Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା
ଆଜିର ଖବର

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା
ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଡାକ୍ତରଖାନାରେ ସଂକ୍ରମଣ ନିୟନ୍ତ୍ରଣର ଆଧୁନିକ ରଣନୀତି ସମ୍ପର୍କରେ ଏକ କର୍ମଶାଳା ଗତ ସୋମବାର ଆୟୋଜିତ ହୋଇଯାଇଛି। ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ହସ୍ପିଟାଲ ଆଡମିନିଷ୍ଟ୍ରେସନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାର ଶୀର୍ଷକ ରହିଥିଲା ‘ବ୍ରେକିଂ ଦ ଚେନ୍‌: ମଡର୍ଣ୍ଣ ଇନଫେକ୍‌ସନ କଂଟ୍ରୋଲ୍ ଷ୍ଟ୍ରାଟେଜିଜ୍ ଫର୍ ସେଫର୍ ହସ୍ପିଟାଲ୍ସ’।

ସଂକ୍ରମଣର ପ୍ରତ୍ୟେକ ସ୍ତରକୁ ଚିହ୍ନଟ କରି ତାହାକୁ ରୋକିବା ସହ ହସ୍ପିଟାଲଗୁଡ଼ିକ କିପରି ବ୍ୟବସ୍ଥିତ ଭାବେ ସଂକ୍ରମଣକୁ ରୋକିପାରିବେ ସେ ନେଇ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। ସଂକ୍ରମଣ ନିୟନ୍ତ୍ରଣ କେବଳ ମାଇକ୍ରୋବାୟୋଲୋଜିଷ୍ଟଙ୍କ ଦାୟିତ୍ୱ ନୁହେଁ, ବରଂ ହସ୍ପିଟାଲ ପ୍ରଶାସନ, ଡାକ୍ତର, ନର୍ସ, ସହାୟକ କର୍ମଚାରୀ ଏବଂ ରୋଗୀ ସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ସମାନ ଦାୟିତ୍ୱ ବୋଲି କର୍ମଶାଳାରେ ମତ ରଖାଯାଇଥିଲା।

କର୍ମଶାଳାର ବୈଷୟିକ ଅଧିବେଶନରେ ବିଶିଷ୍ଟ ସଂକ୍ରମଣ ନିୟନ୍ତ୍ରଣ ବିଶେଷଜ୍ଞ, ସମ୍ ଅଲ୍ଟିମେଟ୍ ମେଡିକେୟାରର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ତଥା ହସ୍ପିଟାଲ ଇନଫେକ୍ସନ କଂଟ୍ରୋଲର ଅଫିସର ଡକ୍ଟର ପୁରବୀ ବରାଳ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଇନଫେକ୍ସନ ପ୍ରିଭେନସନ୍ ଆଣ୍ଡ କଂଟ୍ରୋଲର ଅଫିସର, ବାୟୋ-ସେଫ୍‌ଟି ଅଫିସର ତଥା ମାଇକ୍ରୋବାୟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରଜ୍ଞା ପି. ଜେନା ଆଧୁନିକ ସଂକ୍ରମଣ ନିୟନ୍ତ୍ରଣ ପଦ୍ଧତି ଓ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବାର ବିଭିନ୍ନ ରଣନୀତି ସଂପର୍କରେ ଅଭିଜ୍ଞତା ବାଂଟିଥିଲେ।

ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଆୟସ କାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏମ୍‌ଏଚ୍‌ଏ ପ୍ରୋଗ୍ରାମ୍ ତଥା କର୍ମଶାଳା ସଂଯୋଜକ ଡକ୍ଟର ପ୍ରୀତି ୱାଇ. ଷଡ଼ଙ୍ଗୀ କର୍ମଶାଳାର ବିଷୟବସ୍ତୁ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ।

ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ମାଇକ୍ରୋବାୟୋଲୋଜି, ସଂକ୍ରମଣ ନିୟନ୍ତ୍ରଣ ଏବଂ ହସ୍ପିଟାଲ ପରିଚାଳନା ମଧ୍ୟରେ ସମନ୍ୱୟ ରହିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

କର୍ମଶାଳାରେ ସ୍ୱଚ୍ଛତା, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ପୃଥକୀକରଣ, ପରିବେଶ ସଫେଇ, ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ହସ୍ପିଟାଲରେ ସୃଷ୍ଟ ସଂକ୍ରମଣ, ସଂକ୍ରମଣ ନିରୀକ୍ଷଣ ଏବଂ ଆଂଟିମାଇକ୍ରୋବାୟାଲ୍ ପ୍ରତିରୋଧ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ସୁରକ୍ଷିତ ହସ୍ପିଟାଲ ପରିବେଶ ସୃଷ୍ଟି ପାଇଁ ବହୁମୁଖୀ ଓ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।

ଶିକ୍ଷା ଓ ଅନୁସନ୍ଧାନ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ ଅଲ୍ଟିମେଟ୍ ମେଡିକେୟାର ସୋଆ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026
Latest News

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ସେୟାର ବଜାରରେ କମ୍ପନ: ୮୧୩ ପଏଣ୍ଟ ଖସିଲା ସେନ୍‌ସେକ୍ସ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.