Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ
ଆଜିର ଖବର

ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ

June 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍‌ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍‌ଏସ୍‌) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍‌ଘାଟନ ହୋଇଯାଇଛି।

ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ଏବଂ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏହି ଶିକ୍ଷାଭିତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଛନ୍ତି। ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ଉପରେ ତାଲିମ ଦିଆଯାଉଛି। କୌଣସି ରୋଗୀର ହଠାତ୍ ହୃଦଘାତ ହେଲେ କିପରି ଜୀବନ ବଂଚାଇ ହେବ ସେ ନେଇ ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡା. ଶ୍ୱେତପଦ୍ମା ଦାଶ ଯୋଗ ଦେଇ କହିଛନ୍ତି ଏହି ପାଠ୍ୟକ୍ରମ ବୃତିଗତ ଅଭିବୃଦ୍ଧିରେ ସହାୟକ ହେବ।

ସ୍ୱାସ୍ଥ୍ୟସେବା ଶିଳ୍ପରେ କ୍ୟାରିୟରରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ସାର୍ଟିଫିକେଟ୍ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପାଠ୍ୟକ୍ରମର ଆବଶ୍ୟକତା ରହିଛି। ଏହା କେବଳ ବୃତିରେ ନୁହେଁ ବରଂ ଅନ୍ୟର ଜୀବନ ବଂଚାଇବାରେ ପ୍ରତିବଦ୍ଧତାର ପ୍ରମାଣ ଦେବ।

କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ କହିଥିଲେ ଏହି ପାଠ୍ୟକ୍ରମ ଦେଶର କାର୍ଡିଓପଲମୋନାରୀ ରେସୁସିଟେସନ୍‌(ସିପିଆର୍‌) ଅଭ୍ୟାସରେ ଉନ୍ନତି ଆଣିବାରେ ସହାୟକ ହେବ।

ଏଥି ସହ ଆନ୍ତର୍ଜାତୀୟ ମାନକୁ ବଜାୟ ରଖିବାକୁ ଏଥିରେ ଆମେରିକା ଓ ୟୁରୋପରେ ପ୍ରଚଳିତ ସିପିଆର୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ ଅଭ୍ୟାସ କରାଯାଉଛି। ତେଣୁ ଭାରତରେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମରେ କ୍ରିଟିକାଲ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଆନନ୍ଦ ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଶିକ୍ଷା ସମାଜରେ ଅନେକ ଜୀବନ ବଂଚାଇବାରେ ସହାୟକ ହେବ। ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କହିଥିଲେ ରାଜ୍ୟରେ ଏଭଳି ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମ୍ ଅଲ୍ଟିମେଟ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

କୋଲକାତା ଆମେରିକାନ୍ ହାର୍ଟ ଆସୋସିଏସନ୍‌ର ପ୍ରତିନିଧିତ୍ୱ କରୁଥିବା କୋଲକାତା ପିଅରଲେସ୍ ହସ୍ପିଟାଲ୍‌ର ଫ୍ୟାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିପିଆର୍ ଅଭ୍ୟାସ ସଂପର୍କିତ ପ୍ରଶିକ୍ଷଣ ଦେଇଥିଲେ।

ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.