ଆଧୁନିକ ଏଲ.ଏଚ.ବି. କୋଚ ସହିତ ଚଳାଚଳ କରିବ ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଏକ୍ସପ୍ରେସ

Published: Sep 2, 2021, 7:39 pm IST

ଭୁବନେଶ୍ବର: ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ଚଳିତ ମାସରୁ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଏହା ବର୍ତ୍ତମାନ ଚାଲୁଥିବା ପାରମ୍ପାରିକ କୋଚଗୁଡ଼ିକୁ ବଦଳାଇବ।

08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହିରାଖଣ୍ଡ ଏକ୍ସପ୍ରେସ 10 ସେପ୍ଟେମ୍ବର, 2021 ଠାରୁ ଭୁବନେଶ୍ୱର ରୁ ଏବଂ 11 ସେପ୍ଟେମ୍ବର, 2021 ଠାରୁ ଜଗଦଲପୁରରୁ LHB କୋଚ୍ ସହିତ ଯାତାୟାତ କରିବ।

ସ୍ପେଶାଲ୍ ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ପୂର୍ବ ଭଳି 12 କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଚଳାଚଳ କରିବ ଏବଂ ଏହାର ଗଠନରେ କେବଳ ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ LHB କୋଚ୍ ଦ୍ୱାରା ଚଳାଚଳ ହେବ।

ଏଲ.ଏଚ.ବି. କୋଚ୍ ର ଅନେକ ଗୁଡିଏ ବୈଶିଷ୍ଟତା ରହିଛି। ଏହା ଆଣ୍ଟି ଟେଲିସ୍କୋପିକ।  ଦ୍ୱୈତ ବଫର ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ଦୁର୍ଘଟଣା ସମୟରେ କୋଚ ଉପରେ କୋଚ ଚଢି ନଯାଇ ପାଖାପାଖି ହୋଇ ରହିଯାଏ ଏବଂ କୋଚ ଗୁଡିକ ପୂର୍ବ କୋଚ ଭଳି ଓଲଟି ଯାଇନଥାଏ।  ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ। ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ କମ ଅଟେ। ଏହା ମଧ୍ୟ ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚରେ ଉପଲବ୍ଧ ଅଟେ।

Related posts