Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ରାଜନୈତିକ ଦଳ ସଂଗ୍ରହ କରୁଥିବା ଚାନ୍ଦା ବିଷୟରେ ସାଧାରଣ ନାଗରିକ ଜାଣିପାରିବ ନାହିଁ କାହିଁକି?
ମତାମତ

ରାଜନୈତିକ ଦଳ ସଂଗ୍ରହ କରୁଥିବା ଚାନ୍ଦା ବିଷୟରେ ସାଧାରଣ ନାଗରିକ ଜାଣିପାରିବ ନାହିଁ କାହିଁକି?

April 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ କେଉଁ ଦଳକୁ କେତେ ଚାନ୍ଦା ଦେଲେ ତାହା ଗୋପନୀୟ ହୋଇ ରହୁ ବୋଲି ନରେନ୍ଦ୍ର ମୋଦୀ ସରକାର ଏକ ମନି ବିଲ ଲୋକସଭାରେ ପାରିତ କରାଇଛନ୍ତି। ଏହି ଆଧାରରେ ଏବେ ରାଜନୈତିକ ଦଳ ଗୁଡିକ ପାଉଥିବା ଚାନ୍ଦା ବିଷୟକ ତଥ୍ୟ ଆଉ ଲୋକଲୋଚନକୁ ଆସୁନାହିଁ। ରାଜନୈତିକ ଦଳମାନଙ୍କର ମଧ୍ୟ ଗୋପନୀୟତାର ଅଧିକାର ବା ରାଇଟ ଟୁ ପ୍ରାଇଭେସି ରହିଛି ବୋଲି ମୋଦୀ ସରକାର ଯୁକ୍ତି କରୁଛନ୍ତି।

ଏ ସଙ୍କ୍ରାନ୍ତରେ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ପ୍ରାଥମିକ ଭାବରେ ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଆସିଥିବା ସବୁ ଚାନ୍ଦାର ସବିଶେଷ ତଥ୍ୟ ଗୋପନୀୟ ଭାବରେ ଦେବାକୁ କହିଛନ୍ତି। ଏକଥା ବିଲକୁଲ ବୁଝା ପଡୁନାହିଁ ଯେ ଖୋଦ ସୁପ୍ରିମ କୋର୍ଟ ସବୁକଥାରେ ଗୋପନୀୟତାକୁ ଏତେ ଗୁରୁତ୍ଵ ଦେବାର କାରଣ କଣ? ରାଫାଲେ ମାମଲାରେ ଜଉମୁଦ ଥିବା ଲଫାପାରେ ସରକାର ସୁପ୍ରିମ କୋର୍ଟକୁ ବିଭ୍ରାନ୍ତ କରିଥିବାର ପ୍ରମାଣ ମିଳି ସାରିଛି। ସେହିପରି ବେଡ ଲୋନ ମାମଲାରେ ୭ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖାଇଯାଇଥିବା ଶିଳ୍ପପତିଙ୍କ ନାମ ମଧ୍ୟ ଗୋପନ ରହିଛି। ଏବେ ରାଜନୈତିକ ଦଳ ପାଉଥିବା ଚାନ୍ଦା ମଧ୍ୟ ସାମୟିକ ଭାବେ ଗୋପନ ରହୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଠି ସାଧାରଣ ନାଗରିକ ଭାବରେ ଆମର ପ୍ରଶ୍ନ ହେଲା ଯଦି ଏ ଦେଶର ସବୁକିଛି ଗୋପନୀୟ, ତାହେଲେ ଆମର ଗଣତନ୍ତ୍ର କେବଳ ଏକ ବାହାନା କି? ରାଜତନ୍ତ୍ର ବା ଏକଛତ୍ରବାଦରେ ଗୋପନୀୟତା ଏକ ମୌଳିକ ଆବଶ୍ୟକତା। କିନ୍ତୁ, ଗଣତନ୍ତ୍ରରେ ସ୍ଵଚ୍ଛତା ଓ ପାରଦର୍ଶିତା ହେଉଛି ସର୍ବୋପରି।

ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ନିର୍ବାଚନ କମିଶନ ମଧ୍ୟ ଦୃଢ ବିରୋଧ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଏହା ଉପରେ ପ୍ରତିବନ୍ଧକ  ଲଗା ନଯିବା ଦୁର୍ଭାଗ୍ୟର ବିଷୟ। ସରକାର ଓ ରାଜନୈତିକ ଦଳ ଗୁଡିକର ଅସ୍ତିତ୍ଵ ହେଉଛି, ଭୋଟରଙ୍କ ଇଚ୍ଛା। ଭୋଟରଙ୍କ ଲାଗି ହିଁ ଦଳ ଗୁଡିକ ବଞ୍ଚି ରୁହନ୍ତି। ଯଦି ଭୋଟର ରାଜନୈତିକ ଦଳର ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବାର ଅଧିକାର ପାଇବ ନାହିଁ, ତା ହେଲେ ସେ ଭୋଟ ଦେବ କାହିଁକି? ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରୁଥିବା ଅର୍ଥ ଓ ସମ୍ପତ୍ତି ବିଷୟରେ କଡାଗଣ୍ଡା ହିସାବ ମାଗିବାର ଅଧିକାର ସାଧାରଣ ନାଗରିକକୁ ଦିଆ ଯାଇନାହିଁ କାହିଁକି? ସର୍ବଶେଷ ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୯୫% ଅର୍ଥରାଶି କେବଳ ଭାରତୀୟ ଜନତା ପାର୍ଟିର ଖାତାକୁ ଆସିଛି। କେଉଁ ସୂତ୍ରରୁ ଏ ଟଙ୍କା ଆସିଛି ଓ କିଏ କାହିଁକି ଏ ଟଙ୍କା ଦେଇଛି, ସେକଥା ଆମଠୁ ଲୁଚାଯିବ କାହିଁକି? ଯେଉଁ ଦଳ ସରକାରରେ ରହୁଛି, ତାକୁ ସର୍ବାଧିକ ଚାନ୍ଦା ମିଳିବାର କାରଣ ସ୍ପଷ୍ଟ । ହେଲେ ସେ ଚାନ୍ଦାର ସଠିକ ବିବରଣୀ ଲୋକଙ୍କଠାରୁ ଲୁଚେଇକି ରଖିବାର ଅର୍ଥ କଣ?

ଏବେ କୁହାଯାଉଛି, ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଅମଳରେ କୌଣସି ବଡ ଘୋଟାଲା ହୋଇନାହିଁ। ତେବେ ରାଫାଲେ କଥା ଉଠିବା ପରେ ଏବେ ଆଉ ସେ ଅନ୍ଧବିଶ୍ଵାସ ଆଉ କାହାର ନାହିଁ। ଏ ସରକାର ଅମଳରେ ଅନେକ ତଥ୍ୟକୁ ଲୁଚେଇ ରକ୍ଷା ଯାଉଛି। ବିଭିନ୍ନ ତଥ୍ୟ ଓ ପରିସଙ୍ଖ୍ୟାନ ଏବେ ଅସ୍ପଷ୍ଟ ବା ଅର୍ଦ୍ଧସ୍ପଷ୍ଟ। ସ୍ଵଚ୍ଛତା ନଥିବା ତଥ୍ୟ କୁ ନେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଦଳ ଭିତରର ଆର୍ଥିକ କାରବାରକୁ ଲୁଚାଇବାକୁ ବିଜେପି ଓ ମୋଦୀ ସରକାର ଯେଉଁ ପ୍ରକାର ଉଦ୍ୟମ କରୁଛନ୍ତି, ସେଥିରେ ସେମାନଙ୍କର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ। ଏ ଦେଶର ସାଧାରଣ ନାଗରିକ ଭୋଟ ଦେବା ଆଗରୁ ସବୁ ରାଜନୈତିକ ଦଳଙ୍କ ହିସାବ କିତାବ ଦେଖିବାର ଅଧିକାର ପାଇବା ଉଚିତ ବୋଲି ଆମେ ଆଶା ରଖୁଛୁ। ପରବର୍ତ୍ତୀ ଶୁଣାଣି ପରେ ମାନ୍ୟବର ସୁପ୍ରିମ କୋର୍ଟ ଏ ପ୍ରସଙ୍ଗରେ ଗଣତାନ୍ତ୍ରିକ ମର୍ୟ୍ୟାଦାକୁ ଗୁରୁତ୍ଵ ଦେବେ ବୋଲି ଆମେ ଆଶା ରଖୁଛୁ।

electoralbond indianpolitics the samiskya
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026
Latest News

ଭାରତ ରଚିଲା ନୂଆ ଇତିହାସ: ଚିନାବ ଓ ଅଞ୍ଜି ବ୍ରିଜ୍‌ରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026

ଲାଲ୍-ବଲ୍ କ୍ରିକେଟ୍‌କୁ ଅଲବିଦା କହିଲେ ଚହଲ: ଅଧୁରା ରହିଗଲା ଟେଷ୍ଟ ସ୍ୱପ୍ନ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.