Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର
ଆଜିର ଖବର

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର
ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ରଙ୍କୁ ହାଇଦ୍ରାବାଦଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସମ୍ମାନଜନକ ସମତା ପୁରସ୍କାର ପ୍ରଦାନ କରାଯାଇଛି। ନିକଟରେ ଆୟୋଜିତ ଏହି ସମାରୋହରେ ପରମପୂଜ୍ୟ ତ୍ରିଦଣ୍ଡୀ ମନ୍ନାରାୟଣ ରାମାନୁଜ ଚିନ୍ନା ଜୀୟର ସ୍ୱାମୀଜୀ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର ଅଦମ୍ୟ ସାହସ, ତ୍ୟାଗ ଓ ବୀରତ୍ୱ ସହ ଦେଶ ପ୍ରତି ନିଷ୍ଠାପର ସେବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ଡାକ୍ତର ମିଶ୍ର ୩୩ ବର୍ଷ ଧରି ସେନାରେ କାର୍ଯ୍ୟ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଓ ଦୁର୍ଗମ ଅଂଚଳରେ ଦାୟିତ୍ୱ ତୁଲାଇଥିଲେ। କାର୍ଗିଲ ଯୁଦ୍ଧ ସମୟରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଦୀର୍ଘଦିନ ଧରି ଚିକିତ୍ସାଧୀନ ରହିବା ସହ ଗୋଟିଏ ଗୋଡ଼ ମଧ୍ୟ ହରାଇଥିଲେ। ତେବେ ସୁସ୍ଥ ହେବା ପରେ ଅସାଧାରଣ ମନୋବଳ ଓ ଦେଶପ୍ରେମର ପରିଚୟ ଦେଇ ସେ ପୁଣିଥରେ ସେନାରେ ଯୋଗ ଦେଇଥିଲେ। ତାଙ୍କର ଏହି ଅଦମ୍ୟ ସାହସ ଓ ବଳିଦାନ ପାଇଁ ଭାରତ ସରକାର ତାଙ୍କୁ ଉଣ୍ଡ ମେଡାଲ ପ୍ରଦାନ କରିଥିଲେ।

ଦେଶ ପାଇଁ ସାହସ, ତ୍ୟାଗ, ଜ୍ଞାନ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବାର ଉଦ୍ଦେଶ୍ୟରେ ସମତା ପୁରସ୍କାର ପ୍ରଦାନ କରାଯାଇଥାଏ। ହାଇଦ୍ରାବାଦର ମୁଚିନ୍ତାଲସ୍ଥିତ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପରିସରରେ ପରମପୂଜ୍ୟ ଚିନ୍ନା ଜୀୟର ସ୍ୱାମୀଜୀଙ୍କ ୭୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ସପ୍ତଥି ମହୋତ୍ସବରେ ମୋଟ ୭୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କୃତ ବ୍ୟକ୍ତିଙ୍କ ମଧ୍ୟରେ ସେନାବାହିନୀର ବିଶିଷ୍ଟ ଅଧିକାରୀ, ପ୍ରତିରକ୍ଷା ବୈଜ୍ଞାନିକ ଏବଂ ସହିଦ ଯବାନଙ୍କ ପରିବାର ସଦସ୍ୟ ସାମିଲ ଥିଲେ। ରାମାନୁଜାଚାର୍ଯ୍ୟଙ୍କ ସମାନତାର ବାର୍ତ୍ତା ଓ ଆଦର୍ଶରୁ ଅନୁପ୍ରାଣିତ ହୋଇ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଏହି ସମ୍ମାନ ପାଇବା ପରେ ନିଜ ପ୍ରତିକ୍ରିୟାରେ ବ୍ରିଗେଡିୟର (ଡାକ୍ତର) ମିଶ୍ର କହିଛନ୍ତି, “ଏହି ସ୍ୱୀକୃତି ମୋ ପାଇଁ ଅତ୍ୟନ୍ତ ଗୌରବ ଓ ବିନମ୍ରତାର ବିଷୟ। ଏହା ମୋ ଜୀବନର ଏକ ସ୍ମରଣୀୟ ମୁହୂର୍ତ ହୋଇ ରହିବ। କାର୍ଗିଲ ଯୁଦ୍ଧ ମୋ ଜୀବନର ଏକ ନିର୍ଣ୍ଣାୟକ ଅଧ୍ୟାୟ ଥିଲା। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଦେଶ ପାଇଁ ସେବା କରିବାକୁ ମୁଁ ସୌଭାଗ୍ୟ ମନେ କରେ। ଏହି ସମ୍ମାନ ପାଇଁ ଚିନ୍ନା ଜୀୟର ସ୍ୱାମୀଜୀଙ୍କ ନିକଟରେ ମୁଁ କୃତଜ୍ଞ। ଏହି ପୁରସ୍କାରକୁ ମୋର ସହଯୋଗୀ ସୈନିକ, ସେମାନଙ୍କ ପରିବାର ଏବଂ ଦେଶ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରୁଥିବା ସମସ୍ତଙ୍କୁ ଉତ୍ସର୍ଗ କରୁଛି।”

ସେନାରୁ ଅବସର ନେବା ପରେ ଡାକ୍ତର ମିଶ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଅବଦାନ ଜାରି ରଖିଥିଲେ। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ମେଡିକାଲ ହେଡ୍ ଭାବେ କାର୍ଯ୍ୟ କରିବା ପରେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଯୋଗ ଦେଇଥିଲେ । ହସ୍ପିଟାଲର ଆରମ୍ଭରୁ ସେ ଏହା ସହ ଜଡ଼ିତ ଅଛନ୍ତି।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ପୁରାତନ ଛାତ୍ର ଡାକ୍ତର ମିଶ୍ର କମ୍ୟୁନିଟି ମେଡିସିନ୍ ଓ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌ରେ ମୁମ୍ବାଇସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (ଟିଆଇଏସ୍‌ଏସ୍‌)ରୁ ସ୍ନାତକୋତର ଯୋଗ୍ୟତା ହାସଲ କରିଛନ୍ତି। ଏହା ସହିତ ଜେରିଆଟ୍ରିକ୍ସ ଓ ସାଇକିଆଟ୍ରିରେ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି। ସେନାରେ କାର୍ଯ୍ୟରତ ଥିବା ସମୟରେ ଭୁଟାନରେ ମଧ୍ୟ ସେବା ପ୍ରଦାନ କରିବା ସହ ସେଠାକାର ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ସହାୟତା ଯୋଗାଇଥିଲେ।

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ଭାବେ ଦାୟିତ୍ୱ ତୁଲାଇବା ସହ ସେ ଜଣେ ଜେରିଆଟ୍ରିକ୍ସ ପରାମର୍ଶଦାତା ଭାବେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି।

ଏହି ସଫଳତାରେ ଖୁସି ପ୍ରକାଶ କରି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି, “ବ୍ରିଗେଡିୟର (ଡାକ୍ତର) ମିଶ୍ରଙ୍କ ଜୀବନଯାତ୍ରା ସାହସ, ଦୃଢ଼ ମନୋବଳ ଏବଂ ଦେଶ ପ୍ରତି ଅତୁଟ ନିଷ୍ଠାର ଏକ ଅନନ୍ୟ ଉଦାହରଣ। କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର ତ୍ୟାଗ ଏବଂ ପରର୍ବତୀ ସମୟରେ ସ୍ୱାସ୍ଥ୍ୟସେବା ମାଧ୍ୟମରେ ସମାଜ ପ୍ରତି ତାଙ୍କର ଅବଦାନ ଅତ୍ୟନ୍ତ ପ୍ରେରଣାଦାୟକ। ଏହି ସମ୍ମାନ ତାଙ୍କର ଅସାଧାରଣ ଅବଦାନର ଏକ ଯଥାର୍ଥ ସ୍ୱୀକୃତି। ଏଭଳି ଜଣେ ଅନୁକରଣୀୟ ବ୍ୟକ୍ତିତ୍ୱ ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ସୋଆ ପରିବାର ସହ ଜଡ଼ିତ ଥିବାରୁ ଆମେ ଗର୍ବିତ।”

ସମ୍ ଅଲ୍‌ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମଧ୍ୟ ଡାକ୍ତର ମିଶ୍ରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ଡକ୍ଟର ଦାଶ କହିଛନ୍ତି ଯେ ବ୍ରିଗେଡିୟର (ଡାକ୍ତର) ମିଶ୍ର ଏହି ସମ୍ମାନଜନକ ପୁରସ୍କାର ପାଇବା ସମ୍ ଅଲ୍ଟିମେଟ୍ ମେଡିକେୟାର ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ। କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର ସାହସ, ବଳିଦାନ ଓ ଅସାଧାରଣ ମନୋବଳ ସହିତ ସେନା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୀର୍ଘ ବର୍ଷର ନିଷ୍ଠାପର ସେବା ନେତୃତ୍ୱ ଓ ମାନବିକତାର ସର୍ବୋଚ୍ଚ ଆଦର୍ଶକୁ ପ୍ରତିଫଳିତ କରେ। ତାଙ୍କର ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଏଭଳି ଜଣେ ଅସାଧାରଣ ନେତୃତ୍ୱଙ୍କ ମାର୍ଗଦର୍ଶନ ଆମକୁ ମିଳୁଥିବାରୁ ଆମେ ଗର୍ବିତ ବୋଲି ସମ୍ମମ୍‌ର ସିଇଓ କହିଛନ୍ତି।

ଡକ୍ଟର ଦାଶ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ କେବଳ ଡାକ୍ତର ମିଶ୍ରଙ୍କ ବ୍ୟକ୍ତିଗତ ସାହସ ଓ ତ୍ୟାଗର ସ୍ୱୀକୃତି ନୁହେଁ, ବରଂ ବୃତିଗତ ସୀମାକୁ ଅତିକ୍ରମ କରି ମାନବସେବାର ମହତ୍ୱକୁ ମଧ୍ୟ ପ୍ରତିପାଦିତ କରୁଛି।

ବିରାଜ ମୋହନ ମିଶ୍ର ସମତା ପୁରସ୍କାର ସମ୍ ଅଲ୍ଟିମେଟ୍ ମେଡିକେୟାର ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି

November 27, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026

ପ୍ରଥମ ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା: ପଦକ ତାଲିକାର ଶୀର୍ଷରେ ଭାରତ

November 27, 2026
Latest News

ହାଇଦ୍ରାବାଦଠାରେ ଡାକ୍ତର ବିରାଜ ମୋହନ ମିଶ୍ରଙ୍କୁ ସମତା ପୁରସ୍କାର

November 27, 2026

ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଗ୍ରଗତି

November 27, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026

ପ୍ରଥମ ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା: ପଦକ ତାଲିକାର ଶୀର୍ଷରେ ଭାରତ

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.