Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଏବେ ଜିଓ ନେଟୱାର୍କରେ ୧.୫ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଜୟଯାତ୍ରା ଜାରି ରଖିଥିବା ରିଲାଏନ୍ସ ଜିଓ ରାଜ୍ୟରେ ସଫଳତାର ଆଉ ଏକ ମାଇଲ୍ଖୁଣ୍ଟ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବୃୟାରୀ ଶେଷ ସୁଦ୍ଧା ୧.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଫେବୃୟାରୀ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୮୭,୦୦୦ରୁ ଅଧିକ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହ ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ଦେଢ଼ କୋଟିରୁ ଅଧିକ ହୋଇଛି। ଫେବୃୟାରୀ ଶେଷ ସୁଦ୍ଧା ଓଡ଼ିଶାରେ ଏୟାରଟେଲର ୧.୧୫ କୋଟି ମୋବାଇଲ ଉପଭୋକ୍ତା ରହିଥିବା ବେଳେ ବିଏସଏନଏଲର ୫୪.୪୭ ଲକ୍ଷ ଏବଂ ୱି (ଭୋଡାଫୋନ୍ ଆଇଡିଆ) ର ୧୪.୫୩ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡିଛି।

ଜାତୀୟ ସ୍ତରରେ ମଧ୍ୟ ଫେବୃୟାରୀ ମାସରେ ଜିଓ ସର୍ବାଧିକ ୩୬ ଲକ୍ଷ ଉପଭୋକ୍ତା ଯୋଡ଼ିଛି। ଏଥି ସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୪୬.୭୫ କୋଟିରୁ ଅଧିକ ହେବା ସହ ଜିଓ ଭାରତରେ ୪୦ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ପ୍ରାୟ ୪୫% ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି। ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁଲଭ ଜିଓ ଭାରତ ୪ଜି ଫୋନ୍‌‌ର ବ୍ୟାପକ ଲୋକପ୍ରିୟତା ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓସିନେମା, ଜିଓଟିଭି, ଜିଓ ସାଭନ ଭଳି ପ୍ରିମିୟମ ଆପ୍ପ ଏବଂ ୟୁପିଆଇ ପେମେଂଟ ସୁବିଧା ଭଳି ଅନେକ ଆକର୍ଷଣୀୟ ଫିଚର ପାଇଁ ଜିଓ ଭାରତ ୪ଜି ଫୋନ୍ ରାଜ୍ୟର ଗ୍ରାମାଞ୍ଚଳ ତଥା ସୁଲଭ ମୂଲ୍ୟରେ ୪ଜି ଫୋନ ଅନ୍ୱେଷଣ କରୁଥିବା ଲୋକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି।

ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖି ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଲଗାତାର ଦ୍ୱିତୀୟ ମାସ ପାଇଁ ଜିଓ ଏକମାତ୍ର ସେବା ପ୍ରଦାନକାରୀ ଭାବେ ଓଡ଼ିଶାରେ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ (ୱି) ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ବୁଧବାର ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଜିଓ ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଏହା ସହିତ ୨୦୨୩ ଅକ୍ଟୋବର ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୪୭ କୋଟିରେ ପହଞ୍ଚିଛି । ଅକ୍ଟୋବରରେ ଓଡ଼ିଶାରେ ଟେଲିକମ୍ ଗ୍ରାହକ ସଂଖ୍ୟାରେ ୧.୪୯ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଅକ୍ଟୋବର ଶେଷ ସୁଦ୍ଧା ୩.୩୩ କୋଟିକୁ ବୃଦ୍ଧି ହୋଇଛି । ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ୨୦୨୩ର ପ୍ରଥମ ୧୦ ମାସରେ ୭.୩୫ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ି ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଜିଓ ଜାତୀୟ ସ୍ତରରେ ମଧ୍ୟ ଅକ୍ଟୋବରରେ ସର୍ବାଧିକ ୩୧.୫୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି । ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୫.୨୩ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୪୪% ଗ୍ରାହକ ବଜାର ଅଂଶ ଏବଂ ଶିଳ୍ପରେ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ଟ୍ରୁ-୫ଜି ନେଟୱାର୍କ ଏବଂ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓଫାଇବରକୁ ସାରା ଓଡ଼ିଶାରେ ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱାର୍କ ଉପସ୍ଥିତି ସୁନିଶ୍ଚିତ କରିବାରେ ପ୍ରଥମ ଟେଲିକମ୍ ଅପରେଟର ହୋଇଛି ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ହୋମ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ପାଇଁ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ କରିଛି । ଜିଓ ଏୟାରଫାଇବର ଦୂରଦୂରାନ୍ତ ସଂଯୋଗର ଆହ୍ୱାନକୁ ଦୂର କରିବାରେ ସହାୟକ ହୋଇଛି ଏବଂ ପ୍ରତ୍ୟେକ ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୋଗ ପ୍ରଦାନ କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଅପ୍ଟିକାଲ-ଫାଇବରକୁ ନିଜ ପରିସର ପର୍ଯ୍ୟନ୍ତ ଆଣିବାରେ ଜଟିଳତା ଏବଂ ବିଳମ୍ବ ଯୋଗୁଁ ଯେଉଁ ଗ୍ରାହକମାନଙ୍କ ପାଖରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡର ସୁବିଧା ପହଞ୍ଚିପାରୁନଥିଲା ସେମାନେ ଜିଓ ଏୟାରଫାଇବର ଦ୍ୱାରା ଉପକୃତ ହୋଇଛନ୍ତି । ଜିଓ ଏୟାରଫାଇବର ଏବେ ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ଉପଲବ୍ଧ ହେଉଛି । ଉଭୟ ସହରର ସମସ୍ତ ଘର ଏବଂ ବ୍ୟବସାୟ ବର୍ତ୍ତମାନ ଏକ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିବାର ସୁଯୋଗ ଲାଭ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଟେଲିକମ ବଜାରରେ ଜିଓର ଜୟଯାତ୍ରା ଜାରି, ସେପ୍ଟେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବର ମାସରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ନୂତନ ମୋବାଇଲ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ସେବା ପ୍ରଦାନକାରୀ ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ୯୮,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ, ବିଏସ୍‌ଏନ୍‌ଏଲ୍ ଏବଂ ୱି ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି । ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ପ୍ରାୟ ୧.୪୫ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ରହିଥିବା ଏଥିରେ ପ୍ରକାଶ ପାଇଛି । ଏଥିସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ଜିଓ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ତେବେ ଜିଓ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ସେପ୍ଟେମ୍ବର ମାସରେ ଗ୍ରାହକ ହରାଇବା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪ ଲକ୍ଷରୁ ଅଧିକ ହ୍ରାସ ପାଇ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୨ କୋଟିରେ ପହଁଚିଥିବା ଜଣାପଡିଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ସେପ୍ଟେମ୍ବର ମାସରେ ସର୍ବାଧିକ ଗ୍ରାହକ ଯୋଡ଼ି ନିଜର ଆଧିପତ୍ୟ ବଜାୟ ରଖିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଜିଓ ଦେଶରେ ୩୪ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି, ଯାହା ଫଳରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪୯ ନିୟୁତରୁ ଅଧିକ ହୋଇଛି ଏବଂ ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ଏହା ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ସର୍ବାଧିକ ୪୩.୬% ଗ୍ରାହକ ବଜାର ଅଂଶ ଏବଂ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପସ୍ଥିତି ଥିବା ପ୍ରଥମ ଟେଲିକମ ଅପରେଟର ଅଟେ ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର୍ ସେବା ଆରମ୍ଭ କରିଛି । ଜିଓଏୟାରଫାଇବ‍ର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‍ ବ୍ରଡବ୍ୟାଣ୍ଡ୍‌‍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ । ଭୁବନେଶ୍ୱର ଓ କଟକ ସହରରେ ଜିଓ ଏୟାରଫାଇବର ସେବା ବେଶ ଆଦୃତ ହେବା ସହିତ ଉଭୟ ସହରର ସମସ୍ତ ଘର ଓ ବ୍ୟବସାୟଗୁଡିକୁ ଗୋଟିଏ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିପାରିବ ସୁଯୋଗ ପ୍ରଦାନ କରୁଛି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥାନ ସୁଦୃଢ଼ କଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୨୩ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଏହା ସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ଗୁରୁବାର ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଏହି ସମୟରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ସହିତ ଓଡ଼ିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି।

ଜାତୀୟ ସ୍ତରରେ, ୨୦୨୩ ଅଗଷ୍ଟରେ ଜିଓ ସର୍ବାଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚିଛି। ରିଲାଏନ୍ସ ଜିଓ ମଧ୍ୟ ଅଗଷ୍ଟରେ ସାରାଦେଶରେ ୧.୭୮ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇରହିଥିବା ବେଳେ ଶିଳ୍ପରେ ଏହାର ସର୍ବାଧିକ ୪୩ ପ୍ରତିଶତ ଗ୍ରାହକ ବଜାର ଅଂଶ ଓ ୫୨ ପ୍ରତିଶତ ରାଜସ୍ୱ ବଜାର ଅଂଶ ରହିଛି। ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ସମ୍ପ୍ରସାରଣ କରୁଛି ଏବଂ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରାଇଥିବା ପ୍ରଥମ ଟେଲିକମ ଅପରେଟର ଅଟେ। ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ହାସଲ କରିଛି, ଯାହାକୁ ୫ଜି ନେଟୱାର୍କ ନିୟୋଜନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଉଛି।

ସାରା ରାଜ୍ୟରେ ଟ୍ରୁ-୫ଜି ସୁବିଧା ପହଂଚାଇବା ଲାଗି ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୫ଜି ବିଟିଏସ୍ ମୂତୟନ କରିଛି। ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବିପୁଳ ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଆରମ୍ଭ କରିଛି। ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତିକୁ ସକ୍ଷମ କରିଛି ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସଶକ୍ତ କରିଛି। ଯେହେତୁ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଗ୍ରହଣ କରୁଛନ୍ତି, ଏହା ଦେଶର ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବାର କ୍ଷମତା ରଖିଥିବା ବେଳେ ଜ୍ଞାନ ଆଦାନପ୍ରଦାନ, ନବସୃଜନ, ଉଦ୍ଭାବନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନାର ପଥ ଉନ୍ମୁକ୍ତ କରିବ। ସମଗ୍ର ଭାରତରେ କ୍ୟାମ୍ପସଗୁଡିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ଏହାର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୁଲାଇରେ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ି ଏକ ନମ୍ବର ସ୍ଥାନକୁ ସୁଦୃଢ଼ କଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଜୁଲାଇ ମାସରେ ପ୍ରାୟ ୧.୪୨ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଏହା ସହିତ ଜିଓ ୨୦୨୩ ଜୁଲାଇ ୩୧ ସୁଦ୍ଧା ସର୍ବାଧିକ ୧.୪୩ କୋଟି ମୋବାଇଲ ଗ୍ରାହକ ଏବଂ ୨.୩୮ ଲକ୍ଷ ଜିଓଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ ବର୍ଗରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଏହି ମାସରେ ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫ ଲକ୍ଷ ବୃଦ୍ଧି ପାଇଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ସାରା ଦେଶରେ ଜୁଲାଇ ମାସରେ ୩୯ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଡ଼ିହୋଇଛନ୍ତି। ଏହାକୁ ମିଶାଇ ୨୦୨୩ ଜୁଲାଇ ୩୧ ସୁଦ୍ଧା ଦେଶରେ ଜିଓର ୪୪.୨ କୋଟିରୁ ଅଧିକ ମୋବାଇଲ ଗ୍ରାହକ ରହିଛନ୍ତି। ରିଲାଏନ୍ସ ଜିଓ ମଧ୍ୟ ଜୁଲାଇରେ ୧.୯୭ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଦେଶରେ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହୋଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇଥିବା ବେଳେ ଶିଳ୍ପରେ ସର୍ବାଧିକ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ହାସଲ କରିଛି। ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଦ୍ରୁତ ଗତିରେ ନିଜର ଟ୍ରୁ- ୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ପହଂଚାଇଥିବା ପ୍ରଥମ ଟେଲିକମ୍ ଅପରେଟର ହୋଇଛି। ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ରଖିଛି, ଯାହାକୁ ୫ଜି ନେଟୱାର୍କ ମୂତୟନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଏ। ନିକଟରେ ଟେଲିକମ୍ ବିଭାଗ (ଡିଓଟି) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଜିଓ ସାରା ରାଜ୍ୟରେ ଟ୍ରୁ-୫ଜି ସେବା ପାଇଁ ସର୍ବାଧିକ ୫ଜି ବିଟିଏସ୍ ନିୟୋଜିତ କରିଛି।

ଶିକ୍ଷା କ୍ଷେତ୍ରରେ ଟ୍ରୁ ୫ଜିର ବିପୁଳ ପରିବର୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରରେ ଜିଓ ଟ୍ରୁ- ୫ଜି ପରିବର୍ତନ ଯାତ୍ରା ଆରମ୍ଭ କରିଛି। ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ- ୫ଜି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଛି ଏବଂ ଶିକ୍ଷକମାନଙ୍କୁ ସେମାନଙ୍କର ସର୍ବୋତମ ପ୍ରଦର୍ଶନ କରିବା ଲାଗି ସଶକ୍ତ କରୁଛି। ଯେହେତୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଆପଣାଉଛନ୍ତି ଏହା ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାର କ୍ଷମତା ରଖିଛି, ଯାହା ଜ୍ଞାନ ଆଦାନପ୍ରଦାନ, ନବସୃଜନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନା ଉନ୍ମୁକ୍ତ କରିବ।  ସମଗ୍ର ଭାରତରେ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ବେଳେ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହାର ସମର୍ପଣ ଭାବକୁ ପ୍ରଦର୍ଶିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଜିଓର ଦବ୍‌ଦବା, ମାର୍ଚ୍ଚରେ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଟେଲିକମ୍ ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ ତାହାର ଦବ୍‌ଦବା ବଜାୟ ରଖିଛି। ଓଡ଼ିଶାରେ ୧ ନମ୍ବର ଟେଲିକମ୍ ଏବଂ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଆଧିପତ୍ୟ ବଜାୟ ରଖିବା ସହିତ କମ୍ପାନି ୨୦୨୩ ମାର୍ଚ୍ଚ ମାସରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ନିଜ ନେଟୱର୍କରେ ସାମିଲ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାଯାଇଛି। ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥାନ ସୁଦୃଢ଼ କରିବା ସହିତ ରିଲାଏନ୍ସ ଜିଓ ୨୦୨୩ ମାର୍ଚ୍ଚ ମାସରେ ପାଖାପାଖି ୯୭ ହଜାର ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି। ଫଳରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୪୧ କୋଟିରୁ ଅଧିକ ହୋଇଛି। ୨୦୨୩ ମାର୍ଚ୍ଚରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ବୃଦ୍ଧି ପାଇ ୩.୩୧ କୋଟିରେ ପହଂଚିଛି।

ୱେରଲାଇନ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ନମ୍ବର ୱେରଲାଇନ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥାନ ଆହୁରି ସୁଦୃଢ଼ କରିଛି। ୨୦୨୩ ମାର୍ଚ୍ଚରେ କମ୍ପାନି ୭୫୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ ହୋମ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କୁ ସାମିଲ କରିଛି। ଫଳରେ ଓଡ଼ିଶାରେ ମୋଟ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୨.୧ ଲକ୍ଷରେ ପହଂଚିଛି।

୨୦୨୩ ମାର୍ଚ୍ଚ ମାସରେ ଜାତୀୟସ୍ତରରେ ମଧ୍ୟ ଜିଓ ସର୍ବାଧିକ ୩୦ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୩ ଲକ୍ଷରୁ ଅଧିକ ନୂଆ ଜିଓଫାଇବର ଗ୍ରାହକ ଯୋଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟ୍ରୁ-୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟ୍ରୁ-୫ଜି କଭରେଜ୍‌କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି। ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକରେ ମଧ୍ୟ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯଉଛି। ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍‌, ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି। ଚଳିତ ଆଇପିଏଲ୍ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍‌ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ସ୍ଥିତିକୁ ଆହୁରି ସୁଦୃଢ଼ କଲା ଜିଓ, ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବର ମାସରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଓ ୮୦୦୦ରୁ ଅଧିକ ଓୟାରଲାଇନ୍ ବା ଜିଓଫାଇବର ଗ୍ରାହକ ଯୋଡ଼ି ରାଜ୍ୟରେ ଏହାର ବଜାର ନେତୃତ୍ୱ ସ୍ଥିତିକୁ ଆହୁରି ମଜଭୂତ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡ଼ିଛି। ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଯାହା ଡିସେମ୍ବର ମାସରେ ଓଡ଼ିଶାରେ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ ଯଥା ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ ଏହି ମାସରେ ନିଜର ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଓ ଓୟାରଲାଇନ୍ ଗ୍ରାହକ ଯୋଡ଼ିବା ଜାରି ରଖି ରାଜ୍ୟରେ ସର୍ବାଧିକ ୧.୩୯ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୧.୯୧ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକଙ୍କ ସହ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨ ଡିସେମ୍ବରରେ ରିଲାଏନ୍ସ ଜିଓ ରାଜ୍ୟରେ ୭୪,୫୮୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ସମାନ ସମୟରେ ଅନ୍ୟ ଟେଲିକମ୍ ଗ୍ରାହକମାନେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଜିଓ ଅଧିକ ସଂଖ୍ୟକ ଗ୍ରାହକ ଯୋଡ଼ିଥିବାରୁ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୨ ଡିସେମ୍ବରରେ ୫୪,୪୮୯ ବୃଦ୍ଧି ପାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ଜାତୀୟ ସ୍ତରରେ ଜିଓ ୨୦୨୨ ଡିସେମ୍ବରରେ ୧୭ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଡିସେମ୍ବର ମାସରେ ପ୍ରାୟ ୩ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ି ଦେଶର ସର୍ବବୃହତ ଓୟାରଲାଇନ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ରାଜ୍ୟରେ ଏହାର ଟ୍ରୁ-୫ଜି ଉପସ୍ଥିତିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଥିବା ବେଳେ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ୧୩ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ ଓ ତାଳଚେରରେ ଉପଲବ୍ଧ ହୋଇଛି।
ରାଜ୍ୟର ୩୭ରୁ ଅଧିକ ସହର ଓ ନଗରରେ ଜିଓ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ କରି ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଏକ ନମ୍ବର ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ରହିଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌କୁ ଅତିକ୍ରମ କରି ଓୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ଭାବେ ଉଭା ହୋଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି। ଗୃହ ଓ ବାଣିଜ୍ୟିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଓଡ଼ିଶାରେ ନିଜର ଅଗ୍ରଣୀ ସ୍ଥିତିକୁ ଅଧିକ ସୁଦୃଢ଼ କରି ଜିଓ ଏହାର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ସମ୍ପ୍ରସାରିତ କରିଛି।

ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୨ ଅକ୍ଟୋବର ପାଇଁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧.୭୭ ଲକ୍ଷ ଓୟାରଲାଇନ ଗ୍ରାହକ ହାସଲ ସହିତ ଜିଓ ଏହି କ୍ଷେତ୍ରରେ ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଉଭା ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଜିଓର ଓୟାରଲାଇନ୍ସ ଗ୍ରାହକ ସଂଖ୍ୟା ସର୍ବାଧିକ ୧.୭୭ ଲକ୍ଷ ରହିଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୧.୭୨ ଲକ୍ଷ ରହିଛି। ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ଯେ ଜିଓଫାଇବର ଅଧୀନରେ ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଏକମାତ୍ର କଂପାନି ଭାବେ ଅକ୍ଟୋବର ମାସରେ ରାଜ୍ୟରେ ନୂଆ ଓୟାରଲାଇନ୍ସ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସେବା ସମସ୍ତ ପ୍ରଦାନକାରୀମାନେ ଓୟାରଲାଇନ୍ ଗ୍ରାହକ ହରାଇଛନ୍ତି।

ଜାତୀୟ ସ୍ତରରେ ଅକ୍ଟୋବର ମାସରେ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ି ଉଭୟ କ୍ଷେତ୍ରରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ଜିଓ ପାଖରେ ଉଭୟ ଗ୍ରାହକ ଓ ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ବଜାର ଅଂଶ ରହିଛି । ୨୦୨୨ ଅକ୍ଟୋବର ସୁଦ୍ଧା ୧.୩୮ କୋଟି ଗ୍ରାହକଙ୍କୁ ନେଇ ଜିଓ ରାଜ୍ୟର ଅଗ୍ରଣୀ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ଏହା ପଛକୁ ଥିବା ଏୟାରଟେଲ୍‌ର ୧.୧୩ କୋଟି ଗ୍ରାହକ, ବିଏସ୍‌ଏନ୍‌ଏଲ୍‌ର ୬୩.୨୦ ଲକ୍ଷ ଗ୍ରାହକ ଏବଂ ୱିର ୧୬.୪୫ ଲକ୍ଷ ଗ୍ରାହକ ରହିଛନ୍ତି।

ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଉପସ୍ଥିତିକୁ ଜିଓ ପକ୍ଷରୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ରାଇରଙ୍ଗପୁର ଏବଂ ପାରଳାଖେମୁଣ୍ଡି ସମେତ ଓଡ଼ିଶାର ୩୭ଟି ପ୍ରମୁଖ ସହର ଓ ନଗରରେ ଏବେ ଜିଓଫାଇବର ସେବା ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ସହରକୁ ଏହି ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

ଜିଓଫାଇବର୍ ପକ୍ଷରୁ ପୂର୍ବରୁ ସେବା ଉପଲବ୍ଧ ରହିଥିବା ସହରଗୁଡ଼ିକରେ ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରାଯାଉଛି ଏବଂ ନୂଆ ଅଂଚଳ ଓ ସହର ଉପକଣ୍ଠରେ ଏହି ସେବା ସମ୍ପ୍ରସାରଣ କରାଯାଉଛି ଯାହା ବ୍ୟକ୍ତିଗତ ଗୃହଠାରୁ ଅରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ଏକ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହେଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଦେଶରେ ୩୨.୮୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩.୨୬ ଲକ୍ଷ ଗ୍ରାହକ ଯୋଡ଼ିଛି। ଏହି ମାସରେ ଭୋଡାଫୋନ୍ ଆଇଡିଆ ୧୯.୫୮ ଲକ୍ଷ ଏବଂ ବିଏସ୍‌ଏନ୍‌ଏଲ୍ ୫.୬୭ ଲକ୍ଷ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି।

ତେବେ ଗୁରୁତ୍ୱପୂର୍ଣ୍ଣ ଭାବେ ଅଗଷ୍ଟ ମାସରେ ବିଏସ୍‌ଏନ୍‌ଏଲ୍‌କୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହୋଇଛି । ଟ୍ରାଇର ଅଗଷ୍ଟ ମାସ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୭୩.୫୨ ଲକ୍ଷରେ ପହଂଚିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ ଗ୍ରାହକ ସଂଖ୍ୟା ୭୧.୩୨ ଲକ୍ଷ ରହିଛି। ଏହା ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏସଏନଏଲ୍ ଦୀର୍ଘ ୨୨ ବର୍ଷ ଧରି ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ବେଳେ ତିନି ବର୍ଷ ପୂର୍ବେ ଜିଓ ଏହାର ଓୟରଲାଇନ୍ ସେବା ଜିଓଫାଇବର୍ ଆରମ୍ଭ କରିଥିଲା। ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୨ ଅଗଷ୍ଟରେ ଜିଓ ଦେଶରେ ସର୍ବାଧିକ ୨.୬୨ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓ ୨୦୨୨ ଅଗଷ୍ଟ ମାସରେ ସର୍ବାଧିକ ୮୩,୧୪୮ ନୂଆ ଗ୍ରାହକଙ୍କୁ ଯୋଡ଼ି ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ରାଜ୍ୟରେ ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି ଏବଂ ଅଗଷ୍ଟ ମାସରେ ଓଡ଼ିଶାରେ ଏହାର ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଜିଓଫାଇବର୍‌ର ମୋଟ ଗ୍ରାହକ ସଂଖ୍ୟା ୧,୬୨,୫୫୬କୁ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଏହାର ଦ୍ରୁତ ସମ୍ପ୍ରସାରଣକୁ ଜାରି ରଖି ଜିଓଫାଇବର ଏବେ ଓଡ଼ିଶାର ୩୬ରୁ ଅଧିକ ସହରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହରକୁ ଏହା ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ନୂଆ ଅଂଚଳ ଏବଂ ସହରର ଉପକଣ୍ଠକୁ ସମ୍ପ୍ରସାରିତ ହୋଇ ଏହା ବ୍ୟକ୍ତିବିଶେଷ, କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲ୍‌ଙ୍କ ସମେତ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଖରେ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଳାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଭୟ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଓଡ଼ିଶାରେ ଜିଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରାଜ୍ୟରେ ୪୨%ରୁ ଅଧିକ ଗ୍ରାହକ ବଜାର ଅଂଶ ଓ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୨%ରୁ ଅଧିକ ବଜାର ଅଂଶ ସହ ଜିଓ ଅଗ୍ରଣୀ ରହିଛି। ଜିଓର ସର୍ବବୃହତ ଟ୍ରୁ-୪ଜି ନେଟ୍‌ୱର୍କ, ଟେଲିକମ୍ ସେବା ପହଂଚିନଥିବା ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇସ୍ପିଡ୍ ଇଟଂରନେଟ୍ ସଂଯୋଗ ଦ୍ୱାରା ଏହା ଆହୁରି ତ୍ୱରାନ୍ୱିତ ହୋଇଛି। ସର୍ବବୃହତ ୪ଜି ନେଟ୍‌ୱର୍କ ଏବଂ ସର୍ବାଧିକ ସଂଖ୍ୟକ ନେଟ୍‌ୱର୍କ ସାଇଟ୍‌କୁ ନେଇ ଓଡ଼ିଶାରେ ଜିଓ ନିୟୁତାଧିକ ଗ୍ରାହକଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଛି ଏବଂ ରାଜ୍ୟରେ ଖୁବ୍‌ଶୀଘ୍ର ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି କଂପାନି ପ୍ରସ୍ତୁତ ହେଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହାରାହାରି ୪ଜି ଡାଉନ୍‌ଲୋଡ୍ ଏବଂ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା ସେପ୍ଟେମ୍ବର ମାସ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ରହିଛି। ଅଗଷ୍ଟ ମାସରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୭.୪ ଏମ୍‌ବିପିଏସ୍ ଥିଲା। ନିକଟରେ ଓକ୍‌ଲା ପକ୍ଷରୁ ରାଜଧାନୀ ଦିଲ୍ଲୀ ସମେତ ଚାରିଟି ସହରରେ ହାରାହାରି ୫ଜି ସ୍ପିଡ୍‌ର ତଥ୍ୟ ଜାରି କରାଯାଇଥିଲା। ସେଥିରେ ରିଲାଏନ୍ସ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ବହୁ ଆଗରେ ରହିଥିଲା। ଦିଲ୍ଲୀରେ ଜିଓ ୬୦୦ ଏମ୍‌ବିପିଏସ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ହାସଲ କରିଥିଲା।

ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ ହ୍ରାସ ପାଇଛି। ସେପ୍ଟେମ୍ବରରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪ ଏମ୍‌ବିପିଏସ୍ ରହିଛି । ଜିଓଠାରୁ ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବହୁ ପଛରେ ରହିଛନ୍ତି। ଟ୍ରାଇର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ପରୀକ୍ଷାରେ ଜିଓ ଆରମ୍ଭରୁ ଏକ ନମ୍ବର ସ୍ଥାନରେ ରହିଆସିଛି।

ତେବେ ସବୁଠୁ ବଡ଼ ପରିବର୍ତନ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ଥିବା ଭୋଡାଫୋନ୍ ଆଇଡିଆକୁ ପଦଚ୍ୟୁତ କରି ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଦେଶରେ ଏକ ନମ୍ବର ସ୍ଥାନରେ ପହଂଚିଛି। ଟ୍ରାଇର ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ଜିଓକୁ ବାଦ ଦେଇ ଅନ୍ୟ ସବୁ ଟେଲିକମ୍ ଅପରେଟରଙ୍କ ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇଛି। ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୪ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆର ୫.୯ ଏମ୍‌ବିପିଏସ୍ ରହିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇ ବିଏସ୍‌ଏନ୍‌ଏଲ୍ ସହିତ ସମାନ ୩.୪ ଏମ୍‌ବିପିଏସ୍ ରହିଛି। ଟ୍ରାଇ ଦ୍ୱାରା ବାସ୍ତବ ସମୟ ଭିତିରେ ଏହାର ମାଇଁ ସ୍ପିଡ୍ ଆପ୍ଲିକେସନ ସହାୟତାରେ ସଂଗୃହୀତ ତଥ୍ୟ ଭିତିରେ ହାରାହାରି ସ୍ପିଡ୍ ଆକଳନ କରାଯାଇଥାଏ। ଟ୍ରାଇର ମାଇଁ ସ୍ପିଡ୍ ପୋର୍ଟାଲ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୪.୯ ଏମ୍‌ବିପିଏସ୍ ରହିଥିବା ବେଳେ ଏହାଠାରୁ ବହୁ ପଛରେ ରହିଥିବା ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଯଥାକ୍ରମେ ୧୮.୮ ଏମ୍‌ବିପିଏସ୍ ଓ ୧୪ ଏମ୍‌ବିପିଏସ୍ ରହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ସ୍ଥିତି ସୁଦୃଢ଼ ଦୃଢ଼ କଲା ଜିଓ, ମେ’ରେ ଯୋଡ଼ିଲା ୧.୮୫ ଲକ୍ଷ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ଜାରି କରିଥିବା ଟେଲିକମ୍ ଗ୍ରାହକଙ୍କ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ମେ’ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ଦୃଢ଼ କରି ରିଲାଏନ୍ସ ଜିଓ ଏହି ମାସରେ ୧,୮୫,୪୪୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଓଡ଼ିଶାରେ କଂପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୩୬ କୋଟିରେ ପହଂଚିଛି ଓ ରାଜ୍ୟରେ ଏହା ସାମଗ୍ରିକ ଭାବେ ୪୧.୫ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶାରେ ଜିଓର ସକ୍ରିୟ ମୋବାଇଲ୍ ଗ୍ରାହକଙ୍କ ୯୯%ରୁ ଅଧିକ ରହିଛି ଏବଂ ରାଜ୍ୟରେ ସକ୍ରିୟ ମୋବାଇଲ୍ ଗ୍ରାହକ ଦୃଷ୍ଟିରୁ କଂପାନିର ବଜାର ଅଂଶ ପ୍ରାୟ ୪୫% ରହିଛି। ଏହାର ସର୍ବବୃହତ ବାସ୍ତବ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ସଂଯୋଗର ଦ୍ରୁତ ସମ୍ପ୍ରସାରଣ ଓ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ଏୟାରଟେଲ୍ ମେ’ ମାସରେ ୭୧,୮୯୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍ ୧୨,୬୬୯ ନୂଆ ଗ୍ରାହକ ଯୋଡ଼ିିଛି। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଓଡ଼ିଶାରେ ଭୋଡାଫୋନ୍ ଆଇଡିଆ ୨୦,୩୧୯ ଜଣ ଗ୍ରାହକଙ୍କୁ ହରାଇଛି। ୨୦୨୨ ମେ’ ମାସ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨,୪୯,୬୮୧ ବୃଦ୍ଧି ପାଇ ୩.୨୮ କୋଟିରେ ପହଂଚିଛି।
ଜାତୀୟ ସ୍ତରରେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ସର୍ବାଧିକ ୩୧ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ପୁନଶ୍ଚ, ରାଜ୍ୟର ଅଗ୍ରଣୀ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ୬୩୭୬ ନୂଆ ଜିଓଫାଇବର୍ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଛି, ଫଳରେ ମେ’ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧,୪୧,୩୪୬ରେ ପହଂଚିଛି। ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌କୁ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଜାରି ରଖାଯାଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟ୍ରାଇ ତଥ୍ୟ: ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରିବା ସହ ଏପ୍ରିଲ୍‌ରେ ଯୋଡ଼ିଲା ସର୍ବାଧିକ ଗ୍ରାହକ

ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଜିଓର ମୋଟ ମୋବାଇଲ ଗ୍ରାହକ ସଂଖୃା ୧.୩୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କଂପାନି ମୋଟ ଉପରେ ୪୧.୩ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ କ୍ରମରେ ସକ୍ରିୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଜିଓ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା ସହ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହା ୯୯.୯୧ ପ୍ରତିଶତରେ ପହଂଚିଛି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ଜିଓ ପ୍ରାୟ ୪୫% ବଜାର ଅଂଶ ହାସଲ କରିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଟେଳିକମ୍ ଗ୍ରାହକ ତଥ୍ୟରୁ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୦୦୦ ବୃଦ୍ଧି ସହିତ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୨୫ କୋଟିରେ ପହଂଚିଛି। ଜିଓ ସର୍ବାଧିକ ୭୧,୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ବିଏସଏନଏଲ୍ ସେହି ମାସରେ ୧୭,୦୦୦ ନୂଆ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଏପ୍ରିଲ ମାସରେ ରାଜ୍ୟରେ ସେମାନଙ୍କ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ସଂଖ୍ୟକ ୧୬.୮୨ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇ ଗୁଣାରୁ ଅଧିକ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ଜିଓ ସର୍ବାଧିକ ୮୧୦୦ ନୂଆ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ କଂପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଦ୍ରୁତ ଗତିରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଓ ନଗରରେ ସମ୍ପ୍ରସାରଣ କରାଯାଉଥିବାରୁ ଏହା ସମ୍ଭବ ହୋଇଛି। ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢ଼େଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ଭଳି ଓଡ଼ିଶାର ୨୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

Categories
ଆଜିର ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ସେକେଣ୍ଡ ପ୍ରତି ୨୪.୧ ମେଗାବିଟ୍‍ (ଏମ୍‍ବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ତାହାର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରଖିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ନଭେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ନେଟୱର୍କ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହାସଲ କରିବା ସହିତ ୨୪.୧ ଏମ୍‍ବିପିଏସ ସ୍ପିଡରେ ପହଞ୍ଚିଥିବାବେଳେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ନେଟୱର୍କରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏହି ମାସରେ ଯଥାକ୍ରମେ ୧୭ ଏମ୍‍ବିପିଏସ ଏବଂ ୧୩.୯ ଏମ୍‍ବିପିଏସ ରହିଥିଲା। ନଭେମ୍ବର ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଅପେକ୍ଷା ୧୦.୨ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆ ତୁଳନାରେ ୭.୧ ଏମ୍‍ବିପିଏସ ଅଧିକ ରହିଥିଲା।

ତେବେ ନଭେମ୍ବରରେ ୪ଜି ଅପ୍‍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ଶୀର୍ଷରେ ରହିବା ସହିତ ହାରାହାରି ୪ଜି ଅପ୍‍ଲୋଡ ୮ ଏମ୍‍ବିପିଏସ ହାସଲ କରିଥିଲା। ଜିଓ ମଧ୍ୟ ନଭେମ୍ବରରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ ୭.୧ ଏମ୍‍ବିପିଏସ  ହାସଲ କରିଥିଲା, ଯାହା ପାଞ୍ଚମାସ ମଧ୍ୟରେ ସର୍ବାଧିକ। ଅନ୍ୟପକ୍ଷରେ ଏୟାରଟେଲ ଏହି ମାସରେ ୫.୬ ଏମ୍‍ବିପିଏସ ହାରାହାରି ଅପ୍‍ଲୋଡ ସ୍ପିଡ ସହିତ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଣ୍ଟରନେଟରୁ ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ, ଅନ୍ୟପକ୍ଷରେ ଅପ୍‍ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସହିତ ଯୋଗାଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଡାଟା ପଠାଇବା ଅଥବା ଛବି ଅଥବା ଫଟୋ ଆଦି ପ୍ରେରଣରେ ସହାୟକ ହୋଇଥାଏ।

ଟ୍ରାଇ ସମଗ୍ର ଦେଶରୁ ଏହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟକୁ ନେଇ ହାରାହାରି ସ୍ପିଡ ହିସାବ କରିଥାଏ।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ୩୮.୧ ଏମ୍‍ବିପିଏସ ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୧୦.୩ ଏମ୍‍ବିପିଏସ ଏବଂ ଏୟାରଟେଲ ୮.୯ ଏମ୍‍ବିପିଏସ  ହାରାହାରି ଡାଉନଲୋଡ ସ୍ପିଡ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ କ୍ଷେତ୍ରରେ ଭୋଡାଫୋନ ଆଇଡିଆ ୯.୩ ଏମ୍‍ବିପିଏସ ସହିତ ଆଗରେ ରହିଥିବାବେଳେ ଜିଓ ୮.୧ ଏମ୍‍ବିପିଏସ ଏବଂ ଏୟାରେଟଲ ୩.୧ ଏମ୍‍ବିପିଏସ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଅକ୍ଟୋବରରେ ୨୧.୯ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ସହିତ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଶୀର୍ଷ ସ୍ଥାନ ଅପରିବର୍ତିତ ରଖିଛି। ଭାରତର ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ନିମନ୍ତେ ପ୍ରକାଶିତ ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୨୧.୯ ଏମବିପିଏସ୍ ରହିଛି। ସେପ୍ଟେମ୍ବର ମାସ ତୁଳନାରେ ଏଥିରେ ୧ ଏମବିପିଏସ୍ ବୃଦ୍ଧି ପରିଲକ୍ଷିତ ହୋଇଛି। ସେପ୍ଟେମ୍ବର ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ଥିଲା।

ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରତିଥର ଭଳି ଅକ୍ଟୋବର ମାସରେ ମଧ୍ୟ ରିଲାଏନ୍ସ ଜିଓ ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ବହୁ ବ୍ୟବଧାନରେ ପଛରେ ପକାଇ ଦେଇଛି। ଜିଓର ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଠାରୁ  ୮.୭ ଏମବିପିଏସ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୩ ଏମବିପିଏସ୍ ଅଧିକ ରହିଛି। ରିଲାଏନ୍ସ ଜିଓ ୪ଜି ଡାଉନଲୋଡ ସ୍ପିଡରେ ଲଗାତର ଏକ ନମ୍ବର ସ୍ଥାନ ଅଧିକାର କରିଆସୁଛି। ଅକ୍ଟୋବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୩.୨ ଏମବିପିଏସ୍ ରେକର୍ଡ କରାଯାଇଥିବା ବେଳେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୫.୬ ଏମବିପିଏସ୍ ରହିଥିବା ଜଣାଯାଇଛି।

ଅକ୍ଟୋବର ମାସରେ ହାରାହାରି ୪ଜି ଅପ୍ ଲୋଡ୍ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୬ ଏମବିପିଏସ୍ ସ୍ପିଡ୍ ସହିତ ଆଗରେ ରହିଥିବା ବେଳେ  ରିଲାଏନ୍ସ ଜିଓ ୬.୪ ଏମବିପିଏସ୍ ସ୍ପିଡ ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀ ଏୟାରଟେଲ ୫.୨ ଏମବିପିଏସ୍ ହାରାହାରି ଅପଲୋଡ୍ ସ୍ପିଡ୍ ସହ ତୃତୀୟ ସ୍ଥାନରେ ଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଟ୍ରାଇଦ୍ୱାରା ୪ଜି ଅପ୍ ଲୋଡ ଓ ଡାଉନଲୋଡର ବାସ୍ତବ ସ୍ଥିତି ମାଇଁସ୍ପିଡ ଆପ୍ଲିକେସନ ସହାୟରେ ବାସ୍ତବ ସମୟ ଭିତିରେ ପରିମାପ କରାଯାଇଥାଏ।

ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡରେ ୩୫ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୮.୩ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲ ୬.୬ ଏମବିପିଏସ୍ ସ୍ପିଡ୍ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଏକମାତ୍ର ଅପରେଟର ଭାବରେ ଓଡ଼ିଶାରେ ଅଗଷ୍ଟରେ ନୂଆ ଗ୍ରାହକ ଯୋଗ କରିଛି: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଚମତ୍କାର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ଏକମାତ୍ର ଅପରେଟର ଭାବରେ ଓଡ଼ିଶାରେ ଅଗଷ୍ଟ ମାସରେ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ)ର ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡିଛିି। ଏହି ମାସରେ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ଭଳି ଅନ୍ୟ ସମସ୍ତ ଅପରେଟର ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨୯,୯୮୯ ନୂଆ ମୋବାଇଲ ଗ୍ରାହକ ଏବଂ ପ୍ରାୟ ୬୦୦୦ ଜିଓ ଫାଇବର ଗ୍ରାହକ ଯୋଗ କରିଛି। ଅନ୍ୟପକ୍ଷରେ ସେହି ମାସରେ ଓଡିଶାରେ ଭାରତୀ ଏୟାରଟେଲ ୧,୦୧,୯୨୮  ଗ୍ରାହକ ହରାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଏସଏନଏଲ ୪୧,୪୬୮ ମୋବାଇଲ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୩୮୬୨୭ ଗ୍ରାହକ ହରାଇଥିବା ଏହି ତଥ୍ୟରୁ ଜଣାପଡିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୨,୦୪୫ ହ୍ରାସ ଘଟି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହା ୩.୪୯ କୋଟି ରହିଥିବା ଉଲ୍ଲେଖ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ତାହାର ସୁଦୃଢ ୪ଜି ନେଟୱର୍କ, ଦୁର୍ଗମ ଓ ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ତଥା ଗ୍ରାହକଙ୍କ ପାଇଁ ସୁଲଭ ସେବା ଆଧାରରେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡିଚାଲିଛି। ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ଜିଓ ୪୩.୯% ଗ୍ରାହକ ବଜାର ଅଂଶ ଏବଂ ମୋଟ ଦୂରସଂଚାର ରାଜସ୍ୱର ୫୨.୩% ବଜାରଅଂଶ ସହିତ ଏକ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ଏହା ମଧ୍ୟ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡିକରେ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବରର ଦ୍ରୁତ ସମ୍ପ୍ରସାରଣ କରୁଛି। ସଂପ୍ରତି ଓଡ଼ିଶାରେ ୭୬,୦୦୦ରୁ ଅଧିକ ଜିଓଫାଇବର୍ ଗ୍ରାହକ ରହିଛନ୍ତି ଏବଂ ଏହା ରାଜ୍ୟର ୨୬ଟି ସହର ଓ ନଗରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି।

ଜାତୀୟ ସ୍ତରରେ ଜିଓ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ମାସରେ ସର୍ବାଧିକ ୬.୪୯ ଲକ୍ଷ ମୋବାଇଲ ଗ୍ରାହକ ଯୋଗ କରିଛି। ଏଥିସହିତ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ୪ଜି ସ୍ପିଡ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ପୁନଶ୍ଚ ୪ଜି ଡାଉନଲୋଡ ସ୍ପିଡରେ ଶୀର୍ଷରେ ରହିବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ ୨୦.୯ ଏମବିପିଏସ୍ ହାରାହାରି ଡାଉନଲୋଡ ସ୍ପିଡ ହାସଲ କରିଛି। 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସେପ୍ଟେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ୨୦୨୧ ସେପ୍ଟେମ୍ବର ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ରହିଥିବା ବେଳେ ଏହା ପ୍ରତି ମାସ ପରି ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପଛରେ ପକାଇବା ସହିତ ସେମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି। ଟ୍ରାଇ ପ୍ରଦତ ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡଠାରୁ ୯ ଏମବିପିଏସ୍ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୫ ଏମବିପିଏସ୍ ଅଧିକ ରହିଥିବା ଜଣାଯାଇଛି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ଜିଓର ହରାହାରି ୪ଜି ଡାଉନଲୋଡ ସ୍ପିଡ ଯଥେଷ୍ଟ ବୃଦ୍ଧି ଘଟିଛି । ଅଗଷ୍ଟରେ ଏହା ୧୮.୨ ଏମବିପିଏସ୍ ରହିଥିଲା।

ଏଥିସହିତ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ କ୍ରମାଗତ ଭାବରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ସେପ୍ଟେମ୍ବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୧.୯ ଏମବିପିଏସ୍ ରହିଥିବା ବେଳେ ଏହା ବିଗତ କିଛି ମାସ ଧରି ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଆସୁଛି। ସେହିଭଳି ସେପ୍ଟେମ୍ବରରେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୪.୪ ଏମବିପିଏସ ରହିଥିବା ଜଣାପଡିଛି। ଭୋଡାଫୋନ ଆଇଡିଆ ଏ କ୍ଷେତ୍ରରେ ଏୟାରଟେଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିଭଳି ସେପ୍ଟେମ୍ବରରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୨ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୬.୨ ଏମବିପିଏସ ଅପ୍‌ଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ରହିଥିଲା ଏବଂ ତୃତୀୟ ସ୍ଥାନରେ ହାରାହାରି ୪.୫ ଏମବିପିଏସ୍ ଅପ୍‌ଲୋଡ ସ୍ପିଡ ସହିତ ଏୟାରଟେଲ ରହିଥିଲା। ଟ୍ରାଇ ପକ୍ଷରୁ ଏହାର ମାଇଁ ସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସାରା ଦେଶରେ ସଂଗୃହୀତ ତଥ୍ୟ  ଆଧାରରେ ଏହି ଗଣନା କରାଯାଇଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୁଲାଇରେ ରିଲାଏନ୍ସ ଜିଓ ଯୋଡିଛି ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୩.୧୯ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ନିଜର ଜୟଯାତ୍ରା ଜାରି ରଖିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀରିଲାଏନ୍ସ ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୩,୧୯,୯୮୦ ଗ୍ରାହକ ଯୋଡ଼ିଥିବା ବେଳେ ଏହା ଠାରୁ ଅନେକ ପଛରେ ରହିଥିବା ଏୟାରଟେଲ୍ ମାତ୍ର ୧୫,୫୭୮ ଗ୍ରାହକ ଏବଂ ବିଏସ୍‌ଏନ୍‌ଏଲ୍ ମାତ୍ର ୮୧୦୯ ଜଣ ମୋବାଇଲ୍ ଗାହକ ଯୋଡ଼ିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟାରେ ହ୍ରାସର ଧାରା ଜାରି ରହି କଂପାନି ଏହି ମାସରେ ଓଡ଼ିଶାରେ ୬୪,୩୩୩ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି । ମୋଟ ଉପରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୧ ଜୁଲାଇ ମାସରେ ୨,୭୯,୩୦୬ ବୃଦ୍ଧି ପାଇଛି ଯାହା ମୁଖ୍ୟତଃ ଜିଓ ହାସଲ କରିଥିବା ବ୍ୟାପକ ନୂଆ ଗ୍ରାହକଙ୍କ ବଳରେ ସମ୍ଭବ ହୋଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ୪୩.୭ ପ୍ରତିଶତ ଗ୍ରାହକ ବଜାର ଅଂଶ ସହିତ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ଏବଂ ଏହା ପଛକୁ ଏୟାରଟେଲ୍‌ର ବଜାର ଅଂଶ ୩୧.୮୯ ପ୍ରତିଶତ,  ବିଏସ୍‌ଏନ୍‌ଏଲ୍‌ର ୧୮.୩୫ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆର ୬.୦୬ ପ୍ରତିଶତ ବଜାର ଅଂଶ ରହିଛି। ଓଡ଼ିଶା ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ୧.୫୩ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧.୧୧ କୋଟି ଗ୍ରାହକବିଏସଏନଏଲର ୬୪.୨୯ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ୍ ଆଇଡିଆର ୨୧.୨୫ ଲକ୍ଷ ଗ୍ରାହକ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟ ରାଜସ୍ୱ ଦୃଷ୍ଟିରୁ ଓଡିଶାରେ ଅଗ୍ରଣୀ ସ୍ଥାନରେ ରହଥିବା ରିଲାଏନ୍ସ ଜିଓର ରାଜ୍ୟରେ ମୋଟ ରାଜସ୍ୱ ବଜାରଅଂଶ ୫୨.୩ ପ୍ରତିଶତ ରହିଥିବା ଟ୍ରାଇ ଦ୍ୱାରା ପ୍ର୍‌କାଶିତ ଏପ୍ରିଲ୍‌-ଜୁନ୍ ତ୍ରୈୟମାସିକ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି।

ମୋବାଇଲ୍ ସେବା ସହିତ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବସାୟରେ ମଧ୍ୟ ଗ୍ରାହକ ସଂଖ୍ୟାରେ ଲଲ୍ଲେଖନୀୟ ବୃଦ୍ଧି ହୋଇଛି ।  ଏହି ସେବା ଉପଲବ୍ଧ ରହିଥିବା ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ଜୁଲାଇ ମାସରେ ସର୍ବାଧିକ ୬୪୭୮ ନୂଆ ଜିଓଫାଇବର୍ ଗ୍ରାହକ ହାସଲ କରିବା ସହିତ ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଜିଓଫାଇବର୍ ଗ୍ରାହକଙ୍କ ମୋଟ ସଂଖ୍ୟା ୭୦,୧୨୩କୁ ବୃଦ୍ଧି ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ୱେର୍‌ଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

୨୦୨୧ ଜୁଲାଇ ମାସ ପାଇଁ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଧିକ ୬୫ ଲକ୍ଷ ଗ୍ରାହକ ଜୁଲାଇରେ ଯୋଡ଼ିଛିଫଳରେ ଦେଶରେ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪.୩୨ କୋଟିକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ୍ ନେଟୱର୍କର ବ୍ୟାପକ ସମ୍ପ୍ରସାରଣ ଜାରି ରଖି ସାରା ରାଜ୍ୟରେ ସଂଯୋଗ ବାହାରେ ରହିଥିବା ଦୁର୍ଗମ ଗ୍ରାହକଙ୍କୁ ଦୃଢ଼ ୪ଜି ନେଟୱର୍କ ସହ ଯୋଡ଼ୁଛି। ଏହା ଦ୍ୱାରା ଏହି ସବୁ ଅଂଚଳର ଲୋକମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତିବିଶେଷ କରି ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ଅଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ କ୍ଲାସ୍‌ରେ ଯୋଗ ଦେଇପାରୁଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ଜିଓ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସାରା ଓଡ଼ିଶାରେ ସଫଳତାର ସହ ମୂତୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରାଜ୍ୟରେ ଏହାର ନେଟ୍‌ୱର୍କସ୍ପିଡ୍ ଓ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

୨୦୨୧ ମଇ ମାସରେ ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଉକ୍ତ ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଂଚିଛି। ଜିଓ ବ୍ୟତୀତ କେବଳ ବିଏନଏନଏଲ ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମାନ ସମୟରେ ଏୟାରଟେଲ ଓଡିଶାରେ ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୬୧,୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି। ଏଥିସହିତ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମଇ ମାସରେ ଗ୍ରାହକ ଯୋଗ କରିବାରେ ସର୍ବାଗ୍ରେ ରହିଛି ଏବଂ ଏହା ଏକ ମାତ୍ର ସେବା ଯୋଗାଣକାରୀ ଭାବରେ ନୂତନ ଗ୍ରାହକ ଯୋଗ କରିଥିବାବେଳେ ଅନ୍ୟମାନେ ନିଜର ନିୟୁତାଧିକ ଗ୍ରାହକ ହରାଇଛନ୍ତି। ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବଭାରତୀୟ ସ୍ତରରେ ୩୫.୫୪ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଛି। ସେହି ସମୟରେ ଏୟାରଟେଲ ସର୍ବାଧିକ ୪୬.୧୩ ଲକ୍ଷ ଗ୍ରାହକ ହରାଇଛି ଏବଂ ତାହା ପଛକୁ ଭୋଡାଫୋନ ଆଇଡିଆ ନିଜର ୪୨.୮ ଲକ୍ଷ ଗ୍ରାହକ ହରାଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି  ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି। ଜିଓ ମଧ୍ୟ ନିକଟରେ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମୁଦାୟ ଓଡ଼ିଶାରେ ନିୟୋଜିତ କରିବା କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ଏହାର ନେଟୱର୍କସ୍ପିଡ ଏବଂ ରାଜ୍ୟରେ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି। ଜିଓ ମଧ୍ୟ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦ୍ରୁତ ସଂପ୍ରସାରଣ କରିବା ସହିତ ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ଅଂଚଳରେ ଏବେ ଉପଲବ୍ଧ ହୋଇଛି ଏବଂ ଏହା ଦ୍ରୁତ ଗତିରେ ରାଜ୍ୟର ଅଧିକ ସହର ଓ ନଗରଗୁଡିକୁ ଜିଓଫାଇବର୍ ସେବାର ସମ୍ପ୍ରସାରଣ ଜାରି ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମଇ ମାସରେ ୪ଜି ସ୍ପିଡ୍ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୩ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୪.୭ ଏମବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି।

ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ମଇ ମାସରେ ସର୍ବାଧିକ ୬.୩ ଏମବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୨ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲର ୩.୬ ଏମବିପିଏସ୍ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ଏହା ସହଭାଗିତା କରିବାରେ ସହାୟକ ହୋଇଥାଏ। ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୬.୬ ଏମବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୬.୩ ଏମବିପିଏସ୍ ଡାଉନଲୋଡ ସ୍ପିଡ, ଭାରତୀ ଏୟାରଟେଲ ହାରାହାରି ୪.୬ ଏମବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୭ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୭ ଏମବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୧ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏପ୍ରିଲରେ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡରେ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ୪ଜି ସ୍ପିଡ୍ ଚାର୍ଟରେ ରିଲାଏନ୍ସ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଶୀର୍ଷରେ ରହିଥିବା ଜଣାପଡିଛି। ଏପ୍ରଲ୍ ମାସରେ ସେକେଣ୍ଡ ପିଛା ସର୍ବାଧିକ ହାରାହାରି ୨୦.୧ ମେଗାବିଟ୍ ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିବା ସହିତ ଜିଓ ଏହି ସାରଣୀରେ ଶୀର୍ଷସ୍ଥାନ ଅଧିକାର କରିଛି। ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଜିଓର ତିନିଗୁଣ ଅଧିକ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ରହିଛି।

ଟ୍ରାଇ ତଥ୍ୟ ମୁତାବକ ଏପ୍ରିଲରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ୨୦.୧ ଏମ୍‌ବିପିଏସ୍ ରହିଥିବାବେଳେ ଏହା ପଛକୁ ଭୋଡାଫୋନର ହାରାହାରି ଡାଉନ୍‌ଲୋଡ ସ୍ପିଡ ୭ ଏମ୍‌ବିପିଏସ୍‌, ଆଇଡିଆର ୫.୮ ଏମ୍‌ବିପିଏସ୍ ଏବଂ ଭାରତୀ ଏୟାରଟେଲର ହାରାହାରି ଡାଉନ୍‌ଲୋଡ ସ୍ପିଡ ୫ ଏମ୍‌ବିପିଏସ୍ ରହିଥିଲା।

ସେହିଭଳି ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ କ୍ଷେତ୍ରରେ ଏପ୍ରିଲରେ ଭୋଡାଫୋନ୍ ୬.୭ ଏମବିପିଏସ୍ ସହିତ ଅନ୍ୟମାନଙ୍କ ଠାରୁ ଆଗରେ ରହିଥିବାବେଳେ ଏହାପଛକୁ ଆଇଡିଆ ୬.୧ ଏମ୍‌ବିପିଏସ୍‌, ଜିଓ ୪.୨ ଏମ୍‌ବିପିଏସ୍ ଏବଂ ଏୟାରଟେଲ୍ ୩.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ଯଦିଓ ଭୋଡାଫୋନ ଏବଂ ଆଇଡିଆ ସେମାନଙ୍କର ମୋବାଇଲ ବ୍ୟବସାୟରେ ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ ଉଭୟ ସଂସ୍ଥା ପାଇଁ ପୃଥକ ନେଟୱର୍କ ତଥ୍ୟ ପ୍ରକାଶ କରୁଛନ୍ତି।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରିଲାଏନ୍ସ ଜିଓ ୩୮.୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ସହିତ ୪ଜି ସ୍ପିଡ ସାରଣୀରେ ସର୍ବାଗ୍ରେ ରହିଛି। ଏହା ପଛକୁ ଭୋଡାଫୋନ ଏବଂ ଏୟାରଟେଲ ଯଥାକ୍ରମେ ୬.୨ ଏମବିପିଏସ୍ ଏବଂ ୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିଛନ୍ତି। ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ୭.୭ ଏମବିପିଏସ୍  ସହିତ ଶୀର୍ଷରେ ରହିଥିବାବେଳେ ଜିଓ ୫.୬ ଏମ୍‌ବିପିଏସ୍ ଏବଂ ଏୟାରଟେଲ ୩.୧ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟ୍‌ରେ ବ୍ରାଉଜିଂ ଏବଂ ଭିଡିଓ ଆଦି ଦେଖିବାରେ ସହାୟତା କରିଥାଏ। ଅନ୍ୟପକ୍ଷରେ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କୁ ଚିତ୍ର ଏବଂ ଭିଡିଓ ପଠାଇବାରେ ସହାୟତା କରିଥାଏ। ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ତାହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ ହିସାବ କରାଯାଇଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଫେବ୍ରୁଆରୀରେ ରାଜ୍ୟରେ ସର୍ବାଧିକ ୧.୯ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗକରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧% ରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ଏୟାରଟେଲ ଉକ୍ତ ମାସରେ ୬୬,୯୦୮ ଗ୍ରାହକ ଯୋଗକରିଛି । ଏହି ମାସରେ ରାଜ୍ୟରେ ଭୋଡାଫୋନ ଆଇଡିଆ ୬୪,୯୦୪ ଏବଂ ବିଏସଏନଏଲ୍ ୩୫,୮୮୪ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଜାତୀୟସ୍ତରରେ ମଧ୍ୟ ଫେବ୍ରୁଆରୀ ମାସରେ ଜିଓ ସର୍ବାଧିକ ୪୨.୬୬ ଲକ୍ଷ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ୩୭.୩ ଲକ୍ଷ ଗ୍ରାହକ ଯୋଗକରିଛି। ଅନ୍ୟପକ୍ଷରେ ଭୋଡାଫୋନ ଆଇଡିଆ ୬.୫ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ବିଏସଏନଏଲ୍ ୩.୬ ଲକ୍ଷ ଗ୍ରାହକ ହରାଇଥିବା ଜଣାପଡିଛି। ୨୦୨୧ ଫେବ୍ରୁଆରୀରେ ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୮୨,୯୨,୬୬୮ ବୃଦ୍ଧିପାଇଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ବର୍ଷରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏହାର ଚମତ୍କାର ଅଭିବୃଦ୍ଧି ଜାରି ରଖି ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଗକରିଥିବାବେଳେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସମୟରେ ପ୍ରତ୍ୟେକ ୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିଲେ। ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରିଲାଏନ୍ସ ଜିଓ ରାଜସ୍ୱ ଆୟରେ ମଧ୍ୟ ଓଡିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱର ୫୦%ରୁ ଅଧିକ ହାସଲ କରିଛି। ଗତ କିଛିବର୍ଷ ଧରି ରିଲାଏନ୍ସ ଜିଓ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଥିବା ଅଂଚଳକୁ ଦ୍ରୁତ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ପ୍ରଦାନ ବଳରେ ଗତ କିଛିବର୍ଷ ଧରି ପ୍ରତିମାସରେ ଲଗାତାର ଭାବରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଗକରୁଛି।

ଏଥି ସହିତ ରିଲାଏନ୍ସ ଜିଓ ସମଗ୍ର ଓଡ଼ିଶାରେ ବିଭିନ୍ନ ପ୍ରମୁଖ ସହର ଓ ନଗରଗୁଡିକରୁ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ଦ୍ରୁତ ସଂପ୍ରସାରଣ କରୁଛି ଏବଂ ରାଜ୍ୟର ୨୬ ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସେବା ଉପଲବ୍ଧ କରାଇଛି। ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ସଂପ୍ରତି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁରର ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଏହି ସେବାର ଦ୍ରୁତ ସଂପ୍ରସାରଣ କାର୍ଯ୍ୟ ଜାରି ରଖିଛି।