Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହସିକତା ପାଇଁ ଘୋଷଣା ହେଲା ପୋଲିସ ମେଡାଲ୍ ପୁରଷ୍କାର: ଓଡ଼ିଶାରୁ ୬୭ ଜଣ ପାଇବେ ପଦକ
ଆଜିର ଖବର

ସାହସିକତା ପାଇଁ ଘୋଷଣା ହେଲା ପୋଲିସ ମେଡାଲ୍ ପୁରଷ୍କାର: ଓଡ଼ିଶାରୁ ୬୭ ଜଣ ପାଇବେ ପଦକ

August 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ ପୁରଷ୍କାର ଘୋଷଣା ହୋଇଛି। ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶର ୧୩ ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶା ୬୭ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ସାହସିକତା ପୋଲିସ ମେଡାଲ ମିଳିବ।

ତେବେ ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ୨ ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ। ଏସଆଇଡବ୍ଲୁର ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ।

ସେହିପରି ୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ମିଳିବ ପୋଲିସ ପଦକ ମିଳିବ। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସଓଜି ଡେପୁଟୀ କମାଣ୍ଟାଣ୍ଟ ଅଶୋକ କୁମାର ସାହୁ, ବରଗଡ଼ ଡିଏସପି ପ୍ରଦୀପ କୁମାର, ସାହୁ, ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, କଟକ ଏସିପି ଅମରେନ୍ଦ୍ର ପଣ୍ଡା, ଯାଜପୁର ଏଏସପି ଜୟରାମ ଶତପଥି, ସମ୍ୱଲପୁର ଡିଏସପି ତପନ କୁମାର ମହାନ୍ତିଙ୍କୁ ଏହି ପଦକ ମିଳିବ ।

ସେହିପରି ବିଶିଷ୍ଟ ସେବା ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏସଆଇ ସୁକାନ୍ତ ମହାନ୍ତି, ହାବିଲଦାର ଶେକ୍ ଅବୀର, ଭିଜିଲାନ୍ସ କନଷ୍ଟେବଳ ଭଗବାନ ସାହୁ, ସିପାହୀ ବିଶ୍ୱକର୍ମା ମୁଣ୍ଡାଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମବିଭୂଷଣ ପ୍ରତିଭା ରାୟଙ୍କ ପାଖକୁ ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ: ଜାଣନ୍ତୁ କାରଣ

January 20, 2026

ଭୁବନେଶ୍ଵରରେ ଆୟୁଷ୍ମାନ ଭାରତର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର ଆରମ୍ଭ

January 20, 2026

ମିଳିତ ବିବୃତ୍ତି: ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ

January 20, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳା: ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଲା ତୃତୀୟ ସନ୍ଧ୍ୟା

January 20, 2026
Latest News

ପଦ୍ମବିଭୂଷଣ ପ୍ରତିଭା ରାୟଙ୍କ ପାଖକୁ ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ: ଜାଣନ୍ତୁ କାରଣ

January 20, 2026

ଭୁବନେଶ୍ଵରରେ ଆୟୁଷ୍ମାନ ଭାରତର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର ଆରମ୍ଭ

January 20, 2026

ମିଳିତ ବିବୃତ୍ତି: ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ

January 20, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳା: ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଲା ତୃତୀୟ ସନ୍ଧ୍ୟା

January 20, 2026

ରାଶିଫଳ: ଆଜି ଜାନୁୟାରୀ ୨୦ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.