Categories
ଆଜିର ଖବର

ଦୁଇ ଦଶନ୍ଧି ପରେ ଗୋଟିଏ ମଞ୍ଚରେ ଏକାଠି ମାୟା-ମୁଲାୟମ

ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଏବଂ ବିଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ସହିତ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାମେଣ୍ଟରେ ଉଭୟ ଦଳ ଏକତ୍ର ନିର୍ବାଚନ ଲଢୁଥିବା ବେଳେ ଉତ୍ତର ପ୍ରଦେଶର ମଣିପୁରୀରେ ଏକତ୍ର ନିର୍ବାଚନ ପ୍ରଚାର କରିଛନ୍ତି ଏହି ତିନି ନେତା। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଦୁଇ ରାଜନୈତିକ ଶତ୍ରୁ ଏକତ୍ର ଗୋଟିଏ ମଞ୍ଚରେ ନଜର ଆସିଥିବା ବେଳେ ମୁଲାୟମ ଦଳୀୟ କର୍ମୀଙ୍କୁ ମାୟାଙ୍କ ପାଦ ଛୁଇଁବାକୁ ନିର୍ଦ୍ଦେଶ ଦେଉଥିବା ଦେଖା ଯାଇଥିଲା। ମୈନେପୁରୀରୁ ମୁଲାୟମ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ମାୟାଙ୍କ ପ୍ରଚାର ଦଳିତ ଭୋଟରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ବନ୍ଧୁତା ମହାମେଣ୍ଟରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ସୁବିଧା ଜନକ ହେବ। ୧୯୯୫ ମସିହାରେ ମାୟା ଏବଂ ମୁଲାୟମ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁଁ ଉଭୟ ଦଳ ମେଣ୍ଟ କରି ପାରୁନଥିବା ବେଳେ ଅଖିଳେଶ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ମାୟାଙ୍କ ସହ ହାତ ମିଶାଇଥିଲେ। ଏହାକୁ ପ୍ରାରମ୍ଭରୁ ବିରୋଧ କରିଥିଲେ ମଧ୍ୟ ଶେଷରେ ମୁଲାୟମ ଏହି ମେଣ୍ଟକୁ ସମର୍ଥନ କରୁଥିବା ଦେଖାଦେଇଛି।

Categories
ଆଜିର ଖବର

ଆଜମ୍‌ ଖାନ୍‌ଙ୍କ ବିବାଦୀୟ ଟିପ୍ପଣୀ ନେଇ ମୁଲାୟମ୍‌ଙ୍କୁ ଟୁଇଟ୍‌ କଲେ ସୁଷମା

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ ଲଗାତାର ଭାବରେ ରାମପୁରର ବିଜେପି ଆଶାୟୀ ପ୍ରାର୍ଥୀ ଜୟାପ୍ରଦାଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି। ଏହି ଅବସରରେ ସୁଷମା ସ୍ବରାଜ ସପାର ସଂସ୍ଥାପକ ମୁଲାୟମ୍‌ ସିଂ ଯାଦବଙ୍କୁ ଟୁଇଟ୍‌ କରିଛନ୍ତି। ସୁଷମା କହିଛନ୍ତି ଯେ, ସପାର ପିତାମହ ମୁଲାୟମ୍‌ଙ୍କ ସାମ୍ନାରେ ରାମପୁରଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଛି।ଆପଣ ଭୀଷ୍ମଙ୍କ ଭଳି ମୌନ ରହି ଭୁଲ୍‌ ନ କରନ୍ତୁ ବୋଲି କହିଛନ୍ତି ସୁଷମା । ସେ ଏହି  ଟ୍ୱିଟରେ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଏବଂ ଜୟା ଭାଦୁଡିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।   ସୂଚନାଯୋଗ୍ୟ ରାମପୁର ପାଇଁ ସପା ତରଫରୁ ଆଜମ୍‌ ଖାନ୍‌ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶର ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ ମଧ୍ୟ ଆଜମ୍‌ ଖାନ୍‌ଙ୍କ ଏପରି ଟିପ୍ପଣୀ ପରେ  ଟୁଇଟ୍‌ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜମ୍‌ ଖାନ୍‌ ନିହାତି ଅଭଦ୍ର ଓ ଆପତ୍ତିଜନକ ମନ୍ତବ୍ୟ ରଖୁଛନ୍ତି ଓ ଏହା ରାଜନୀତିରେ ବହୁତ ତଳକୁ ଖସିଯାଉଛି। ଆଜମ୍‌ ଖାନ୍‌ଙ୍କ ଏପରି ମନ୍ତବ୍ୟ ପରେ ସପାର ବାସ୍ତବିକ ଚେହେରା ଦେଖାଯାଉଛି ବୋଲି ସେ କହିଛନ୍ତି। ଆଜମ୍‌ ଖାନ୍‌ ରାମପୁରଠାରେ ଏକ ନିର୍ବାଚନୀ ସଭାରେ ଜୟାପ୍ରଦାକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତେବେ ଏଠାରେ ସେ ସିଧାସଳଖ ଭାବେ ଜୟାପ୍ରଦାଙ୍କ ନାମ ନେଇନଥିଲେ।

 

Categories
ଆଜିର ଖବର

ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କଲା ଏସପି, ମେନପୁରୀରୁ ଲଢିବେ ମୁଲାୟମ

ସମାଜବାଦୀ ପାର୍ଟୀ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରାଯାଇଛି । ଏଥିରେ ଦଳର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କୁ ମେନପୁରୀ ନିର୍ବାଚନ ମଣ୍ଡଳୀରୁ ଟିକଟ ଦିଆଯାଇଛି ।  ୟୁପିରେ ବିଏସପି ଏବଂ ଆରଏଲଡି ସହ ଲୋକସଭା ନିର୍ବାଚନ ଲଢିବାକୁ ଯାଉଥିବା ଏସପି ପାଖରେ ମେଣ୍ଟର ୩୭ଟି ଆସନ ରହିଛି, ସେହିପରି ବିଏସପି ପାଖରେ ୩୮ ସିଟ ଏବଂ ଆରଏଲଡି ପାଖରେ ୩ ସିଟ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ଏସପି ୟୁପିର ୮୦ଟି ଆସନରୁ ୫ଟି ଆସନରେ ବିଜୟୀ ହୋଇଥିଲା । ଏଥିରେ ମୁଲାୟମ ସିଂହ ସହ ତାଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବ, ଅକ୍ଷୟ ଯାଦବ ଏବଂ ତାଙ୍କ ବୋହୂ ଡିମ୍ପଲ ଯାଦବ ଜିତିଥିଲେ । ଡିମ୍ପଲ କନ୍ନୌଜ ସିଟରୁ ନିର୍ବାଚନ ଲଢିଥିଲେ ।