Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇରେ ରିଲାଏନ୍ସ ଜିଓ ଯୋଡିଛି ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଜୁଲାଇରେ ରିଲାଏନ୍ସ ଜିଓ ଯୋଡିଛି ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

September 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୩.୧୯ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ନିଜର ଜୟଯାତ୍ରା ଜାରି ରଖିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୩,୧୯,୯୮୦ ଗ୍ରାହକ ଯୋଡ଼ିଥିବା ବେଳେ ଏହା ଠାରୁ ଅନେକ ପଛରେ ରହିଥିବା ଏୟାରଟେଲ୍ ମାତ୍ର ୧୫,୫୭୮ ଗ୍ରାହକ ଏବଂ ବିଏସ୍‌ଏନ୍‌ଏଲ୍ ମାତ୍ର ୮୧୦୯ ଜଣ ମୋବାଇଲ୍ ଗାହକ ଯୋଡ଼ିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟାରେ ହ୍ରାସର ଧାରା ଜାରି ରହି କଂପାନି ଏହି ମାସରେ ଓଡ଼ିଶାରେ ୬୪,୩୩୩ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି । ମୋଟ ଉପରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୧ ଜୁଲାଇ ମାସରେ ୨,୭୯,୩୦୬ ବୃଦ୍ଧି ପାଇଛି ଯାହା ମୁଖ୍ୟତଃ ଜିଓ ହାସଲ କରିଥିବା ବ୍ୟାପକ ନୂଆ ଗ୍ରାହକଙ୍କ ବଳରେ ସମ୍ଭବ ହୋଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ୪୩.୭ ପ୍ରତିଶତ ଗ୍ରାହକ ବଜାର ଅଂଶ ସହିତ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ଏବଂ ଏହା ପଛକୁ ଏୟାରଟେଲ୍‌ର ବଜାର ଅଂଶ ୩୧.୮୯ ପ୍ରତିଶତ,  ବିଏସ୍‌ଏନ୍‌ଏଲ୍‌ର ୧୮.୩୫ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆର ୬.୦୬ ପ୍ରତିଶତ ବଜାର ଅଂଶ ରହିଛି। ଓଡ଼ିଶା ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ୧.୫୩ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧.୧୧ କୋଟି ଗ୍ରାହକ, ବିଏସଏନଏଲର ୬୪.୨୯ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ୍ ଆଇଡିଆର ୨୧.୨୫ ଲକ୍ଷ ଗ୍ରାହକ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟ ରାଜସ୍ୱ ଦୃଷ୍ଟିରୁ ଓଡିଶାରେ ଅଗ୍ରଣୀ ସ୍ଥାନରେ ରହଥିବା ରିଲାଏନ୍ସ ଜିଓର ରାଜ୍ୟରେ ମୋଟ ରାଜସ୍ୱ ବଜାରଅଂଶ ୫୨.୩ ପ୍ରତିଶତ ରହିଥିବା ଟ୍ରାଇ ଦ୍ୱାରା ପ୍ର୍‌କାଶିତ ଏପ୍ରିଲ୍‌-ଜୁନ୍ ତ୍ରୈୟମାସିକ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି।

ମୋବାଇଲ୍ ସେବା ସହିତ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବସାୟରେ ମଧ୍ୟ ଗ୍ରାହକ ସଂଖ୍ୟାରେ ଲଲ୍ଲେଖନୀୟ ବୃଦ୍ଧି ହୋଇଛି ।  ଏହି ସେବା ଉପଲବ୍ଧ ରହିଥିବା ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ଜୁଲାଇ ମାସରେ ସର୍ବାଧିକ ୬୪୭୮ ନୂଆ ଜିଓଫାଇବର୍ ଗ୍ରାହକ ହାସଲ କରିବା ସହିତ ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଜିଓଫାଇବର୍ ଗ୍ରାହକଙ୍କ ମୋଟ ସଂଖ୍ୟା ୭୦,୧୨୩କୁ ବୃଦ୍ଧି ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ୱେର୍‌ଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

୨୦୨୧ ଜୁଲାଇ ମାସ ପାଇଁ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଧିକ ୬୫ ଲକ୍ଷ ଗ୍ରାହକ ଜୁଲାଇରେ ଯୋଡ଼ିଛି, ଫଳରେ ଦେଶରେ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪.୩୨ କୋଟିକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ୍ ନେଟୱର୍କର ବ୍ୟାପକ ସମ୍ପ୍ରସାରଣ ଜାରି ରଖି ସାରା ରାଜ୍ୟରେ ସଂଯୋଗ ବାହାରେ ରହିଥିବା ଦୁର୍ଗମ ଗ୍ରାହକଙ୍କୁ ଦୃଢ଼ ୪ଜି ନେଟୱର୍କ ସହ ଯୋଡ଼ୁଛି। ଏହା ଦ୍ୱାରା ଏହି ସବୁ ଅଂଚଳର ଲୋକମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି, ବିଶେଷ କରି ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ଅଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ କ୍ଲାସ୍‌ରେ ଯୋଗ ଦେଇପାରୁଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ଜିଓ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସାରା ଓଡ଼ିଶାରେ ସଫଳତାର ସହ ମୂତୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରାଜ୍ୟରେ ଏହାର ନେଟ୍‌ୱର୍କ, ସ୍ପିଡ୍ ଓ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିଛି।

ଟ୍ରାଇ ତଥ୍ୟ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.