Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ତ୍ୱେ ସଂକ୍ରମଣ ହେଉଛି: ବିଶେଷଜ୍ଞ
ଆଜିର ଖବର

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ତ୍ୱେ ସଂକ୍ରମଣ ହେଉଛି: ବିଶେଷଜ୍ଞ

September 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି।

ଏହିପରି ଟୀକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି। ଦୁଇଟି ଟୀକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି। ଭାଇରସ୍ ତା’ର ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଲୋକ ଗୁରୁତର ହୋଇପଡ଼ୁଛନ୍ତି।

ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍‌ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥାନ୍ତି ଯାହାକୁ ଲଙ୍ଗ କୋଭିଡ୍ କୁହାଯାଏ।

ପ୍ରଫେସର ରାୟ କହିଥିଲେ ଯେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେହିପରି ୩ ପ୍ରତିଶତ ରୋଗୀ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ରହୁଛନ୍ତି। ୫ ପ୍ରତିଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ୧୨ ରୁ ୧୫ ପ୍ରତିଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମିତ ହେଉଥିବା ବେଳେ ଏମାନଙ୍କୁ ହସ୍ପିଟାଲ୍‌ରେ ଭର୍ତି ହେବାକୁ ପଡ଼ୁନାହିଁ। ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରରୁ ୨ ଜଣ ଗୁରୁତର କୋଭିଡ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚିକିତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡିକାଲ୍ ଟିମ୍‌ର ଉଦ୍ୟମ ଓ ପରିଶ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅବଗତ କରାଇଛନ୍ତି ହସ୍ପିଟାଲ୍ କର୍ତୃପକ୍ଷ।

ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍‌ ବିଭାଗ ଅଧିନରେ ଏହି ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରିଥିବା ହସ୍ପିଟାଲର ସମସ୍ତ ବିଭାଗ, ଡାକ୍ତରୀ ଟିମ୍‌, ନର୍ସିଂ, ନ୍ୟୁଟ୍ରିସନ୍‌, ଫିଜିଓଥେରାପି ବିଭାଗ ଓ ପାରାମେଡିକାଲ୍ ଷ୍ଟାଫ୍‌ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମ୍ମମ୍‌ର ଚିଫ୍ ଅଫ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡଃ ବିରାଜ ମୋହନ ମିଶ୍ର।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଗୌତମବୁଦ୍ଧ ମୁଖାର୍ଜୀ କୋଭିଡ୍ ସଂକ୍ରମିତ ହେବା ପରେ ସମ୍ମମ୍‌ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା। ଦୀର୍ଘ ୧୬ ଦିନ ସେ ଆଇସିୟୁରେ ରହିଥିଲେ। ତାଙ୍କର ଅକ୍ସିଜେନ୍‌ର ସ୍ତର ମଧ୍ୟ ଖୁବ୍ କମ୍‌ ରହୁଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହିଥିଲା। ଦୀର୍ଘ ଦୁଇ ମାସ ଚିକିତ୍ସିତ ହେବା ପରେ ସେ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି।

ତେବେ ଦ୍ୱିତୀୟ ସଂକ୍ରମିତ ଜଣକର ଚିକିତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡା. ରାୟ କହିଛନ୍ତି। ମାତ୍ର ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତାଙ୍କର ଅବସ୍ଥା ଆଇସିୟୁରେ ଗୁରୁତର ହେବା ପରେ ଭେଂଟିଲେଟରରେ ରଖାଯିବା ସହ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା। ଫୁସ୍‌ଫୁସ୍‌ରେ ଅନେକ ଜଟିଳତା ଦେଖାଦେଇଥିଲା।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହିଥିବା ଏହି ରୋଗୀଙ୍କ ଚିକିତ୍ସା କରିବା ବେଶ କଷ୍ଟସାଧ୍ୟ ଥିଲା। ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରିବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚିକିତ୍ସା ସବୁଠୁ ଜଟିଳ ଥିଲା ଏବଂ ସମ୍ମମ୍ ଟିମ୍ ଖୁବ୍ ସଫଳତାର ସହ ତାଙ୍କର ଚିକିତ୍ସା କରିପାରିଛି ବୋଲି ଡା. ରାୟ କହିଛନ୍ତି।

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାର୍ଡିଓଥୋରାସିକ୍ ସର୍ଜନ୍ ଡା. ବନବିହାରୀ ମିଶ୍ର, ଜେନେରାଲ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ୍ ଡା. ସତ୍ୟଜିତ ରଥ, ସିନିୟର୍ କ୍ଲିନିକାଲ୍ ନ୍ୟୁଟ୍ରିସ୍‌ନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର, ମାଇକ୍ରୋବାୟୋଲୋଜି ଟିମ୍ ଏବଂ କ୍ରିଟିକାଲ୍ କେୟାର ଟିମ୍‌ର ସମ୍ପୂର୍ଣ୍ଣ ସହଯୋଗ ଥିବା ବ୍ରିଗେଡିୟର ଡା. ମିଶ୍ର କହିଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରିବାର।

ସମ୍‌ ଅଲ୍ଟିମେଟ୍ ମେଡିକେୟାର ଟିମ୍ ଏବଂ ବିଶେଷ ଭାବେ ଡାକ୍ତର ରାୟଙ୍କ ଚିକିତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେମାନଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିବା ସହ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ ଟୀକା ପ୍ରତିରୋଧକ ଶକ୍ତି ବିଶେଷଜ୍ଞ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026
Latest News

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.