Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍‌ ଫେଷ୍ଟିଭାଲ୍‌
ଆଜିର ଖବର

ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍‌ ଫେଷ୍ଟିଭାଲ୍‌

April 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଂଚିତ ହେଉଛନ୍ତି।

ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୁଷ୍ଟିଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ସମ୍ଭବ ହେଉ ନାହିଁ। କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏପ୍ରିଲ୍ ୬ ତାରିଖ ବୁଧବାର ଦିନ ଏକ ଫୁଡ୍‌ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି।

ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ। ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ନିମନ୍ତେ ଏକ ଫୁଡ୍ ଫେଷ୍ଟିଭାଲ୍‌ର ଆୟୋଜନ କରିଛୁ। ବିଶେଷ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।

ଏହି ୧୨ ଘଂଟିଆ ଫୁଡ୍ ଫେଷ୍ଟିଭାଲ୍ ସକାଳ ୯ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସ୍ୱାଦ ସହ ପୋଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଡକ୍ଟର ଦାଶ କହିଛନ୍ତି।

ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍ ରଖାଯାଇଛି ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ୍ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା. ଦହିବରା ଓ ଚାଟ୍‌  ଇତ୍ୟାଦି ମେନୁରେ ସାମିଲ୍ ଅଛି।

ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍ ସେକ୍‌, ଲେମ୍ବୁପାଣି, ଫ୍ରେଶ୍ ଫ୍ରୁଟ୍ ଜୁସ୍ ଏବଂ ବଟର୍ ମିଲ୍କ ପ୍ରଭୃତି ସାମିଲ୍ ଅଛି।

ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.