Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା
ଆଜିର ଖବର

ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା

November 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ୨୦୨୭ ମସିହାରେ ପୁଣି ଥରେ କମ୍ପିବ ମଥୁରା ନଗରୀ। ଗଗନପବନ ପ୍ରକମ୍ପିତ କରିବେ କଂସ ମହାରାଜ। ଦୀର୍ଘ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଆସନ୍ତା ଧନୁଯାତ୍ରାର ସବୁଠାରୁ ଚର୍ଚ୍ଚିତ ଚରିତ୍ର କଂସ ମହାରାଜଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏଥର କିଏ ଧରିବେ କଂସଙ୍କ ଗାଦି, କିଏ ଦରବାରରେ ଦେଖାଇବେ ନିଜର ଅଭିନୟର ଯାଦୁ, ତାହାର ଉତ୍ତର ମିଳିଯାଇଛି।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ର ପଡ଼ା ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରପାଲିରେ ରହୁଥିବା ଗୋଲାପ ଚନ୍ଦ୍ର ଦାଶ ଏଥର କଂସ ମହାରାଜ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଅଭିନୟରେ ଏଥର ଜୀବନ୍ତ ହେବ ମଥୁରା ନଗରୀର ରାଜଦରବାର। ତାଙ୍କ ଗର୍ଜନରେ କମ୍ପିବ ରଙ୍ଗମଞ୍ଚ। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜଙ୍କ ଭୂମିକା ପାଇଁ ତାଙ୍କ ଚୟନକୁ ନେଇ କଳାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

କଂସ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ମୋଟ ୪୪ ଜଣ କଳାକାର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣ କଳାକାର ଚୟନ ପରୀକ୍ଷାରେ ସାମିଲ ହୋଇଥିଲେ। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ରେ ଏହି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ସାତ ଜଣ ବିଚାରକଙ୍କ ଉପସ୍ଥିତିରେ କଳାକାରମାନଙ୍କ ଅଭିନୟ ଓ ପ୍ରତିଭାର ମୂଲ୍ୟାୟନ କରାଯାଇଥିଲା। ଶେଷରେ ଗୋଲାପ ଚନ୍ଦ୍ର ଦାଶଙ୍କ ନାମରେ ମୋହର ବାଜିଥିଲା।

ଉଲ୍ଲେଖଯୋଗ୍ୟ, ବରଗଡ଼ ଧନୁଯାତ୍ରା କେବଳ ଏକ ନାଟକ ନୁହେଁ, ବରଂ ଏହା ଏକ ଅନନ୍ୟ ସାଂସ୍କୃତିକ ମହୋତ୍ସବ। ସମଗ୍ର ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେଉଥିବାବେଳେ ଅମ୍ବାପାଲି ପାଲଟେ ଗୋପପୁର। ଖୋଲା ଆକାଶ ତଳେ ମଞ୍ଚସ୍ଥ ହେଉଥିବା ଏହି ମହାନାଟକରେ ପୌରାଣିକ କାହାଣୀକୁ ଜୀବନ୍ତ ରୂପ ଦିଆଯାଏ। ଏହି କାରଣରୁ ପ୍ରତିବର୍ଷ ଦେଶବିଦେଶରୁ ଲକ୍ଷାଧିକ ଦର୍ଶକ ଧନୁଯାତ୍ରା ଦେଖିବାକୁ ବରଗଡ଼ ଆସିଥାନ୍ତି।

ଆସନ୍ତା ୨୦୨୭ ଜାନୁଆରୀ ୧୨ ତାରିଖରୁ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ଧରି କଂସ ମହାରାଜଙ୍କ ରାଜୁତି, ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଓ ମଥୁରା ଦରବାରର ରୋଚକ ଦୃଶ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ। ଏବେଠାରୁ ଧନୁଯାତ୍ରାକୁ ନେଇ ବରଗଡ଼ରେ ଉତ୍ସାହ ଦେଖାଦେଇଥିବାବେଳେ ନୂଆ କଂସ ମହାରାଜଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଅପେକ୍ଷା ରହିଛି।

#Bargarh #GolapChandraDash #OdishaCulture #କଂସମହାରାଜ #ବରଗଡ଼ BargarhDhanuYatra DhanuYatra2027 KansaMaharaj ଧନୁଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା

November 27, 2026

ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

November 27, 2026

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026
Latest News

ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା

November 27, 2026

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା

November 27, 2026

ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

November 27, 2026

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.