Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମିଳିତ ସହଯୋଗରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସମ୍ ହସ୍ପିଟାଲ୍ କ୍ୟାମ୍ପସ୍‌ରେ ଆୟୋଜିତ ଏହି କର୍ମଶାଳାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ଏବଂ କ୍ୟାମ୍ପସ୍‌-୨ର ପ୍ରାୟ ୬୦ ରୁ ଊର୍ଦ୍ଧ୍ୱ ଡାକ୍ତର ଅଂଶ ଗ୍ରହଣ କରିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟୀକାକରଣର ଭୂମିକା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। କୋଭିଡ ସମୟର ଭୟାବହତା ପରେ ସାରା ବିଶ୍ୱ ଟୀକାକରଣର ପ୍ରକୃତ ଆବଶ୍ୟକତାକୁ ବୁଝିପାରିଥିଲା। ସେହିପରି ଅନେକ ସଂକ୍ରାମକ ରୋଗ ଗୁଡ଼ିକରୁ ରକ୍ଷା ପାଇବା ପାଇଁ ଟୀକାକରଣର ଆବଶ୍ୟକତା, ଉପାଦେୟତା, ସଚେତନତା ଏବଂ ଏହାର ମୂଲ୍ୟବୋଧତାକୁ କିପରି ସମସ୍ତ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱର ସହିତ ପହଂଚା ଯାଇପାରିବ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ଲିପିଲେଖା ପଟ୍ଟନାୟକ, ନୋଡାଲ ଅଧିକାରୀ ଡାକ୍ତର ବ୍ରଜ କିଶୋର ବେହେରା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏସ୍‌ଆର୍‌ଟିଏଲ୍‌ର ଡଃ ନିହାର ରଞ୍ଜନ ରାୟ, ଡବ୍ଲ୍ୟୁଏଚ୍‌ରେ ଏସ୍‌ଏମ୍‌ଓ ଡଃ ଅର୍ଚ୍ଚନା ଗାୟେନ୍ ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ।

ନିଷ୍ଠାପରତା କାର୍ଯ୍ୟ ଓ ଶୃଙ୍ଖଳିତ କାର୍ଯ୍ୟ ଦକ୍ଷତା ପାଇଁ ଡଃ ବ୍ରଜକିଶୋର ବେହେରାଙ୍କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏହି କର୍ମଶାଳାରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି।

‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଂଗ ବୋଲି କହିଥିଲେ।

ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ । ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।

ଶ୍ରୀ ବେହେରାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ।
ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ ରେସ, କ୍ୟାରମ୍‌, ବ୍ୟାଡମିଂଟନ୍ ଏବଂ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏସବୁ ମଧ୍ୟରେ ‘ନେବୁଲା ନୋମାଡ୍ସ’ ଦଳର ପ୍ରଦର୍ଶନ ପ୍ରଂଶସନୀୟ ରହିଥିଲା।

ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହୋଇଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ୧୦ ଟି ଦଳ ସାମିଲ ହୋଇଥିଲେ । ଅନ୍ୟ ଦଳ ଗୁଡିକ ହେଲେ ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ , ଗ୍ୟାଲାକ୍ସି ଗ୍ଳାଡିଏଟର୍ସ , କ୍ୱାଣ୍ଟମ୍ କ୍ୱାସର୍ସ, ସ୍ଵିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।

ମନ୍ତ୍ରୀ ଶ୍ରୀ ବେହେରା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବଡ଼ଦିନ ଅବସରରେ ଏକ କେକ୍ ମଧ୍ୟ କଟାଯାଇଥିଲା। ଏହି ଅବସରରେ ସିଇଓ ଡକ୍ଟର ଦାଶ , ସିଏମ୍‌ଏସ୍ ପ୍ରଫେସର (ଡକ୍ଟର) ବିରାଜ ମୋହନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌-୫ ସ୍ଥିତ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ପ୍ରଥମ: ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଯୋଗୁଁ ୪ ରୋଗୀଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି। ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ ଭିନ୍ନ ସହରରେ ବଂଚିବା ପାଇଁ ସଂଘର୍ଷ କରୁଥିôବା ଚାରି ଜଣ ରୋଗୀଙ୍କ ଶରୀରରେ ଏହି ଅଂଗଗୁଡ଼ିକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସେମାନେ ନୂଆ ଜୀବନ ପାଇପାରିଛନ୍ତି।

ଏକ ଅଭୁତପୂର୍ବ ସଫଳତା ଦ୍ୱାରା ସମ୍ମମ୍‌ରେ ଚିକିତ୍ସିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀ ପ୍ରସେନ୍‌ଜିତ ମହାନ୍ତିଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡ଼ିକର ଉତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ପ୍ରକାଶ କରିଛନ୍ତି।

ମେଡିକାଲ୍ ଟିମ୍‌ଙ୍କ ସହାୟତାରେ ଅଂଗଗୁଡ଼ିକ ଭୁବନେଶ୍ୱରରୁ ଅନ୍ୟ ଦୁଇଟି ସହରକୁ ବିମାନ ଯୋଗେ ନେବା ନିମନ୍ତେ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମ୍ମମ୍‌ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ପୋଲିସ୍ ଏକ ଗ୍ରୀନ୍ କରିଡର ସୃଷ୍ଟି କରିଥିଲା।

ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ୍ ମଧ୍ୟରୁ ସମ୍ମମ୍‌ର ଜଣେ ରୋଗୀଙ୍କ ଶରୀରରେ ଗୋଟିଏ ବୃକକ୍ ଶନିବାର ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି ଅନ୍ୟ ଏକ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲକୁ ପଠାଯାଇଥିଲା।

ଫୁସ୍‌ଫୁସ୍ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲ୍‌ରେ ବିଷ ପ୍ରକ୍ରିୟାରେ ପୀଡ଼ିତ ହୋଇ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ସଂପୃକ୍ତ କିଶୋର ଇକ୍‌ମୋ ସହାୟତାରେ ଥାଇ ଦୀର୍ଘ ୪୫ ଦିନ ଧରି ଅଂଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରିଥିଲେ।

ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଥିôବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ଡକ୍ଟର ଦାଶ କହିଥିଲେ। ୪୩ ବର୍ଷୀୟ ପ୍ରସେନ୍‌ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ୍ ୨୨ ତାରିଖରେ ସମ୍ମମ୍‌ରେ ଭର୍ତି କରାଯିବା ସହ ଏକ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା ବୋଲି କନ୍‌ସଲ୍‌ଟାଂଟ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା କହିଥିଲେ।

ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତୀ ସମୟରେ ଏହା ବିଗିଡିବାରେ ଲାଗିଥିଲା। ଜୁନ୍ ୨୩ ତାରିଖରେ ଆପ୍‌ନିଆ ଟେଷ୍ଟ କରାଯିବା ପରେ ଏହାର ରିପୋର୍ଟ ପଜିଟିଭ ଆସିଥିଲା ଯେଉଁଥିରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ସୂଚନା ମିଳିଥିଲା। ଏହାର ୬ ଘଂଟା ପରେ ଦ୍ୱିତୀୟ ପରୀକ୍ଷା କରାଯିବା ପରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ପ୍ରମାଣିତ ହୋଇଥିବା ଡାକ୍ତର ଜେନା କହିଥିଲେ।

ଡକ୍ଟର ଦାଶ କହିଥିଲେ ଯେ, ରୋଗୀଙ୍କ ପରିବାରବର୍ଗଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବା ପରେ ତାଙ୍କର ବିଭିନ୍ନ ଅଂଗଗୁଡ଼ିକୁ ଦାନ କରିବା ନିମନ୍ତେ ସେମାନେ ପ୍ରସ୍ତାବ ଦେଇଥିଲେ ଯେପରି ଏହା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କର ଜୀବନ ବଂଚିପାରିବ। ଏହା ଏକ ବଡ଼ ନିଷ୍ପତି ଥିଲା ଏବଂ ଅଂଗ ଦାନ କରିବା ନେଇ ଏହି ପଦକ୍ଷେପ ନିମନ୍ତେ ଆମେ ସ୍ୱର୍ଗତଃ ମହାନ୍ତିଙ୍କ ପତ୍ନୀ ଶ୍ରୀମତି ମୃଦୁମଞ୍ଜରୀ ମହାପାତ୍ରଙ୍କୁ ସମ୍ମାନ ଜଣାଉଛୁ କାରଣ ଏଭଳି ନିଷ୍ପତି ନେବାରେ ସମାଜରେ ଅନେକ କ୍ଷେତ୍ରରେ ଅନିଚ୍ଛା ପ୍ରକାଶ ପାଇଥାଏ ବୋଲି ସେ କହିଥିଲେ।

ଅଂଗଦାନ ନେଇ ହସ୍ପିଟାଲ୍ ପକ୍ଷରୁ ରାଜ୍ୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ବା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ସୂଚନା ଦିଆଯାଇଥିବା ବେଳେ ଏହି ଖବର ପରବର୍ତୀ ସମୟରେ ଆଂଚଳିକ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ରୋଟୋ ଓ ଜାତୀୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ନୋଟୋ ପାଖରେ ପହଂଚିଥିଲା।

ଶନିବାର ଦିନ ସମ୍ମମ୍‌ରେ କୋଲକାତା ଏବଂ ନୂଆଦିଲ୍ଲୀରୁ ଆସିଥିବା ମେଡିକାଲ୍ ଟିମ୍ ପହଂଚିଥିବା ବେଳେ ସମ୍ମମ୍ ଏବଂ ଅନ୍ୟ ହସ୍ପିଟାଲ୍‌ର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ୨୦ ଜଣିଆ ସର୍ଜନ ଟିମ୍ ଦୀର୍ଘ ସାଢ଼େ ଚାରି ଘଂଟା ଧରି ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ଆବଶ୍ୟକୀୟ ଅଂଗଗୁଡ଼ିକୁ କାଢ଼ିବାରେ ନିୟୋଜିତ ହୋଇଥିଲେ।

ମୃତକଙ୍କ ପତ୍ନୀ ଶ୍ରୀମତି ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଥିଲେ ଯେ, ଅଂଗଦାନ କରିବା ନେଇ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ଇଚ୍ଛା ଥିଲା। “ଆମେ ମଧ୍ୟ ଚିନ୍ତା କଲୁ ଯେ, ଯଦି ତାଙ୍କ ଶରୀରର ଅଂଗଗୁଡ଼ିକ ଚାରି ଜଣ ବ୍ୟକ୍ତିଙ୍କର ଜୀବନ ବଂଚାଇପାରିବ ତେବେ ଆମେ ଏହି ମହତ୍ କାର୍ଯ୍ୟ କାହିଁକି କରିବୁ ନାହିଁ” ବୋଲି ସେ କହିଥିଲେ।

ତାଙ୍କର ଏଭଳି ଦୃଢ଼ ଓ ନିଃସ୍ୱାର୍ଥପର ନିଷ୍ପତି ନିମନ୍ତେ ଶ୍ରୀମତି ମହାପାତ୍ରଙ୍କୁ ହସ୍ପିଟାଲ୍ ପକ୍ଷରୁ ଏକ ନିଯୁକ୍ତି ଦିଆଯିବା ନିମନ୍ତେ ନିଷ୍ପତି ନିଆଯାଇଛି ବୋଲି ଡକ୍ଟର ଦାଶ କହିଥିଲେ। ତାଙ୍କର ଏଭଳି ନିଷ୍ପତି ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା ବେଳେ ଅଂଗଦାନ କରିବା କ୍ଷେତ୍ରରେ ସମାଜର ମାନସିକତାରେ ପରିବର୍ତନ ଆଣିବା ଦିଗରେ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଶ୍ରୀମତି ମହାପାତ୍ରଙ୍କର ଏଭଳି ନିଷ୍ପତିକୁ ପ୍ରଶଂସା କରିବା ସହ ଅଂଗଦାନ କରିବା କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ।

ସମ୍ମମ୍‌ର ନ୍ୟୁରୋସର୍ଜନ ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଜେନା, ଡାକ୍ତର ଭିଟଲ୍ ରାଜନାଲା ଓ ଡାକ୍ତର ଆଲୋକ ପାଣିଗ୍ରାହୀ (ଉଭୟ କ୍ରିଟିକାଲ୍ କେୟାର କନ୍‌ସଲ୍‌ଟାଂଟ) ବ୍ରେନ୍ ଡେଡ୍ ହୋଇଯାଇଥିବା ବ୍ୟକ୍ତିଙ୍କର ଅଂଗଦାନ ନିମନ୍ତେ କିଭଳି ଶରୀରକୁ ସ୍ଥିର ରଖାଯାଇପାରିବ ସେ ନେଇ ସମସ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ସମ୍ମମ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଥିଲେ।

ଅଂଗ କାଢ଼ିବା ପ୍ରକ୍ରିୟାରେ ସମ୍ମମ୍‌ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସ ଓ ଡାକ୍ତର ଜିତେନ୍ଦ୍ର କୁମାର ବରାଡ, ଆନେସଥେସିଓଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଡାକ୍ତର ଭବାନୀ ପତି ଓ ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ସାମିଲ ଥିବା ବେଳେ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ତଥା କୋଲକାତା ଓ ନୂଆଦିଲ୍ଲୀର ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସଂପୂର୍ଣ୍ଣ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସମ୍ମମ୍‌ର ଅପରେସନ୍ ଥିଏଟର ଟିମ୍‌, ଆଇସିୟୁ ଟିମ୍ ଏବଂ ଅନ୍ୟ ଟେକ୍ନିକାଲ୍ ଟିମ୍ ସହଯୋଗ କରିଥିଲେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଦୁଇଟି ଆମ୍ବୁଲାନ୍ସରେ ଅଂଗଗୁଡ଼ିକ ବିମାନ ବନ୍ଦରକୁ ବିନା କୌଣସି ବାଧାବିଘ୍ନରେ ଓ ସମୟ ଅପଚୟ ନ କରି ଯିବା ନିମନ୍ତେ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଥିବା ବେଳେ ଏଥି ନିମନ୍ତେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍‌ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍‌ଏସ୍‌) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍‌ଘାଟନ ହୋଇଯାଇଛି।

ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ଏବଂ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏହି ଶିକ୍ଷାଭିତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଛନ୍ତି। ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ଉପରେ ତାଲିମ ଦିଆଯାଉଛି। କୌଣସି ରୋଗୀର ହଠାତ୍ ହୃଦଘାତ ହେଲେ କିପରି ଜୀବନ ବଂଚାଇ ହେବ ସେ ନେଇ ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡା. ଶ୍ୱେତପଦ୍ମା ଦାଶ ଯୋଗ ଦେଇ କହିଛନ୍ତି ଏହି ପାଠ୍ୟକ୍ରମ ବୃତିଗତ ଅଭିବୃଦ୍ଧିରେ ସହାୟକ ହେବ।

ସ୍ୱାସ୍ଥ୍ୟସେବା ଶିଳ୍ପରେ କ୍ୟାରିୟରରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ସାର୍ଟିଫିକେଟ୍ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପାଠ୍ୟକ୍ରମର ଆବଶ୍ୟକତା ରହିଛି। ଏହା କେବଳ ବୃତିରେ ନୁହେଁ ବରଂ ଅନ୍ୟର ଜୀବନ ବଂଚାଇବାରେ ପ୍ରତିବଦ୍ଧତାର ପ୍ରମାଣ ଦେବ।

କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ କହିଥିଲେ ଏହି ପାଠ୍ୟକ୍ରମ ଦେଶର କାର୍ଡିଓପଲମୋନାରୀ ରେସୁସିଟେସନ୍‌(ସିପିଆର୍‌) ଅଭ୍ୟାସରେ ଉନ୍ନତି ଆଣିବାରେ ସହାୟକ ହେବ।

ଏଥି ସହ ଆନ୍ତର୍ଜାତୀୟ ମାନକୁ ବଜାୟ ରଖିବାକୁ ଏଥିରେ ଆମେରିକା ଓ ୟୁରୋପରେ ପ୍ରଚଳିତ ସିପିଆର୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ ଅଭ୍ୟାସ କରାଯାଉଛି। ତେଣୁ ଭାରତରେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମରେ କ୍ରିଟିକାଲ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଆନନ୍ଦ ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଶିକ୍ଷା ସମାଜରେ ଅନେକ ଜୀବନ ବଂଚାଇବାରେ ସହାୟକ ହେବ। ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କହିଥିଲେ ରାଜ୍ୟରେ ଏଭଳି ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମ୍ ଅଲ୍ଟିମେଟ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

କୋଲକାତା ଆମେରିକାନ୍ ହାର୍ଟ ଆସୋସିଏସନ୍‌ର ପ୍ରତିନିଧିତ୍ୱ କରୁଥିବା କୋଲକାତା ପିଅରଲେସ୍ ହସ୍ପିଟାଲ୍‌ର ଫ୍ୟାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିପିଆର୍ ଅଭ୍ୟାସ ସଂପର୍କିତ ପ୍ରଶିକ୍ଷଣ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମ୍ ନର୍ସିଂ ସଭିସେସ୍ ମୁଖ୍ୟଙ୍କୁ ‘ସି ହେଲ୍‌ଥ୍ ହିରୋଜ୍‌’ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ର ନର୍ସିଂ ସର୍ଭିସେସ୍‌ର ମୁଖ୍ୟ ଏନ୍‌. ଆୟେଶାଙ୍କୁ ‘ସି ହେଲ୍‌ଥ୍ ହିରୋଜ୍ – ରେକଗ୍‌ନାଇଜିଂ ୱିମେନ୍ ଇନ୍ ଆଲାଏଡ୍ ହେଲ୍‌ଥ୍ କେୟାର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି।

ଶୁକ୍ରବାର ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ମହିଳା ଦିବସ ‘ୱାଓ ୱିମେନ୍ -୨୦୨୩’ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା, ଅବଦାନ ଓ ଉଦ୍ୟମକୁ ସମ୍ମାନ ଜଣାଇ ତାଙ୍କୁ ‘ସି ହେଲ୍‌ଥ ହିରୋଜ୍‌’ ସମ୍ମାନ ପ୍ରଦାନ କରାଯାଇଛି।

ଶ୍ରୀମତି ଆୟେଶାଙ୍କ ସମେତ ନିଜ ବୃତିରେ ଅତୁଳନୀୟ ପ୍ରତିଭା ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ଡାକ୍ତରଖାନାର ୧୪ ଜଣ ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗୀ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ମୁଖ୍ୟବକ୍ତା ଭାବେ କ୍ୟାପିଟାଲ୍ ହସ୍ପିଟାଲ୍ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶିକା ପ୍ରଫେସର ନିବେଦିତା ପାଣି ଏବଂ ଭୁବନେଶ୍ୱର ସ୍ଥିତ ‘ଇନ୍ଦିରା ଆଇଭିଏଫ୍ ଫର୍ଟିଲିଟି ସେଂଟର’ର ମୁଖ୍ୟ ଡାକ୍ତର ଲିପ୍‌ସା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦଶ ଲକ୍ଷରେ ଗୋଟିଏ ମାମଲା: ବିଏସକେୱାଇ ଦ୍ଵାରା ଶିଶୁ କନ୍ୟାର ସମ୍ମମ୍‌ରେ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ।

ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ। ପରେ ସେମାନେ ଶିଶୁଟିକୁ ସମ୍ମମ୍‌କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇ ନଥିଲେ।

ସମ୍ମମ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଟିମ୍‌ରେ ଆନେସ୍‌ଥେସିଓଲୋଜି ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନୀ ସାମିଲ୍ ଥିଲେ।

ଏହି ବିରଳ ଜନ୍ମଗତ ତ୍ରୁଟିକୁ ମଧ୍ୟ “କ୍ରାନିଓଫେସିଆଲ୍ କ୍ଲେଫ୍ଟ” କୁହାଯାଉଥିବା ବେଳେ ବର୍ତମାନ ସୁଦ୍ଧା ବିଶ୍ୱରେ ମୋଟ ୫୦ ରୁ ୬୦ଟି ଓ ଭାରତରେ ୧୫ ରୁ କମ୍ ଏପରି ଘଟଣା ଦୃଷ୍ଟିକୁ ଆସିଛି। ଓଡ଼ିଶାରେ ଏହା ତୃତୀୟ ଘଟଣା ବୋଲି ଡାକ୍ତର ଜେନା କହିବା ସହ ଜନ୍ମଗତ ତ୍ରୁଟି ଥିବା ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୧ ରୁ ୪ ଜଣଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି।

ଖୁବ୍ ଯତ୍ନ ଓ ସଫଳତାର ସହ ଜନ୍ମଗତ ତ୍ରୁଟି ଥିବା ଏହି ଶିଶୁ କନ୍ୟାଟିର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ବର୍ତମାନ ଧୀରେ ଧୀରେ ସୁସ୍ଥ ହେଉଛି। ତା’ ନାକରେ ଏକ ଛିଦ୍ର ଥିବା ବେଳେ ବାମ ଆଖିରେ ମଧ୍ୟ ଛିଦ୍ର ରହିଥିଲା। ତେଣୁ ତା’ର ଆଖିଟି ବନ୍ଦ ହୋଇଯାଇଥିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା ବୋଲି ଡାକ୍ତର ଜେନା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରିବାର ଉପରେ କୌଣସି ଆର୍ଥିକ ବୋଝ ଦିଆଯାଇ ନଥିଲା। ଶିଶୁଟିକୁ ୧୮ବର୍ଷ ହେବା ପରେ ତା’ର ନାକରେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ଡାକ୍ତର ଜେନା କହିଛନ୍ତି।

ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ତୁରନ୍ତ କରାଯାଇ ନଥିଲେ ଆଖିରେ ସଂକ୍ରମଣ ଯୋଗୁଁ ଶିଶୁଟି ତା’ର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇବାର ସମ୍ଭାବନା ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଓ ସମ୍ମମ୍‌କୁ ମିଳିଲା ସକାରାତ୍ମକତା ରତ୍ନ ଓ ସକାରାତ୍ମକତା ନେତୃତ୍ୱ ପୁରସ୍କାର

ଭୁବନେଶ୍ୱର: ସମାଜରେ ସକାରାତ୍ମକତା ସୃଷ୍ଟି ଓ ଦେଶ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଚଳିତ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସକାରାତ୍ମକତା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଭୂମିକା ନେଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସକାରାତ୍ମକତା ନେତୃତ୍ୱ ପୁରସ୍କାର ପ୍ରଦାନ କରାଯାଇଛି।

ସୋସାଇଟି ଫର୍ ଇନିସିଏଟିଭ୍‌ସ ଦ୍ୱାରା ଦେଶରେ ସକାରାତ୍ମକତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ନିମନ୍ତେ ଏହାର ଦ୍ୱିତୀୟ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ସିଭିଲ୍ ସର୍ଭିସେସ୍ ଅଫିସର୍ସ ଇନ୍‌ଷ୍ଟିଚ୍ୟୁଟ୍ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ଓ ସମ୍ମମ୍‌କୁ ଏହି ପୁରସ୍କାର ପ୍ରଦାନ କରିବା ସହ ସମ୍ମାନିତ କରିଛନ୍ତି। ସୋଆ ଓ ସମ୍ ଅଲ୍ଟିମେଟ୍ ପକ୍ଷରୁ ପୁରସ୍କାର ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ପ୍ରୀତମ୍ ନାୟକ ଉଭୟ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ଉଦ୍‌ଘାଟନୀ ଭାଷଣରେ ସକାରାତ୍ମକତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଏକ ଅଧା ପାଣି ଭରା ଗ୍ଲାସର ଉଦାହରଣ ଦେଇ କହିଥିଲେ ଯେ ଯଦି ଆମେ ଏହାକୁ ଅଧା ଖାଲି ଭାବେ ଦେଖୁ ତାହା ମନର ନୈରାଶ୍ୟ ଭାବକୁ ବୁଝାଇଥାଏ। ଯଦି ଆମେ ଏହାକୁ ଅଧା ଭରା ଭାବେ ଦେଖୁ ତା’ହେଲେ ଏହା ମନର ସକାରାତ୍ମକତାର ପରିଚୟ ଦେଇଥାଏ। ଜୀବନ ଓ ସମାଜରେ ବଢିବାକୁ ହେଲେ ନୈରାଶ୍ୟବୋଧକୁ ଛାଡି ସକାରାତ୍ମକ ମନୋଭାବ ପୋଷଣ କଲେ ହିଁ ନିଜେ ଆଗକୁ ଉଠିବା ସହ ସମାଜ ଏବଂ ଦେଶ ପ୍ରଗତି ପଥରେ ଅଗ୍ରଗତି ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ କୋବିନ୍ଦ୍ ଦର୍ଶାଇଥିଲେ ଯେ ଘୋର ନୈରାଶ୍ୟଜନକ ପରିସ୍ଥିତି ସମୟରେ ସକାରାତ୍ମକତାର ସାମାନ୍ୟ କିରଣ ଅଶେଷ ଶକ୍ତି ପ୍ରଦାନ କରିଥାଏ। ଏହି ମନୋଭାବକୁ ଆପଣେଇବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ଯେଉଁ ଅନୁଷ୍ଠାନଗୁଡିକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପୂର୍ବତନ ରାଷ୍ଟ୍ରପତି ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ସିଂହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ଓ ସମ୍ ଅଲ୍ଟିମେଟ୍ ସମେତ ସମସ୍ତ ପୁରସ୍କାର ବିଜେତାଙ୍କ ଭୂମିକାଙ୍କୁ ସାଧୁବାଦ ଦେବା ସହ ସମାଜରେ ସକାରାତ୍ମକତା ସୃଷ୍ଟି କରିବା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ତାଙ୍କ ଭାଷଣରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ମାନବ ଅଧିକାର କମିଶନର ଅଧ୍ୟକ୍ଷ ଅରୁଣ କୁମାର ମିଶ୍ର ଓ ଇଣ୍ଡିଆନ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସେନ୍‌ସର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ, ନୀତି ଆୟୋଗର ପୂର୍ବତନ ସିଇଓ ତଥା ଜି -୨୦ର ଶେରପା ଅମିତାଭ କାନ୍ତ, କେନ୍ଦ୍ର କୌଶଳ ବିକାଶ ଓ ଇଲୋକ୍‌ଟ୍ର୍ରୋନିକ୍ସ ଏବଂ ଟେକ୍‌ନୋଲୋଜି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମାନବ ଅଧିକାର କମିଶନର ସଦସ୍ୟ ଦ୍ୟାନେସ୍ୱର ମୁଲେ, ପଜିଟିଭ ଇନିସିଏଟିଭସ୍ ସୋସାଇଟିର ସଭାପତି ଋଷି କୁମାର, ଭାରତ ମଂଚର ସଭାପତି ପ୍ରଶାନ୍ତ ଦ୍ୱିବେଦୀ ଓ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନିସଲ୍‌ (ନାକ୍‌)ର ପରାମର୍ଶଦାତା ଜଗନ୍ନାଥ ପାଟିଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀ ପାଟିଲ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସକାରାତ୍ମକତାକୁ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟମାନେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ। ଏହା ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇବ ଏବଂ ଏଥିରୁ ସେମାନଙ୍କୁ ନିଜର ଭବିଷ୍ୟତ ଗଠନ ପାଇଁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ। ଏହି ସମାରୋହର ଶେଷରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ

ଭୁବନେଶ୍ୱର: ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍।

ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ।

ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ ସିଡିଏଚ୍ ରିପେୟାର ସର୍ଜରୀର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଜନ୍ମ ଗ୍ରହଣ କରିବାର ତିନି ଦିନରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା।

ଏହି କ୍ଷେତ୍ରରେ ଶରୀରର ଛାତି ଓ ପେଟକୁ ଅଲଗା କରି ରଖୁଥିବା ଡିଆଫ୍ରାମ ଠିକ୍ ଭାବରେ ସୃଷ୍ଟି ହୋଇ ନଥିବାରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଏପଟ ସେପଟ ହୋଇ ରହିଥିଲା।

ଏହି ଶିଶୁ କ୍ଷେତ୍ରରେ ଯକୃତର ଏକ ଅଂଶ ଛାତି ଆଡକୁ ଚାଲି ଯାଇଥିବାରୁ ଜଟିଳତା ସୃଷ୍ଟି ହୋଇଥିଲା ବୋଲି ଜୁନିଅର କନ୍ସଲ୍ଟାଣ୍ଟ ଡକ୍ଟର ଅଜୟ ମହାନ୍ତି ଗାହାଣ ପ୍ରକାଶ କରିଥିଲେ।

ସିଡିଏଚ୍ ଭଳି ଜଟିଳ ସମସ୍ୟା ଯାହାକି ୩୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ହୋଇଥାଏ।

ଆଗାମୀ ମାସରେ ଶିଶୁଟିର ଏମ୍‌ଆର୍‌ଆଇ ସ୍କାନ୍ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୁଇ ମାସରେ ଥରେ ଶିଶୁଟିର ସ୍ନାୟୁଗତ ବିକାଶର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର: ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା

ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ବାଳିକାଟି ଫିଓକ୍ରୋମୋସାଇଟୋମା ନାମକ ଏକ ବିରଳ ଟ୍ୟୁମର ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଦିନ ଧରି କଷ୍ଟ ପାଉଥିଲା।

ଶ୍ରୀୟା ଠେମରିଆ ନାମକ ଝିଅର ଶରୀରରେ ଥିବା ଆଡ୍ରେନାଲ ଗ୍ଲାଣ୍ଡରେ ଏହି ବିରଳ ଟ୍ୟୁମରଟି ବୃଦ୍ଧି ପାଇଥିବା ବେଳେ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଏହାକୁ କଢ଼ାଯାଇଛି। ପ୍ରଥମେ ହସ୍ପିଟାଲକୁ ଆସିବା ସମୟରେ ବାଳିକାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାର ଶରୀରରୁ ଅନେକ ମାତ୍ରାରେ ଝାଳ ବୋହୁଥିଲା। ଉଚ୍ଚ ରକ୍ତଚାପ ସହ ହୃଦ ସମସ୍ୟା ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା। ଦୀର୍ଘ ଏକ ବର୍ଷ ଧରି ତାର ମୁଣ୍ଡ ବିନ୍ଧା ହେଉଥିବାର ମଧ୍ୟ ଜଣାପଡ଼ିଥିଲା।

ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଝିଅଟିର ଷ୍ଟେଜ -୨ ରକ୍ତ ଚାପ ସମସ୍ୟା ଥିବା ଜାଣି ତାକୁ ଔଷଧ ପ୍ରଦାନ କରିଥିଲେ। “ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ବାଳିକାଟିର ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଥିଲୁ ଯେ ସେ ଫିଓକ୍ରୋମୋସାଇଟୋମା ସହିତ ହାଇପରଟେନସିଭ ହୃଦରୋଗରେ ପୀଡିତ ଅଛି। ଏଥି ସହିତ ତାର ଆଡ୍ରେନାଲ ଗ୍ଲାଣ୍ଡରେ ୭୦ ଗ୍ରାମର ଟ୍ୟୁମର ମଧ୍ୟ ଥିବାର ଜଣାପଡ଼ିଥିଲା’ ବୋଲି ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି।

ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାରେ ଟ୍ୟୁମରରୁ ନିର୍ଗତ ହର୍ମୋନ ଦ୍ୱାରା ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧା, ଝାଳ ବୋହିବା ସହ ମନରେ ଅତ୍ୟଧିକ ମାତ୍ରାରେ ଭୟ ସୃଷ୍ଟି ହୋଇଥାଏ। ଏହା ଏକ ବିରଳ ଟ୍ୟୁମର ଏବଂ ପ୍ରତି ୫ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହା ଦେଖାଦେଇଥାଏ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୦.୫ ପ୍ରତିଶତ ଶିଶୁଙ୍କ ଠାରେ ଏହା ଦେଖାଯାଏ।

ଫିଓକ୍ରୋମୋସାଇଟୋମା ବିରଳ କିନ୍ତୁ ଉପଯୁକ୍ତ ଭାବରେ ପରୀକ୍ଷଣ ଓ ଚିକିତ୍ସା ନହେଲେ ଏହା ମାରାତ୍ମକ ହୋଇ ରୋଗୀର ମୃତ୍ୟୁ ଘଟାଏ ବୋଲି ଡାକ୍ତର ଦେ କହିଛନ୍ତି।

ଶ୍ରୀୟାର ରକ୍ତଚାପ ଏବଂ ହାର୍ଟ ଫେଲିୟୋରକୁ ଚିକିତ୍ସା ଏବଂ ଔଷଧ ଦ୍ୱାରା ଡାକ୍ତର ଦେ ଏବଂ
ତାଙ୍କର ଶିଶୁରୋଗ ବିଭାଗର ଟିମରେ ସାମିଲ ଥିବା ଡାକ୍ତର ଶୁଭ୍ରଜିତ ପରିଡ଼ା ଓ ଡାକ୍ତର ହିମାଂଶୁ ଶେଖର ସାହୁ ନିୟନ୍ତ୍ରଣ କରିପାରିଥିଲେ।

ବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାପରେ ଶିଶୁରୋଗ ବିଭାଗର କନସଲଟାଂଟ୍ ପେଡିଆଟ୍ରିକ୍‌ ସର୍ଜନ, ଡ଼ାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିଲେ। ଏହି ଅସ୍ତ୍ରୋପଚାରଟି କଷ୍ଟକର ଓ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଟ୍ୟୁମର ଯୋଗୁ ରକ୍ତଚାପ ନିୟନ୍ତ୍ରଣରେ ରହୁ ନଥିଲା ଏବଂ ରୋଗୀର ଜୀବନପ୍ରତି ବିପଦ ଥିଲା ବୋଲି ଡାକ୍ତର ପ୍ରଧାନ କହିଛନ୍ତି।

ଅସ୍ତ୍ରୋପଚାର ପରେ ଶ୍ରୀୟାର ରକ୍ତଚାପ ଏବେ ଠିକ୍ ଭାବେ ନିୟନ୍ତ୍ରିତ ହେଉଛି ଏବଂ ତାର କୌଣସି ସମସ୍ୟା ଦେଖା ଦେଇନାହିଁ ବୋଲି ଡାକ୍ତର ପ୍ରଧାନ କହିଛନ୍ତି। ଡାକ୍ତର ପ୍ରଧାନଙ୍କ ସର୍ଜରୀ ଟିମ୍‌ରେ ଆନେସ୍ଥେସିଷ୍ଟ ଡାକ୍ତର ରଞ୍ଜିତ ପତି, ଡାକ୍ତର ଦିପଙ୍କର ପଢ଼ିହାରୀ, ଡାକ୍ତର ସୋନମ ପଣ୍ଡା ଓ ନର୍ସିଂ ବିଭାଗର ସ୍ନିଗ୍ଧା, ରୀତା, ପୂର୍ଣ୍ଣେନ୍ଦୁ ଓ ଫାର୍ମାସିଷ୍ଟ ପ୍ରକାଶ ସାମିଲ୍ ଥିଲେ।

ଶ୍ରୀୟା ଏବଂ ତାଙ୍କର ପରିବାର ଚିକିତ୍ସାରେ ସନ୍ତୋଷ ପ୍ରକାଶ କରିବା ସହ ସମମ୍‌ର ସୁସ୍ଥ ଏବଂ
ସୁରକ୍ଷିତ ପରିବେଶକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏସ୍‌ସିସିଏମ୍‌ର ୨୮ ତମ ବାର୍ଷିକ ସମ୍ମିଳନୀରେ ଡାକ୍ତର ବାନାମ୍ବର ରାୟ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌)ର ୨୮ତମ ବାର୍ଷିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନ ସହିତ ଜଡ଼ିତ ଥିବା ଦୃଷ୍ଟିରୁ ନିକଟରେ ଅହମ୍ମଦାବାଦ ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି। ଡାକ୍ତର ରାୟ ଏକାଧାରରେ ଆଇଏସ୍‌ସିସିଏମ୍‌ର ପ୍ରତିଷ୍ଠାତା ସଦସ୍ୟ ଓ ଆଜୀବନ ସଦସ୍ୟ ଅଛନ୍ତି।

ସେ ମଧ୍ୟ ସମ୍ ଅଲ୍ଟିମେଟ୍ ମେଡିକେୟାରର ଏକ ମଜଭୁତ ସ୍ତମ୍ଭ ଭାବେ ପରିଗଣିତ। ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍‌ର ନନ୍ ମେଟ୍ରୋ କ୍ୟାଟାଗୋରୀରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାକୁ ଶ୍ରେଷ୍ଠ ଭାବେ ସମ୍ମାନିତ କରାଯାଇଛି।

ଏହି ଶାଖାର ସାଧାରଣ ସମ୍ପାଦକ ତଥା ସମ୍‌ ଅଲ୍ଟିମେଟ୍ ମେଡିକେୟାର୍‌ର କ୍ରିଟିକାଲ୍ କେୟାର ବିଭାଗର କନ୍‌ସଲ୍‌ଟାଂଟ ତଥା ଡେପୁଟି ମେଡିକାଲ୍‌ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। ଉଭୟ ଡାକ୍ତର ରାୟ ଓ ଡାକ୍ତର ମିଶ୍ର ତିନି ବର୍ଷ ହେବ ସମ୍ମମ୍ ସହିତ ଜଡିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଷ୍ଟିକର ଖାଦ୍ୟ ଉପରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସ୍ୱତନ୍ତ୍ର ଫୁଡ୍ ଫେଷ୍ଟ

ଭୁବନେଶ୍ୱର: ଖାଦ୍ୟ ଏବଂ ସୁସ୍ଥ ଜୀବନ ମଣିଷ ପାଇଁ ଖୁବ୍ ଗୁରତ୍ୱପୂର୍ଣ୍ଣ। ତେବେ ବର୍ତ୍ତମାନ ସମୟରେ ରାସ୍ତାକଡରେ ମିଳୁଥିବା ରୁଚିକର ଖାଦ୍ୟ ଅପେକ୍ଷା ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଅଧିକ ଗୁରୁତ୍ୱ ରଖେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍  ଅଲ୍ଟିମେଟ୍ ମେଡିକେୟାରରେ ଏକ ଦିବସୀୟ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ପାରମ୍ପରିକ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇ ଆୟୋଜିତ ହୋଇଥିବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ନାମ ରଖାଯାଇଥିଲା “ଫୁଡ୍‌, ଫିଟ୍‌ନେସ୍ ଆଣ୍ଡ ଫନ୍ ଫେଷ୍ଟିଭାଲ”।

ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରାକୁ ଗୁରୁତ୍ୱ ଦେବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍  ମ୍ୟାନେଜମେଂଟର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ତାଙ୍କୁ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ଡକ୍ଟର (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର, ବିଭିନ୍ନ ବିଭାଗର ମୁଖ୍ୟ, କନ୍‌ସଲ୍‌ଟାଂଟ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍ ରଖାଯାଇଥିଲା ଯେଉଁଥିରେ କି ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ୍ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା. ଦହିବରା ଓ ଚାଟ୍ ଇତ୍ୟାଦି ସାମିଲ୍ ରହିଥିଲା। ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍ ସେକ୍‌, ଲେମ୍ବୁପାଣି, ଫ୍ରେଶ୍ ଫ୍ରୁଟ୍ ଜୁସ୍ ଏବଂ ବଟର୍ ମିଲ୍କ ପ୍ରଭୃତି ସାମିଲ୍ ଥିଲା।

ରୁଚିକର ଏବଂ ପୁଷ୍ଟିକର ଖାଦ୍ୟ ସମ୍ମିଳିତ ଏହି ୧୨ ଘଂଟିଆ ଫୁଡ୍ ଫେଷ୍ଟିଭାଲ୍‌ର ସ୍ୱାଦ ଉଠାଇବା ପାଇଁ ଅନେକ ଖାଦ୍ୟପ୍ରେମୀ ଆସିଥିଲେ। ଏହି କାର୍ଯ୍ୟକ୍ରମକୁ ଫୁଡ୍ ଆଣ୍ଡ ବେଭେରେଜେସ୍ ବିଭାଗର ମୁଖ୍ୟ ସରୋଜ ସାହାଣୀ ଏବଂ ଲିଡ୍‌ କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ।

ସେହିପରି ଜଣେ ସୁସ୍ଥ ମଣିଷ ପାଇଁ କିଭଳି ଜୀବନଶୈଳୀ ଅବଲମ୍ବନ କରାଯିବା ଉଚିତ୍ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଗୁରୁବାର ଦିନ ସମ୍ମମ୍ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପଯୁକ୍ତ ଖାଦ୍ୟ ଗ୍ରହଣ ଏବଂ ଶାରୀରିକ ବ୍ୟାୟାମ ଦ୍ୱାରା ଜଣେ କିଭଳି ନିଜକୁ ସୁସ୍ଥ ରଖିପାରିବ ଏହା ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। “ହାଓ ଫିଟ୍ ଆର୍‌
ୟୁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ୮ଟି ଶାରୀରିକ ଫିଟ୍‌ନେସ୍ ପରୀକ୍ଷା କରାଯାଇଥିଲା।

ସେହିପରି ରୋଗୀ, ସେମାନଙ୍କର ଆଟେଣ୍ଡାଂଟ୍ ଓ ହସ୍ପିଟାଲ୍‌ର କର୍ମଚାରୀମାନଙ୍କର ବିଭିନ୍ନ ଶାରୀରିକ ବ୍ୟାୟାମ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲକିଶୋର ଏବଂ ଲିଡ୍ କ୍ଲିନିକାଲ୍ ନ୍ୟୁଟିସନିଷ୍ଟ ଶ୍ରୀମତି ଜେନା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍‌ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଂଚିତ ହେଉଛନ୍ତି।

ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୁଷ୍ଟିଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ସମ୍ଭବ ହେଉ ନାହିଁ। କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏପ୍ରିଲ୍ ୬ ତାରିଖ ବୁଧବାର ଦିନ ଏକ ଫୁଡ୍‌ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି।

ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ। ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ନିମନ୍ତେ ଏକ ଫୁଡ୍ ଫେଷ୍ଟିଭାଲ୍‌ର ଆୟୋଜନ କରିଛୁ। ବିଶେଷ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।

ଏହି ୧୨ ଘଂଟିଆ ଫୁଡ୍ ଫେଷ୍ଟିଭାଲ୍ ସକାଳ ୯ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସ୍ୱାଦ ସହ ପୋଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଡକ୍ଟର ଦାଶ କହିଛନ୍ତି।

ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍ ରଖାଯାଇଛି ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ୍ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା. ଦହିବରା ଓ ଚାଟ୍‌  ଇତ୍ୟାଦି ମେନୁରେ ସାମିଲ୍ ଅଛି।

ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍ ସେକ୍‌, ଲେମ୍ବୁପାଣି, ଫ୍ରେଶ୍ ଫ୍ରୁଟ୍ ଜୁସ୍ ଏବଂ ବଟର୍ ମିଲ୍କ ପ୍ରଭୃତି ସାମିଲ୍ ଅଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍‌ଟ୍ରାସାଉଣ୍ଡ (ଇୟୁଏସ୍‌) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି।

ଏଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତି ଦେଶର ମାତ୍ର ଅଳ୍ପ କେତେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହ କହିଛନ୍ତି ଯେ ଏହି ଇୟୁଏସ୍ ଦ୍ୱାରା ସିଷ୍ଟୋଗ୍ୟାଷ୍ଟ୍ରୋଷ୍ଟୋମୀ ଅସ୍ତ୍ରୋପଚାର ପଦ୍ଧତି ଅଧିକ ସହଜ ହୋଇପାରିଛି।

ପାରମ୍ପରିକ ଅସ୍ତ୍ରୋପଚାର ପଦ୍ଧତି ଦ୍ୱାରା ଶରୀରର ଯେଉଁ ଅଙ୍ଗଗୁଡିକ ଅନୁଧ୍ୟାନ କରିବା ସହଜ ହେଉ ନଥିଲା ଇୟୁଏସ୍ ଦ୍ୱାରା ତାହା ସହଜରେ ହୋଇପାରୁଛି। ଏହି ପଦ୍ଧତି ଅପେକ୍ଷାକୃତ ଅଧିକ ସୁରକ୍ଷିତ। ଏଥିରେ କମ୍ ରକ୍ତସାବ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ଥାଏ। ପାରମ୍ପରିକ ଅସ୍ତ୍ରୋପଚାର ଅପେକ୍ଷା ଏହି ପଦ୍ଧତିରେ ରୋଗୀ ଅଧିକ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ଡାକ୍ତର ସିଂହ କହିଛନ୍ତି।

ସୁନ୍ଦରଗଡରୁ ଆସିଥିବା ସମ୍ପୃକ୍ତ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ହେବା ସହ ପେଟ ଫୁଲିଯାଇଥିଲା ଓ ବାନ୍ତି ହେଉଥିଲା। ତାଙ୍କ ପେଟରେ ଜମିଥିବା ୨ ହଜାର ମିଲିଲିଟର ତରଳ ପଦାର୍ଥକୁ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତିରେ ବାହାର କରି ମାତ୍ର ୨୪ ଘଂଟା ମଧ୍ୟରେ ୧୫୦ ମିଲିଲିଟରକୁ ହ୍ରାସ କରାଯାଇପାରିଥିଲା ବୋଲି ସମ୍ ଅଲ୍ଟିମେଟର ଭିଜିଟିଙ୍ଗ
କନ୍‌ସଲଟାଂଟ ଡାକ୍ତର ଜିମି ନାରାୟଣ ପ୍ରକାଶ କରିଛନ୍ତି।

ଅସ୍ତ୍ରୋପଚାରର ପରଦିନ ସମ୍ପୃ୍‌କ୍ତ ରୋଗୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
EngExam ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନ: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ

ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ସମ୍ମମ୍‌ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି।

ଜସିମ କରିମ୍ ଫରାନ୍ ଚନାନି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗି ରହିଥିଲା। ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟ୍ୟୁମର ସହିତ ଇନ୍‌ଭେସିଭ୍ ଫଙ୍ଗଲ ଫ୍ରନ୍‌ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ଜସିମ୍‌ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସନ୍ଧାନ କରିବା ପରେ ଇରାକରେ ଏହାର ଚିକିତ୍ସା ଉପଲବ୍ଧ ନୁହେଁ ବୋଲି ବୁଝିପାରିଥିଲେ। ଏହା ପରେ ସେମାନେ ଭାରତରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍‌ ସର୍ଜରୀର ସିନିୟର୍ କନ୍‌ସଲଟାଂଟ ଡାକ୍ତର ରାଧାମାଧବ ସାହୁଙ୍କୁ ଯୋଗାଯୋଗ କରିଥିଲେ।

ସଂଯୋଗବଶତଃ ଏକ ମାସ ତଳେ ଡାକ୍ତର ସାହୁ ୭୭ ବର୍ଷୀୟ ଅନ୍ୟ ଜଣେ ଇରାକୀ ନାଗରିକ ହସୁନ୍ ୱେଦ୍ ଓଗ୍‌ଲା ଅଲ୍‌-ସଦାୱି ଙ୍କର ସଫଳ ଚିକିତ୍ସା କରିଥିଲେ। ଅଲ-ସଦାୱି ମଧ୍ୟ ବିରଳ ସ୍କଲବେସ୍ ରୋଗ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ ରେ ପୀଡ଼ିତ ଥିଲେ।

ଜସିମ୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ସମ୍ମମ୍ ଟିମ୍ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଡାକ୍ତର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ନ୍ୟୁରୋ-ଆନେସ୍‌ଥେଟିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରା ଏବଂ ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପୂଜା ଲଖୋଟିଆ ସାମିଲ ହୋଇ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଉପଯୁକ୍ତ ଭାବେ ଯତ୍ନ ନିଆଯାଇଥିଲା।

ଜସିମ୍‌ଙ୍କ ଶରୀରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ମିନିମାଲ୍ ଇନ୍‌ଭେସିଭ୍‌ ସୁପ୍ରାଅର୍ବିଟାଲ୍ କି ହୋଲ୍ ପ୍ରକ୍ରିୟା ସହିତ ଟ୍ରାନ୍ସନାଜାଲ୍  ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାର ସାହାଯ୍ୟ ନିଆଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରା ମୁହଁ ବିକୃତ ହୋଇନଥାଏ।

ଅନ୍ୟ ପଦ୍ଧତିରେ ଅସ୍ତ୍ରୋପଚାର ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର ସାହୁ କହିଛନ୍ତ। ରୋଗ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ପଟ୍ସ ପଫି ଟ୍ୟୁମର ହେଉଛି ଏଭଳି ଏକ ସଂକ୍ରମଣ ଯାହାକି ପ୍ରାୟତଃ ଯୁବପିଢ଼ୀଙ୍କ ଅପେକ୍ଷା ଶିଶୁ ଏବଂ ନାବାଳକଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ରୋଗୀଙ୍କର

କପାଳର ଚର୍ମ ଲାଲ୍ ପଡ଼ିଯିବା ସହ ଆଖି ଏବଂ ଏହାର ଆଖାପାଖ ଅଂଶ ଫୁଲିଯାଇଥାଏ। ଏହାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ନାକରୁ ସିଙ୍ଘାଣି ବାହାରିବା ସହ ବନ୍ଦ ହୋଇଯାଇଥାଏ ବୋଲି ସେ କହିଛନ୍ତି। ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ନାଜାଲ୍ ଏଣ୍ଡୋସ୍କୋପି, ସିଟି ସ୍କାନ୍ ଏବଂ ଏମ୍‌ଆର୍‌ଆଇ ଦ୍ୱାରା ରୋଗୀର ଅବସ୍ଥା, ଚିକିତ୍ସା ଏବଂ ଅପରେସନ୍ ସମ୍ପର୍କରେ ନିଷ୍ପତି ନିଆଯାଇଥାଏ।

ଏଥି ନିମନ୍ତେ ଆଂଟିବାୟୋଟିକ୍ ଦିଆଯିବା ସହିତ ସାଇନସ୍ ଏବଂ ବଥ ଗୁଡ଼ିକୁ ଅସ୍ତ୍ରୋପଚାର ମାଧ୍ୟମରେ ସଫା କରାଯାଇଥାଏ। ନାକ ବାଟରେ ଏଣ୍ଡୋସ୍କୋପିକ ମାଧ୍ୟମରେ ସାଇନସ୍‌ଗୁଡ଼ିକୁ ସଫା କରାଯାଇଥାଏ। ତେବେ ବାହ୍ୟ ପ୍ରକ୍ରିୟାରେ ମଧ୍ୟ ଏହି ରୋଗର ଚିକିତ୍ସା ନେଇ କେତେକ ପଦ୍ଧତି ଅଛି ବୋଲି ସେ କହିଛନ୍ତି।

ଜସିମ୍ ଯେ କି ସୁସ୍ଥ ହେବାରେ ଲାଗିଛନ୍ତି ସେ ସମ୍ମମ୍‌ର ଚିକିତ୍ସାର ଗୁଣବତା ଏବଂ ଉନ୍ନତ ମାନର ସୁବିଧା ସୁଯୋଗକୁ ଅନେକ ପ୍ରଶଂସା କରିଛନ୍ତି, ସେ ହସ୍ପିଟାଲର ଟିମ ଓ ଅସ୍ତ୍ରୋପଚାରରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଯେଉଁଭଳି ଚିକିତ୍ସା ଓ ସ୍ନେହ ମିଳିଲା ତାହା ସେ ଆଶା କରି ନଥିଲେ ବୋଲି କହିଛନ୍ତି। ହସ୍ପିଟାଲ ମୋତେ ମୋ ନିଜ ଘରର ଅନୁଭବ ଦେଲା।

ପ୍ରତ୍ୟେକ କର୍ମକର୍ତା ଏପରିକି ହାଉସକିପିଂ କର୍ମଚାରୀ ମୋ ଚିକିତ୍ସାରେ ମୋତେ ସହଯୋଗ କରିଛନ୍ତି ସେମାନେ ମୋ ନିଜ ପରିବାରର ସଦସ୍ୟ ଭଳି ମନେହେଲା । ମୋତେ ଏଠାରେ ରୋଗୀ ନୁହେଁ କିମ୍ବା କୌଣସି ଚିକିତ୍ସା ଗ୍ରାହକ ନୁହେଁ ବରଂ ଗୋଟିଏ ମଣିଷ ଭଳି ଅନୁଭୂତି ମିଳିଲା ବୋଲି ସେ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବରୁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ଚିକିତ୍ସା ଦୃଶ୍ୟପଟ ବଦଳୁଛି।

ସମ୍ମମ୍ ରେ ବିଦେଶରୁ ଆସୁଥିବା ସମସ୍ତ ରୋଗୀମାନଙ୍କ ପାଇଁ ଉତମ ମାନର ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରାଯାଉଛି ଏବଂ ଏ ନେଇ ରୋଗୀ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ନିୟମ ମଧ୍ୟ ପାଳନ କରାଯାଉଛି।

ବିଦେଶରୁ ରୋଗୀମାନେ ସମ୍ ଅଲ୍ଟିମେଟ ମେଡିକେୟାରକୁ ଚିକିତ୍ସା ପାଇଁ ଆସିବା ଯୋଗୁଁ ଓଡ଼ିଶାର ଚିକିତ୍ସା ପର୍ଯ୍ୟଟନର ଚିତ୍ର ବଦଳୁଛି ଏବଂ ବର୍ତ୍ତମାନ ଉତ୍ତମ ମାନର ଚିକିତ୍ସା ନିମନ୍ତେ ଅନ୍ୟ ରାଜ୍ୟ ଏବଂ ବିଦେଶରୁ ରୋଗୀମାନେ ଓଡ଼ିଶାରେ ଉପଲବ୍ଧ ଚିକିତ୍ସା ଉପରେ ନିର୍ଭର କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହୃଦ୍ ସମସ୍ୟା ଥିବା ୫ ମାସ ଶିଶୁର ସଫଳ ଅସ୍ତ୍ରୋପଚାର କଲେ ସମ୍ ହସ୍ପିଟାଲ୍‌ର ଡାକ୍ତର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି।

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ।

ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍‌ଫୁସ୍‌ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ। ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍‌ଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍‌ଫୁସ୍‌କୁ ଯାଇଥାଏ। ଏହା ଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ।

ଠିକ୍ ସମୟରେ ଚିକିତ୍ସା ନ କଲେ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ଉପାୟ ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନ୍‌ଭେନ୍ସନ କରାଯିବା ନେଇ ନିଷ୍ପତି ନିଆଯାଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ବେହେରା କହିଛନ୍ତି ଯେ, ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ରିୟା ତାଙ୍କ ନେତୃତ୍ୱରେ କରାଯାଇଥିଲା। କାର୍ଡିଆକ୍ ଟିମ୍‌ ସମେତ କାର୍ଡିଆକ୍ ଆନେସ୍‌ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍‌ସଲଟାଂଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ। ଶିଶୁଟି ଏହି ପ୍ରକ୍ରିୟା ହେବାର ଦୁଇ ଦିନ ପରେ ଡିସ୍‌ଚାର୍ଜ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ଡାକ୍ତର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକ ବର୍ଷ ପୂରିଲା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉଚ୍ଚ କ୍ଷମତା ସମ୍ପନ୍ନ ପେଟ-ସିଟି ସ୍କାନ ସେବା

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି। ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି ସ୍କାନ୍ କରି ଖ୍ୟାତି ଅର୍ଜନ କରିଛି ଏହି ବିଭାଗ।

ଗତ ବର୍ଷ ଜୁଲାଇରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ମମ୍‌ରେ ପ୍ରଭାବଶାଳୀ କ୍ୟାନ୍ସର ସ୍କ୍ରିନିଂ, ପରୀକ୍ଷଣ ଏବଂ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ବାୟୋଗ୍ରାଫ୍ ହୋରାଇଜନ୍ ଅଲ୍‌ଟ୍ରା ଏଚ୍‌ଡି ପେଟ-ସିଟି ସ୍କାନ୍ ଆରମ୍ଭ କରାଯାଇଥିଲା । ଏହି ଅତ୍ୟାଧୁନିକ ପେଟ୍‌-ସିଟି ସ୍କାନ ସେବା ଆରମ୍ଭ କରାଯିବା ପରେ ଲୋକମାନଙ୍କୁ ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ଦ୍ୱାରା ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ସକ୍ଷମ ହୋଇପାରିଛି ସମ୍ମମ୍।

ସମ୍ମମ୍‌ର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ହେଉଛି ଅଙ୍କୋ ସାଇନ୍‌ସେସ୍‌ର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକ୍ ଯେଉଁଠାରେ ମେଡିକାଲ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି ଏବଂ ନ୍ୟୁକ୍ଲିୟର୍ ମେଡିସିନ୍ ଗୋଟିଏ ଛାତ ତଳେ ଉପଲବ୍ଧ ହୋଇପାରୁଛି। ପେଟ୍‌-ସିଟି ସ୍କାନ୍‌, ଥ୍ରୀ ଟେଲ୍‌ସା ଏମ୍‌ଆର୍‌ଆଇ, ଏଚ୍‌ଡିଆର୍ ବ୍ରାକି ଥେରାପି, ଡୁଆଲ୍ ହେଡ ଗାମା କ୍ୟାମେରା ଭଳି ଅତ୍ୟାଧୁନିକ ଡାକ୍ତରୀ ସରଞ୍ଜାମ ଓ ଯନ୍ତ୍ରପାତି ସହିତ ଆନ୍ତର୍ଜାତୀକ ସ୍ତରର ଚିକିତ୍ସା ପଦ୍ଧତି ଦ୍ୱାରା ସମ୍ମମ୍‌ରେ ଉନ୍ନତମାନର କ୍ୟାନ୍ସର ରୋଗର ଚିକିତ୍ସା କରାଯାଉଛି।

ହସ୍ପିଟାଲ୍‌ର ଶୁଭାରମ୍ଭ ଠାରୁ ଅଙ୍କୋସାଇନ୍‌ସେସ୍‌ର ହୋପ୍ ସ୍ପ୍ରିଙ୍ଗସ୍ ବ୍ଲକରେ ଖୁବ୍ କମ୍ ମୂଲ୍ୟର ଏବଂ ଉନ୍ନତମାନର ଚିକିତ୍ସା ଆଶା କରୁଥିବା କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ଏକ ଆଶାର କିରଣ ଭଳି ଆଣି ଦେଇଛି।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡଃ ଶ୍ୱେତପଦ୍ମା ଦାସ ଏକ ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କର ଭଲ ପାଇବା ଏବଂ ସାହାଯ୍ୟ ଓ ସହଯୋଗକୁ ଧନ୍ୟବାଦ ଜଣାଇବା ସହ ଏହାହିଁ ସେମାନଙ୍କୁ ଆଗକୁ ଯିବାରେ ପ୍ରେରଣା ଦେଉଛି ବୋଲି କହିଛନ୍ତି। କୋଭିଡ୍‌ ମହାମାରୀର ପ୍ରଥମ ଲହରୀ ଏବଂ ଦ୍ୱିତୀୟ ଲହରୀ ସମୟରେ ଲୋକମାନଙ୍କଠାରୁ ମିଳିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଡଃ ଦାସ।

ଯେତେବେଳେ ସାରା ସମାଜ ଆମକୁ ହୃଦୟରେ ସ୍ଥାନ ଦିଏ ଓ ବିଶ୍ୱାସ କରେ ଏହା ଖୁବ୍ ବଡ଼ କଥା। ତେବେ ଆମ ଡାକ୍ତରମାନଙ୍କର ନିରନ୍ତର ପ୍ରଚେଷ୍ଟା ନ ଥିଲେ ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି ସେ କହିଛନ୍ତି। ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ଡଃ (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର କହିଛନ୍ତି ଯେ ଉନ୍ନତମାନର ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ର ପ୍ରତିଷ୍ଠାକୁ ଆଗକୁ ବଢ଼ାଇବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରହିବ।

ରାଜ୍ୟରେ ନ୍ୟୁକ୍ଲିୟର୍ ମେଡିସିନ୍ ବ୍ୟବହାର କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ବେଶ ପ୍ରତିଷ୍ଠିତ ତଥା ସମ୍ମମ୍ ନ୍ୟୁକ୍ଲିୟର୍ ମେଡିସିନ୍‌ ବିଭାଗର କନସଲ୍‌ଟାଂଟ ଡଃ ସୁଦତା ରାୟ କହିଛନ୍ତି ଯେ ଲୋକମାନେ ସେମାନଙ୍କୁ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଦେବା ସହ ତାଙ୍କ ଟିମ୍‌ ସଦସ୍ୟଙ୍କର ଉତ୍ସର୍ଗୀକୃତ ମନୋଭାବ, କାର୍ଯ୍ୟଧାରା ଓ ଧୈର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ହସ୍ପିଟାଲ୍‌ର ପୋଷିଟ୍ରନ୍ ଏମିସନ୍ ଟୋମୋଗ୍ରାଫି- କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (ପେଟ୍‌-ସିଟି) ସ୍କାନ୍ ହେଉଛି ରାଜ୍ୟର ପ୍ରଥମ ଯେଉଁଥିରେ କି ପ୍ରିମିୟମ୍ ଏଲ୍‌ଏସ୍‌ଓ ଡିଟେକ୍ଟର୍ସ, ଆଡଭାନ୍ସଡ ଟାଇମ୍ -ଅଫ୍ -ଫ୍ଲାଇଟ୍ ଟେକ୍ନୋଲୋଜି, ସ୍କାନ୍ ନିମନ୍ତେ ଦ୍ରୁତଗତି ସମ୍ପନ୍ନ ଇଲେକ୍ଟ୍ରୋନିକ୍ସ ଏବଂ ଉତ୍ତମମାନର ଚିତ୍ର ଉତୋଳନ କରିବା ସମ୍ଭବ ହୋଇପାରେ।

ଏହି ଯନ୍ତ୍ରଟି ଆଗୁଆ କ୍ୟାନ୍ସରକୁ ଚିହ୍ନଟ କରିବା, ଶରୀରରେ ବ୍ୟାପିଥିବା କ୍ୟାନ୍ସର ବା ଟ୍ୟୁମରକୁ ଜାଣିପାରିବା, କ୍ୟାନ୍ସର ଚିକିତ୍ସା, ଏପିଲେପ୍ସି ଏବଂ ଅନ୍ୟାନ୍ୟ ମସ୍ତିଷ୍କ ଜନିତ ରୋଗର ଚିକିତ୍ସା କରିବାରେ ଏକ ବରଦାନ ସଦୃଶ। ହୃଦଯନ୍ତ୍ରରେ ରକ୍ତର ସଂଚାଳନ କମି ଗଲେ ମଧ୍ୟ ଏହି ପେଟ୍‌-ସିଟି ସ୍କାନ୍ ସେହି ସବୁ ସ୍ଥାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ଯେଉଁ କ୍ଷେତ୍ରରେ ଆନ୍‌ଜିଓପ୍ଲାଷ୍ଟି ଅଥବା ବାଇପାସ୍ ସର୍ଜରୀ ଆବଶ୍ୟକ ସେ ନେଇ ମଧ୍ୟ କାର୍ଡିଓଥୋରାସିକ୍ ସର୍ଜନମାନଙ୍କୁ ନିଷ୍ପତି ନେବାରେ ସହାୟକ ହୋଇଥାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ମହାମାରୀରେ ଉତ୍କୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର: କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ କାର୍ନିଭାଲ୍‌ର ଏହି ମେଗା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସଫ୍‌ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓଡ଼ିଶା କାର୍ଯ୍ୟାଳୟ ଏବଂ ନ୍ୟାସ୍‌ନାଲ୍ ଇନ୍‌ଫର୍ମାଟିକ୍ସ ସେଂଟର୍‌ (ଏନ୍‌ଆଇସି) ର ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ କୋଭିଡ୍ ମହାମାରୀ ସମୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଉତମ କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ସ୍ୱାସ୍ଥ୍ୟସେବାକୁ ନେଇ ସେବା କାଟେଗୋରୀରେ ସମ୍ମାନ ପାଇବା କ୍ଷେତ୍ରରେ ଓଡ଼ିଶାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ହେଉଛି ଏକମାତ୍ର ହସ୍ପିଟାଲ୍।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ସମୟରେ ରୋଗୀଙ୍କୁ ନିଜର କରିନିଅନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ଟିମ୍

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ, ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି।

ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର। ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି।

ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ପ୍ରଦୀପ କୁମାର ମାଧୁପ୍। ରେଳ ବିଭାଗ ଅଧିନସ୍ଥ ରାଇଟ୍‌ସ ର ଏହି ବରିଷ୍ଠ ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍‌ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ। କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ। ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍‌ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।

ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ପଲ୍‌ମୁନାରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ୍ ଓ କ୍ରିଟିକାଲ କେୟାର ୟୁନିଟ୍‌ର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ
ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟ୍‌ରୁ ଡିସ୍‌ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି।

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ଶ୍ରୀ ମଧୁପ୍ ଭାବବିହ୍ୱଳ ହୋଇପଡିଥିଲେ। ସେ କହିଛନ୍ତି ମୁଁ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଆସିବା ବେଳେ ମୋ ପାଖରେ କେହି ନଥିଲେ। ମୋ ପରିବାର ମୋ ଠାରୁ ବହୁ ଦୂରରେ ଥିଲେ। କିନ୍ତୁ ଦୁଇଟି ହସ୍ପିଟାଲ୍‌ର, ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି।

ସେହିପରି ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ଶ୍ରୀ କୁମାର ଆନନ୍ଦ ମଧ୍ୟ ଏ ନେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହ ବିଶେଷ ଭାବେ ସମ୍ କୋଭିଡ ହସ୍ପିଟାଲ୍‌ର ହେଲ୍‌ପ୍ ଡେସ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଗତ ଏପ୍ରିଲ୍ ୨୭ ତାରିଖରେ ପ୍ରିୟମ୍ବଦା ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍‌ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ। ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍‌ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ।

ସୁଦୂର ଅଷ୍ଟ୍ରେଲିଆରେ ଥିବା ପୁଅ ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍‌ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକ ବର୍ଷରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର ଏକ ନମ୍ବର: ‌ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର। ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍‌ର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଟାଇମ୍ସ ଗ୍ରୁପ୍‌ ଦ୍ୱାରା ଆୟୋଜିତ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍‌, ନେକ୍ସ୍‌ଟ ଜେନେରେସନ୍ ମଲ୍ଟି ସ୍ପେଶାଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)କୁ ମିଳିଛି ଏହି ସମ୍ମାନ।

ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜିଂ କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ମମ୍। ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅଙ୍କୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅବ୍‌ଷ୍ଟ୍ରେଟିକ୍ସ, ୟୁରୋଲୋଜି, ଏର୍ମଜେନ୍ସି ଆଣ୍ଡ ଟ୍ରମା ଏବଂ ପେଡିଆଟ୍ରିକ୍‌ସ ଭଳି ବିଭାଗଗୁଡ଼ିକ ଏମର୍ଜିଂ କାଟେଗୋରୀରେ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ ଦ୍ୱାରା ଏକ ନମ୍ବରର ମାନ୍ୟତା ପାଇ ସମ୍ମାନିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ ପକ୍ଷରୁ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ ଡଃ ଶ୍ୱେତପଦ୍ମା ଦାଶ ଏବଂ ଚିଫ୍ ଅଫ୍‌ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡାକ୍ତର ବିରାଜ ମୋହନ ମିଶ୍ର ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ। ନିକଟରେ ସମ୍ ଅଲ୍ଟିମେଟ୍ ମେଡିକେୟାର ନ୍ୟାସ୍‌ନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ

କେୟାର ପ୍ରୋଭାଇଡର୍ସ (ଏନ୍‌.ଏ.ବି.ଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି।

ଏନ୍‌.ଏ.ବି.ଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ବର୍ଷକ ମଧ୍ୟରେ ଏହି ହସ୍ପିଟାଲ୍ ୫ଟି ଉଚ୍ଚମାନର ସ୍ୱୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍‌ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ମମ୍ ପକ୍ଷରୁ ୮ ଜଣ ବରିଷ୍ଠ ନାଗରିକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଶନିବାର ହସ୍ପିଟାଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡଃ ବିରାଜ ମୋହନ ମିଶ୍ର ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ସମେତ ବରିଷ୍ଠ ନାଗରିକ ବିଜୟ କୁମାର ଦାସ, ଚଟ କିଶୋର ଭୋଳ, ସୁରେନ୍ଦ୍ର କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର ଏବଂ ମଦନ କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବ୍ରିଗେଡିଅର୍ ମିଶ୍ର ସମ୍ ଅଲ୍ଟିମେଟର ଏକ ବର୍ଷର ଯାତ୍ରା ଓ ରୋଗୀ ସେବା କ୍ଷେତ୍ରରେ ହସ୍ପିଟାଲ୍‌ର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। କୋଭିଡ ମହାମାରୀର କରାଳଛାୟା ସତ୍ୱେ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଘାତ ସୃ୍‌ଷ୍ଟି ହୋଇ ନଥିଲା ବୋଲି କହିବା ସହ ସମ୍ମମ୍‌ରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ସେହିପରି ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ନେଇ ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟମାନେ ଆଲୋକପାତ କରିଥିଲେ। ସବୁ ବର୍ଗର ବ୍ୟକ୍ତିଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ସ୍ୱତନ୍ତ୍ର ୟୁନିଟ୍‌ ଆରମ୍ଭ କରାଯାଇଛି।

ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶଙ୍କର ପ୍ରଚେଷ୍ଟା ଓ ନେତୃତ୍ୱ ବଳରେ ମାତ୍ର ଏକ ବର୍ଷର ଯାତ୍ରା ମଧ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରକ୍ରିୟା ଜାରୀ ରଖିବା ନେଇ ଡଃ ଦାଶ ବେଶ ଆଶାବାଦୀ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏନ୍‌ଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍ ଅଲ୍‌ଟିମେଟ୍ ମେଡିକେୟାର

ଭୁବନେଶ୍ୱର: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସ୍‌ନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍‌ଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)। ଏନ୍‌ଏବିଏଚ୍ ହେଉଛି କ୍ୱାଲିଟି କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ।

ଏନ୍‌ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ଏହାର ସଦ୍ୟତମ ସଂସ୍କରଣ ଗତ ଏପ୍ରିଲ୍ ୨୦୨୦ରେ ପ୍ରକାଶ ପାଇଥିଲା। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶ।

କ୍ୟୁସିଆଇ ଓ ଏନ୍‌ଏବିଏଚ୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଏବିଏଚ୍ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି। କୋଭିଡ କଟକଣା ଏବଂ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟରେ ଏନ୍‌ଏବିଏଚ୍‌ର ଏହି ମାପଦଣ୍ଡକୁ ପୂରଣ କରିବା ସମ୍
ପାଇଁ ଏକ ବଡ ଆହ୍ୱାନ ଥିଲା।

ତେବେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହା କରି ଦେଖାଇପାରିଛୁ ବୋଲି ଡଃ ଦାଶ କହିଛନ୍ତି। ହସ୍ପିଟାଲ୍‌ର କନ୍‌ସଲ୍‌ଟାଂଟ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋଭାବ ତଥା ହସ୍ପିଟାଲ୍ ଆରମ୍ଭ ହେବା ଦିନଠାରୁ ଉନ୍ନତମାନର ବ୍ୟବସ୍ଥା ପ୍ରଦାନ ଏବଂ ନିୟମ ପାଳନ କରାଯାଉଥିବାରୁ ସୀମିତ ସମୟ ସୀମା ମଧ୍ୟରେ ଏହା ସମ୍ଭବ ହୋଇପାରିଲା।

ଏହି ସମ୍ମାନଜନକ ଏନ୍‌ଏବିଏଚ ସ୍ୱୀକୃତି ପ୍ରଦାନ ଦ୍ୱାରା ସମ୍ମମ୍ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍ ମଧ୍ୟରେ ନିଜକୁ ସାମିଲ କରିପାରିଛି। ଉତ୍ତମ ଓ ସୁରକ୍ଷିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର ବୋଲି ଡଃ ଦାଶ କହିଛନ୍ତି। ଏହି ସାର୍ଟିଫିକେଟ୍ ଆମ ଯାତ୍ରାର ଏକ ମାଇଲ୍‌ଖୁଂଟ ଭାବେ ଉଭା ହୋଇଛି ଏବଂ ଆମ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଆମେ ଯେ ଉପଯୁକ୍ତ କାର୍ଯ୍ୟ କରୁଛୁ ତାହା ପ୍ରମାଣିତ ହୋଇଛି।

ଲୋକମାନଙ୍କ ଦ୍ୱାରା ହିଁ ବ୍ରାଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଆମେ ସେହି ଲୋକମାନଙ୍କୁ ନେଇ ଗର୍ବିତ ଯେଉଁମାନଙ୍କ ଦ୍ୱାରା ସମ୍ ଗଢ଼ିଉଠିଛି ବୋଲି ସେ କହିଛନ୍ତି। ସମ୍ ଅଲ୍ଟିମେଟ ମେଡିକେୟାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅନ୍ୟ ଏକ ଉଦ୍ୟମ। ଏହା ଉନ୍ନତମାନର ରୋଗୀସେବା ସହ କ୍ଲିନିକାଲ୍ ଶିକ୍ଷା ଦାନ ଓ ଗବେଷଣାର ସୁଯୋଗ ସୃଷ୍ଟି କରିପାରିଛି। ସୋଆ ଓଡ଼ିଶାର ଶ୍ରେଷ୍ଠ ଡିମ୍‌ଡ ଟୁ ବି ୟୁନିଭର୍ସିଟି ଭାବେ ମଧ୍ୟ ପରିଗଣିତ ଅଟେ।