ଦୁଇ ଦଶନ୍ଧି ପରେ ଗୋଟିଏ ମଞ୍ଚରେ ଏକାଠି ମାୟା-ମୁଲାୟମ

Published: Apr 19, 2019, 3:33 pm IST
mayawati and mulayasingh yadav campaign together in up

ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଏବଂ ବିଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ସହିତ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାମେଣ୍ଟରେ ଉଭୟ ଦଳ ଏକତ୍ର ନିର୍ବାଚନ ଲଢୁଥିବା ବେଳେ ଉତ୍ତର ପ୍ରଦେଶର ମଣିପୁରୀରେ ଏକତ୍ର ନିର୍ବାଚନ ପ୍ରଚାର କରିଛନ୍ତି ଏହି ତିନି ନେତା। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଦୁଇ ରାଜନୈତିକ ଶତ୍ରୁ ଏକତ୍ର ଗୋଟିଏ ମଞ୍ଚରେ ନଜର ଆସିଥିବା ବେଳେ ମୁଲାୟମ ଦଳୀୟ କର୍ମୀଙ୍କୁ ମାୟାଙ୍କ ପାଦ ଛୁଇଁବାକୁ ନିର୍ଦ୍ଦେଶ ଦେଉଥିବା ଦେଖା ଯାଇଥିଲା। ମୈନେପୁରୀରୁ ମୁଲାୟମ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ମାୟାଙ୍କ ପ୍ରଚାର ଦଳିତ ଭୋଟରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ବନ୍ଧୁତା ମହାମେଣ୍ଟରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ସୁବିଧା ଜନକ ହେବ। ୧୯୯୫ ମସିହାରେ ମାୟା ଏବଂ ମୁଲାୟମ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁଁ ଉଭୟ ଦଳ ମେଣ୍ଟ କରି ପାରୁନଥିବା ବେଳେ ଅଖିଳେଶ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ମାୟାଙ୍କ ସହ ହାତ ମିଶାଇଥିଲେ। ଏହାକୁ ପ୍ରାରମ୍ଭରୁ ବିରୋଧ କରିଥିଲେ ମଧ୍ୟ ଶେଷରେ ମୁଲାୟମ ଏହି ମେଣ୍ଟକୁ ସମର୍ଥନ କରୁଥିବା ଦେଖାଦେଇଛି।

Related posts