ୍ଥାର ଯତ୍ନ ନେବାକୁ କେହି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ମାଫିଆ ସୁଧୀର ସିଂଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ: ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମାଫିଆର ହିଟ୍ ତାଲିକାରେ ଅନ୍ତର୍ଭୁକ୍ତ ଗ୍ୟାଙ୍ଗଷ୍ଟର ସୁଧୀର ସିଂଙ୍କ ୧୦୦ କୋଟି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରଶାସନ। ବିଭିନ୍ନ ପୋଲିସ ଷ୍ଟେସନରେ ଗ୍ୟାଙ୍ଗଷ୍ଟର ସୁଧୀର ସିଂଙ୍କ ବିରୋଧରେ ମୋଟ ୪୦ ଟି ମାମଲା ରୁଜୁ ହୋଇଛି। କୋଟି କୋଟି ମୂଲ୍ୟର ସମ୍ପତ୍ତି ହାସଲ କରିବା ପାଇଁ ମାଫିଆ ଦାନ ପତ୍ର ବ୍ୟବହାର କରିଛନ୍ତି। ଏହିପରି ୧୩ ଟି ଜମିର ଦଲିଲ ବିଷୟରେ ଗୋରଖପୁର ପୋଲିସ ଜାଣିବାକୁ ପାଇଛି, ଯାହାକି ସୁଧୀର ସିଂ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବେନାମୀ ସମ୍ପତ୍ତିରେ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଜାତୀୟ ଖବର

ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି। ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ – ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ଆଞ୍ଚଳିକ ରାପିଡ୍ ଟ୍ରେନ୍ ନମୋ ଭାରତରେ ଯାତ୍ରା ମଧ୍ୟ କରିଥିଲେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତ ଟ୍ରେନ୍କୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଥିବାରୁ ଆଜି ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଶ୍ରୀ ମୋଦୀ ୪ ବର୍ଷ ପୂର୍ବେ ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡରର ଶିଳାନ୍ୟାସ କରିବା କଥା ମନେ ପକାଇଥିଲେ ଏବଂ ଆଜି ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ଏହି ଅତ୍ୟାଧୁନିକ ରେଳସେବା ବ୍ୟବସ୍ଥାକୁ ପ୍ରଂଶସା କରିଥିଲେ। ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହୋଇଛି ତାହାର ଉଦ୍ଘାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇ ଥିଲେ ଓ ଦେଢ଼ ବର୍ଷ ପରେ ଆର୍ଆର୍ଟିଏସ୍ ମିରଟ ଅଂଶର ଉଦ୍ଘାଟନ ପାଇଁ ସେ ଉପସ୍ଥିତ ରହିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ ଆଜି ସକାଳେ ନମୋ ଭାରତରେ ଯାତ୍ରା କରିବାର ଅନୁଭୂତି ବଂଟନ କରିଥିଲେ ଏବଂ ଦେଶରେ ରେଳବାଇର ପରିବର୍ତ୍ତନରେ ଆନନ୍ଦ ପ୍ରକାଶ କରିଥିଲେ। ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମୋ ଭାରତ ମାତା କାତ୍ୟାୟନୀଙ୍କ ଆଶୀର୍ବାଦ ପାଇଛି। ନବନିର୍ମିତ ନମୋ ଭାରତ ଟ୍ରେନ୍ର ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍ ଏବଂ ଲୋକୋମୋଟିଭ୍ ପାଇଲଟ୍ ହେଉଛନ୍ତି ମହିଳାମାନେ ବୋଲି ସେ ସୂଚନା ଦେଇଥିଲେ। ନମୋ ଭାରତ ଦେଶରେ ନାରୀ ଶକ୍ତିକୁ ସୁଦୃଢ଼ କରିବାର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି। ନବରାତ୍ରିର ପବିତ୍ର ଅବସରରେ ଆଜିର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଏନ୍ସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନମୋ ଭାରତ ଟ୍ରେନ୍ର ଅତ୍ୟାଧୁନିକ ଡିଜାଇନ ଏବଂ ଏହାର ତୀବ୍ର ଗତିକୁ ପ୍ରଂଶସା କରିଥିଲେ। ନମୋ ଭାରତ ଟ୍ରେନ୍ ନୂତନ ଭାରତର ନୂତନ ଯାତ୍ରା ଏବଂ ଏହାର ନୂତନ ସଂକଳ୍ପକୁ ବ୍ୟାଖ୍ୟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ରାଜ୍ୟ ମାନଙ୍କର ବିକାଶରେ ହିଁ ଭାରତର ବିକାଶ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବିଶ୍ୱାସକୁ ଦୋହରାଇ ଥିଲେ। ସେ କହିଛନ୍ତି ଯେ ମେଟ୍ରୋର ଦୁଇଟି ଅଂଶ ବେଙ୍ଗାଲୁରୁର ଆଇଟି ହବ୍ରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ। ପ୍ରତିଦିନ ପ୍ରାୟ ୮ ଲକ୍ଷ ଯାତ୍ରୀ ମେଟ୍ରୋରେ ଯାତ୍ରା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ଓ ବିକାଶର ନିଜସ୍ୱ ଗାଥା ଲେଖୁଛି। ସେ ଚନ୍ଦ୍ରଯାନ – ୩ର ସାମ୍ପ୍ରତିକ ସଫଳତା ବିଷୟରେ ଉଲ୍ଲେଖ କରିବା ସହ ଜି – ୨୦ର ସଫଳ ଆୟୋଜନ ବିଷୟରେ ମଧ୍ୟ କହିଥିଲେ ଯାହା ଭାରତକୁ ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁରେ ପରିଣତ କରିଛି। ଏସୀୟ କ୍ରୀଡ଼ାରେ ଶହେରୁ ଅଧିକ ପଦକ ଜିତିବାର ରେକର୍ଡ ଭାଙ୍ଗିଥିବା ପ୍ରଦର୍ଶନ, ଭାରତରେ ୫-ଜିର ଶୁଭାରମ୍ଭ, ସମ୍ପ୍ରସାରଣ ଏବଂ ରେକର୍ଡ ସଂଖ୍ୟକ ଡିଜିଟାଲ କାରବାର ହୋଇଥିବା ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଭାରତରେ ପ୍ରସ୍ତୁତ ଟୀକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଥିଲା। ଉତ୍ପାଦନ କ୍ଷେତ୍ରରେ ଭାରତର ଉନ୍ନତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋବାଇଲ ଫୋନ୍, ଟିଭି, ଲାପଟପ୍ ଏବଂ କମ୍ପ୍ୟୁଟର ପାଇଁ ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ନିମନ୍ତେ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକର ଆଗ୍ରହ ବିଷୟରେ ଉଲ୍ଲେଖ କରିଥିଲେ। ଲଢ଼ୁଆ ବିମାନ ଏବଂ ବିମାନବାହୀ ଜାହାଜ ଆଇଏନଏସ୍ ବିକ୍ରାନ୍ତ ସମେତ ପ୍ରତିରକ୍ଷା ଉତ୍ପାଦନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ନମୋ ଭାରତ ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଲଗାଯାଇଥିବା ସ୍କ୍ରିନ୍ କବାଟ ମଧ୍ୟ ଭାରତରେ ନିର୍ମିତ। ଏହି ଟ୍ରେନ୍ ରେ ଶବ୍ଦ ସ୍ତର ହେଲିକପ୍ଟର ଏବଂ ବିମାନ ତୁଳନାରେ କମ୍ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ।

ନମୋ ଭାରତ ଭବିଷ୍ୟତର ଭାରତର ଝଲକ ଏବଂ ବୃଦ୍ଧି ପାଉଥିବା ଅର୍ଥନୈତିକ ଶକ୍ତି ସହିତ ରାଷ୍ଟ୍ରର ପରିବର୍ତ୍ତନର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ ଏହି ୮୦ କିଲୋମିଟର ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ରେଳସେବା କେବଳ ଆରମ୍ଭ l ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନର ଅନେକ ଅଞ୍ଚଳକୁ ନମୋ ଭାରତ ଟ୍ରେନ୍ ସହିତ ଯୋଡ଼ାଯିବ । ଆଗାମୀ ଦିନରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନିଯୁକ୍ତିର ନୂତନ ମାର୍ଗ ସୃଷ୍ଟି କରିବା ପାଇଁ ଦେଶର ଅନ୍ୟାନ୍ୟ ସ୍ଥାନରେ ସମାନ ବ୍ୟବସ୍ଥା ସୃଷ୍ଟି କରାଯିବ। ବର୍ତ୍ତମାନ ଶତାବ୍ଦୀର ଏହି ତୃତୀୟ ଦଶନ୍ଧି ହେଉଛି ଭାରତୀୟ ରେଳବାଇର ପରିବର୍ତ୍ତନର ଦଶନ୍ଧି । ମୋର ଛୋଟ ଛୋଟ ସ୍ୱପ୍ନ ଏବଂ ଧୀରେ ଧୀରେ ଚାଲିବା ଅଭ୍ୟାସ ନାହିଁ । ମୁଁ ଆଜିର ଯୁବପିଢ଼ିଙ୍କୁ ଏକ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆପଣ ଭାରତୀୟ ଟ୍ରେନ୍ ଦୁନିଆରେ କାହାଠାରୁ ପଛରେ ରହିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସୁରକ୍ଷା, ସ୍ୱଚ୍ଛତା, ସୁବିଧା, ସମନ୍ୱୟ, ସମ୍ବେଦନଶୀଳତା ଏବଂ ଦକ୍ଷତା କ୍ଷେତ୍ରରେ ଭାରତୀୟ ରେଳବାଇ ବିଶ୍ୱରେ ଏକ ନୂତନ ପରିଚୟ ହାସଲ କରିବ ବୋଲି ସେ ଉଲ୍ଲେଖ କରିଥିଲେ । ଶତ ପ୍ରତିଶତ ବିଦ୍ୟୁତୀକରଣ ଲକ୍ଷ୍ୟ ଠାରୁ ଭାରତୀୟ ରେଳପଥ ବେଶୀ ଦୂରରେ ନାହିଁ । ନମୋ ଭାରତ ଓ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଏବଂ ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତିକରଣ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଅମୃତ ଭାରତ, ବନ୍ଦେ ଭାରତ ଏବଂ ନମୋ ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଆଧୁନିକ ରେଳପଥର ପ୍ରତୀକରେ ପରିଣତ ହେବ ବୋଲି ସେ କହିଛନ୍ତି ।

ମଲ୍ଟି – ମୋଡାଲ ସଂଯୋଗର ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀର ସରାଇ କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମୀରଟ ବସ୍ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ରେଳ ଷ୍ଟେସନକୁ ନମୋ ଭାରତ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଉଛି ।

ସମସ୍ତ ନାଗରିକ ମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା, ଉନ୍ନତ ବାୟୁଗୁଣବତ୍ତା ପ୍ରଦାନ, ଅଳିଆ ଗଦାରୁ ମୁକ୍ତି, ଉନ୍ନତ ଶିକ୍ଷା ସୁବିଧା ଏବଂ ସାଧାରଣ ପରିବହନ ସେବାରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଦେଶରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ସ୍ଥଳ, ଆକାଶ ଓ ସମୁଦ୍ରରେ ସର୍ବାଙ୍ଗୀନ ବିକାଶ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ଜଳ ପରିବହନ ବ୍ୟବସ୍ଥାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ନଦୀ ଗୁଡ଼ିକରେ ଶହେରୁ ଅଧିକ ଜଳପଥ ବିକଶିତ ହେଉଛି ଯେଉଁଠାରେ ବାରଣାସୀରୁ ହଳଦିଆ ପର୍ଯ୍ୟନ୍ତ ଗଙ୍ଗା କୂଳରେ ସବୁଠାରୁ ବଡ଼ ଜଳପଥ ବିକଶିତ ହେଉଛି । ସେ କହିଛନ୍ତି ଯେ କୃଷକମାନେ ବର୍ତ୍ତମାନ ଆଭ୍ୟନ୍ତରୀଣ ଜଳପଥ ସାହାଯ୍ୟରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଏହି ଅଞ୍ଚଳ ବାହାରକୁ ପଠାଇ ପାରିବେ । ପ୍ରଧାନମନ୍ତ୍ରୀ ନିକଟରେ ସମାପ୍ତ ହୋଇଥିବା ଗଙ୍ଗାବିଳାସ ନଦୀ କୢଜ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ୩୨୦୦ କିଲୋମିଟରରୁ ଅଧିକ ଯାତ୍ରା ଶେଷ କରିଥିଲା ଏବଂ ବିଶ୍ୱର ସବୁଠାରୁ ଲମ୍ବା ନଦୀ କୢଜ୍ ହେବାର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଦେଶରେ ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ବିଷୟରେ ସେ କହିଥିଲେ ଯାହାର ସୁଫଳ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ ପାଉଛନ୍ତି । ଲ୍ୟାଣ୍ଡ ନେଟୱାର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆଧୁନିକ ଏକ୍ସପ୍ରେସୱେର ସମ୍ପ୍ରସାରଣ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନମୋ ଭାରତ କିମ୍ବା ମେଟ୍ରୋ ଟ୍ରେନଭଳି ଆଧୁନିକ ଟ୍ରେନ୍ ସେବା ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଦିଲ୍ଲୀରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ସହିତ ସମାନତା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦ, ଲକ୍ଷ୍ନୌ, ମିରଟ, ଆଗ୍ରା ଏବଂ କାନପୁର ଭଳି ସହର ସମାନ ମାର୍ଗ ଅନୁସରଣ କରୁଛନ୍ତି । ଏପରିକି କର୍ଣ୍ଣାଟକରେ ମଧ୍ୟ ବେଙ୍ଗାଲୁରୁ ଓ ମହୀଶୂରରେ ମେଟ୍ରୋର ସମ୍ପ୍ରସାରଣ କରାଯାଉଛି । ବର୍ଦ୍ଧିତ ବିମାନ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଭାରତର ଏୟାରଲାଇନ୍ସ ଗୁଡ଼ିକ ୧୦ରୁ ଅଧିକ ନୂତନ ବିମାନ ପାଇଁ ଅର୍ଡର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ଦ୍ରୁତ ଅଗ୍ରଗତି ବିଷୟରେ ମଧ୍ୟ କହିଥିଲେ ଏବଂ ଚନ୍ଦ୍ରରେ ପାଦ ରଖିଥିବା ଚନ୍ଦ୍ରଯାନ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ସରକାର ୨୦୪୦ ପର୍ଯ୍ୟନ୍ତ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ମାନବ ମହାକାଶ ଯାତ୍ରା ଏବଂ ଭାରତର ମହାକାଶ ଷ୍ଟେସନ ସ୍ଥାପନ ପାଇଁ ଗଗନାୟନ ଅନ୍ତର୍ଭୁକ୍ତ । “ସେହି ଦିନ ଦୂର ନୁହେଁ , ଯେତେବେଳେ ଆମେ ଆମ ମହାକାଶଯାନରେ ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରରେ ଅବତରଣ କରାଇବୁ’ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ଯୁବବର୍ଗମାନଙ୍କ ପାଇଁ ଏହି ବିକାଶ କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି ହେଉଛି ବୋଲି ସେ ଦୋହରାଇ ଥିଲେ ।

ସହରାଞ୍ଚଳ ପ୍ରଦୂଷଣ ହ୍ରାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶରେ ଇଲେକ୍ଟ୍ରିକ୍ ବସ୍ର ନେଟୱାର୍କ ବୃଦ୍ଧି କରାଯାଉଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ ଯୋଗାଇଦେବା ପାଇଁ ଯୋଜନା କରିଛନ୍ତି । ଭାରତ ସରକାର ୬୦୦ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀରେ ୧୩୦୦ ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଦିଲ୍ଲୀରେ ୮୫୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଆରମ୍ଭ କରିସାରିଛି । ସେହିଭଳି ବାଙ୍ଗାଲୋର ଠାରେ ମଧ୍ୟ ଭାରତ ସରକାର ୧୨୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବା ପାଇଁ ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଦିଲ୍ଲୀ, ଉତ୍ତର ପ୍ରଦେଶ କିମ୍ବା କର୍ଣ୍ଣାଟକ ପ୍ରତ୍ୟେକ ସହରରେ ଆଧୁନିକ ଏବଂ ସବୁଜ ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦେଶରେ ବିକଶିତ ହେଉଥିବା ଭିତ୍ତିଭୂମିରେ ନାଗରିକ ସହଜତାକୁ ପ୍ରାଥମିକତା ଦିଆଯାଉଛି । ମେଟ୍ରୋ କିମ୍ବା ନମୋ ଭାରତ ଭଳି ଟ୍ରେନ୍ ଯାତ୍ରୀଙ୍କ ଜୀବନରେ ସହଜତା ଆଣିବ ଏବଂ ଗୁଣାତ୍ମକ ଭିତ୍ତିଭୂମି ଦେଶର ଯୁବକ, ବ୍ୟବସାୟୀ ଏବଂ କର୍ମଜୀବୀ ମହିଳା ମାନଙ୍କ ପାଇଁ କିପରି ନୂତନ ସୁଯୋଗ ଆଣିବ ସେ ବିଷୟରେ ସେ ଆଲୋକପାତ କରିଥିଲେ । ହସ୍ପିଟାଲ ଭଳି ସାମାଜିକ ଭିତ୍ତିଭୂମିର ଉନ୍ନତି ଦ୍ୱାରା ରୋଗୀ, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ଉପକୃତ ହେବେ । ଡିଜିଟାଲ ଭିତ୍ତିଭୂମିର ଉନ୍ନଟି ଦ୍ୱାରା ସୁରୁଖୁରୁରେ ଅର୍ଥ କାରବାରକୁ ସୁନିଶ୍ଚିତ କରାଯାଇପାରିବ ।

ବର୍ତ୍ତମାନ ଚାଲିଥିବା ପାର୍ବଣ ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କୃଷକ, କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଥିବା ସଦ୍ୟ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ ।

ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ରେ ବ୍ୟାପକ ବୃଦ୍ଧି କରିଛନ୍ତି ଯେଉଁଠାରେ ଡାଲିର ଏମଏସପି କୁଇଣ୍ଟାଲ ପିଛା ୪୨୫ ଟଙ୍କା, ସୋରିଷ ୨୦୦ ଟଙ୍କା ଏବଂ ଗହମର ଏମଏସପି କୁଇଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୪ରେ ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୪୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୨୦୦୦ ଟଙ୍କା ଅତିକ୍ରମ କରିଛି, ଗତ ୯ ବର୍ଷ ମଧ୍ୟରେ ଡାଲିର ଏମ୍ଏସ୍ପି ଦ୍ୱିଗୁଣିତ ହୋଇଛି ଏବଂ ଏହି ସମୟ ମଧ୍ୟରେ ସୋରିଷର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇଛି । ଏହା କୃଷକ ମାନଙ୍କୁ ଖର୍ଚ୍ଚର ଦେଢ଼ ଗୁଣରୁ ଅଧିକ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।

ସୁଲଭ ମୂଲ୍ୟରେ ୟୁରିଆର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ତର୍ଜାତୀୟ ବଜାରରେ ୩୦୦୦ ଟଙ୍କା ମୂଲ୍ୟର ୟୁରିଆ ବ୍ୟାଗ୍ ଭାରତୀୟ ଚାଷୀଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଏଥିପାଇଁ ସରକାର ପ୍ରତି ବର୍ଷ ଅଢ଼େଇ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଧାନ ନଡ଼ା ହେଉ କି ଅବଶେଷ, ଅମଳ ପରେ ବଳକା ଅବଶିଷ୍ଟ ଅଂଶକୁ ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶବ୍ୟାପୀ ପ୍ରତିଷ୍ଠା କରାଯାଉଥିବା ଜୈବ ଇନ୍ଧନ ଓ ଇଥାନଲ ୟୁନିଟ୍ ଗୁଡ଼ିକ ବିଗତ ୯ ବର୍ଷ ତୁଳନାରେ ୧୦ ଗୁଣ ଅଧିକ ଇଥାନଲ ଉତ୍ପାଦନ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ସୁଦ୍ଧା ଇଥାନଲ ଉତ୍ପାଦନରୁ କୃଷକମାନେ ପାଖାପାଖି ୬୫ ହଜାର କୋଟି ଟଙ୍କା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । କେବଳ ଗତ ୧୦ ମାସ ମଧ୍ୟରେ ଦେଶର କୃଷକ ମାନଙ୍କୁ ସମୁଦାୟ ୧୮ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ମିରଟ -ଗାଜିଆବାଦ ଅଞ୍ଚଳର କୃଷକ ମାନଙ୍କ ବିଷୟରେ ସେ ସୂଚନା ଦେଇ କହିଥିଲେ ଯେ, ୨୦୨୩ର ମାତ୍ର ୧୦ ମାସ ମଧ୍ୟରେ ଇଥାନଲ ପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରିବା, ୮୦ କୋଟିରୁ ଅଧିକ ନାଗରିକ ମାନଙ୍କୁ ମାଗଣା ରାସନ ପ୍ରଦାନ, କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ୪ ପ୍ରତିଶତ ଡିଏ ଏବଂ ଡିଆର୍ ଏବଂ ଲକ୍ଷ ଲକ୍ଷ ଗ୍ରୁପ ବି ଏବଂ ସି ଅଣଗେଜେଟେଡ୍ ରେଳ କର୍ମଚାରୀ ମାନଙ୍କ ପାଇଁ ଦୀପାବଳି ବୋନସ୍ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ସମଗ୍ର ଅର୍ଥନୀତି ଲାଭବାନ ହେବ ଏବଂ ଏହା ବଜାରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
ବକ୍ତବ୍ୟ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଭଳି ସମ୍ବେଦନଶୀଳ ନିଷ୍ପତ୍ତି ନିଆଗଲେ ପ୍ରତ୍ୟେକ ପରିବାରରେ ଉତ୍ସବର ଆନନ୍ଦ ବୃଦ୍ଧି ପାଇଥାଏ ଏବଂ ଦେଶର ପ୍ରତ୍ୟେକ ପରିବାରର ଖୁସି ଉତ୍ସବର ପରିବେଶକୁ ପୂରଣ କରିଥାଏ । “ଆପଣମାନେ ମୋର ପରିବାର, ତେଣୁ ତୁମେ ମୋର ପ୍ରାଥମିକତା । ଏହି କାମ ଆପଣଙ୍କ ପାଇଁ କରାଯାଉଛି । ଯଦି ତୁମେ ଖୁସି ଅଛ, ମୁଁ ଖୁସି ହେବି । ଯଦି ଆପଣ ସକ୍ଷମ ହୁଅନ୍ତି, ତେବେ ଦେଶ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମୈୟା ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡର

ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ସାହିବାବାଦରୁ ଦୁହାଇ ଡିପୋକୁ ବାଟରେ ଗାଜିଆବାଦ, ଗୁଲଧର ଏବଂ ଦୁହାଇରେ ଥିବା ଷ୍ଟେସନ ସହିତ ସଂଯୋଗ କରିବ । ୨୦୧୯ ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ – ଗାଜିଆବାଦ – ମିରଟ କରିଡରର ଶିଳାନ୍ୟାସ କରିଥିଲେ ।

ନୂତନ ବିଶ୍ୱସ୍ତରୀୟ ପରିବହନ ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ଦେଶରେ ଆଞ୍ଚଳିକ ଯୋଗାଯୋଗରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ପ୍ରକଳ୍ପର ବିକାଶ କରାଯାଉଛି। ଆରଆରଟିଏସ୍ ହେଉଛି ଏକ ନୂତନ ରେଳ ଭିତ୍ତିକ, ସେମି – ହାଇସ୍ପିଡ୍, ହାଇ – ଫ୍ରିକ୍ୱେନ୍ସି କମ୍ୟୁଟର ଟ୍ରାନଜିଟ୍ ସିଷ୍ଟମ୍। ଘଣ୍ଟା ପ୍ରତି ୧୮୦ କିଲୋମିଟର ଡିଜାଇନ୍ ସ୍ପିଡ୍ ସହିତ ଆର୍ଆର୍ଟିଏସ୍ ହେଉଛି ଏକ ପରିବର୍ତ୍ତନଶୀଳ, ଆଞ୍ଚଳିକ ବିକାଶ ପଦକ୍ଷେପ, ଯାହା ପ୍ରତି ୧୫ ମିନିଟ୍ରେ ଆନ୍ତଃସହର ଯାତାୟାତ ପାଇଁ ଦ୍ରୁତଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଆବଶ୍ୟକତା ଅନୁଯାୟୀ ପ୍ରତି ୫ ମିନିଟ୍ରେ ଥରେ ଯାଇପାରିବ।

ଏନ୍ସିଆରରେ ବିକଶିତ ହେବା ପାଇଁ ମୋଟ ୮ଟି ଆର୍ଆର୍ଟିଏସ୍ କରିଡର ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି କରିଡର, ଯଥା ; ଦିଲ୍ଲୀ – ଗାଜିଆବାଦ – ମିରଟ କରିଡର , ଦିଲ୍ଲୀ – ଗୁରୁଗ୍ରାମ – ଏସ୍ଏନ୍ବି – ଅଲୱାର କରିଡର ; ଏବଂ ଦିଲ୍ଲୀ – ପାନିପତ କରିଡର କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦିଆଯାଇଛି। ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ ୩୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେଉଛି ଏବଂ ଗାଜିଆବାଦ, ମୁରାଦନଗର ଏବଂ ମୋଦୀନଗରର ସହରାଞ୍ଚଳକୁ ଯିବା ପାଇଁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀରୁ ମିରଟକୁ ସଂଯୋଗ କରିବ।

ଦେଶରେ ବିକଶିତ ହେଉଥିବା ଆରଆରଟିଏସ୍ ହେଉଛି ଏକ ଅତ୍ୟାଧୁନିକ ଆଞ୍ଚଳିକ ଗତିଶୀଳତା ସମାଧାନ ଏବଂ ଏହା ବିଶ୍ୱର ଶ୍ରେଷ୍ଠ ସହିତ ତୁଳନୀୟ। ଏହା ଦ୍ୱାରା ଦେଶରେ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଅତ୍ୟାଧୁନିକ ଆନ୍ତଃସହର ପରିବହନ ସମାଧାନ ଉପଲବ୍ଧ ହେବ। ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ, ଆର୍ଆର୍ଟିଏସ୍ ନେଟୱାର୍କରେ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବସ ସେବା ଇତ୍ୟାଦି ସହିତ ବ୍ୟାପକ ମଲ୍ଟି – ମୋଡାଲ୍ ସେବା ଏକୀକୃତ ହେବ। ଏଭଳି ପରିବର୍ତ୍ତନଶୀଳ ଆଞ୍ଚଳିକ ଗତିଶୀଳତା ସମାଧାନ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ; ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସୁଯୋଗରେ ଉନ୍ନତ ପ୍ରବେଶ ପ୍ରଦାନ କରିବାରେ ; ଏବଂ ଯାନବାହନ ଭିଡ଼ ଏବଂ ବାୟୁ ପ୍ରଦୂଷଣକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରେ।

ବେଙ୍ଗାଲୁରୁ ମେଟ୍ରୋ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଏହି ଦୁଇଟି ମେଟ୍ରୋ ରାସ୍ତାକୁ ବୈୟପ୍ପାନହଲ୍ଲୀରୁ କୃଷ୍ଣରାଜପୁରା ଏବଂ କେଙ୍ଗେରୀରୁ ଚଲାଘାଟକୁ ସଂଯୋଗ କରାଯାଇଛି । ଆନୁଷ୍ଠାନିକ ଉଦ୍ଘାଟନକୁ ଅପେକ୍ଷା ନକରି ଏହି କରିଡରରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ୨୦୨୩ ଅକ୍ଟୋବର ୯ ତାରିଖରୁ ଏହି ଦୁଇଟି ମେଟ୍ରୋ ଅଂଶକୁ ଜନସେବା ପାଇଁ ଉନ୍ମୁକ୍ତ କରାଯାଇଥିଲା ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

PFI ସହିତ ଜଡିତ ସଂସ୍ଥାଗୁଡ଼ିକର ଠିକଣା ଉପରେ NIA ର କାର୍ଯ୍ୟାନୁଷ୍ଠାନ, ୟୁପିର ଅନେକ ଜିଲ୍ଲାରେ ଚଢାଉ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ PFI ସହିତ ଜଡିତ ଅନ୍ୟ ସଂଗଠନର ସ୍ଥାନ ଉପରେ ଏନଆଇଏ ଚଢାଉ କରୁଛି। ଲକ୍ଷ୍ନୌ, ସୀତାପୁର, ବହରାଇଚ୍, ହରଦୋଇ ଏବଂ ବାରବାଙ୍କି ସମେତ ୟୁପିର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଚଢାଉ ଚାଲିଛି। ପାରା ସାମରିକ ବାହିନୀ ସହିତ ଏନଆଇଏ ଦଳ ଆଜି ସକାଳ ୫ ଟାରୁ ଏହି ଜିଲ୍ଲାଗୁଡ଼ିକରେ ଚଢାଉ କରୁଛି।

ଖବର ଅନୁଯାୟୀ, ଲକ୍ଷ୍ନୌର ମଦେଗଞ୍ଜର ବଡି ପକରିଆ ଅଞ୍ଚଳରେ ସମାନ ଅଞ୍ଚଳର ତିନୋଟି ଘରେ ଏନଆଇଏ ଚଢାଉ ଜାରି ରହିଛି। ଏହି ସମୟ ମଧ୍ୟରେ ସମଗ୍ର ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଥିରେ ବହୁ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।

ଲକ୍ଷ୍ନୌ ବ୍ୟତୀତ ବାରବାଙ୍କି, ବହରାଇଚ୍, ସୀତାପୁର, ହରଦୋଇ ଭଳି ୟୁପିର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏନଆଇଏ ଦ୍ଵାରା ଚଢାଉ କରାଯାଇଛି। ଉତ୍ତରପ୍ରଦେଶ ବ୍ୟତୀତ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ପ୍ରାୟ ୧୨ଟି ସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ବାରାଣାସୀରେ କାର ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୮ ମୃତ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ବାରାଣାସୀରେ ବାରାଣାସୀ-ଲକ୍ଷ୍ନୌ ରାଜପଥରେ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଚାରିଜଣ ସମାନ ପରିବାରର ସଦସ୍ୟ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଫୁଲପୁର ଥାନାର ଦାୟିତ୍ୱରେ ଥିବା ଦୀପକ ରଣାୱତ କହିଛନ୍ତି ଯେ, ବାରାଣାସୀ-ଲକ୍ଷ୍ନୌ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏକ କାର ଏବଂ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ସେ କହିଛନ୍ତି ଯେ, ଦୁର୍ଘଟଣାରେ କାରରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି।