ଆଜମ୍‌ ଖାନ୍‌ଙ୍କ ବିବାଦୀୟ ଟିପ୍ପଣୀ ନେଇ ମୁଲାୟମ୍‌ଙ୍କୁ ଟୁଇଟ୍‌ କଲେ ସୁଷମା

Published: Apr 15, 2019, 12:23 pm IST
sushma swaraj tweets mulayama singh yadav about azam khan's dispute remark on jayaprada

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ ଲଗାତାର ଭାବରେ ରାମପୁରର ବିଜେପି ଆଶାୟୀ ପ୍ରାର୍ଥୀ ଜୟାପ୍ରଦାଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି। ଏହି ଅବସରରେ ସୁଷମା ସ୍ବରାଜ ସପାର ସଂସ୍ଥାପକ ମୁଲାୟମ୍‌ ସିଂ ଯାଦବଙ୍କୁ ଟୁଇଟ୍‌ କରିଛନ୍ତି। ସୁଷମା କହିଛନ୍ତି ଯେ, ସପାର ପିତାମହ ମୁଲାୟମ୍‌ଙ୍କ ସାମ୍ନାରେ ରାମପୁରଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଛି।ଆପଣ ଭୀଷ୍ମଙ୍କ ଭଳି ମୌନ ରହି ଭୁଲ୍‌ ନ କରନ୍ତୁ ବୋଲି କହିଛନ୍ତି ସୁଷମା । ସେ ଏହି  ଟ୍ୱିଟରେ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଏବଂ ଜୟା ଭାଦୁଡିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।   ସୂଚନାଯୋଗ୍ୟ ରାମପୁର ପାଇଁ ସପା ତରଫରୁ ଆଜମ୍‌ ଖାନ୍‌ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶର ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ ମଧ୍ୟ ଆଜମ୍‌ ଖାନ୍‌ଙ୍କ ଏପରି ଟିପ୍ପଣୀ ପରେ  ଟୁଇଟ୍‌ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜମ୍‌ ଖାନ୍‌ ନିହାତି ଅଭଦ୍ର ଓ ଆପତ୍ତିଜନକ ମନ୍ତବ୍ୟ ରଖୁଛନ୍ତି ଓ ଏହା ରାଜନୀତିରେ ବହୁତ ତଳକୁ ଖସିଯାଉଛି। ଆଜମ୍‌ ଖାନ୍‌ଙ୍କ ଏପରି ମନ୍ତବ୍ୟ ପରେ ସପାର ବାସ୍ତବିକ ଚେହେରା ଦେଖାଯାଉଛି ବୋଲି ସେ କହିଛନ୍ତି। ଆଜମ୍‌ ଖାନ୍‌ ରାମପୁରଠାରେ ଏକ ନିର୍ବାଚନୀ ସଭାରେ ଜୟାପ୍ରଦାକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତେବେ ଏଠାରେ ସେ ସିଧାସଳଖ ଭାବେ ଜୟାପ୍ରଦାଙ୍କ ନାମ ନେଇନଥିଲେ।

 

Related posts