Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ମଦ ପ୍ରସାରଣ ନହେଉ: ଓଡ଼ିଶା ନିଶା ନିବାରଣ ଅଭିଯାନ
ଆଜିର ଖବର

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ମଦ ପ୍ରସାରଣ ନହେଉ: ଓଡ଼ିଶା ନିଶା ନିବାରଣ ଅଭିଯାନ

July 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶାର ବିସ୍ତିର୍ଣ୍ଣ ବେଳାଭୂମି ଓ ଖଣିଜ ପଦାର୍ଥ ପରିପୂର୍ଣ୍ଣ ପାହାଡ ଏବଂ ପ୍ରାକୃତିକ ସଂପଦର ସଦୁପଯୋଗ ନ ହୋଇପାରିବାରୁ ଦେଶର ଆର୍ଥିକ ମାନଚିତ୍ରରେ ରାଜ୍ୟକୁ ଗରୀବ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାକୁ ପଡିଛି। ରାଜ୍ୟ ସଂପଦର ପ୍ରକୃତ ମାଲିକ ଜନସାଧାରଣଙ୍କୁ ଆର୍ଥିକ ଦୁର୍ଗତ ମଧ୍ୟରେ ଗତି କରିବାକୁ ପଡୁଛି। ରାଜ୍ୟରେ ସରକାରୀ ପ୍ରୋତ୍ସାହନରେ ମଦ ବିକ୍ରୀର ପ୍ରାବଲ୍ୟ ଯୋଗୁଁ ରାସ୍ତା ଦୁର୍ଘଟଣା, ଘରୋଇ ହିଂସା, ସାମାଜିକ କ୍ଷେତ୍ରରେ ବ୍ୟାପକ ଗଣ୍ଡଗୋଳ ତଥା ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଅବକ୍ଷୟ ଏକ ଚିନ୍ତାଜନକ ଅବସ୍ଥାରେ ପହଂଚିଛି।

ସୁଖର କଥା, ବିଳମ୍ବରେ ହେଲେବି ସରକାର ରାଜ୍ୟର ପ୍ରାକୃତିକ ସଂପଦ ଓ ସୁଦୀର୍ଘ ବେଳାଭୂମିକୁ ଉପଯୋଗ କରି ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପରିକଳ୍ପନା କରିଛନ୍ତି। ମାତ୍ର ଏହି ପରିକଳ୍ପନା ସହ ଯୋଡାହୋଇଥିବା ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନା ସରକାରଙ୍କର ସମସ୍ତ ପରିକଳ୍ପନାକୁ ପାଉଁଶ ଗଦାରେ ପରିଣତ କରି ରାଜ୍ୟକୁ ଅପରାଧୀଙ୍କ ଚରାଭୂଇଁରେ ପରିଣତ କରିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ।

ଯେତେ ଖଣିଖାଦାନ ଅଥବା ଶିଳ୍ପାଂଚଳରେ ମଦପ୍ରସାରଣ ଘଟିଛି, ସେ ଅଂଚଳର ଶ୍ରମିକ କର୍ମଜୀବୀ ବା ସାଧାରଣ ଜନତା ବାହାରି ଉନ୍ନତି ଘଟି ନ ଥିବାର ପୁଞ୍ଜାପୁଞ୍ଜ ଦୃଷ୍ଟାନ୍ତ ଆମ ଚାରିପଟରେ ଦୃଶ୍ୟମାନ। ସର୍ବୋପରି ଆଜି ରାଜ୍ୟର ଦୁଃସ୍ଥିତି ପାଇଁ ମଦ ଏକ ଶକ୍ତ କାରଣ ସାଜିଛି; ତା ସରକାରୀ ମହଲରେ କତ୍ତୃପକ୍ଷ ଦେଖି ମଧ୍ୟ ନ ଦେଖିବାର ଛଳନା କରୁଛନ୍ତି କାରଣ ମଦମାଫିଆଙ୍କ କବଜ୍ଜାରେ ସମଗ୍ର ପ୍ରଶାସନ ପରିଚାଳିତ ହେବା ଅନୁମେୟ ହୁଏ। ସବୁଠାରୁ ଦୁର୍ଭାଗ୍ୟପୂଣ୍ର୍ଣ୍ର କଥା,ମଦମାଫିଆଙ୍କ ପ୍ରରୋଚନାରେ କରୋନା ମହାମାରୀ ସମୟରେ ମଧ୍ୟ ମଣିଷର ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରୁଥିବା ମଦର ବିକ୍ରୀକୁ ବ୍ୟାପକ କରାଗଲା।

ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ପୁରୀ ଭଳି ଏକ ବିଶ୍ୱପ୍ରସିଦ୍ଧ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ନେଇ ଗର୍ବ କରୁଥିବା ଓଡିଶାକୁ ମଧ୍ୟ ଏଥିରୁ ବାଦ ଦିଆଯାଇନାହିଁ ଯାହା ରାଜ୍ୟସରକାରଙ୍କର ଓଡିଆ ବିରୋଧୀ ମନୋବୃତ୍ତିକୁ ପ୍ରତ୍ୟକ୍ଷ ପ୍ରମାଣିତ କରୁଛି।

ଏଣୁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସମଗ୍ର ହିତ ଦୃଷ୍ଟିରୁ, ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବିସ୍ତିର୍ଣ୍ଣ ବେଳାଭୂମି ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନା ହାତକୁ ନିଆଯାଉ କିନ୍ତୁ ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ ଦିଆଯାଉ। ଅନ୍ୟଥା, ରାଜ୍ୟର ସଚେତନ ନାଗରୀକ ସମାଜ ମଦ ପ୍ରସାରଣ ବିରୋଧରେ ଦୃଢସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେବ।

ଏହି ସଂକ୍ରାନ୍ତରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗଙ୍କୁ ସାକ୍ଷାତ୍ କରି ସରକାରଙ୍କ ମଦ ପ୍ରସାରଣ ଯୋଜନାକୁ ନକରିବା ପାଇଁ ଦାବି ଜଣାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆଜିର ଏହି ଆଲୋଚନା ଏବଂ ବିକ୍ଷୋଭ ପ୍ରଦର୍ଶନରେ ମୋନାର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ସହ ସର୍ବଶ୍ରୀ ଖଗେଶ୍ୱର ବଳ, ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ, ମଳୟ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଜିତେନ୍ଦ୍ର ଦାଶ, ଚିତ୍ରୁପା ଅପା, ଇନ୍ଦୁ ଅପା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

ଓଡିଶା ଖଣିଜ ପଦାର୍ଥ ପର୍ଯ୍ୟଟନ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ପ୍ରାଣହାନୀ

May 24, 2026

ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ କଡ଼ା ମନ୍ତବ୍ୟ: କଂଗ୍ରେସ ଦଳକୁ କହିଲେ ବିଶ୍ୱାସଘାତକ

May 24, 2026

ଫଲଟା ଉପନିର୍ବାଚନ: ୧ ଲକ୍ଷରୁ ଅଧିକ ଭୋଟରେ ଜିତିଲା ବିଜେପି, ଜାଣନ୍ତୁ ଟିଏମସି ର ସ୍ଥିତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026
Latest News

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ପ୍ରାଣହାନୀ

May 24, 2026

ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ କଡ଼ା ମନ୍ତବ୍ୟ: କଂଗ୍ରେସ ଦଳକୁ କହିଲେ ବିଶ୍ୱାସଘାତକ

May 24, 2026

ଫଲଟା ଉପନିର୍ବାଚନ: ୧ ଲକ୍ଷରୁ ଅଧିକ ଭୋଟରେ ଜିତିଲା ବିଜେପି, ଜାଣନ୍ତୁ ଟିଏମସି ର ସ୍ଥିତି

May 24, 2026

ଅବୈଧ ବାଂଲାଦେଶୀମାନଙ୍କର ବଢିଲା ସମସ୍ୟା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.