Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆରିଥ୍‌ମିଆ ଚିକିତ୍ସାର ସୁବିଧା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର: ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍‌ରେ ଆରମ୍ଭ ହୋଇଛି।

ଆରିଥ୍‌ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦ୍‌ସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ।

ଏହିଭଳି ସମସ୍ୟାର ଉତ୍ପତ୍ତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍‌ଟ୍ରିକ୍ଲସ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ହୃଦ୍‌ସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ। ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‌କୁ ନିୟନ୍ତ୍ରଣ କରାଯାଇଥାଏ। ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର ଆବ୍‌ଲେସନ୍ ଭଳି କେତେକ ଇନ୍‌ଭେସିଭ୍ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇଥାଏ।

ଯଦିଓ ପୂର୍ବରୁ ଅନେକ ରୋଗୀ ଓଡ଼ିଶା ବାହାରର କେତେକ ମେଟ୍ରୋ ସହରକୁ ଏହି ରୋଗର ଚିକିତ୍ସା ପାଇଁ ଯାଉଥିଲେ ତେବେ ବର୍ତ୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଉପଲବ୍ଧ। ସମସ୍ତ ସରଳ/ଜଟିଳ ଚିକିତ୍ସା ଏବଂ ପିଏସ୍‌ଭିଟି, ଭିଟି, ଆଟ୍ରିଆଲ୍‌ ଫିବ୍ରିଲେସନ୍ ଏବଂ ଫ୍ଲଟର ଭଳି ଅପରେସନ୍ ପରବର୍ତି ଆରିଥମିଆ ର ଚିକିତ୍ସା ସମ୍ମମ୍‌ରେ କରାଯାଇଛି।

କଣ୍ଡକ୍ସନ୍ ସିଷ୍ଟମ୍ ଡିଜ୍‌ଅର୍ଡର୍ ଏବଂ ହାର୍ଟ ଫେଲ୍ୟୁଅର୍ ଭଳି କେସ୍‌ରେ ସମସ୍ତ ପ୍ରକାରର କନ୍‌ଭେନ୍‌ସ୍‌ନାଲ୍ ଓ ଅତ୍ୟାଧୁନିକ ଫିଜିଓଲୋଜିକାଲ୍ ପେସ୍‌ମେକର୍ ପ୍ରତ୍ୟାରୋପଣ କରାଯାଇପାରିବ। ସେହିପରି ଔଷଧ ଦ୍ୱାରା କେତେକ ବଂଶାନୁକ୍ରମିକ ହାର୍ଟଫେଲ୍ୟୁଅର୍ କ୍ଷେତ୍ରରେ ଉପକାର ମିଳୁ ନଥିଲେ ସ୍ୱତନ୍ତ ପେସ୍‌ମେକର ଲଗାଯାଇ ଚିକିତ୍ସା କରାଯାଇପାରିବ।

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବର୍ତମାନ ଏକ ସ୍ୱତନ୍ତ୍ର କାର୍ଡିଓଲୋଜି ବିଭାଗ ରହିଥିବା ବେଳେ ଅନୁଭୂତି ସମ୍ପନ୍ନ ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟସ୍‌, କାର୍ଡିଆକ୍ ସର୍ଜନ୍ ଏବଂ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଉତ୍ତମ ଚିକିତ୍ସା ପ୍ରଦାନ କରୁଛନ୍ତି। ସମ୍ମମ୍ ପେସ୍‌ମେକର/ଆଇସିଡି/ସିଆର୍‌ଟି ପ୍ରତିରୋପଣ ଏବଂ ସଂକ୍ରମିତ ପେସ୍‌ମେକର ଲିଡ୍‌କୁ ଆବଶ୍ୟକସ୍ଥଳରେ କାଢ଼ିବା ନେଇ ଏକ ସ୍ୱତନ୍ତ୍ର କେନ୍ଦ୍ର ଭାବେ ଉଭା ହୋଇଛି।

ଏଥିସହିତ ପେସ୍‌ମେକର/ଆଇସିଡି/ଆଇଆର୍‌ଟି ପ୍ରୋଗ୍ରାମିଙ୍ଗ୍ ଏବଂ ଆରିଥମିଆ ସମ୍ପର୍କିତ ସମସ୍ୟା ଏବଂ ହାର୍ଟଫେଲ୍ୟୁଅର୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ଆରମ୍ଭ ହୋଇଥିବା ବେଳେ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଚିକିତ୍ସା ପ୍ରଦାନ କରୁଛନ୍ତି।

ସମ୍ ଅଲ୍ଟିମେଟରେ କରୋନାରୀ ଷ୍ଟେନ୍‌ଟିଙ୍ଗ୍‌, ବାଇପାସ ସର୍ଜରୀ, ଭାଲ୍‌ଭ ରିପ୍ଲେସ୍‌ମେଂଟ, ହାର୍ଟରେ ଥିବା ଛିଦ୍ରର ସର୍ଜରୀ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଖୁବ୍ ସୁଲଭ ମୂଲ୍ୟରେ ଚିକିତ୍ସା ଉପଲବ୍ଧ ଅଟେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ୍ ଙ୍କ ଯୋଗଦାନ

ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାନ୍‌ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍ ସର୍ଜରୀ (ବିଶେଷ କରି ବିଟିଂ ହାର୍ଟ), ଟୋଟାଲ୍ ଆର୍ଟେରିଆଲ୍ ବାଇପାସ୍‌, ଭାଲ୍‌ଭ ରିପେୟାର୍ ଆଣ୍ଡ ରିପ୍ଲେସ୍‌ମେଂଟ, ଆରିଥମିଆ ସର୍ଜରୀ, କାର୍ଡିଆକ୍ ସର୍ଜରୀ, ସର୍ଜରୀ ଫର ଆୟୋରଟିକ୍ ଆନ୍ୟରିଜିମ୍ ଆଣ୍ଡ ପେରିଫେରାଲ୍ ଭାସ୍କୁଲାର ସର୍ଜରୀ, ଭାରିକୋଜ୍ ଭେନ୍ ସର୍ଜରୀ, ଲଙ୍ଗ ସର୍ଜରୀ ଏବଂ ଅନେକ ଜଟିଳ ହାର୍ଟ ସର୍ଜରୀ କରିବାରେ ସଫଳତା ହାସଲ କରିଛନ୍ତି।

ଡଃ ମିଶ୍ର ଏଭଳି ଜଣେ ସର୍ଜନ୍ ଯିଏକି ନିଜ କାର୍ଯ୍ୟକୁ ନେଇ ଉତ୍ସାହିତ ଥାଆନ୍ତି ଏବଂ ରୋଗୀଙ୍କ ସୁସ୍ଥତା ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଇଥାନ୍ତି। ସେ କାନ୍‌ପୁର ସ୍ଥିତ ଜିଏସ୍‌ଭିଏମ୍ ମେଡିକାଲ୍ କଲେଜରୁ ଜେନେରାଲ ସର୍ଜରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବା ବେଳେ ନୁଆଦିଲ୍ଲୀ ସ୍ଥିତ ଜି.ବି. ପନ୍ତ ହସ୍ପିଟାଲ୍‌ରୁ ସିଭିଟିଏସ୍‌ରେ ଏମ୍‌ସିଏଚ୍ ହାସଲ କରିଛନ୍ତି।

ରାଜ୍ୟର ଜଣେ ଜଣାଶୁଣା ଟାଭି (ଟ୍ରାନ୍ସକ୍ୟାଥେଟର୍ ଆୟୋରଟିକ୍ ଭାଲ୍‌ଭ ଇନ୍‌ପ୍ଲାଂଟେସନ୍‌) ସର୍ଜନ ଭାବେ ସେ ବେଶ ପ୍ରତିଷ୍ଠିତ। ତାଙ୍କର ମିନିମାଲ୍ ଇନ୍‌ଭେସିଭ୍ କାର୍ଡିଆକ୍ ସର୍ଜରୀ (ଏମ୍‌ଆଇସିଏସ୍‌) ଏବଂ ଏମ୍‌ସିଏସ୍‌ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରିବାରେ ବିଶେଷ ଦକ୍ଷତା ରହିଛି। ତାଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଜର୍ନାଲ୍‌ରେ ପ୍ରବନ୍ଧ ପ୍ରକାଶିତ ହୋଇଛି।

ଡଃ ମିଶ୍ର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କାର୍ଡିଓଭାସ୍କୁଲାର୍ ଆଣ୍ଡ ଥୋରାସିକ୍ ସର୍ଜନ୍‌ସ (ଏଫ୍‌ଆଇଏସିଏସ୍‌)ର ସଦସ୍ୟ ଅଛନ୍ତି। ସେ ଜର୍ମାନୀ, ଲିପ୍‌ଜିଗ୍ ସ୍ଥିତ ଲିପ୍‌ଜିଗ୍ ହାର୍ଟ ସେଂଟରରୁ ଏମ୍‌ଆଇସିଏସ୍ ଏବଂ ଏମ୍‌ସିଏସ୍‌ରେ ତାଲିମ୍ ପାଇଛନ୍ତି। ସେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଓପିଡି ରେ ପରାମର୍ଶ ନିମନ୍ତେ ମିଳିପାରିବେ।

ଏଥି ନିମନ୍ତେ ୬୩୭୨୯୦୦୦୧୦ ଓ ୦୬୭୪-୩୫୦୦୫୦୦ରେ ଯୋଗାଯୋଗ କରାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର: ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର।  ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । ଏହି ମଞ୍ଜି ଅଟକିଥିବା ଯୋଗୁଁ  ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା।

ବରଗଡ ଜିଲ୍ଲା ଅତାବିରା ଅଂଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ସମୟରେ ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେଇଥିଲା ଯାହାକି ତା’ର ଶ୍ୱାସନଳୀରେ ଅଟକି ଯାଇଥିଲା। ଏହା ଦ୍ୱାରା ଶିଶୁଟିର ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିଥିଲା।

ବ୍ୟସ୍ତ ବିବ୍ରତ ହୋଇ ତା’ର ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ତାକୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ତୁରନ୍ତ ନେଇଯିବା ପାଇଁ କୁହାଯାଇଥିଲା। ଶିଶୁଟିକୁ ଦୀର୍ଘ ୧୦ ଦିନ ଧରି ବାପା-ମା ଅନେକ ହସ୍ପିଟାଲ୍ ଘୁରି ବୁଲିଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ। ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟି ସମ୍ମମ୍‌ରେ ଭର୍ତି ହୋଇଥିଲା ଓ ପରୀକ୍ଷାରୁ  ତା’ ଶରୀରରେ ରକ୍ତହୀନତା ଥିବା ତଥା ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣାପଡିଥିଲା। ସମସ୍ତ ପରୀକ୍ଷା ନୀରିକ୍ଷା ପରେ ସମ୍ମମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡ. ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତି ନେଇଥିଲେ। ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ଖୁବ୍ ବଡ୍ ଆହ୍ୱାନ ଥିଲା। ତେବେ ଡ. ସାହୁ ଏବଂ ସମ୍ମମ୍‌ର ସିନିୟର ଆନେସ୍‌ଥେସିଆ ବିଭାଗର କନ୍‌ସଲ୍‌ଟାଂଟ ଡ. ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଂଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ ଆତ ମଞ୍ଜି ବାହାର କରାଯାଇଥିଲା। ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କୁ ଆନେସ୍‌ଥେସିଆ ପ୍ରୟୋଗ କରିବା ସମସ୍ୟା ଜଡିତ ବୋଲି ଡ. ସାହୁ କହିଥିଲେ।

ନିକଟରେ ଡ. ସାହୁ ଏହିଭଳି ଅନେକ ଜଟିଳ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏଭଳି ପ୍ରକ୍ରିୟାରେ ଅସ୍ତ୍ରୋପଚାର କରିବାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଖୁବ୍ ସଫଳ ହୋଇପାରିଛି।