Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ସ୍ଥିତିକୁ ଆହୁରି ସୁଦୃଢ଼ କଲା ଜିଓ, ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ସ୍ଥିତିକୁ ଆହୁରି ସୁଦୃଢ଼ କଲା ଜିଓ, ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

February 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବର ମାସରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଓ ୮୦୦୦ରୁ ଅଧିକ ଓୟାରଲାଇନ୍ ବା ଜିଓଫାଇବର ଗ୍ରାହକ ଯୋଡ଼ି ରାଜ୍ୟରେ ଏହାର ବଜାର ନେତୃତ୍ୱ ସ୍ଥିତିକୁ ଆହୁରି ମଜଭୂତ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡ଼ିଛି। ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଯାହା ଡିସେମ୍ବର ମାସରେ ଓଡ଼ିଶାରେ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ ଯଥା ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ ଏହି ମାସରେ ନିଜର ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଓ ଓୟାରଲାଇନ୍ ଗ୍ରାହକ ଯୋଡ଼ିବା ଜାରି ରଖି ରାଜ୍ୟରେ ସର୍ବାଧିକ ୧.୩୯ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୧.୯୧ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକଙ୍କ ସହ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨ ଡିସେମ୍ବରରେ ରିଲାଏନ୍ସ ଜିଓ ରାଜ୍ୟରେ ୭୪,୫୮୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ସମାନ ସମୟରେ ଅନ୍ୟ ଟେଲିକମ୍ ଗ୍ରାହକମାନେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଜିଓ ଅଧିକ ସଂଖ୍ୟକ ଗ୍ରାହକ ଯୋଡ଼ିଥିବାରୁ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୨ ଡିସେମ୍ବରରେ ୫୪,୪୮୯ ବୃଦ୍ଧି ପାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ଜାତୀୟ ସ୍ତରରେ ଜିଓ ୨୦୨୨ ଡିସେମ୍ବରରେ ୧୭ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଡିସେମ୍ବର ମାସରେ ପ୍ରାୟ ୩ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ି ଦେଶର ସର୍ବବୃହତ ଓୟାରଲାଇନ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ରାଜ୍ୟରେ ଏହାର ଟ୍ରୁ-୫ଜି ଉପସ୍ଥିତିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଥିବା ବେଳେ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ୧୩ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ ଓ ତାଳଚେରରେ ଉପଲବ୍ଧ ହୋଇଛି।
ରାଜ୍ୟର ୩୭ରୁ ଅଧିକ ସହର ଓ ନଗରରେ ଜିଓ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ କରି ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଓଡିଶା ଜିଓ ଟ୍ରାଇ ତଥ୍ୟ ମୋବାଇଲ୍ ଗ୍ରାହକ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.